ସମୁଦ୍ରର ଉଚ୍ଚ ଜୁଆରରେ କୂଳ ଲଂଘୁଛି; ବେଳାଭୂମିର ଦ୍ରୁତ ଅବକ୍ଷୟ, ସମୁଦ୍ର ଗର୍ଭରେ ଲୀନ ହେବାର ଆଶଙ୍କାରେ ଉପକୂଳବର୍ତ୍ତୀ ଅଞ୍ଚଳ

ଗଞ୍ଜାମ, ୨୭।୬ (ବିଦ୍ୟାଧର ସାହୁ): ଗଞ୍ଜାମ ଜିଲାର ଗଞ୍ଜାମ ବ୍ଲକ ଅନ୍ତର୍ଗତ ଋଷିକୁଲ୍ୟା ମୁହାଣ ପୁରୁଣାବନ୍ଧଠାରୁ ପ୍ରୟାଗୀ ପର୍ଯ୍ୟନ୍ତ ବେଳାଭୂମି ଗତ କିଛି ଦିନ ଧରି ଦ୍ରୁତ ଗତିରେ ଅବକ୍ଷୟ ହେଉଥିବା ଦେଖାଯାଉଛି। ବିଶେଷକରି ଗୋଖରକୁଦାଠାରୁ ବଟେଶ୍ୱର ମନ୍ଦିର ବେଳାଭୂମି ପର୍ଯ୍ୟନ୍ତ ସମୁଦ୍ର କୂଳର ଦ୍ରୁତ ଅବକ୍ଷୟ ସ୍ଥାନୀୟ ଲୋକଙ୍କ ଚିନ୍ତା ବଢ଼ାଇଛି।

ଉଚ୍ଚ ଜୁଆରର ପ୍ରଭାବରେ ସମୁଦ୍ର କୂଳ ଲଂଘି ଆଗକୁ ମାଡ଼ି ଆସୁଥିବାରୁ ବେଳାଭୂମି ଧୀରେ ଧୀରେ ନଷ୍ଟ ହେଉଛି। ଏହା ସହିତ ବଟେଶ୍ୱର ମନ୍ଦିରରୁ ସମୁଦ୍ର କୂଳକୁ ସଂଯୋଗ କରୁଥିବା ରାସ୍ତା ମଧ୍ୟ ଜୁଆର ମାଡ଼ରେ କ୍ଷତିଗ୍ରସ୍ତ ହୋଇପଡ଼ିଛି। ଫଳରେ ଉପକୂଳବର୍ତ୍ତୀ ଅଞ୍ଚଳର ଲୋକଙ୍କ ମଧ୍ୟରେ ଭୟ ଓ ଅନିଶ୍ଚିତତାର ପରିବେଶ ସୃଷ୍ଟି ହୋଇଛି।

ବିଶେଷଜ୍ଞମାନଙ୍କ ମତରେ, ଏଭଳି ସ୍ଥିତି ଜାରି ରହିଲେ ଆଗାମୀ କିଛି ବର୍ଷ ମଧ୍ୟରେ କଣ୍ଟିଆଗଡ଼, ନୋଳିଆଗାଁ ସମେତ ଅନ୍ୟାନ୍ୟ ଉପକୂଳବର୍ତ୍ତୀ ଅଞ୍ଚଳ ଗୁରୁତର ବିପଦର ସମ୍ମୁଖୀନ ହୋଇପାରେ। ସମୁଦ୍ର କୂଳ ଲଂଘିବା ସହ ବେଳାଭୂମି ପ୍ରାୟ ସମ୍ପୂର୍ଣ୍ଣ ଭାବେ କ୍ଷୟ ହେବାକୁ ବସିଛି। ସେହିପରି ସୁରକ୍ଷା କବଚ ଭାବେ କାମ କରୁଥିବା ଝାଉଁ ଜଙ୍ଗଲ ମଧ୍ୟ ନଷ୍ଟ ହେବାରେ ଲାଗିଛି।

ଏହାର ପ୍ରଭାବ ପର୍ଯ୍ୟଟନ ଉପରେ ମଧ୍ୟ ପଡ଼ିଛି। ବଟେଶ୍ୱର ପୀଠକୁ ଆସୁଥିବା ପର୍ଯ୍ୟଟକମାନେ ସମୁଦ୍ର କୂଳକୁ ଗଲେ ପୂର୍ବଭଳି ବୁଲିବା ପାଇଁ ବେଳାଭୂମି ପାଉନାହାନ୍ତି। ଫଳରେ ପର୍ଯ୍ୟଟକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି।

ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ବର୍ତ୍ତମାନ ଯେପରି ଭାବରେ ବେଳାଭୂମିର ଅବକ୍ଷୟ ଘଟୁଛି, ତାହାର ସ୍ଥାୟୀ ପ୍ରତିକାର ପାଇଁ ସରକାର ଓ ପ୍ରଶାସନ ତୁରନ୍ତ ପଦକ୍ଷେପ ନ ନେଲେ ଭବିଷ୍ୟତରେ ବଡ଼ ଧରଣର ବିପର୍ଯ୍ୟୟ ଘଟିପାରେ। ଏହି ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ଗୁରୁତ୍ୱ ଦେବା ଆବଶ୍ୟକ ବୋଲି ବୁଦ୍ଧିଜୀବୀମାନେ ମତ ପ୍ରକାଶ କରିଛନ୍ତି।

ସୂଚନାଯୋଗ୍ୟ ଯେ, ୨୦୦୬–୦୭ ମସିହାରେ ଏହିଭଳି ଉଚ୍ଚ ଜୁଆର ଓ ସମୁଦ୍ର କୂଳ ଲଂଘିବା ଫଳରେ ପୁରୁଣା ପୋଡ଼ମପେଟା ଗ୍ରାମର ଅନେକ ଘର ଭାଙ୍ଗିଯାଇଥିଲା। ଏଥିସହ ମତ୍ସ୍ୟଜୀବୀଙ୍କ ଜାଲ ଓ ଡଙ୍ଗା ମଧ୍ୟ ସମୁଦ୍ରରେ ଭାସିଯାଇଥିଲା। ପରେ ବାରମ୍ବାର ସମୁଦ୍ର କ୍ଷୟ ଘଟିବାରୁ ୨୦୧୨ ମସିହାରେ ପ୍ରଶାସନ ପକ୍ଷରୁ ପ୍ରାୟ ୧୪୨ଟି ପରିବାରକୁ ସ୍ଥାନାନ୍ତର କରାଯାଇଥିଲା। ବର୍ତ୍ତମାନ ସେମାନେ ରାମଗଡ଼ ପଞ୍ଚାୟତ ଅଧୀନରେ ବସବାସ କରୁଛନ୍ତି।

ସେହିପରି ଫାଇଲିନ୍ ବାତ୍ୟା ପରେ ଡିଆର୍‌ପି (DRP) ଯୋଜନାରେ ବଳକା ପରିବାରମାନଙ୍କୁ ମୟୁରପଦା ନିକଟରେ ଥଇଥାନ କରାଯାଇଥିଲା।

ଅନ୍ୟପଟେ, ବେଳାଭୂମିର ଅବକ୍ଷୟ ଯୋଗୁ ୨୦୨୧ ମସିହାରେ ଋଷିକୁଲ୍ୟା ମୁହାଣ ବେଳାଭୂମିରେ ବିରଳ ଅଲିଭ୍ ରିଡଲେ ସାମୁଦ୍ରିକ କଇଁଛଙ୍କ ଗଣ ଅଣ୍ଡାଦାନ ପ୍ରକ୍ରିୟା ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଥିଲା। ଚଳିତ ବର୍ଷ ଏହି ଗଣ ଅଣ୍ଡାଦାନ ସଫଳ ହୋଇଥିଲେ ମଧ୍ୟ, ବର୍ତ୍ତମାନ ଯେପରି ବେଳାଭୂମିର ଦ୍ରୁତ ଅବକ୍ଷୟ ଘଟୁଛି, ସେଥିରୁ ଆଗାମୀ ଦିନରେ କଇଁଛଙ୍କ ଗଣ ଅଣ୍ଡାଦାନ ପ୍ରକ୍ରିୟା ପୁଣିଥରେ ବାଧାପ୍ରାପ୍ତ ହେବାର ଆଶଙ୍କା ରହିଛି।

ବୁଦ୍ଧିଜୀବୀମାନଙ୍କ ମତରେ, ଏହି ସମସ୍ୟାର ଶୀଘ୍ର ସ୍ଥାୟୀ ସମାଧାନ ନ କରାଗଲେ ଆଗାମୀ ଦିନରେ ଉପକୂଳବର୍ତ୍ତୀ ବିସ୍ତୀର୍ଣ୍ଣ ଅଞ୍ଚଳ ସମୁଦ୍ର ଗର୍ଭରେ ଲୀନ ହେବାର ଆଶଙ୍କାକୁ ଏଡ଼ାଇ ହେବ ନାହିଁ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ପାଟ୍ରୋଲିଂ ସମୟରେ ବିପୁଳ ପରିମାଣର ପାନ ମସଲା ଜବତ, ଟ୍ରକ୍‌ ଯାଞ୍ଚ କରିବାରୁ…

ପାରଳଖେମୁଣ୍ଡି/ମୋହନା,୧୨ା୮(ଗିରିଧାରୀ ପରିଚ୍ଛା/ମନ୍ମଥ ମିଶ୍ର): ଗଜପତି ଜିଲା ଆଡ଼ବା ଥାନା ପୋଲିସ ଏମ୍ଭି ଯାଞ୍ଚ ଓ ପାଟ୍ରୋଲିଂ ବେଳେ ବିପୁଳ ପରିମାଣର ସନ୍ଦିଗ୍ଧ ପାନ ମସଲା ଓ ତମାଖୁଜାତ…

ବାଘ ସଫାରୀରେ ହରିଣ ଶିକାର କଲା ମହାବଳ ବାଘ, ଲାଇଭ ଭିଡିଓ କଲେ ପର୍ଯ୍ୟଟକ

ବାରଙ୍ଗ,୧୨ା୮(ଲିଙ୍ଗରାଜ ରାଉତ): ଓଡ଼ିଶାର ଗର୍ବ କୁହାଯାଉଥିବା ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଏବେ ପଶୁ ଯନ୍ତ୍ରଣା କେନ୍ଦ୍ର ପାଲଟିଛି। ବାଘ ସଫାରୀ ଭିତରୁ ଆସିଥିବା ଏହି ହୃଦୟ ବିଦାରକ…

୨ ମିନିଟ୍‌ର ସୂର୍ଯ୍ୟପରାଗ ଦେଖିବାକୁ ଲକ୍ଷେଟଙ୍କା ଟିକେଟ, ଉଡ଼ିବ ସ୍ୱତନ୍ତ୍ର ବିମାନ

ନୂଆଦିଲ୍ଲୀ,୧୨ା୮: ମାତ୍ର ୨ ମିନିଟ୍ ୧୮ ସେକେଣ୍ଡର ଅନ୍ଧାର ଦେଖିବା ପାଇଁ ଲୋକମାନେ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରୁଛନ୍ତି । ଆଜି ଅର୍ଥାତ୍ ଅଗଷ୍ଟ…

ସୂର୍ଯ୍ୟଙ୍କ ନକ୍ଷତ୍ରରେ ରାଜକୁମାର ବୁଧଙ୍କ ଏଣ୍ଟ୍ରି, ୫ ରାଶିଙ୍କ ଚମକିବ ଭାଗ୍ୟ; ଆଖି ପିଛୁଳାକେ ମିଳିବ ଧନ…

ବୁଧ ଗ୍ରହଙ୍କର କେବଳ ରାଶି ପରିବର୍ତ୍ତନ ନୁହେଁ, ବରଂ ନକ୍ଷତ୍ର ପରିବର୍ତ୍ତନ ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, କାରଣ ସେ ବୈଦିକ ଜ୍ୟୋତିଷ ଶାସ୍ତ୍ରର ସବୁଠାରୁ ଶୁଭ ଗ୍ରହମାନଙ୍କ…

ମଧ୍ୟାହ୍ନଭୋଜନ ଖାଇବା ପରେ ଅସୁସ୍ଥ ହୋଇପଡ଼ିଲେ ୪ ଛାତ୍ରୀ, ଛାତିରେ ଯନ୍ତ୍ରଣା ସହ…

ଦେବଗଡ଼,୧୨ା୮(ଶଶାଙ୍କ ଶେଖର ଝାଙ୍କର): ରାଜ୍ୟରେ ବିଦ୍ୟାଳୟଗୁଡ଼ିକରେ ମଧ୍ୟାହ୍ନଭୋଜନ ବ୍ୟବସ୍ଥାକୁ ନେଇ ବାରମ୍ବାର ପ୍ରଶ୍ନବାଚୀ ସୃଷ୍ଟି ହେଉଥିବାବେଳେ, ପୁଣି ଏକ ଅଘଟଣ ସାମ୍ନାକୁ ଆସିଛି। ଦେବଗଡ଼ ଜିଲା ନଈକୂଳ…

ଛାତ୍ରୀଙ୍କୁ ପ୍ରଧାନଶିକ୍ଷକଙ୍କ ଅସଦାଚରଣ ଅଭିଯୋଗ, ଅଭିଭାବକଙ୍କୁ ଫୋନ୍‌ କରି କହିଲେ ସାର୍‌ ମୋତେ…

ମହାକାଳପଡ଼ା,୧୨ା୮(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ଥାନା ଅଞ୍ଚଳରେ ଏକ ପ୍ରମୁଖ ଶିକ୍ଷାନୁଷ୍ଠାନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନଶିକ୍ଷକଙ୍କ ବିରୋଧରେ ଏକ ସଙ୍ଗୀନ ଅଭିଯୋଗ କରିଛନ୍ତି…

ତ୍ରିରଙ୍ଗା ଆମ ଗର୍ବ ଗୌରବ: ଦେଶାତ୍ମବୋଧକ ନାରା ଦେଇ ପଦଯାତ୍ରାରେ ବାହାରିଲେ ଛାତ୍ରୀଛାତ୍ର

ତୁମୁଡ଼ିବନ୍ଧ,୧୨ା୮(ଦୀପକ କୁମାର ପରାସେଠ୍‌): ତ୍ରିରଙ୍ଗା ଆମ ଗର୍ବ ଗୌରବ ହରଘର ତ୍ରିରଙ୍ଗା କାର୍ଯ୍ୟକ୍ରମ କନ୍ଧମାଳ ଜିଲା ତୁମଡ଼ିବନ୍ଧ ନେତାଜୀ ସୁଭାଷ ବୋଷ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତରଫରୁ…

ସକାଳେ ସ୍ତ୍ରୀଙ୍କ ସହ କଥା ହେଲେ ରାତିରେ ଆସିଲା ମୃତ୍ୟୁଖବର, ହାଇଦ୍ରାବାଦରେ କାମ କରୁକରୁ ଶିବା…

ଥୁଆମୂଳ ରାମପୁର,୧୨ା୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ ଦାଦନ ସମସ୍ୟା ଗମ୍ଭୀର ରୂପ ନେଇଛି। ପରିବାର ଚଳାଇବା ପାଇଁ ଭିଟାମାଟି ଛାଡ଼ି ବାହାର ରାଜ୍ୟକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri