କୁମ୍ଭାରିପଦାର ପାହାଡ଼ ଭୁସ୍ଖଳନ ଘଟଣା: ୪୦୦ ଲୋକଙ୍କୁ ହାତୀମୁଣ୍ଡା ସ୍ଥାନାନ୍ତର କଲା ପ୍ରଶାସନ

ଦାରିଙ୍ଗବାଡି,୬।୧୦(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ହାତୀମୁଣ୍ଡା ପଞ୍ଚାୟତର କୁମ୍ଭାରିପଦାର ଗ୍ରାମ ନିକଟରେ ଥିବା ପାହାଡ ଭୁସ୍ଖଳନ ଘଟଣାକୁ ଜିଲାପାଳ ଆଶିଷ ଈଶ୍ୱର ପାଟିଲ ଗୁରୁତର ସହ ଗ୍ରହଣ କରି ପଦକ୍ଷେପ ନେଇଛନ୍ତି। ଏବେ ଲଘୁଚାପ ଜନିତ ବର୍ଷା କାରଣରୁ ବୁଧବାର କୁମ୍ଭାରିପଦାର ଗ୍ରାମବାସୀଙ୍କୁ ନିଜ ଗ୍ରାମରୁ ହାତୀମୁଣ୍ଡାଠାରେ ରହିଥିବା ସରକାରୀ ବିଦ୍ୟାଳୟକୁ ସ୍ଥାନାନ୍ତରିତ କରାଯାଇଛି। ଉକ୍ତ ଗ୍ରାମର ପ୍ରାୟ ୪୦୦ ଲୋକଙ୍କୁ ବିଦ୍ୟାଳୟକୁ ନିଆଯାଇ ସୁରକ୍ଷିତ ବ୍ୟବସ୍ଥା କରାଯାଇଛି। ପ୍ରଥମେ ସେମାନଙ୍କୁ ରୋଷେଇ କରି ଖାଇବା ପାଇଁ ଚାଉଳ, ଡାଲି ଆଦି ଅତ୍ୟାବଶ୍ୟକୀୟ ସାମଗ୍ରୀ ଯୋଗାଇ ଦିଆଯାଇଥିଲା। ହେଲେ ସେମାନେ ରୋଷେଇ କରି ଖାଇବା ସମ୍ଭବ ନ ଥିବାରୁ କିଛି ଲୋକ ପୁଣି ସାରେ ଘରକୁ ଫେରିଥିଲେ। ଫଳରେ ଗୁରୁବାର ସେମାନଙ୍କୁ ବିଦ୍ୟାଳୟ ପରିସରରେ ରନ୍ଧା ଖାଦ୍ୟ ଯୋଗାଇଦେବାକୁ ସ୍ଥାନୀୟ ପ୍ରଶାସନ ପଦକ୍ଷେପ ନେବାକୁ ନିଷ୍ପତ୍ତି ନେଇଥିବା ବିଡ଼ିଓ ଗଦାଧର ପାତ୍ର କହିଛନ୍ତି।

ବୁଧବାର ବିଡିଓ ଏବଂ ଅତିରିକ୍ତ ତହସିଲଦାର ଭବେଶ ମାଝୀଙ୍କ ଉପସ୍ଥିତିରେ ଅନ୍ତରଙ୍ଗ ଯୁବ ସଙ୍ଘର ଦିଲୀପ କୁମାର ସାହୁ,ରୁଦ୍ରମାଧବ ବେହେରା,ମହେନ୍ଦ୍ର ଦାସ,ପ୍ରଭଞ୍ଜନ ପ୍ରଧାନ ,ଏବଂ ଜାଗୃତିର ଧନେଶ୍ୱର ସାହୁ, ସ୍ଥାନୀୟ ସରପଞ୍ଚ ନବନିତା କପାଟପାତ୍ର ପ୍ରମୁଖଙ୍କ ସହଯୋଗରେ ଏହି ସ୍ଥାନାନ୍ତରିତ କରାଯାଇଛି। ସେହି ସ୍ଥାନ ଏବେ ସମ୍ପୂର୍ଣ ବିପଦପୂର୍ଣ୍ଣ ରହିଥିବାରୁ ଏବେ ସର୍ଭେ କରାଯାଇ ଗ୍ରାମବାସୀଙ୍କୁ ସେହି ଅଞ୍ଚଳରୁ ସମ୍ପୂଣ୍ଣର୍ର୍ ସ୍ଥାୟୀ ଭାବେ ଅନ୍ୟତ୍ର ସ୍ଥାନାନ୍ତରିତ କରାଯିବାକୁ ଜିଲା ପ୍ରଶାସନ ପ୍ରୟାସ କରୁଛି। ଏଥିପାଇଁ ନିଆଯାଉଥିବା ପଦକ୍ଷେପକୁ ଟିକେ ସମୟ ଲାଗିପାରେ ବୋଲି ବିଡ଼ିଓ ଗଦାଧର ପାତ୍ର କହିଛନ୍ତି ।
ସୂଚନାଯୋଗ୍ୟ, ସେପ୍ଟେମ୍ବରରେ ହୋଇଥିବା ଲଗାଣ ବର୍ଷାରେ କୁମ୍ଭରିପଦାର ଗ୍ରାମ ନିକଟରେ ଥିବା ପାହାଡ଼ ଲଗାତାର ଦୁଇଥର ଭୁସ୍ଖଳନ ହୋଇଥିଲା । ଏହାପୂର୍ବରୁ ୨୦୧୮ରେ ପ୍ରଥମ ଥର ପାଇଁ ଭୁସ୍ଖଳନ ହୋଇଥିଲା। ତେଣୁ ସେହି ସ୍ଥାନ ଲୋକଙ୍କ ପାଇଁ ଆଉ ସୁରକ୍ଷିତ ନଥିବା ପ୍ରଶାସନ ହୃଦୟଙ୍ଗମ କରିଛି। ଚଳିତ ବର୍ଷ ଭୁସ୍ଖଳନ ପରେ ସେହି ସ୍ଥାନକୁ ବିଡ଼ିଓ ପାତ୍ର ବାରମ୍ବାର ସେହି ସ୍ଥାନକୁ ଯିବା ସହ ଲୋକଙ୍କ ସୁରକ୍ଷା ପାଇଁ ଜିଲାପାଳଙ୍କ ସହ ଆଲୋଚନା କରି ଏବେ ପଦକ୍ଷେପ ନିଆ ଯାଇଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଶହେ ଲୋକଙ୍କ ପାଇଁ ଶୁଖିଲା ଖାଦ୍ୟ ପ୍ରଦାନ

ଗଞ୍ଜାମ,୨୬ା୪(ଡି.ଏନ.ଏ.)- କରୋନା ଏବେ ସାରା ବିଶ୍ୱରେ କାୟା ବିସ୍ତାର କରି ଚାଲିଛି, କମିବାର ନା ଧରୁନି। ତେଣୁ ସରକାର ଲକ ଡାଉନ ଅବଧି ବଢ଼େଇ ଚାଲିଛନ୍ତି।...

ଡଅଁର ପଞ୍ଚାୟତରେ ସଚେତନତା

ହାଟଡିହୀ, ୨୭।୪(ଡ଼ି.ଏନ.ଏ.)-କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଡଅଁର ପଞ୍ଚାୟତ ଅଧୀନରେ ଥିବା ଡଅଁର, ଚଷାଖଣ୍ଡ, ସରଳା, ଜୋରାଗଡିଆ ପ୍ରଭୃତି ଗ୍ରାମରେ ସରପଞ୍ଚ ହିସି ହେମ୍ବ୍ରମ ଲୋକଙ୍କୁ...

ଅପରାହ୍ଣ ୪ଟା ଯାଏ ଗୃହ ମୁଲତବୀ

ଭୁବନେଶ୍ୱର,୬।୧୨(ବ୍ୟୁରୋ): ପଞ୍ଚମ ଦିନରେ ବି ଚାଲି ପାରିଲାନି ବିଧାନସଭା। ଆଜି ଅଧିବେଶନ ଆରମ୍ଭରୁ ପୁଣି ଥରେ ବିରୋଧୀଙ୍କ ହଟ୍ଟଗୋଳ ଦେଖିବାକୁ ମିଳିଛି । ଫଳରେ ଗୃହକୁ...

ନକଲି ଗୁଟ୍‌ଖା କାରଖାନା ଠାବ

କଟକ ଅଫିସ, ୧୭।୧୨ :କଟକରେ ପୁଣି ଏକ ନକଲି କାରଖାନା ଠାବ ହୋଇଛି। ବୁଧବାର ପୋଲିସ ଜଗତପୁର ତଳବଣିଆସ୍ଥିତ ନକଲି ଗୁଟ୍‌ଖା କାରଖାନା ଉପରେ ଚଢ଼ାଉ...

ଗଞ୍ଜେଇ ଜବତ, ଜଣେ ଗିରଫ

ଦାରିଙ୍ଗବାଡ଼ି,୨୫।୧୦(ଡି.ଏନ.ଏ)- ଦାରିଙ୍ଗବାଡ଼ି ପୋଲିସ ଏକ ବାଇକ ସହ ୮କେଜି ୭ଶହ ଗ୍ରାମ ଗଞ୍ଜେଇ ଜବତ କରିବା ସହ ଏଥିରେ ସମ୍ପୃକ୍ତ ଯୁବକଙ୍କୁ ଗିରଫ କରିଛି। ସେ...

ଜୁନ୍‌ରେ ଅଧିକ ବର୍ଷା

ଭୁବନେଶ୍ୱର,୧ା୬(ବ୍ୟୁରୋ): ଚଳିତ ବର୍ଷ ଜୁନ୍‌ ମାସରେ ଓଡ଼ିଶାରେ ସ୍ବାଭାବିକଠାରୁ ଅଧିକ ବର୍ଷା ହେବ। ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ଏଭଳି ଅନୁମାନ କରିଛି। ଜୁନ୍‌ରୁ ସେପ୍ଟେମ୍ବର...

ଗୁଡ଼ାରି ବ୍ଲକରେ ପହଞ୍ଚତ୍ପାରିନି ପୂର୍ତ୍ତ ବିଭାଗ ରାସ୍ତା

ଗୁଡ଼ାରି,୨୧।୯(ଡି.ଏନ୍‌.ଏ.): ରାୟଗଡ଼ା ଜିଲା ଗୁଡ଼ାରି ଏନ୍‌ଏସିକୁ ସଂଯୋଗ କରୁଥିବା ସମସ୍ତ ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ରାସ୍ତାଗୁଡ଼ିକରେ ବଡ଼ ବଡ଼ ଗର୍ତ୍ତ ସୃଷ୍ଟିହେବା ସହ ଉଭୟ...

ଦାଦାଙ୍କ ସହ ଦାଦାଗିରି କରିବେ ଅନୁଭବ

ଭୁବନେଶ୍ୱର,୫।୨: ସାରା ବିଶ୍ୱରେ ଦାଦା ଭାବେ ବେଶ୍‌ ଲୋକପ୍ରିୟତା ହାସଲ କରିଛନ୍ତି ପୂର୍ବତନ ଭାରତୀୟ କ୍ରିକେଟର ଅଧିନାୟକ ସୌରଭ ଗାଙ୍ଗୁଲି। ଶନିବାର ଜୀ ସାର୍ଥକରେ ପ୍ରସାରିତ...

Advertisement
Archives

Model This Week