ସର୍ବୋଚ୍ଚ ଜୁଆର ଚିହ୍ନଟ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କେନ୍ଦ୍ରାପଡ଼ା ଅଫିସ, ୧୩।୭: ବିଶ୍ୱତାପନର ସମୁଦ୍ର ଉପରେ ପ୍ରଭାବ ପଡୁଛି। ଏହାର ପ୍ରଭାବରେ ଉତ୍ତାଳ ହୋଇ ଜୁଆର ପାଣି ଗ୍ରାମ ମଧ୍ୟକୁ ପଶୁଛି। ଲୁଣା ବନ୍ଧ ଟପି ଚାଷ ବାସକୁ କ୍ଷତି ପହଞ୍ଚାଉଛି। ପ୍ରତିବର୍ଷ ସାମୁଦ୍ରିକ ଝଡ଼ବର୍ଷା ପରି ପ୍ରାକୃତିକ ବିପତ୍ତି କେନ୍ଦ୍ରାପଡ଼ା ଜିଲାକୁ ରହିଛି। ଅପରପକ୍ଷରେ ସମୁଦ୍ର ଓ ନଦୀ ତଟାଞ୍ଚଳରେ ଚିଙ୍ଗୁଡି ଘେରି ସ୍ଥାନୀୟ ଅଞ୍ଚଳ ପାଇଁ ବିପଦ ସାଜିଛି। ସମୁଦ୍ର ଜୁଆରିଆ ସମୟରେ ତଟବର୍ତ୍ତୀ ସ୍ଥାନ ଓ ନଦୀତଟର ସର୍ବୋଚ୍ଚ ସୀମା ଚିହ୍ନଟ ପାଇଁ ଗତ ୪ ତାରିଖରେ ହାଇକୋର୍ଟଙ୍କ ପକ୍ଷରୁ କେନ୍ଦ୍ରାପଡ଼ା ଜିଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି। ଆର୍ଦ୍ରଭୂମି ସୁରକ୍ଷା ସମ୍ପର୍କରେ ଏକ ପିଆଇଏଲ ମାମଲାକୁ ମୁଖ୍ୟ ବିଚାରପତି ଏସ୍‌. ମୁରଲୀଧର ଓ ଜଷ୍ଟିସ ଆର. କେ. ପଟ୍ଟନାୟକଙ୍କ ଡିଭିଜନ ବେଞ୍ଚ ଶୁଣାଣି କରିଥିଲେ। ଏଥିରେ ସମୁଦ୍ର ତଟକ୍ଷୟ ଓ ସୁରକ୍ଷା ସମ୍ପର୍କରେ ଆମିକସକ୍ୟୁରୀ ମୋହିତ ଅଗ୍ରୱାଲ ଦର୍ଶାଇଥିଲେ, ବିଭିନ୍ନ କାରଣ ସହ ଚିଙ୍ଗୁଡି ଘେରି ଏବେ ମୁଖ୍ୟ ପ୍ରସଙ୍ଗ ହୋଇଛି। ଏହି ଘେରି ଯୋଗୁ ତଟାଞ୍ଚଳ ନଷ୍ଟ ହେଉଛି। ଡିଭିଜନ ବେଞ୍ଚର ଶୁଣାଣି ସମୟରେ କେନ୍ଦ୍ରାପଡ଼ା ଜିଲାପାଳ ଅମ୍ରିତ ଋତୁରାଜ ଦର୍ଶାଇଛନ୍ତି, ରାଜକନିକା ବ୍ଲକ ଅଞ୍ଚଳର ଚିହ୍ନଟ ୫୯ ଘେରି ମଧ୍ୟରୁ ୨୬ଟିର ଉଚ୍ଛେଦ ହୋଇଛି। ଅନ୍ୟ ଅଞ୍ଚଳରେ ଘେରି ଉଚ୍ଛେଦ ପ୍ରକ୍ରିୟା ଜାରି ରହିଛି। ସମୁଦ୍ରର ତଟକ୍ଷୟକୁ ରୋକିବାକୁ ଏହା ଯଥେଷ୍ଟ ନୁହେଁ ବୋଲି ମତ ମିଳିଛି। ଜିଲାର ୬୪ ସୁନାମି ପ୍ରବଣ ଗଁା ଚିହ୍ନଟ ହୋଇଛି। ଜିଲାରେ ଥିବା ୭ ନଦୀକୁ ସଂଯୋଗୀକରଣ ସହ ୪୮ କିଲୋମିଟର ତଟାଞ୍ଚଳରେ ଘଞ୍ଚ ହେନ୍ତାଳବଣ ସୃଷ୍ଟି ପାଇଁ ପରିବେଶବିତ୍‌ ଓ ବୁଦ୍ଧିଜୀବୀମାନେ ମତ ଦେଇଛନ୍ତି।
ଏ ସମ୍ପର୍କରେ ପେଣ୍ଠର ପ୍ରସନ୍ନ କୁମାର ଦାସ କହିଛନ୍ତି, ବର୍ଷାଋତୁ ଆରମ୍ଭ ହୋଇଛି। ପ୍ରତିବର୍ଷ ପରି ସାମୁଦ୍ରିକ ଝଡ଼ ପ୍ରଭାବ ତଟାଞ୍ଚଳ ଉପରେ ପଡ଼ିବ। ସମୁଦ୍ର ଜୁଆରିଆ ହେଲେ ସ୍ଥାନୀୟ ନଦୀ ନାଳ ଉଚ୍ଛୁଳି ପଡୁଛି। ଅଧିକ ଜୁଆରିଆରେ ଲୁଣା ବନ୍ଧ ଟପି ଚାଷ ବାସ ନଷ୍ଟ କରୁଛି। ପେଣ୍ଠଠାରେ ପ୍ରତିବର୍ଷ ସମୁଦ୍ର ୧୨ ମିଟର ଗ୍ରାମ ଆଡ଼କୁ ମାଡ଼ି ଆସୁଥିଲା। ଏହାକୁ ଦୃଷ୍ଟିରେ ରଖାଯାଇ ୫୦୫ ମିଟର ଜିଓ ସିନ୍ଥେଟିକ ଟ୍ୟୁବ ୱାଲ ନିର୍ମାଣ ହୋଇଥିଲା। ତେବେ ପଥରର ଧାର ଗାବିଅନ ବକ୍ସର ଲୁହା ରଶିକୁ ନଷ୍ଟ କରୁଛି। ଫଳରେ ପଥରଗୁଡ଼ିକ ସମୁଦ୍ର ଗର୍ଭକୁ ଚାଲିଯାଉଛି। ସେହିପରି ଏହି ୱାଲ ନିର୍ମାଣରେ ଥିବା ବୈଷୟିକ ତ୍ରୁଟିକୁ ସଂଶୋଧନ କରାଯାଉନାହିଁ। ବର୍ଷାଋତୁ ଆସିଲେ ସ୍ଥାନୀୟ ସୁନାମି ପ୍ରବଣ ଚିହ୍ନଟ ୬୪ଟି ଗ୍ରାମର ଅଧିବାସୀଙ୍କ ଜୀବନଜୀବିକା ଉପରେ ଆଶଙ୍କା ବଢ଼ୁଛି। ସାତଭାୟାର ନିରାକାର ସ୍ବାଇଁ କହିଛନ୍ତି, ଚିଙ୍ଗୁଡି ଘେରି ତଟକ୍ଷୟ ରୋକିବାକୁ ବାଧକ ହୋଇଛି। ଏହି ଘେରି ପ୍ରଭାବରେ ହଜାର ହଜାର ହେକ୍ଟର ଚାଷ ଜମି ଲୁଣା ମାଡିବା ସହ ଗଛ ନଷ୍ଟ କରୁଛି। ହାଇକୋର୍ଟଙ୍କ ପକ୍ଷରୁ ବାରମ୍ବାର ସତର୍କ କରାଗଲେ ମଧ୍ୟ ଜିଲା ପ୍ରଶାସନ ଉପରେ ଏହାର ପ୍ରଭାବ ପଡୁନାହିଁ। ନାମକୁମାତ୍ର ବନ୍ଧ ଭାଙ୍ଗି ଚିଙ୍ଗୁଡି ଘେରି ଉଚ୍ଛେଦ ହେଲା ବୋଲି ଜିଲା ପ୍ରଶାସନ ଦର୍ଶାଉଛି। ଅଧିକ ଜୁଆରିଆ ସମୟରେ କେତେଦୂର ପର୍ଯ୍ୟନ୍ତ ପାଣି ଯାଉଛି, ତାହା ଚିହ୍ନଟ ପରେ ୧ କିଲୋମିଟର ପରିଧିରେ ଚିଙ୍ଗୁଡି ଘେରିକୁ ସମ୍ପୂର୍ଣ୍ଣ ଉଚ୍ଛେଦ କରାଯାଉ। ସାମାଜିକ କର୍ମୀ ମନ୍ମଥ ନାଥ ରାଉତ କହିଛନ୍ତି, ଉପକୂଳ କେନାଲର ଆବଶ୍ୟକତା ଅଛି। ସମୁଦ୍ର ତଟଠାରୁ ୧୦ କିଲୋମିଟର ଦୂରରେ ଏହାକୁ ନିର୍ମାଣ କରାଯାଇ ଜିଲାର ୭ ନଦୀକୁ ଏଥିରେ ସଂଯୋଗ କରାଯାଉ। ଫଳରେ ବନ୍ୟା ନିୟନ୍ତ୍ରଣ, ଚାଷ କାର୍ଯ୍ୟ ହେବା ସହ ତଟାଞ୍ଚଳରେ ହେନ୍ତାଳବଣ ସୃଷ୍ଟି ହୋଇପାରିବ। ସେହିପରି ଚିଙ୍ଗୁଡି ଘେରି ଉଚ୍ଛେଦ ସହ ସାମଗ୍ରୀ ଜବତ କରି ଚାଷୀଙ୍କ ନାମରେ ମାମଲା ରୁଜୁ କରାଯାଉ ବୋଲି ସେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାଲିଠୁ ପ୍ରଚାର ଆରମ୍ଭ କରିବେ ନବୀନ

ହିଞ୍ଜିଳିକାଟୁ,୨୩।୪(ଦ୍ବିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ବୁଧବାର ନିଜ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିରୁ ନିର୍ବାଚନ ପ୍ରଚାର ଆରମ୍ଭ କରିବେ। ମୁଖ୍ୟମନ୍ତ୍ରୀ ଏହି...

ଚାପ ଖେଳିବେ ମହାପ୍ରଭୁ, ଚନ୍ଦନଯାତ୍ରା ପାଇଁ ପୁରୀରେ ପ୍ରସ୍ତୁତି ଆରମ୍ଭ

ପୁରୀ,୨୩।୪: ଶ୍ରୀକ୍ଷେତ୍ରରେ ଆରମ୍ଭ ହେବାକୁ ଯାଉଛି ମହାପ୍ରଭୁ ଜଗନ୍ନାଥଙ୍କ ବିଶ୍ବପ୍ରସିଦ୍ଧ ଚନ୍ଦନଯାତ୍ରା। ଅକ୍ଷୟ ତୃତୀୟାରେ ଆରମ୍ଭ ହେବାକୁ ଥିବା ଏହି ଯାତ୍ରାରେ ୨୧ ଦିନବ୍ୟାପୀ ନରେନ୍ଦ୍ର...

ନାମାଙ୍କନ ପତ୍ର ଦାଖଲ କଲେ କୋରାପୁଟ ଲୋକ ସଭା ପ୍ରାର୍ଥୀ କୌଶଲ୍ୟା ହିକକା

କୋରାପୁଟ,୨୩।୪(ଅମିତାଭ ବେହେରା): କୋରାପୁଟ ଲୋକସଭା ବିଜେଡି ପ୍ରାର୍ଥୀ କୌଶଲ୍ୟା ହିକକା ମଙ୍ଗଳବାର ନାମାଙ୍କନ ଦାଖଲ କରିଛନ୍ତି। ଜିଲାପାଳ ଭି କୀର୍ତି ଭାସନଙ୍କ ଠାରେ ସେ ନାମାଙ୍କନ...

ନାମାଙ୍କନ ପତ୍ର ଦାଖଲ କଲେ ରଘୁରାମ ପଡାଲ

କୋରାପୁଟ,୨୩।୪(ଅମିତାଭ ବେହେରା): କୋରାପୁଟ ବିଧାନସଭା ଆସନ ନିମନ୍ତେ ବିଜେଡି ପାର୍ଥି ରଘୁରାମ ପଡାଲ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। କୋରାପୁଟ ଉପଜିଲାପାଳ ବେଣୁଧର ଶବରଙ୍କୁ ମଙ୍ଗଳବାର...

କାହିଁକି କଟିଲା ସମୀର ଦାଶଙ୍କ ଟିକେଟ୍‌, ରାଜା ସ୍ବାଇଁଙ୍କ ଭିଡିଓ ଭାଇରାଲ

ପୁରୀ,୨୩।୪: ନିମାପଡାରେ ଦିଲ୍ଲୀପ ନାୟକଙ୍କୁ ବିଜେଡି ଟିକେଟ ଦେବା ପରେ ବିଧାୟକ ସମୀର ଦାଶ ସମର୍ଥକଙ୍କ ଭିତରେ ଅସନ୍ତୋଷ ବଢିବାରେ ଲାଗିଛି । ଏହାରି ଭିତରେ...

ଆତଙ୍କ ଖେଳାଇଛି ଗୋଠଛଡ଼ା ଦନ୍ତା, ୩ ଦିନରେ ଭାଙ୍ଗିଲାଣି ୯ ଘର

ପାଟଣା,୨୩।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜରେ ୩ ଦିନ ହେବ ଏକ ଗୋଠଛଡ଼ା ଦନ୍ତା ଆତଙ୍କ ଖେଳାଇଛି। ୯ରୁ ଉଦ୍ଧର୍‌ବ ଘର ଭାଙ୍ଗି...

ଆଦିଶକ୍ତି ବେଶରେ ଦର୍ଶନ ଦେଲେ ତାରାତାରିଣୀ

ପୁରୁଷୋତ୍ତମପୁର,୨୩/୪(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଆରାଧ୍ୟ ଇଷ୍ଟଦେବୀ ମା ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରାର ଉଦ୍‌ଯାପନ ହୋଇଛି। ମଙ୍ଗଳବାର ସାଙ୍ଗକୁ ପୂର୍ଣ୍ଣିମା ପଡିଥିବାରୁୁ ମା’ଙ୍କ...

ଆଗାମୀ ନିର୍ବାଚନରେ ଡବଲ ଇଞ୍ଜିନ ସରକାର ହେବ ଗଠନ:ସୀତାଂଶୁ

ଭଦ୍ରକ,୨୩।୪(ସନାତନ ରାଉତ)- ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ଭଦ୍ରକ ନିର୍ବାଚନ ମଣ୍ଡଳୀରେ ଭାଜପା ତାର ସ୍ଥିତି ମଜଭୁତ କରୁଛି। ଯୁବ ଚେହରା ସୀତାଂଶୁ ଭାଜପା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri