ଗାଁରେ ବ୍ୟାପୁଛି ଜ୍ୱର, ଟେଷ୍ଟିଂ ବ୍ୟବସ୍ଥା ନାହିଁ

ପୁରୀ ଅଫିସ,୧୪।୫: ପୁରୀ ଜିଲାର ଗ୍ରାମାଞ୍ଚଳରେ କୋଭିଡ୍‌ ସଂକ୍ରମଣ ସଂଖ୍ୟା ବଢିବାରେ ଲାଗିଛି। ତଥାପି ପ୍ରଶାସନ ପକ୍ଷରୁ ମୋବାଇଲ୍‌ ଟେଷ୍ଟିଂ ଭ୍ୟାନ୍‌ ବୁଲୁଥିବା ଦେଖିବାକୁ ମିଳୁନାହିଁ। ସଂକ୍ରମଣ ବ୍ୟାପୁଥିବା ସତ୍ତ୍ବେ ଲୋକେ ଟେଷ୍ଟିଂ କରିବା ପାଇଁ ଘରୁ ବାହାରୁ ନାହାନ୍ତି। ଏଥିପାଇଁ ଜନ ସଚେତନତାର ଅଭାବ ସାଙ୍ଗକୁ ପ୍ରଶାସନର ଅବହେଳାକୁ ବୁଦ୍ଧିଜୀବୀ ଦାୟୀ କରୁଛନ୍ତି। ପ୍ରଶାସନ ଚାହିଁଲେ ମୋବାଇଲ ଟେଷ୍ଟିଂ ଭ୍ୟାନ୍‌ ଗାଁ ଗାଁ ବୁଲି ସଂକ୍ରମିତଙ୍କୁ ଚିହ୍ନଟ କରିପାରନ୍ତା ବୋଲି କୃଷ୍ଣପ୍ରସାଦ ବ୍ଲକ୍‌ ନୂଆଗାଁ ବାସିନ୍ଦା ଜିତେନ୍ଦ୍ର କୁମାର ମାଝି କହିଛନ୍ତି।
ସୂଚନା ଅନୁଯାୟୀ, ଘରେ ଘରେ ଲୋକଙ୍କୁ ଜ୍ୱର ସହ ଶ୍ୱାସଜନିତ ସମସ୍ୟା ଦେଖାଯାଉଛି। କୋଭିଡ୍‌ରେ ମୃତ୍ୟୁ ଘଟିବା ପରେ ବି ସମ୍ପୃକ୍ତ ବ୍ୟକ୍ତି କୋଭିଡ୍‌ ସଂକ୍ରମିତ ଥିଲେ ବୋଲି ସେମାନଙ୍କ ସମ୍ପର୍କୀୟ କହିବାକୁ ଚାହୁଁନାହାନ୍ତି। ନୂଆଗାଁ, ଫୁଲବାରି, ତିତିପ, ଦେଓପଡ଼ା, ବଡ଼ଝାର ଓ ଗୋମୁଣ୍ଡିଆ ଭଳି ଗ୍ରାମରେ ସଂକ୍ରମଣ ସ୍ଥିତି ଚିନ୍ତାଜନକ ହୋଇପଡ଼ିଲାଣି। ସେହିପରି ଉଭୟ ଭାକ୍ସିନେଶନ୍‌ ଓ ଟେଷ୍ଟିଂ କ୍ଷେତ୍ରରେ ପୁରୀ ଜିଲାର ଗ୍ରାମାଞ୍ଚଳ ପଛରେ ପଡ଼ିଛି। ଭାକ୍ସିନ୍‌ କମ୍‌ ମାତ୍ରାରେ ଆସୁଥିବାରୁ ଜିଲା ପ୍ରଶାସନ ଏହାର ଠିକ ଭାବେ ଆବଣ୍ଟନ କରିବା ଉଚିତ। ପ୍ରଶାସନ କେବଳ ସହରରେ ଭାକ୍ସିନେଶନ୍‌କୁ ଫୋକସ୍‌ କରିବାରେ ଲାଗିଛି। ଫଳରେ ଗ୍ରାମାଞ୍ଚଳରେ ପ୍ରଥମ ଡୋଜ୍‌ ନେବାର ଦୁଇମାସ ପରେ ବି ଲୋକେ ଦ୍ୱିତୀୟ ଡୋଜ୍‌କୁ ଅପେକ୍ଷା କରି ରହିଛନ୍ତି। ଜିଲା ମୁଖ୍ୟ ଚିକିତ୍ସାଳୟ ତଥ୍ୟ ଅନୁଯାୟୀ, ଗତ ଦୁଇଦିନ ହେବ ଗ୍ରାମାଞ୍ଚଳରେ ଭାକ୍ସିନେଶନ୍‌ ହୋଇନାହିଁ। ସେହିପରି ଦ୍ୱିତୀୟ ପର୍ଯ୍ୟାୟରେ ଗ୍ରାମାଞ୍ଚଳରେ ଭାକ୍ସିନେଶନ୍‌ ଅତି କମ୍‌ ପରିମାଣରେ ହୋଇଛି। ଭାକ୍ସିନ୍‌ ପରିମାଣ କମ୍‌ ଥିବାରୁ ପ୍ରଶାସନ ଏଭଳି କରିବାକୁ ବାଧ୍ୟ ହେଉଛି। ତେବେ ପୁରୀ ସହରର ୮ ସ୍ଥାନରେ ଟିକାକରଣ ଚାଲିଛି। ଗ୍ରାମାଞ୍ଚଳରେ ଟିକାକରଣକୁ ନେଇ ଏତେ ଅବହେଳା କାହିଁକି ବୋଲି ସାଧାରଣରେ ପ୍ରଶ୍ନ ଉଠିଲାଣି। ଟିକାର ପ୍ରଥମ ଡୋଜ୍‌ ନେବା ପରେ ୨ୟ ଡୋଜ୍‌ ୪୨ରୁ ୫୬ ଦିନ ମଧ୍ୟରେ ନେବା କଥା। ବ୍ରହ୍ମଗିରି, ପୁରୀ ସଦର, କୃଷ୍ଣପ୍ରସାଦ, ସାକ୍ଷୀଗୋପାଳ ଓ ଡେଲାଙ୍ଗ ଭଳି ଅନେକ ସ୍ଥାନରେ ଲୋକେ ୪୨ ଦିନର ସମୟକୁ ଅତିକ୍ରମ କରିସାରିଲେଣି। ଏହାସତ୍ତ୍ବେ ଟିକାକରଣ ହୋଇପାରୁନାହିଁ। ସେହିଭଳି ଟିକାକରଣ ପାଇଁ ମୋବାଇଲ ଫୋନ୍‌କୁ ମେସେଜ ଆସିବା ନେଇ ଅପେକ୍ଷା କରିଥିବା ଲୋକଙ୍କୁ ନିରାଶ ହେବାକୁ ପଡୁଛି। ଜିଲା ସ୍ବାସ୍ଥ୍ୟ ଅଧିକାରୀ ବିରଜା ଶଙ୍କର ରଥ କହିଛନ୍ତି, ଯେଉଁ ଆପ୍‌ ମାଧ୍ୟମରେ ରେଜିଷ୍ଟ୍ରେଶନ୍‌ କରିବା ପରେ ମୋବାଇଲକୁ ମେସେଜ୍‌ ଆସୁଥିଲା, ତାହା ମାଧ୍ୟମରେ ୨ୟ ଡୋଜ୍‌ ପାଇଁ ଲୋକଙ୍କୁ ମେସେଜ୍‌ ଯାଇପାରୁନାହିଁ। ଅନ୍ୟପକ୍ଷରେ ଗ୍ରାମାଞ୍ଚଳରେ ଅକ୍ସିଜେନ୍‌ ଅଭାବ ସ୍ଥିତି ରହିଛି। ଟେଷ୍ଟିଂ ହେଉ ନ ଥିବାରୁ ଲୋକେ ଡାକ୍ତରଖାନା ବାରଣ୍ଡା ମାଡ଼ୁନାହାନ୍ତି। ଠିକ୍‌ ସମୟରେ ଟେଷ୍ଟିଂ ଓ ରିପୋର୍ଟ ଅଭାବରୁ ମୃତକଙ୍କ ନମ୍ବର କୋଭିଡ୍‌ ମୃତ୍ୟୁ ପରିସଂଖ୍ୟାନକୁ ଆସିପାରୁନାହିଁ। କୃଷ୍ଣପ୍ରସାଦ ଭଳି ଏକ ଲକ୍ଷରୁ ଊର୍ଦ୍ଧ୍ୱ ଗ୍ରାମାଞ୍ଚଳ ପାଇଁ ମାତ୍ର ୧୦ଟି ଅକ୍ସିଜେନ୍‌ ସିଲିଣ୍ଡର ବ୍ୟବସ୍ଥା ରହିଛି। ପୁରୀ ଜିଲାରେ କୋଭିଡ୍‌ଜନିତ ସ୍ବାସ୍ଥ୍ୟସେବା ପାଇଁ ୫୪୩ଟି ସିଲିଣ୍ଡର ମହଜୁଦ ଥିବାବେଳେ ଆଇଡିଏଚ୍‌ରେ ୧୯୯ ଅକ୍ସିଜେନ୍‌ ସିଲିଣ୍ଡର ରହିଛି। ଆଇସିୟୁରେ ଲାଗୁଥିବା ଡି-ଟାଇପ୍‌ ସିଲିଣ୍ଡର ସଂଖ୍ୟା ୧୪୯। ଏହାବ୍ୟତୀତ ଜିଲାର ବିଭିନ୍ନ କୋଭିଡ୍‌ ସେଣ୍ଟରକୁ ମିଶାଇ ୩୯୪ ବି-ଟାଇପ୍‌ ସିଲିଣ୍ଡର ରହିଛି ବୋଲି ଡ୍ରଗ୍ସ ଇନ୍ସପେକ୍ଟର ସତ୍ୟବ୍ରତ ଗିରି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୂର ହେଲା ଏଲପିଜ-ତୈଳ ସଙ୍କଟ! କିଛି ଘଣ୍ଟା ମଧ୍ୟରେ ହର୍ମୁଜରୁ ଆସିବ ଖୁସି ଖବର…

ନୂଆଦିଲ୍ଲୀ,୨୪।୫: ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଦେଇଛନ୍ତି। ନୂଆଦିଲ୍ଲୀରୁ ଭାଷଣ ଦେଇ ସେ ଘୋଷଣା କରିଛନ୍ତି ଯେ…

ମୃତ୍ୟୁକୁ ବିତିଲାଣି ୧୩ ଦିନ, ଆଜି ଭଦଭଦା ଘାଟରେ ହେବ ଟ୍ବିଶାଙ୍କ ଅନ୍ତିମ ସଂସ୍କାର

ଭୋପାଳ,୨୪।୫: ବିବାହର ମାତ୍ର ୫ ମାସ ପରେ ହୋଇଥିବା ଟ୍ବିଶା ଶର୍ମାଙ୍କ ସନ୍ଦେହଜନକ ମୃତ୍ୟୁ ମାମଲା ଏବେ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି। ମୃତ୍ୟୁର ୧୩…

ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଲୋକଙ୍କୁ ନୂଆ ଆଇନ ବିଷୟରେ ସଚେତନ

ଭଞ୍ଜନଗର,୨୪ା୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ତାଲୁକ ଆଇନ ସେବା କମିଟି ପକ୍ଷରୁ ରବିବାର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଦଦରାଲୁଣ୍ଡାରେ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ…

ନୂଆଡିହି ଗ୍ରାମରେ ଝାଡ଼ାବାନ୍ତି: ୨ ମୃତ, ୩୦ ରୁ ଅଧିକ ଅସୁସ୍ଥ

ହେମଗିର, ୨୪।୫ (ଚୈତନ୍ୟ ପଟେଲ): ସୁନ୍ଦରଗଡ଼ ଜିଲାର ହେମଗିର ବ୍ଲକ ଅନ୍ତର୍ଗତ ନୂଆଡିହି ଗ୍ରାମରେ ଝାଡ଼ାବାନ୍ତି ପ୍ରକୋପ ଦେଖାଦେଇଛି। ଗାଁର ୩୦ରୁ ଅଧିକ ଲୋକ ଏଥିରେ ଆକ୍ରାନ୍ତ…

କାଲିଠାରୁ ୯ଦିନ ପ୍ରଚଣ୍ଡ ଖରା; ହେଲେ ୪ ରାଶିଙ୍କ ଉପରେ ହେବ ଧନର ବର୍ଷା…!

ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଗ୍ରହମାନଙ୍କ ରାଜା ସୂର୍ଯ୍ୟଦେବଙ୍କ ନକ୍ଷତ୍ର ପରିବର୍ତ୍ତନ ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଘଟଣା। ସୂର୍ଯ୍ୟଦେବ ପ୍ରତିମାସରେ ନିଜର ରାଶି ପରିବର୍ତ୍ତନ କରନ୍ତି, ମାତ୍ର…

ନବୀନଙ୍କ ପାଦ ଛୁଇଁ ଆଶୀର୍ବାଦ ନେଲେ ଭାଜପା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ, କହିଲେ ମୋ’ ରାଜନୈତିକ ଜୀବନ…

ଭୁବନେଶ୍ୱର,୨୪ା୫: ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ନୀଳମଣି ରାଉତରାୟଙ୍କ ଜନ୍ମଜୟନ୍ତୀରେ ଯୋଗଦେବାକୁ ଆସୁଥିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ଏହି ସମୟରେ ନବୀନଙ୍କ ପାଦ ଛୁଇଁ ଆଶୀର୍ବାଦ…

ସାବଧାନ! ଆପଣ ବି ଦିନରାତି AC ଚଲାଉଛନ୍ତି କି? ଫାଟିବା ପୂର୍ବରୁ ଜାଣି ନିଅନ୍ତୁ ଏହି ଜରୁରୀ ନିୟମ

ନୂଆଦିଲ୍ଲୀ,୨୪।୫: ରାଜ୍ୟ ତଥା ସାରା ଦେଶରେ ଏବେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ପ୍ରବଳ ଗରମ ଏବଂ ଗୁଳୁଗୁଳିରୁ ରକ୍ଷା ପାଇବା ପାଇଁ ଲୋକମାନେ ଘର ଓ…

ପୋଖରୀକୁ ଗାଧୋଇବାକୁ ଯାଇ ବୁଡ଼ିଗଲେ ୨ ଯୁବକ

ବ୍ରହ୍ମପୁର,୨୪ା୫(ସୁବାସ ଚନ୍ଦ୍ର ପାଢ଼ୀ): ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଆଙ୍କୁଲି ନୂଆ ସାହି ନିକଟରେ ଥିବା ବଡ଼ ବନ୍ଧ(ପୋଖରୀ)ରେ ବୁଡ଼ି ଜଣେ ଛାତ୍ର ସମେତ ଦୁଇଜଣଙ୍କ ମୃତ୍ୟୁ ଘଟିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri