କୁମ୍ଭାରିପଦାର ପାହାଡ଼ ଭୁସ୍ଖଳନ ଘଟଣା: ୪୦୦ ଲୋକଙ୍କୁ ହାତୀମୁଣ୍ଡା ସ୍ଥାନାନ୍ତର କଲା ପ୍ରଶାସନ

ଦାରିଙ୍ଗବାଡି,୬।୧୦(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ହାତୀମୁଣ୍ଡା ପଞ୍ଚାୟତର କୁମ୍ଭାରିପଦାର ଗ୍ରାମ ନିକଟରେ ଥିବା ପାହାଡ ଭୁସ୍ଖଳନ ଘଟଣାକୁ ଜିଲାପାଳ ଆଶିଷ ଈଶ୍ୱର ପାଟିଲ ଗୁରୁତର ସହ ଗ୍ରହଣ କରି ପଦକ୍ଷେପ ନେଇଛନ୍ତି। ଏବେ ଲଘୁଚାପ ଜନିତ ବର୍ଷା କାରଣରୁ ବୁଧବାର କୁମ୍ଭାରିପଦାର ଗ୍ରାମବାସୀଙ୍କୁ ନିଜ ଗ୍ରାମରୁ ହାତୀମୁଣ୍ଡାଠାରେ ରହିଥିବା ସରକାରୀ ବିଦ୍ୟାଳୟକୁ ସ୍ଥାନାନ୍ତରିତ କରାଯାଇଛି। ଉକ୍ତ ଗ୍ରାମର ପ୍ରାୟ ୪୦୦ ଲୋକଙ୍କୁ ବିଦ୍ୟାଳୟକୁ ନିଆଯାଇ ସୁରକ୍ଷିତ ବ୍ୟବସ୍ଥା କରାଯାଇଛି। ପ୍ରଥମେ ସେମାନଙ୍କୁ ରୋଷେଇ କରି ଖାଇବା ପାଇଁ ଚାଉଳ, ଡାଲି ଆଦି ଅତ୍ୟାବଶ୍ୟକୀୟ ସାମଗ୍ରୀ ଯୋଗାଇ ଦିଆଯାଇଥିଲା। ହେଲେ ସେମାନେ ରୋଷେଇ କରି ଖାଇବା ସମ୍ଭବ ନ ଥିବାରୁ କିଛି ଲୋକ ପୁଣି ସାରେ ଘରକୁ ଫେରିଥିଲେ। ଫଳରେ ଗୁରୁବାର ସେମାନଙ୍କୁ ବିଦ୍ୟାଳୟ ପରିସରରେ ରନ୍ଧା ଖାଦ୍ୟ ଯୋଗାଇଦେବାକୁ ସ୍ଥାନୀୟ ପ୍ରଶାସନ ପଦକ୍ଷେପ ନେବାକୁ ନିଷ୍ପତ୍ତି ନେଇଥିବା ବିଡ଼ିଓ ଗଦାଧର ପାତ୍ର କହିଛନ୍ତି।

ବୁଧବାର ବିଡିଓ ଏବଂ ଅତିରିକ୍ତ ତହସିଲଦାର ଭବେଶ ମାଝୀଙ୍କ ଉପସ୍ଥିତିରେ ଅନ୍ତରଙ୍ଗ ଯୁବ ସଙ୍ଘର ଦିଲୀପ କୁମାର ସାହୁ,ରୁଦ୍ରମାଧବ ବେହେରା,ମହେନ୍ଦ୍ର ଦାସ,ପ୍ରଭଞ୍ଜନ ପ୍ରଧାନ ,ଏବଂ ଜାଗୃତିର ଧନେଶ୍ୱର ସାହୁ, ସ୍ଥାନୀୟ ସରପଞ୍ଚ ନବନିତା କପାଟପାତ୍ର ପ୍ରମୁଖଙ୍କ ସହଯୋଗରେ ଏହି ସ୍ଥାନାନ୍ତରିତ କରାଯାଇଛି। ସେହି ସ୍ଥାନ ଏବେ ସମ୍ପୂର୍ଣ ବିପଦପୂର୍ଣ୍ଣ ରହିଥିବାରୁ ଏବେ ସର୍ଭେ କରାଯାଇ ଗ୍ରାମବାସୀଙ୍କୁ ସେହି ଅଞ୍ଚଳରୁ ସମ୍ପୂଣ୍ଣର୍ର୍ ସ୍ଥାୟୀ ଭାବେ ଅନ୍ୟତ୍ର ସ୍ଥାନାନ୍ତରିତ କରାଯିବାକୁ ଜିଲା ପ୍ରଶାସନ ପ୍ରୟାସ କରୁଛି। ଏଥିପାଇଁ ନିଆଯାଉଥିବା ପଦକ୍ଷେପକୁ ଟିକେ ସମୟ ଲାଗିପାରେ ବୋଲି ବିଡ଼ିଓ ଗଦାଧର ପାତ୍ର କହିଛନ୍ତି ।
ସୂଚନାଯୋଗ୍ୟ, ସେପ୍ଟେମ୍ବରରେ ହୋଇଥିବା ଲଗାଣ ବର୍ଷାରେ କୁମ୍ଭରିପଦାର ଗ୍ରାମ ନିକଟରେ ଥିବା ପାହାଡ଼ ଲଗାତାର ଦୁଇଥର ଭୁସ୍ଖଳନ ହୋଇଥିଲା । ଏହାପୂର୍ବରୁ ୨୦୧୮ରେ ପ୍ରଥମ ଥର ପାଇଁ ଭୁସ୍ଖଳନ ହୋଇଥିଲା। ତେଣୁ ସେହି ସ୍ଥାନ ଲୋକଙ୍କ ପାଇଁ ଆଉ ସୁରକ୍ଷିତ ନଥିବା ପ୍ରଶାସନ ହୃଦୟଙ୍ଗମ କରିଛି। ଚଳିତ ବର୍ଷ ଭୁସ୍ଖଳନ ପରେ ସେହି ସ୍ଥାନକୁ ବିଡ଼ିଓ ପାତ୍ର ବାରମ୍ବାର ସେହି ସ୍ଥାନକୁ ଯିବା ସହ ଲୋକଙ୍କ ସୁରକ୍ଷା ପାଇଁ ଜିଲାପାଳଙ୍କ ସହ ଆଲୋଚନା କରି ଏବେ ପଦକ୍ଷେପ ନିଆ ଯାଇଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁରରେ ରେକର୍ଡ ବର୍ଷା; ଯାତାୟତ ସମ୍ପୂର୍ଣ୍ଣ ଠପ୍, ପାଣିରେ ଫସିଲା ଆମ୍ବୁଲାନ୍ସ

ଥୁଆମୂଳ ରାମପୁର,୨୩ା୮(ଦୁର୍ଗା କୀର୍ତ୍ତି): ଲଘୁଚାପ ପ୍ରଭାବରେ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲାରେ ପ୍ରବଳ ବର୍ଷା ଜାରି ରହିଥିବା ବେଳେ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ ରେକର୍ଡ…

ଭରା ପାଣିରେ ବଞ୍ଚିବା ପାଇଁ ସଂଘର୍ଷ, ଗ୍ରାମବାସୀ ଜନପ୍ରତିନିଧିଙ୍କୁ ଅଭିଯୋଗ କରିବା ପରେ ବି…

ଗୁଡ଼ାରି,୨୩ା୮(ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକର ପେଣ୍ଡିଲି ପଞ୍ଚାୟତ ଅନ୍ତର୍ଗତ ପଞ୍ଚୁପାଣ୍ଡବ ଗ୍ରାମ ନିକଟରେ ପ୍ରବାହିତ ନାଳରେ ଲଘୁଚାପ ଜନିତ ବର୍ଷା ଯୋଗୁ ଅଧିକ…

ଆସନ୍ତାକାଲି ପ୍ରବଳ ବର୍ଷା ସହ ବଜ୍ରପାତ ସମ୍ଭାବନା: ଏହି ଜିଲାରେ ସବୁ ସ୍କୁଲ ଛୁଟି

ନବରଙ୍ଗପୁର,୨୩ା୮(ସଦାଶିବ ପ୍ରହରାଜ): ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ନବରଙ୍ଗପୁର ଜିଲାରେ ଆସନ୍ତାକାଲି ଅର୍ଥାତ୍‌ ୨୪ ଅଗଷ୍ଟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହିତ ଘଡ଼ଘଡ଼ି ଓ ବଜ୍ରପାତର…

ଆଡ୍‌ମିଶନ ଆଳରେ ଠକେଇ, ସାଇବର ଠକଙ୍କୁ ବାନ୍ଧିଲା ପୋଲିସ

ଅତାବିରା,୨୩ା୮(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲାର ବିଭିନ୍ନ କଲେଜ ଛାତ୍ରୀଛାତ୍ରଙ୍କ ଆଡ୍‌ମିଶନ ଆଳରେ ଠକେଇ କରି ଚାଲିଥିବା ଜଣେ ସାଇବର ଠକଙ୍କୁ ଅତାବିରା ପୋଲିସ ଗିରଫ କରିଛି। ଗିରଫ…

ଧୋଇଗଲା ୨୦ ଫୁଟର ରାସ୍ତା, ଝରିଗାଁ-ଡାବୁଗାଁ ମୁଖ୍ୟ ରାସ୍ତାରେ ଯାତାୟାତ ବନ୍ଦ

ଝରିଗାଁ,୨୩ା୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ଲଗାଣ ବର୍ଷା ଯୋଗୁ ଝରିଗାଁ ବ୍ଲକ କୁଟ୍ରିଛାପର ପଞ୍ଚାୟତ ଅନ୍ତର୍ଗତ ଚିକିଲି ନଦୀର ସୁରକ୍ଷା ପାଚେରୀ ସହ…

ନାବାଳିକାଙ୍କୁ ବଳାତ୍କାର କରି ଗର୍ଭବତୀ କରିଥିବା ଅଭିଯୋଗ: ଜଣେ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ବଞ୍ଚୋ,୨୩ା୮(ପ୍ରଦୋଷ ବିଶ୍ୱାଳ): ଜଣେ ନାବାଳିକାଙ୍କୁ ବଳାତ୍କାର କରି ଗର୍ଭବତୀ କରିଥିବା ଅଭିଯୋଗରେ ରାମଚନ୍ଦ୍ରପୁର ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରି ପୋକ୍ସୋ କୋର୍ଟକୁ ପଠାଇଛି। ଏନେଇ ରାମଚନ୍ଦ୍ରପୁର…

ସାଇବର ଠକେଇର ଶିକାରଙ୍କୁ ୪୫ ଲକ୍ଷ ଟଙ୍କା ଫେରାଇଲା ସମ୍ବଲପୁର ପୋଲିସ

ସମ୍ବଲପୁର, ୨୩।୮ (ପ୍ରମୋଦ ବହିଦାର): ସମ୍ବଲପୁର ଜିଲାରେ ବଢ଼ୁଥିବା ସାଇବର ଅପରାଧ ଓ ଆର୍ଥିକ ଠକେଇ ବିରୋଧରେ ସମ୍ବଲପୁର ପୋଲିସକୁ ବଡ଼ ସଫଳତା ମିଳିଛି। ସାଇବର ଥାନା…

କାନ୍ଥରୁ ଲିଭିନି ‘ଶୁଭ ବିବାହ: ଭାଇ ହାତରେ ରାଖୀ ବାନ୍ଧିବାକୁ ଚାହିଁ ରହିଥିଲା ଭଉଣୀ , ହେଲେ ବିଧିର ବିଧାନ କିଛି ଅଲଗା ଫେରୁଛି ଶବ

ଖଲ୍ଲିକୋଟ, ୨୩/୮ (ପ୍ରଶାନ୍ତ କୁମାର ମିଶ୍ର/ବିଦ୍ୟାଧର ସାହୁ): ଗଞ୍ଜାମରେ ସରୁନି ଦାଦନ ଦୁଃଖ। ଭଉଣୀ ହାତରେ ରହିଗଲା ରାଖୀ, ଦୁବାଇରୁ ଆସିଲା ଭାଇଙ୍କ ମୃତଦେହ। ସରକାର ବଦଳୁଛି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri