୭ରୁ କଟକଣାରେ ଚାଲିବ ହାଇକୋର୍ଟ

କଟକ ଅଫିସ୍‌,୫।୬: ମହାମାରୀ କୋଭିଡ୍‌ ଏବଂ ରାଜ୍ୟରେ ଲକ୍‌ଡାଉନ୍‌ ଓ ଶଟ୍‌ଡାଉନ୍‌କୁ ଦୃଷ୍ଟିରେ ରଖି ଆସନ୍ତା ୭ ତାରିଖରୁ କେତେକ କଟକଣା ମଧ୍ୟରେ ଚାଲିବ ହାଇକୋର୍ଟ କାର୍ଯ୍ୟ। ଓଡ଼ିଶା ହାଇକୋର୍ଟ ରେଜିଷ୍ଟ୍ରାର (ଜୁଡିସିଆଲ)ଙ୍କ ସୂଚନା ମୁତାବକ ଏହି କଟକଣା ଆସନ୍ତା ଜୁଲାଇ ୨ ଯାଏ ବଳବତ୍ତର ରହିବ। ତଦନୁଯାୟୀ ପ୍ରତ୍ୟେକ କାର୍ଯ୍ୟଦିବସରେ ପୂର୍ବାହ୍ନ ସାଢ଼େ ୧୦ଟାରୁ ଗୋଟିଏ ଡିଭିଜନ ବେଞ୍ଚ ଏବଂ ୬ଟି ଏକକ ବେଞ୍ଚ ଭିଡିଓ କନଫରେନ୍ସରେ ଶୁଣାଣି କରିବେ। ଆସିଷ୍ଟାଣ୍ଟ ରେଜିଷ୍ଟ୍ରାର ଏବଂ ତଦୂର୍ଦ୍ଧ୍ୱ ପଦବୀରେ ଥିବା ଅଫିସରଙ୍କ ବ୍ୟତୀତ ୫୦% କର୍ମଚାରୀରେ ହାଇକୋର୍ଟ ଅଫିସ୍‌ କାର୍ଯ୍ୟ ଚାଲିବ। ଯେଉଁ କର୍ମଚାରୀମାନେ କାର୍ଯ୍ୟରେ ଯୋଗଦେବେ, ସେମାନେ ନିଜର ପରିଚୟପତ୍ର ଅଫିସ୍‌ ସମୟରେ ପିନ୍ଧିବେ। ଅଫିସର ଏବଂ କର୍ମଚାରୀଙ୍କ ବ୍ୟତୀତ ଅନ୍ୟ କାହାରିକୁ ହାଇକୋର୍ଟ କ୍ୟାମ୍ପସ୍‌ରେ ପ୍ରବେଶ ଅନୁମତି ଦିଆଯାଇନାହଁି। ତ୍ରୁଟି ଦୂର କରିବାର ସୀମିତ ଉଦ୍ଦେଶ୍ୟରେ ଆଡ୍‌ଭୋକେଟ୍‌ମାନେ ହାଇକୋର୍ଟ ଆସିପାରନ୍ତି। ପୂର୍ବାହ୍ନ ସାଢ଼େ ୧୦ଟାରୁ ମଧ୍ୟାହ୍ନ ସାଢ଼େ ୧୨ଟା ସୁଦ୍ଧା କପିଂ ସେକ୍ସନ କାଉଣ୍ଟର ନିକଟରେ ଥିବା ଡ୍ରପ୍‌ ବକ୍ସରେ କେସ୍‌ ଓ ଡକ୍ୟୁମେଣ୍ଟ ଦାଖଲ କରାଯାଇପାରିବ। ନଚେତ୍‌ ଏଥିପାଇଁ ଇ-ମେଲ୍‌ efiling.od-hc@gov.in ଏବଂ ଇ-ଫାଇଲିଂ ପୋର୍ଟାଲକୁ ବ୍ୟବହାର କରାଯାଇପାରିବ। ମାମଲାଗୁଡ଼ିକର ସୂଚୀବଦ୍ଧ ପାଇଁ ପୂର୍ବାହ୍ନ ୧୧ଟାରୁ ମଧ୍ୟାହ୍ନ ୧୨ଟା ମଧ୍ୟରେ ଡ୍ରପ୍‌ ବକ୍ସରେ ‘ମେନ୍‌ସନ ମେମୋ’ ଉଲ୍ଲେଖ କରି ଦାଖଲ କରାଯାଇପରିବ। ଜରୁରୀ ପ୍ରସଙ୍ଗରେ ମୌଖିକ ଭାବେ ଉଲ୍ଲେଖ କରାଯିବା ଆବଶ୍ୟକ ଅନୁଭବ ହେଲେ ଏହି ୧ ଘଣ୍ଟା ସମୟ ମଧ୍ୟରେ ରେଜିଷ୍ଟ୍ରାର୍‌ (ଜୁଡିସିଆଲ) ଏବଂ ଡେପୁଟି ରେଜିଷ୍ଟ୍ରାର୍‌ (ଜୁଡିସିଆଲ)ଙ୍କୁ ଭିଡିଓ କନଫରେନ୍ସ ମାଧ୍ୟମରେ ଜଣାଯାଇପାରିବ। ଲ’ଜିମା କୋର୍ଟଗୁଡ଼ିକର କାର୍ଯ୍ୟ ବାତିଲ ଜାରି ରହିବ। ସେହିପରି ଓଡ଼ିଶା ଷ୍ଟେଟ୍‌ ବାର୍‌ କାଉନ୍‌ସିଲ ପରିସରସ୍ଥ ଭିଡିଓ କନଫରେନ୍ସ କ୍ୟାବିନ ମଧ୍ୟ ବନ୍ଦ ରହିବ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?