ଉଚ୍ଚସ୍ତରୀୟ ତଦନ୍ତ ଦାବିକଲା କଂଗ୍ରେସ

ଭୁବନେଶ୍ୱର,୨୫।୮(ବ୍ୟୁରୋ):  ପୁରୀ ବଗଲା ଧର୍ମଶାଳା ଜମି ବିକ୍ରିରେ ଆଇନକାନୁନକୁ ଜଳାଞ୍ଜଳି ଦିଆଯାଇ ନାହିଁ, ଶ୍ରୀମନ୍ଦିର ସୁରକ୍ଷା କରିଡର ନଁାରେ ସରକାର ଅଧିଗ୍ରହଣ କରିଥିବା ସମସ୍ତ ଜମି ବିବାଦୀୟ ଏବଂ ବେଆଇନ। ବଗଲା ଧର୍ମଶାଳା ଜମି ଲୋଭ ଦେଖାଇ ସରକାର ଏବଂ ଜିଲା ପ୍ରଶାସନ ଶ୍ରୀମନ୍ଦିରଠାରୁ ୭୫ ମିଟର ପରିଧି ଭିତରେ ଜମି ହରାଇଥିବା ବହୁ ବ୍ୟକ୍ତି ଓ ଲଜ୍‌ ମାଲିକଙ୍କୁ ଭଣ୍ଡାଇଛନ୍ତି ବୋଲି କଂଗ୍ରେସ ଅଭିଯୋଗ କହିଛି। ପ୍ରଦେଶ କଂଗ୍ରେସ ପକ୍ଷରୁ ସୋମବାର ଆୟୋଜିତ ଖବରଦାତା ସମ୍ମିଳନୀରେ ଦଳ ନେତା ସତ୍ୟପ୍ରକାଶ ନାୟକ କହିଛନ୍ତି, ଶ୍ରୀମନ୍ଦିର ସୁରକ୍ଷା କରିଡର ନଁାରେ ହୋଇଥିବା ଜମି ଅଧିଗ୍ରହଣ ରାଜ୍ୟ ସରକାରଙ୍କ ଜମି ଅଧିଗ୍ରହଣ ଓ ପୁନର୍ବାସ ଥଇଥାନ ଆଇନ ୨୦୧୩ ମୁତାବକ କରାଯାଇନାହିଁ। ଏପରିକି ବଗଲା ଧର୍ମଶାଳା ଜମିକୁ ଯେଭଳି ଚଞ୍ଚକତା କରି ମହାପ୍ରଭୁ ଜଗନ୍ନାଥଙ୍କ ନଁାରେ ଥିବା ଜମି ରାଜସ୍ବ ବିଭାଗକୁ ହସ୍ତାନ୍ତର କରାଗଲା ତାହା ବେଆଇନ। ସରକାର ନିୟମ ଉଲ୍ଲଂଘନ କରିଛନ୍ତି ବୋଲି ସତ୍ୟ ଅଭିଯୋଗ କରିଛନ୍ତି।
ସୁରକ୍ଷା କରିଡର ପାଇଁ ଜମି ନେଲା ବେଳେ ସରକାର ଲୋକଙ୍କୁ ଅନ୍ଧାରରେ ରଖି ଆଇନତଃ ଜମି ଅଧିଗ୍ରହଣ ନ କରି ଲୋକଙ୍କଠାରୁ କିଣାବିକା କରିଛନ୍ତି। ୨୦୧୫ରେ ମନ୍ଦିର ନିକଟରେ ଯେଉଁ ଅଳ୍ପ କେତେକ ପ୍ଲଟ୍‌କୁ ସରକାର ନେଇଥିଲେ ସେତେବେଳେ ଡିସିମିଲ ପିଛା ୧,୦୮,୬୧୨ ଟଙ୍କା ହିସାବରେ ମୂଲ୍ୟ ନିର୍ଦ୍ଧାରଣ କରିଥିଲେ। ଏହାର ୪ବର୍ଷ ପରେ ସେହି ଜମି ମୂଲ୍ୟ ଡିସିମିଲ୍‌ ପିଛା ୫୮,୮୮୯ ଟଙ୍କା ସ୍ଥିର କରିଛନ୍ତି। ଅର୍ଥାତ୍‌ ଡିସିମିଲ ଉପରେ ପ୍ରାୟ ୫୦ ହଜାର ଟଙ୍କା କିପରି କାଟିଲେ ବୋଲି ପ୍ରଶ୍ନ କରିଛି କଂଗ୍ରେସ। ଜିଲାପାଳ ନିଜେ ସର୍ବୋଚ୍ଚ ରାଜସ୍ବ ଅଧିକାରୀ ଏବଂ ଲଜିଂ ହାଉସ୍‌ ଫଣ୍ଡ ଅଧ୍ୟକ୍ଷ ହିସାବରେ ଲଜିଂ ହାଉସ୍‌ ଫଣ୍ଡ ନଁାରେ ଥିବା ସ୍ଥିତିବାନ ଜମିକୁ ବେଆଇନ ଭାବେ ସରକାରୀ ଖାତାକୁ ନେବା ଧର୍ତ୍ତବ୍ୟ ଅପରାଧ ବୋଲି କଂଗ୍ରେସ ନେତା ନିଶିକାନ୍ତ ମିଶ୍ର କହିଛନ୍ତି। ଏଥିସହ ଜିଲାପାଳଙ୍କ ବଦଳି କରିବାକୁ ମଧ୍ୟ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଷୋଡ଼ଶ ପର୍ବ ପାଇଁ ପ୍ରଶାସନ ତତ୍ପର: ଝଲସିବ ମା’ ତାରାତାରିଣୀ ପୀଠ

ପୁରୁଷୋତ୍ତମପୁର,୨୮ା୯(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ପବିତ୍ର ଷୋଡ଼ଶ ପର୍ବକୁ ନେଇ ଚଳଚଞ୍ଚଳ ହୋଇଉଠିଛି। ହଜାର ହଜାର ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି…

ଆଫଗାନିସ୍ତାନ ସହ ମ୍ୟାଚ୍ ରଦ୍ଦ, ତଥାପି କିପରି ସେମିଫାଇନାଲରେ ପହଞ୍ଚିଲା ଭାରତ? ଜାଣନ୍ତୁ ନିୟମ

ନୂଆଦିଲ୍ଲୀ,୨୮ା୯: ଏସିଆନ୍ ଗେମ୍ସ ୨୦୨୬ରେ ଭାରତୀୟ ପୁରୁଷ କ୍ରିକେଟ୍‌ ଦଳ ବିନା ମଇଦାନକୁ ଓହ୍ଲାଇ ସେମିଫାଇନାଲ୍‌ରେ ପହଞ୍ଚିଛି । ସୋମବାର ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଖେଳାଯିବାକୁ…

ସୃଷ୍ଟି ହେଲା ଅବପାତ: ଆଗାମୀ ୧୨ ଘଣ୍ଟାରେ ଘନୀଭୂତ ହୋଇ…

ଭୁବନେଶ୍ୱର,୨୮ା୯: ଉତ୍ତର ଆଣ୍ଡାମାନ ସାଗର ଏବଂ ଏହାର ପାର୍ଶ୍ୱବର୍ତ୍ତୀ ମ୍ୟାନ୍‌ମାର ଉପକୂଳରେ ଅବପାତ ସୃଷ୍ଟି ହୋଇଛି। ଲଘୁଚାପ କ୍ଷେତ୍ରଟି କ୍ରମଶଃ ଶକ୍ତିଶାଳୀ ହୋଇ ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ଗତି…

