ଧରାପଡ଼ିଲା ହାଇଓ୍ବେ ଲୁଟେରା ଗ୍ୟାଙ୍ଗ୍‌

ଖୋର୍ଦ୍ଧା ଅଫିସ,୬ା୪: ଖୋର୍ଦ୍ଧା ପୋଲିସ ମଙ୍ଗଳବାର ଏକ ହାଇଓ୍ବେ ଲୁଟେରା ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି। ଏହି ଗ୍ୟାଙ୍ଗ୍‌ର ଜଣେ ନାବାଳକ ସମେତ ୫ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ ଜଟଣୀ ଥାନା ବେଣାପଞ୍ଜୁରୀ ଗ୍ରାମର ଅମଜାଦ୍‌ ଖାନ ଓରଫ କ୍ରିଷ୍ଣା ଓରଫ ସୋନୁ(୨୩), ଏସ୍‌.କେ ଜୁମା(୨୬), ଏମଡି. ଅଖତର ଏବଂ ବେଗୁନିଆ ଥାନା ଗଡମାଣିତ୍ରୀର ଶଙ୍କର ଓରଫ ପୁରୁଷୋତ୍ତମ ବାରିକ। ଏମାନଙ୍କ ନିକଟରୁ ୧ବୋଲେରୋ,୨ଟନ ଲୁହା ତାର, ୨ଟି ପିକଅପ ଭ୍ୟାନ୍‌, ୯୮ଟି ଗିଫ୍ଟ ସାମଗ୍ରୀ, ୫ଟି ଛେଳି, ୯ଟି ମେଣ୍ଢା, ବାଇକ ଓ ଖଣ୍ଡା ଜବତ ହୋଇଛି। ସମସ୍ତ ଜବତ ସମ୍ପତ୍ତିର ମୂଲ୍ୟ ୬୦ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ହେବ ବୋଲି ମଙ୍ଗଳବାର ସଦର ଥାନାରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଜିଲା ଆରକ୍ଷୀ ଅଧୀକ୍ଷକ ଅଲେଖ ଚନ୍ଦ୍ର ପହି ସୂଚନା ଦେଇଛନ୍ତି।
ପହିଙ୍କ ସୂଚନା ମୁତାବକ, ଗତ ମାର୍ଚ୍ଚ ୨୯ ରେ ବିଶାଖାପାଟଣାରୁ ଭୁବନେଶ୍ୱରକୁ ଏକ ପିକଅପ୍‌ ଭ୍ୟାନ(ଏପି ୩୯ ଓ୍ବାଇ-୩୨୯୪)ରେ ୩ଟନରୁ ଊର୍ଦ୍ଧ୍ୱ ଉଚ୍ଚ କ୍ଷମତାସମ୍ପନ୍ନ ଲୁହା ତାର ନେଇ ଏମ୍‌.ସତ୍ୟନାରାୟଣ ଯାଉଥିଲେ। ସଦର ଥାନା ଅନ୍ତର୍ଗତ ୧୬ନଂ. ଜାତୀୟ ରାଜପଥ ଓସିସି ଛକରେ କେତେଜଣ ଦୁର୍ବୃତ୍ତ ତାଙ୍କୁ ଭୟଭୀତ କରାଇ ମୋବାଇଲ ଫୋନ ସହ ପିକ୍‌ଅପ ଭ୍ୟାନ ବୋଝେଇ ଲୁହା ତାର ଲୁଟି ନେଇଥିଲେ। ଏନେଇ ସଦର ଥାନାରେ ଏକ ମାମଲା (ନଂ.୫୦/୨୨) ରୁଜୁ ହୋଇଥିଲା। ସେହିପରି ମାର୍ଚ୍ଚ ୧୮ରେ ପିପିଲି ମାଟିଆପଡାର ଛବି ପ୍ରଧାନ ପୁରୀରୁ ବ୍ରହ୍ମପୁରକୁ ଏକ ପିକ୍‌ଅପ ଭ୍ୟାନ(ଓଡି ୩୩ପି ୪୭୪୧)ରେ ବିଭିନ୍ନ ଦେବଦେବୀଙ୍କ ଫଟୋ ଓ ଗିଫ୍ଟ ସାମଗ୍ରୀ ଧରି ଯାଉଥିଲେ। ରାତି ପ୍ରାୟ ସାଢେ ୮ଟାରେ ୭ଜଣ ଦୁର୍ବୃତ୍ତ ତାଙ୍କ ବେକରେ ଖଣ୍ଡା ଲଗାଇ ମୋବାଇଲ ଫୋନ, ପିକଅପଭ୍ୟାନ ସହ ସାମଗ୍ରୀ ଲୁଟି ନେଇଥିଲେ। ଏନେଇ ଥାନାରେ ଏକ ମାମଲା(ନଂ. ୫୩/୨୨)ରୁଜୁ ହୋଇଥିଲା। ଏହି ଖବରଦାତା ସମ୍ମିଳନୀରେ ସଦର ଏସ୍‌ଡିପିଓ ସୁଶୀଲ କୁମାର ମିଶ୍ର, ସଦର ଥାନାଧିକାରୀ ଅନିତା ସାହୁ, ଜଙ୍କିଆ ଥାନାଧିକାରୀ ଦିଗ୍‌ବିଜୟ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ।
ଆରମ୍ଭ ହୋଇଥିଲା ସ୍ବତନ୍ତ୍ର ଡ୍ରାଇଭ
ଜାତୀୟ ରାଜପଥର ବିଭିନ୍ନ ଛକରେ ଲୁଟପାଟ ନେଇ ବାରମ୍ବାର ଅଭିଯୋଗ ପରେ ଆରମ୍ଭ ହୋଇଥିଲା ସ୍ବତନ୍ତ୍ର ଡ୍ରାଇଭ। ବାଲୁଗଁା ଏସ୍‌ଡିପିଓ ମାନସ ରଞ୍ଜନ ବାରିକ, ସଦର ଏସ୍‌ଡିପିଓ ସୁଶୀଲ ମିଶ୍ରଙ୍କ ତତ୍ତ୍ୱାବଧାନରେ ଦୁଇଟି ସ୍ବତନ୍ତ୍ର ଟିମ ଗଠନ କରାଯାଇ ଅପରେସନ ଆରମ୍ଭ ହୋଇଥିଲା। ଏହି ଟିମରେ ସଦର ଥାନାଧିକାରୀ ଅନିତା ସାହୁ, ଜଙ୍କିଆ ଆଇଆଇସି ଦିଗବିଜୟ ବିଶ୍ୱାଳ, ବେଗୁନିଆ ଆଇଆଇସି ଲକ୍ଷ୍ମୀ ପ୍ରସାଦ ଶତପଥୀ, ନିରାକାରପୁର ଆଇଆଇସି ଗୀତାଞ୍ଜଳି ନାୟକ, ଏସ୍‌ଆଇ ରଶ୍ମିରଞ୍ଜନ ଦାଶ, ପି.ଏଲ୍‌ ପ୍ରଧାନ, ଏଏସ୍‌ଆଇ ତପନ ପ୍ରଧାନ, ରାମଚନ୍ଦ୍ର ମିଶ୍ର, ଦେବିପ୍ରସାଦ ରଥଙ୍କ ସମେତ ସ୍ପେଶାଲ ସ୍କ୍ବାଡ୍‌ ଟିମ ରହିଥିଲେ। ଏହି ଟିମ୍‌ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଉପରୋକ୍ତ ଅଭିଯୁକ୍ତଙ୍କୁ ଧରିଥିଲା।
ଏକାଧିକ ମାମଲାରେ ସମ୍ପୃକ୍ତି
ଅଭିଯୁକ୍ତଙ୍କୁ ଜେରା ବେଳେ ଏମାନେ ବିଭିନ୍ନ ମାମଲାରେ ସମ୍ପୃକ୍ତି ରହିଥିବା ଜଣାପଡିଥିଲା। ଗତ ମାର୍ଚ୍ଚ ୨୬ ରାତିରେ ବେଗୁନିଆ ଥାନା ଅନ୍ତର୍ଗତ ଗୋଡା ଗ୍ରାମରୁ ଚୋରି ହୋଇଥିବା ଛେଳି ଚୋରି ଏବଂ ଆକ୍ରମଣ ଘଟଣା(ନଂ.୭୭/୨୨ରେ), ସେହି ତାରିଖ ରାତିରେ ଲୋକିପୁର ଗ୍ରାମରୁ ୯ଟି ଛେଳି ଚୋରି ଘଟଣା(ନଂ.୭୮/୨୨)ଏବଂ ମାର୍ଚ୍ଚ ୨୫ ରାତିରେ ନାରାୟଣି ପାଟଣା ଗ୍ରାମରୁ ୧୦ଟି ମେଣ୍ଢା ଚୋରି ଘଟଣା(ନଂ.୭୯/୨୨)ରେ ଅମଜାଦ ଖାନ ଏବଂ ପୁରୁଷୋତମ ବାରିକଙ୍କ ସମ୍ପୃକ୍ତି ରହିଛି। ସେହିପରି ମାର୍ଚ୍ଚ ୨୬ ତାରିଖ ନୟାଗଡ ଜିଲା ଚାନ୍ଦପୁର ଥାନା ଅନ୍ତର୍ଗତ ରାଇପଡା କ୍ରସର ଛକରୁ ବୋଲେରେ ଚୋରି କରି ନେଇଥିବା ନେଇ ଥାନା (ନଂ.୩୭/୨୨)ରେ ଏକ ମାମଲା ରୁଜୁ ହୋଇଥିଲା। ଏଥିରେ ଅମଜାଦଙ୍କ ସମେତ ୫ଜଣଙ୍କ ସମ୍ପୃକ୍ତି ରହିଥିବା ଜଣାପଡ଼ିଛି।
ଅମଜାଦ ଓ ଜୁମା ପେସାଦାର ଅପରାଧୀ
ଅମଜାଦ ଖାନ ଏବଂ ଏସ୍‌.କେ. ଜୁମା ହେଉଛନ୍ତି ପେସାଦାର ଅପରାଧୀ। ଏମାନଙ୍କର ଗ୍ୟାଙ୍ଗ ରହିଛି। ଏହି ଗ୍ୟାଙ୍ଗ ଜାତୀୟ ରାଜପଥରେ ଲୁଟପାଟ କରିଥାନ୍ତି। ବିଭିନ୍ନ ଥାନାରେ ଏମାନଙ୍କ ବିରୋଧରେ ମାମଲା ରହିଥିବା ବେଳେ ବିଭିନ୍ନ ଅପରାଧରେ ଜଡିତ ରହିଛନ୍ତି। ଅମଜାଦଙ୍କ ନାମରେ ଜଟଣୀ ଥାନାରେ ୬ଟି, ଖୋର୍ଦ୍ଧା ଟାଉନ ଥାନାରେ ୪, ଚାନ୍ଦପୁରରେ ଗୋଟିଏ, ବେଗୁନିଆରେ ୩ ଏବଂ ନିରାକାରପୁର ଥାନାରେ ଗୋଟିଏ ମୋଟ ୧୫ଟି ମାମଲା ରହିଛି। ସେହିପରି ଏସ.କେ ଜୁମାଙ୍କ ବିରୋଧରେ ଜଟଣୀ ଥାନାରେ ୫ଟି, ଖଣ୍ଡିଗିରି ଓ ନିରାକାରପୁର ଥାନାରେ ଗୋଟିଏ ଲେଖାଏ ମୋଟ ୭ଟି ମାମଲା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ପ୍ରାର୍ଥୀ ବଦଳାଇବ ଭାଜପା, ପର୍ଶୁରାମ ଧଡାଙ୍କ ଘର ବାହୁଡା ପରେ ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ୱର,୨୬।୪: ପୁଣିଥରେ ପ୍ରାର୍ଥୀ ବଦଳାଇପାରେ ଭାରତୀୟ ଜନତା ପାର୍ଟି । ସୋର ବିଧାୟକ ପର୍ଶୁରାମ ଧଡା ଭାଜପାରେ ସାମିଲ ହେବା ପରେ ପ୍ରାର୍ଥୀ ପରିବର୍ତନ ନେଇ...

ଆନ୍ଦୋଳନ ପରେ ପରୀକ୍ଷା ଘୁଞ୍ଚିଲା

ଭୁବନେଶ୍ୱର, ୨୬।୪(ଅସମାପିକା ସାହୁ)- ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଚତୁର୍ଥ ସେମିଷ୍ଟର ପରୀକ୍ଷା ଘୁଞ୍ଚାଇବା ଦାବିରେ ଛାତ୍ରୀମାନେ ଆନ୍ଦୋଳନ କରିବା ପରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ପୂର୍ବ ନିଷ୍ପତ୍ତିରେ...

ମଇଦାନକୁ ଓହ୍ଲାଇବେ ମୋକିମଙ୍କ ଝିଅ ସୋଫିଆ, ବିରୋଧୀ ଛାନିଆ

କଟକ,୨୬।୪: ବିଧାୟକ ମହମ୍ମଦ ମୋକିମଙ୍କ ଝିଅ ସୋଫିଆ ଫିରଦୋସ୍‌ ଏଥର ବାରବାଟୀ-କଟକ ଆସନରୁ ଲଢ଼ିବା ପ୍ରାୟତଃ ନିଶ୍ଚିତ । କେବଳ ଏଆଇସିସିର ଘୋଷଣାକୁ ବାକି ରହିଛି...

ଏଲପିଜି ସିଲିଣ୍ଡରରେ ଭୋଟର ସଚେତନତା ବାର୍ତ୍ତା

କଟକ,୨୬ା୪ (କାର୍ତ୍ତିକ ସାହୁ) ଆଗାମୀ ସାଧାରଣ ନିର୍ବାଚନରେ ଭୋଟଦାନକୁ ଶତ ପ୍ରତିଶତ କରାଇବାର ଲକ୍ଷ୍ୟ ରଖିଛି କଟକ ଜିଲା ପ୍ରଶାସନ। ଭୋଟରମାନଙ୍କୁ ଆକୃଷ୍ଟ କରିବା ପାଇଁ...

ଫୁଟୁଛି ଓଡିଶା, ଅନୁଗୁଳ ସର୍ବୋଚ୍ଚ ଉତ୍ତପ୍ତ ସହର

ଭୁବନେଶ୍ୱର,୨୬।୪(ଅସମାପିକା ସାହୁ): ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ପ୍ରବଳ ଗରମ ଓ ଗୁଳୁଗୁଳିରେ ସାରା ରାଜ୍ୟ ସନ୍ତୁଳି ହେଉଥିବା ବେଳେ...

ଭାଜପାରେ ମିଶିବା ପରେ ଏମିତି କହିଲେ ପର୍ଶୁରାମ ଧଡ଼ା

ଭୁବନେଶ୍ବର, ୨୬।୪: ଭାଜପାରେ ସାମିଲ ହେବା ପରେ ସୋର ବିଧାୟକ ପର୍ଶୁରାମ ଧଡ଼ା ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ମୋଦିଙ୍କ ନେତୃତ୍ୱରେ ଭାରତ ବିକଶିତ ରାଷ୍ଟ୍ର...

ଆହୁରି ୫ଦିନ ଅଣାୟତ ହେବ ତାତି, ଘରୁ ବାହାରିଲେ…

ଭୁବନେଶ୍ୱର,୨୬।୪: ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ପ୍ରବଳ ଗରମ ଓ ଗୁଳୁଗୁଳିରେ ସାରା ରାଜ୍ୟ ସନ୍ତୁଳି ହେଉଥିବା ବେଳେ ଆହୁରି...

VIDEO: ଅଟୋ ଚଳାଇ, ଆଖୁ ପେଡ଼ି ପ୍ରଚାର କଲେ ବିଜେଡି ଏମ୍‌ପି ପ୍ରାର୍ଥୀ ମନ୍ମଥ

ଭୁବନେଶ୍ବର, ୨୬।୪: ବିଜେଡି ଟିକେଟ୍‌ରେ ଭୁବନେଶ୍ବର ଲୋକ ସଭା ଆସନରୁ ପ୍ରାର୍ଥୀ ହୋଇଥିବା ମନ୍ମଥ ରାଉତରାୟ ନିର୍ବାଚନ ପାଇଁ ଜେରଦାର ପ୍ରଚାର କରୁଛନ୍ତି। ଏହି ସମୟରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri