ଗାଁରେ ବ୍ୟାପୁଛି ଜ୍ୱର, ଟେଷ୍ଟିଂ ବ୍ୟବସ୍ଥା ନାହିଁ

ପୁରୀ ଅଫିସ,୧୪।୫: ପୁରୀ ଜିଲାର ଗ୍ରାମାଞ୍ଚଳରେ କୋଭିଡ୍‌ ସଂକ୍ରମଣ ସଂଖ୍ୟା ବଢିବାରେ ଲାଗିଛି। ତଥାପି ପ୍ରଶାସନ ପକ୍ଷରୁ ମୋବାଇଲ୍‌ ଟେଷ୍ଟିଂ ଭ୍ୟାନ୍‌ ବୁଲୁଥିବା ଦେଖିବାକୁ ମିଳୁନାହିଁ। ସଂକ୍ରମଣ ବ୍ୟାପୁଥିବା ସତ୍ତ୍ବେ ଲୋକେ ଟେଷ୍ଟିଂ କରିବା ପାଇଁ ଘରୁ ବାହାରୁ ନାହାନ୍ତି। ଏଥିପାଇଁ ଜନ ସଚେତନତାର ଅଭାବ ସାଙ୍ଗକୁ ପ୍ରଶାସନର ଅବହେଳାକୁ ବୁଦ୍ଧିଜୀବୀ ଦାୟୀ କରୁଛନ୍ତି। ପ୍ରଶାସନ ଚାହିଁଲେ ମୋବାଇଲ ଟେଷ୍ଟିଂ ଭ୍ୟାନ୍‌ ଗାଁ ଗାଁ ବୁଲି ସଂକ୍ରମିତଙ୍କୁ ଚିହ୍ନଟ କରିପାରନ୍ତା ବୋଲି କୃଷ୍ଣପ୍ରସାଦ ବ୍ଲକ୍‌ ନୂଆଗାଁ ବାସିନ୍ଦା ଜିତେନ୍ଦ୍ର କୁମାର ମାଝି କହିଛନ୍ତି।
ସୂଚନା ଅନୁଯାୟୀ, ଘରେ ଘରେ ଲୋକଙ୍କୁ ଜ୍ୱର ସହ ଶ୍ୱାସଜନିତ ସମସ୍ୟା ଦେଖାଯାଉଛି। କୋଭିଡ୍‌ରେ ମୃତ୍ୟୁ ଘଟିବା ପରେ ବି ସମ୍ପୃକ୍ତ ବ୍ୟକ୍ତି କୋଭିଡ୍‌ ସଂକ୍ରମିତ ଥିଲେ ବୋଲି ସେମାନଙ୍କ ସମ୍ପର୍କୀୟ କହିବାକୁ ଚାହୁଁନାହାନ୍ତି। ନୂଆଗାଁ, ଫୁଲବାରି, ତିତିପ, ଦେଓପଡ଼ା, ବଡ଼ଝାର ଓ ଗୋମୁଣ୍ଡିଆ ଭଳି ଗ୍ରାମରେ ସଂକ୍ରମଣ ସ୍ଥିତି ଚିନ୍ତାଜନକ ହୋଇପଡ଼ିଲାଣି। ସେହିପରି ଉଭୟ ଭାକ୍ସିନେଶନ୍‌ ଓ ଟେଷ୍ଟିଂ କ୍ଷେତ୍ରରେ ପୁରୀ ଜିଲାର ଗ୍ରାମାଞ୍ଚଳ ପଛରେ ପଡ଼ିଛି। ଭାକ୍ସିନ୍‌ କମ୍‌ ମାତ୍ରାରେ ଆସୁଥିବାରୁ ଜିଲା ପ୍ରଶାସନ ଏହାର ଠିକ ଭାବେ ଆବଣ୍ଟନ କରିବା ଉଚିତ। ପ୍ରଶାସନ କେବଳ ସହରରେ ଭାକ୍ସିନେଶନ୍‌କୁ ଫୋକସ୍‌ କରିବାରେ ଲାଗିଛି। ଫଳରେ ଗ୍ରାମାଞ୍ଚଳରେ ପ୍ରଥମ ଡୋଜ୍‌ ନେବାର ଦୁଇମାସ ପରେ ବି ଲୋକେ ଦ୍ୱିତୀୟ ଡୋଜ୍‌କୁ ଅପେକ୍ଷା କରି ରହିଛନ୍ତି। ଜିଲା ମୁଖ୍ୟ ଚିକିତ୍ସାଳୟ ତଥ୍ୟ ଅନୁଯାୟୀ, ଗତ ଦୁଇଦିନ ହେବ ଗ୍ରାମାଞ୍ଚଳରେ ଭାକ୍ସିନେଶନ୍‌ ହୋଇନାହିଁ। ସେହିପରି ଦ୍ୱିତୀୟ ପର୍ଯ୍ୟାୟରେ ଗ୍ରାମାଞ୍ଚଳରେ ଭାକ୍ସିନେଶନ୍‌ ଅତି କମ୍‌ ପରିମାଣରେ ହୋଇଛି। ଭାକ୍ସିନ୍‌ ପରିମାଣ କମ୍‌ ଥିବାରୁ ପ୍ରଶାସନ ଏଭଳି କରିବାକୁ ବାଧ୍ୟ ହେଉଛି। ତେବେ ପୁରୀ ସହରର ୮ ସ୍ଥାନରେ ଟିକାକରଣ ଚାଲିଛି। ଗ୍ରାମାଞ୍ଚଳରେ ଟିକାକରଣକୁ ନେଇ ଏତେ ଅବହେଳା କାହିଁକି ବୋଲି ସାଧାରଣରେ ପ୍ରଶ୍ନ ଉଠିଲାଣି। ଟିକାର ପ୍ରଥମ ଡୋଜ୍‌ ନେବା ପରେ ୨ୟ ଡୋଜ୍‌ ୪୨ରୁ ୫୬ ଦିନ ମଧ୍ୟରେ ନେବା କଥା। ବ୍ରହ୍ମଗିରି, ପୁରୀ ସଦର, କୃଷ୍ଣପ୍ରସାଦ, ସାକ୍ଷୀଗୋପାଳ ଓ ଡେଲାଙ୍ଗ ଭଳି ଅନେକ ସ୍ଥାନରେ ଲୋକେ ୪୨ ଦିନର ସମୟକୁ ଅତିକ୍ରମ କରିସାରିଲେଣି। ଏହାସତ୍ତ୍ବେ ଟିକାକରଣ ହୋଇପାରୁନାହିଁ। ସେହିଭଳି ଟିକାକରଣ ପାଇଁ ମୋବାଇଲ ଫୋନ୍‌କୁ ମେସେଜ ଆସିବା ନେଇ ଅପେକ୍ଷା କରିଥିବା ଲୋକଙ୍କୁ ନିରାଶ ହେବାକୁ ପଡୁଛି। ଜିଲା ସ୍ବାସ୍ଥ୍ୟ ଅଧିକାରୀ ବିରଜା ଶଙ୍କର ରଥ କହିଛନ୍ତି, ଯେଉଁ ଆପ୍‌ ମାଧ୍ୟମରେ ରେଜିଷ୍ଟ୍ରେଶନ୍‌ କରିବା ପରେ ମୋବାଇଲକୁ ମେସେଜ୍‌ ଆସୁଥିଲା, ତାହା ମାଧ୍ୟମରେ ୨ୟ ଡୋଜ୍‌ ପାଇଁ ଲୋକଙ୍କୁ ମେସେଜ୍‌ ଯାଇପାରୁନାହିଁ। ଅନ୍ୟପକ୍ଷରେ ଗ୍ରାମାଞ୍ଚଳରେ ଅକ୍ସିଜେନ୍‌ ଅଭାବ ସ୍ଥିତି ରହିଛି। ଟେଷ୍ଟିଂ ହେଉ ନ ଥିବାରୁ ଲୋକେ ଡାକ୍ତରଖାନା ବାରଣ୍ଡା ମାଡ଼ୁନାହାନ୍ତି। ଠିକ୍‌ ସମୟରେ ଟେଷ୍ଟିଂ ଓ ରିପୋର୍ଟ ଅଭାବରୁ ମୃତକଙ୍କ ନମ୍ବର କୋଭିଡ୍‌ ମୃତ୍ୟୁ ପରିସଂଖ୍ୟାନକୁ ଆସିପାରୁନାହିଁ। କୃଷ୍ଣପ୍ରସାଦ ଭଳି ଏକ ଲକ୍ଷରୁ ଊର୍ଦ୍ଧ୍ୱ ଗ୍ରାମାଞ୍ଚଳ ପାଇଁ ମାତ୍ର ୧୦ଟି ଅକ୍ସିଜେନ୍‌ ସିଲିଣ୍ଡର ବ୍ୟବସ୍ଥା ରହିଛି। ପୁରୀ ଜିଲାରେ କୋଭିଡ୍‌ଜନିତ ସ୍ବାସ୍ଥ୍ୟସେବା ପାଇଁ ୫୪୩ଟି ସିଲିଣ୍ଡର ମହଜୁଦ ଥିବାବେଳେ ଆଇଡିଏଚ୍‌ରେ ୧୯୯ ଅକ୍ସିଜେନ୍‌ ସିଲିଣ୍ଡର ରହିଛି। ଆଇସିୟୁରେ ଲାଗୁଥିବା ଡି-ଟାଇପ୍‌ ସିଲିଣ୍ଡର ସଂଖ୍ୟା ୧୪୯। ଏହାବ୍ୟତୀତ ଜିଲାର ବିଭିନ୍ନ କୋଭିଡ୍‌ ସେଣ୍ଟରକୁ ମିଶାଇ ୩୯୪ ବି-ଟାଇପ୍‌ ସିଲିଣ୍ଡର ରହିଛି ବୋଲି ଡ୍ରଗ୍ସ ଇନ୍ସପେକ୍ଟର ସତ୍ୟବ୍ରତ ଗିରି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?