ଉଚ୍ଚ ଶିକ୍ଷାନୁଷ୍ଠାନ ବର୍ଷକୁ ୨ଥର ନାମଲେଖା କରିପାରିବେ

ଭୁବନେଶ୍ୱର, ୧୨।୬(ଅସମାପିକା ସାହୁ):ବିଶ୍ୱବିଦ୍ୟାଳୟ ଏବଂ ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକ ଏଣିକି ବର୍ଷକୁ ଦୁଇଥର ନାମଲେଖା କରିପାରିବେ। ଏନେଇ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ(ୟୁଜିସି) ଅନୁମତି ଦେଇଛି। ୨୦୨୪-୨୫ ଶିକ୍ଷାବର୍ଷରୁ ଏହା ଲାଗୁ ହେବ। ୟୁଜିସି ମୁଖ୍ୟ ଜଗଦେଶ କୁମାର କହିଛନ୍ତି, ବିଦେଶରେ ଥିବା ବିଶ୍ୱବିଦ୍ୟାଳୟଗୁଡ଼ିକ ଭଳି ଭାରତୀୟ ଉଚ୍ଚ ଶିକ୍ଷାନୁଷ୍ଠାନରେ ଦୁଇଥର ନାମଲେଖା ହେଲେ ବହୁ ଛାତ୍ରୀଛାତ୍ର ଉପକୃତ ହୋଇପାରିବେ। ଜୁଲାଇ-ଅଗଷ୍ଟ ଏବଂ ଜାନୁଆରୀ-ଫେବୃଆରୀରେ ନାମଲେଖା ପ୍ରକ୍ରିୟା କରାଯାଇପାରିବ। ନାମଲେଖାରୁ ବଞ୍ଚତ୍ତ ହେଉଥିବା ଛାତ୍ରୀଛାତ୍ରଙ୍କୁ ଆଉ ଏକବର୍ଷ ଅପେକ୍ଷା କରିବାକୁ ପଡ଼ିବ ନାହିଁ। ବୋର୍ଡ ରେଜଲ୍ଟ ପ୍ରକାଶ ହୋଇ ନ ଥିବାରୁ, ସ୍ବାସ୍ଥ୍ୟ ସମସ୍ୟା କିମ୍ବା କୌଣସି ବ୍ୟକ୍ତିଗତ କାରଣରୁ ଯେଉଁ ଛାତ୍ରୀଛାତ୍ର ପ୍ରଥମ ପର୍ଯ୍ୟାୟରେ ନାମଲେଖାଇ ପାରି ନ ଥିବେ, ସେମାନେ ଦ୍ୱିତୀୟ ପର୍ଯ୍ୟାୟରେ ନାମ ଲେଖାଇପାରିବେ। ସେହିଭଳି ବର୍ଷକୁ ଦୁଇଥର ନାମଲେଖା ହେଲେ କମ୍ପାନୀଗୁଡ଼ିକ ମଧ୍ୟ ବର୍ଷକୁ ଦୁଇଥର କ୍ୟାମ୍ପସ ନିଯୁକ୍ତି ଦେଇପାରନ୍ତି ବୋଲି ଜଗଦେଶ କୁମାର କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ବିଶ୍ୱବ୍ୟାପୀ ବିଶ୍ୱବିଦ୍ୟାଳୟଗୁଡ଼ିକ ବର୍ଷକୁ ଦୁଇଥର ନାମଲେଖା ପ୍ରକ୍ରିୟା ଅନୁସରଣ କରୁଛନ୍ତି। ଯଦି ଭାରତୀୟ ଉଚ୍ଚଶିକ୍ଷାନୁଷ୍ଠାନଗୁଡ଼ିକ ଏହାକୁ ଅନୁସରଣ କରନ୍ତି, ତେବେ ଆମର ଉଚ୍ଚଶିକ୍ଷାନୁଷ୍ଠାନଗୁଡ଼ିକ ସେମାନଙ୍କ ଅନ୍ତର୍ଜାତୀୟ ସହଯୋଗ ଏବଂ ଛାତ୍ର ବିନିମୟକୁ ବଢ଼ାଇ ପାରିବେ। ଫଳରେ ଆମେ ବିଶ୍ୱସ୍ତରୀୟ ପ୍ରତିଯୋଗିତା ଓ ବିଶ୍ୱବିସ୍ତରୀୟ ଶିକ୍ଷାଗତ ଯୋଗ୍ୟତାରେ ସମାସ୍କନ୍ଧ ହୋଇପାରିବୁ। ତେବେ ଏଥିପାଇଁ ଶିକ୍ଷାନଷ୍ଠାନଗୁଡିକରେ ପ୍ରଶାସନିକ ବ୍ୟବସ୍ଥାକୁ ସୁଦୃଢ଼ କରିବା ସହିତ ଭିତ୍ତିଭୂମି ବିକାଶ କରିବାକୁ ହେବ। ପର୍ଯ୍ୟାପ୍ତ ସଂଖ୍ୟାରେ ଫାକଲ୍‌ଟି, କର୍ମଚାରୀ ଥିଲେ ଉଚ୍ଚଶିକ୍ଷାନୁଷ୍ଠାନଗୁଡ଼ିକ ଏହାକୁ ଲାଗୁ କରିପାରିବେ। ତେବେ ବିଶ୍ୱବିଦ୍ୟାଳୟ ଏବଂ ଉଚ୍ଚଶିକ୍ଷାନୁଷ୍ଠାନଗୁଡ଼ିକ ପାଇଁ ବର୍ଷକୁ ଦୁଇଥର ନାମଲେଖା ବାଧ୍ୟତାମୂଳକ ହେବ ନାହିଁ ବୋଲି ଜଗଦେଶ ସ୍ପଷ୍ଟ କରିଛନ୍ତି। ୟୁଜିସି ବର୍ଷକୁ ଦୁଇଥର ନାମଲେଖା ପାଇଁ ଅନୁମତି ଦେଇଛି। ଯେଉଁ ଉଚ୍ଚଶିକ୍ଷାନୁଷ୍ଠାନ ସେମାନଙ୍କର ଛାତ୍ରୀଛାତ୍ରଙ୍କ ସଂଖ୍ୟା ବୃଦ୍ଧି କରିବାକୁ କିମ୍ବା କୌଣସି ନୂଆ ପାଠ୍ୟକ୍ରମ ସାମିଲ କରିବା ପାଇଁ ଚାହୁଁଥିବେ, ସେମାନେ ଏହାର ସୁଯୋଗ ନେଇପାରିବେ। କିନ୍ତୁ ଏଥିପାଇଁ ଉଚ୍ଚଶିକ୍ଷାନୁଷ୍ଠାନଗୁଡ଼ିକ ସେମାନଙ୍କ ଆନୁଷ୍ଠାନିକ ନିୟମରେ ଉପଯୁକ୍ତ ସଂଶୋଧନ କରିବା ଆବଶ୍ୟକ ବୋଲି ଜଗଦେଶ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ ପ୍ରଶ୍ନପତ୍ର ଲିକ୍‌: ସାଇବର ଥାନାରେ ମାମଲା, ତଦନ୍ତ ପାଇଁ ଗଠନ ହେଲା କମିଟି

କୋରାପୁଟ,୧୯(ଅମିତାଭ ବେହେରା): ବିକ୍ରମ ଦେବ ବିଶ୍ୱବିଦ୍ୟାଳୟର ଇଂଲିଶ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ଅଭିଯୋଗକୁ ନେଇ ଚର୍ଚ୍ଚା ଏବେ ଜୋର ଧରିଛି। ଘଟଣାର ଗମ୍ଭିରତା ଦୃଷ୍ଟିରୁ ବିଶ୍ୱବିଦ୍ୟାଳୟ…

ଧରାପଡ଼ିଲେ ନକଲି ଏମ୍‌ଭିଆଇ

ଫୁଲବାଣୀ,୧୯ା୯(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ସାରଙ୍ଗଡ ଥାନା ପୋଲିସ ଜଣେ ନକଲି ମୋଟର ଯାନ ନିରୀକ୍ଷକ(ଏମ୍‌ଭିଆଇ)ଙ୍କୁ ଗିରଫ କରିଛି। ସେ ହେଲେ ଚକାପାଦ ଥାନା ଅନ୍ତର୍ଗତ…

ମଧ୍ୟପ୍ରଦେଶ ଟ୍ରାଜେଡ଼ି: ୫ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୯।୯: ମଧ୍ୟପ୍ରଦେଶକୁ ବୁଲିବାକୁ ତଥା ଦେବଦର୍ଶନ ପାଇଁ ଯାଇଥିବା ଓଡ଼ିଶାର ଗୋଟିଏ ପରିବାରର ୭ ଜଣ ସଦସ୍ୟଙ୍କର ଏକ ମର୍ମନ୍ତୁଦ ଦୁର୍ଘଟଣାରେ ଅକାଳ ମୃତ୍ୟୁ ଘଟଣାରେ…

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ: ୨୨ ସେପ୍ଟେମ୍ବର ସୁଦ୍ଧା ଗଭୀର ଅବପାତ ରୂପ ନେବା ଆଶଙ୍କା

ଭୁବନେଶ୍ୱର, ୧୯।୯: ଉତ୍ତର ଆଣ୍ଡାମାନ ସାଗର ଏବଂ ତାହାର ସଂଲଗ୍ନ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଶନିବାର…

ଆରମ୍ଭ ହେଲା ଏସିଆନ ଗେମ୍ସ, ମନୁ ଭାକର, ପବନ ଶେରାଓ୍ବତ ନେଲେ ଭାରତର ନେତୃତ୍ୱ

ନାଗୋୟା,୧୯ା୯: ଦିନକର ସାଙ୍ଗଠନିକ ସ୍ଥାନୀୟ ମିଜୁହୋ ପାର୍କ ଆଥଲେଟିକ୍‌ ଷ୍ଟାଡିୟମରେ ରଙ୍ଗାରଙ୍ଗ ହାଇଟେକ୍‌ ଉଦ୍‌ଘାଟନୀ କାର୍ଯ୍ୟକ୍ରମ ସହ ୨୦ତମ ଏସିଆନ ଗେମ୍ସ ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଛି।…

ଡେଭିିସ କପ୍‌ରେ ଭାରତକୁ ହରାଇଲା କୋରିଆ

ସିଓଲ, ୧୯ା୯: ଏସିଆର ପ୍ରଥମ ଦେଶ ଭାବେ ଡେଭିସ କପ୍‌ ଫାଇନାଲ-୮ରେ ପ୍ରବେଶ ପାଇଁ ମିଳିଥିବା ଏକ ଐତିହାସିକ ସୁଯୋଗକୁ ହରାଇଛି ଭାରତ। ଅନୁଷ୍ଠିତ କ୍ୱାଲିଫାୟର-୨ରେ କୋରିଆ…

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ +୩ ଦ୍ୱିତୀୟ ସେମିଷ୍ଟର ପ୍ରଶ୍ନପତ୍ର ଲିକ୍‌

ଜୟପୁର,୧୯ା୯(ପବନ ପାଣିଗ୍ରାହୀ): କୋରାପୁଟ ଜିଲା ଜୟପୁରସ୍ଥିତ ବିକ୍ରମଦେବ ବିଶ୍ୱବିଦ୍ୟାଳୟ ଅଧୀନରେ ଚାଲିଥିବା +୩ ଦ୍ବିତୀୟ ସେମିଷ୍ଟର ପରୀକ୍ଷାର ଏଇସିସି ଏବିଲିଟି ଏନ୍‌ହାନ୍ସମେଣ୍ଟ କୋର୍ସ ବାଧ୍ୟତାମୂଳକ ଇଂଲିଶ ପ୍ରଶ୍ନପତ୍ର…

ପିଲାସାଲୁଙ୍କି ଜଳଭଣ୍ଡାରରୁ ଜଳ ନିଷ୍କାସନ: ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା, ଜାରି ହେଲା ହାଇ-ଅଲର୍ଟ!

ଖଜୁରୀପଡ଼ା,୧୯ା୯(ବିଦୁର ବେହେରା): ବଙ୍ଗୋପସାଗରରେ ସୃଷ୍ଟ ସକ୍ରିୟ ଲଘୁଚାପ ପ୍ରଭାବରେ ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ପିଲାସାଲୁଙ୍କି ଜଳଭଣ୍ଡାରର ଉପରମୁଣ୍ଡରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ଦେଖାଦେଇଛି। ଜଳଭଣ୍ଡାରର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?