ଟାଟା ଷ୍ଟିଲ ଖଣ୍ଡବନ୍ଧ ଖଣି ସମ୍ମାନିତ

ଯୋଡ଼ା,୨୮ା୯(ମାନସ ମହାନ୍ତି): ସୁରକ୍ଷା, ସ୍ବାସ୍ଥ୍ୟ ଏବଂ ପରିବେଶ (ଏସ୍‌ଏଚ୍‌ଇ) ପରିଚାଳନା କ୍ଷେତ୍ରରେ ଶ୍ରେଷ୍ଠତା ପ୍ରଦର୍ଶନ ପାଇଁ ଟାଟା ଷ୍ଟିଲ୍‌ର ଖଣ୍ଡବନ୍ଧ ଲୁହାପଥର ଖଣି ସମ୍ମାନିତ ହୋଇଛି। କୋଲକାତାଠାରେ…

କେଦାରନାଥରେ ଅଘଟଣ: ପାହାଡ଼ରୁ ପଥର ଖସି ଚାଲିଗଲା ୫ ବର୍ଷ ଶିଶୁର ଜୀବନ, ୧୧୦୦ ଲୋକଙ୍କୁ ଉଦ୍ଧାର କରାଯାଇ…

ଡେରାଡୁନ୍‌,୨୮ା୯: ରବିବାର ସନ୍ଧ୍ୟାରେ କେଦାରନାଥର ଚିରବାସା ନିକଟରେ ଏକ ଅଭାବନୀୟ ଘଟଣା ଘଟିଛି। ପାହାଡ଼ରୁ ହଠାତ୍ ପଥର ଓ ମାଟି ଅସଡ଼ା ଧସିବା ଫଳରେ ଜଣେ ୫…

ହୋମ୍‌ଷ୍ଟେରୁ ମିଳିଲା ପ୍ରେମିକାଙ୍କ ମୃତଦେହ, ପ୍ରେମିକଙ୍କୁ ଅଟକ ରଖି…

ଗୁଆହାଟି,୨୮।୯: ଗୌହାଟୀ ବିଶ୍ୱବିଦ୍ୟାଳୟର ସମାଜଶାସ୍ତ୍ର ବିଭାଗର ଜଣେ ୨୧ ବର୍ଷୀୟା ଛାତ୍ରୀ ନିମିଷା ଠାକୁରିଆଙ୍କୁ ଗାରାଲ-ଧାରାପୁର ଅଞ୍ଚଳର ଏକ ହୋମ୍‌ଷ୍ଟେରୁ ମୃତ ଅବସ୍ଥାରେ ଉଦ୍ଧାର କରାଯାଇଛି। ଏହି…

ଦକ୍ଷିଣ ଆଫ୍ରିକାରେ ଗୁଳିକାଣ୍ଡ: ୨୭ ମୃତ

କେପ୍‌ ଟାଉନ୍‌,୨୮ା୯: ଦକ୍ଷିଣ ଆଫ୍ରିକୀୟ ସହରରେ ୨ଟି ଗୁଳିକାଣ୍ଡ ଘଟଣାରେ ଅନୂ୍ୟନ ୨୭ ଜଣଙ୍କ ମୃତ୍ୟୁ ହୋଇଛି। ପ୍ରଥମ ଘଟଣା ଶନିବାର ରାତିରେ ଜୋହାନ୍ସବର୍ଗ ନିକଟରେ ଥିବା…

ୟୁଏନ୍‌ଜିଏରେ ପାକିସ୍ତାନକୁ ନିନ୍ଦାକଲେ ଜୟଶଙ୍କର, କହିଲେ କ୍ରମାଗତ ଆତଙ୍କବାଦ ଚଳାଉଥିବା ଦେଶର…

ଜାତିସଂଘ,୨୮ା୯(ପି.ଟି.): ଜାତିସଂଘ ସାଧାରଣ ସଭା (ୟୁଏନ୍‌ଜିଏ)ରେ ଶନିବାର ଭାରତ ପାକିସ୍ତାନକୁ କଡ଼ା ସମାଲୋଚନା କରିଛି। ଆତଙ୍କବାଦକୁ ସ୍ବାଭାବିକ ରୂପ ଦେବା ଏବଂ ଏହାର ପ୍ରଭାବରୁ ରକ୍ଷା ପାଇବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?