ସବୁଜିମା ହେବ ଲଣ୍ଡା ପାହାଡ଼, ସିଡ୍‌ ବଲ୍‌ ତିଆରିରେ ବ୍ୟସ୍ତ ଆଦିବାସୀ ମହିଳା

ଦାରିଙ୍ଗବାଡ଼ି,୨୧ା୭(ଅରୁଣ ସାହୁ): ସାରା ପୃଥିବୀରେ ଜଳବାୟୁ ପରିବର୍ତ୍ତନକୁ ନେଇ ଚିନ୍ତା ବଢ଼ିଥିବା ବେଳେ ଏହାର ପ୍ରଭାବ କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଞ୍ଚଳରେ ମଧ୍ୟ ଦେଖିବାକୁ ମିଳିଛି। ଅନେକ ଗାଁରେ ଜଙ୍ଗଲ ଉଜୁଡ଼ି ଯାଇଥିବା ବେଳେ ଲୋକଙ୍କ ମଧ୍ୟରେ ସଚେତନ ବୃଦ୍ଧି ପାଉଛି। ଗାଁ ଗାଁରେ ବସବାସ କରୁଥିବା ଜନଜାତି ସମ୍ପ୍ରଦାୟର ଲୋକମାନେ ଜଙ୍ଗଲ ଉଜୁଡିଲେ ତା’ର କୁପ୍ରଭାବ କିଭଳି ପଡୁଛି ତାହା ଲୋକ ବୁଝିଗଲେଣି। ତେଣୁ ଅଧିକ ଜଙ୍ଗଲ ସୃଷ୍ଟି କରିବା ଓ ଉଜୁଡିଯାଇଥିବା ଜଙ୍ଗଲକୁ ପୁଣି ସବୁଜିମାରେ ପରିବର୍ତ୍ତନ କରିବାକୁ ଜନଜାତି ସମ୍ପ୍ରଦାୟର ମହିଳାମାନେ ଏବେ ଅଣ୍ଟା ଭିଡ଼ିଥିବା ଦେଖିବାକୁ ମିଳିଛି। ଏଭଳି ବୃକ୍ଷରୋପଣ କରାଯିବା ସହ ସିଡ୍‌ ବଲ୍‌  ପ୍ରସ୍ତୁତ କରି ତାକୁ ଲଣ୍ଡା ପାହାଡ଼ ସମେତ ଉଜୁଡିଯାଇଥିବା ଜଙ୍ଗଲରେ ପକାଯାଇ ଜଙ୍ଗଲର ପୁନଃରୁଦ୍ଧାର କରାଯାଉଛି। ଏହି ସିଡ୍‌ ବଲ୍‌ ପ୍ରସ୍ତୁତିରେ ଜୈବିକ ପଦ୍ଧତିରେ ତଥା ମାଟି ଏବଂ କମ୍ପୋଷ୍ଟ ସହିତ ପ୍ରସ୍ତୁତ କରାଯାଉଛି।

ଏହି ସିଡ୍‌ ବଲ୍‌ ଜଙ୍ଗଲ ସଂରକ୍ଷଣ ଏବଂ ପୁନଃବନୀକରଣ ପାଇଁ ଏକ ସରଳ କିନ୍ତୁ ପ୍ରଭାବଶାଳୀ ବୋଲି ସ୍ଥାନୀୟ ଜନଜାତି ମହିଳାମାନେ ମତ ପ୍ରକାଶ କରିଛନ୍ତି। ସେହିପରି ଉକ୍ତ ସିଡ୍‌ ବଲ୍‌ଗୁଡିକ ଖରାପ ଜଳବାୟୁରୁ ବିହନକୁ ସୁରକ୍ଷା ଦେବା ସହ ପରିବେଶରେ ବଲ୍‌ଗୁଡ଼ିକ ବିଛାଡ଼ି ପକାଇଲେ ସେଗୁଡ଼ିକର ଅଙ୍କୁରୀକରଣ ଏବଂ ବଞ୍ଚିବାର ସମ୍ଭାବନାକୁ ବୃଦ୍ଧି ହୋଇଥାଏ। ଜୈବ ବିବିଧତା, ଜଳବାୟୁ ପରିବର୍ତ୍ତନ ହ୍ରାସ ଏବଂ ସ୍ଥାୟୀ ଜୀବିକା ନିର୍ବାହରେ ଜଙ୍ଗଲର ଗୁରୁତ୍ୱପୂର୍ଣ୍ଣ ଭୂମିକା ହେତୁ ଅଞ୍ଚଳ ପାଇଁ ଜଙ୍ଗଲ ପୁନରୁତ୍ଥାନ ଏବଂ ସଂରକ୍ଷଣ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ତେଣୁ ଜନଜାତି ମହିଳାମାନେ ଏହାକୁ ବହୁ ପରିଶ୍ରମ କରି କାର୍ଯ୍ୟ କରୁଥିବା କହିଛନ୍ତି। ଏହା ଜଙ୍ଗଲ ସୃଷ୍ଟି ହେଲେ ଜଙ୍ଗଲ କାର୍ବନ ସଂରକ୍ଷଣ ସମେତ ଅତ୍ୟାବଶ୍ୟକ ଇକୋସିଷ୍ଟମ୍‌ ସେବା ପ୍ରଦାନ କରିବ। ତେଣୁ ଉକ୍ତ ବ୍ଲକର ଦନେକବାଡ଼ି, ସୋନପୁର ଏବଂ ବାଡ଼ାବାଙ୍ଗା ପଞ୍ଚାୟତର ଜନଜାତି ସମ୍ପ୍ରଦାୟ ପକ୍ଷରୁ ବନ ସମ୍ପଦ ପରିଚାଳନା କମିଟିର ମହିଳାମାନେ ସିଡ୍‌ ବଲ୍‌ ପ୍ରସ୍ତୁତି ଏବଂ ରୋପଣ ଆରମ୍ଭ କରିଥିବା ଦେଖିବାକୁ ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

୩୧ ଅକ୍ଟୋବର ଯାଏ ୩ରାଶିଙ୍କ ଫିଟିଲା ଭାଗ୍ୟ; ଚାକିରିରେ ମିଳିବ ବଡ଼ ପ୍ରମୋଶନ, ହୁ ହୁ ହୋଇ ବଢିବ ଟଙ୍କା…

ବୈଦିକ ଜ୍ୟୋତିଷରେ ଦେବଗୁରୁ ବୃହସ୍ପତିଙ୍କୁ ଜ୍ଞାନ, ଧନ, ସୁଖ, ସନ୍ତାନ ଏବଂ ସୌଭାଗ୍ୟର କାରକ ଗ୍ରହ ଭାବେ ବିବେଚନା କରାଯାଏ। ଗୁରୁ ଯେତେବେଳେ ରାଶି ପରିବର୍ତ୍ତନ କରନ୍ତି,…

କେସିଙ୍ଗା ଅବକାରୀ ଥାନାରେ ନୂଆ ଓଆଇସିଙ୍କ ଯୋଗଦାନ

କେସିଙ୍ଗା,୫ା୯(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଅବକାରୀ ଥାନାରେ ନୂତନ ଭାବେ ମଳୟ ପ୍ରଧାନ ଓଆଇସି ଭାବେ ଯୋଗଦାନ କରିଛନ୍ତି। ସେ ଏହା ପୂର୍ବରୁ ବରଗଡ଼ରେ ଏଆଇସି…

ହୃଦୟ ଜିଣିଲେ ହାର୍ଦ୍ଦିକ ପାଣ୍ଡ୍ୟା: ଭାରତୀୟ ସୈନ୍ୟଙ୍କ ସହ…

ନୂଆଦିଲ୍ଲୀ,୫।୯: ଭାରତୀୟ କ୍ରିକେଟ ଦଳର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଫଟୋ BSF (ସୀମା ସୁରକ୍ଷା ବଳ) କର୍ମଚାରୀଙ୍କ ସହ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ସେ…

ସ୍ତ୍ରୀ ପଛେ ପଛେ ସ୍ବାମୀଙ୍କ ମୃତ୍ୟୁ, ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳି ଆଣିଲେ ୨ ମୃତଦେହ, ସନ୍ଦେହରେ…

ଭଦ୍ରକ,୫ା୯(ସନାତନ ରାଉତ): ମୃତ୍ୟୁର ୨ ଦିନ ପରେ ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳା ହେଲା ଶବ। ସାପ କାମୁଡ଼ାରେ ମୃତ୍ୟୁ ହୋଇଥିବା ସନ୍ଦେହ କରି ପରିବାର…

‘ଯୁଗେ ଯୁଗେ ଗୁରୁ ହିଁ ଶ୍ରେଷ୍ଠ, ଗୁରୁ ହେଉଛନ୍ତି ସମାଜ ସଂସ୍କାରକ’

ଅମରପାଲି,୫ା୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଅମରପାଲି ହାଇସ୍କୁଲରେ ଗୁରୁଦିବସ ପାଳନ ଅବସରରେ ଛାତ୍ରୀମାନଙ୍କ ଦ୍ୱାରା ନାଟକ ତସ୍ମୈ ଶ୍ରୀ ଗୁରବେ ନମଃ ପରିବେଷଣ…

ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କଲା ଆମେରିକା; ଖାର୍ଗ ଦ୍ୱୀପ ନିକଟରେ ୪ କ୍ଷେପଣାସ୍ତ୍ର ମାଡ଼

ତେହରାନ,୫।୯: ଆମେରିକା ଖାର୍ଗ ଦ୍ୱୀପ ନିକଟରେ ଏକ ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କରିଛି। ଆମେରିକା ଜାହାଜ ଉପରେ ଲଗାତାର ଚାରୋଟି କ୍ଷେପଣାସ୍ତ୍ର ମାଡ଼ କରିଛି।…

ଫାଇନାଲ ମ୍ୟାଚ ପୂର୍ବରୁ ବୈଭବଙ୍କୁ ନେଇ ଏ କ’ଣ କହିଦେଲେ ଇଶାନ କିଶନ, ଚାରିଆଡେ ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ, ୫।୯: ଇଷ୍ଟ ଜୋନ ଓ ସାଉଥ ଜୋନ ମଧ୍ୟରେ ରବିବାରଠାରୁ ଦୁଲୀପ ଟ୍ରଫି ୨୦୨୬ର ଫାଇନାଲ ମ୍ୟାଚ ଖେଳାଯିବ। ଚେନ୍ନାଇର ଏମଏ ଚିଦମ୍ବରମ ଷ୍ଟାଡିୟମରେ ଏହି…

ଶିକ୍ଷକ ସମ୍ମାନ ସମାରୋହ: ଆଦର୍ଶ ଶିକ୍ଷୟିତ୍ରୀ-ଶିକ୍ଷକ ସମ୍ବର୍ଦ୍ଧିତ

କଟକସଦର,୫ା୯(ସୁଶାନ୍ତ କୁମାର ଜେନା): ପବିତ୍ର ଗୁରୁଦିବସ ଉପଲକ୍ଷେ କଟକ ସଦର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବ୍ରହ୍ମପୁରଠାରେ ଶନିବାର ଶିକ୍ଷକ ସମ୍ମାନ ସମାରୋହ- ୨୦୨୬ର ଆୟୋଜନ କରାଯାଇଥିଲା। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri