ସର୍ବୋଚ୍ଚ ଜୁଆର ଚିହ୍ନଟ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କେନ୍ଦ୍ରାପଡ଼ା ଅଫିସ, ୧୩।୭: ବିଶ୍ୱତାପନର ସମୁଦ୍ର ଉପରେ ପ୍ରଭାବ ପଡୁଛି। ଏହାର ପ୍ରଭାବରେ ଉତ୍ତାଳ ହୋଇ ଜୁଆର ପାଣି ଗ୍ରାମ ମଧ୍ୟକୁ ପଶୁଛି। ଲୁଣା ବନ୍ଧ ଟପି ଚାଷ ବାସକୁ କ୍ଷତି ପହଞ୍ଚାଉଛି। ପ୍ରତିବର୍ଷ ସାମୁଦ୍ରିକ ଝଡ଼ବର୍ଷା ପରି ପ୍ରାକୃତିକ ବିପତ୍ତି କେନ୍ଦ୍ରାପଡ଼ା ଜିଲାକୁ ରହିଛି। ଅପରପକ୍ଷରେ ସମୁଦ୍ର ଓ ନଦୀ ତଟାଞ୍ଚଳରେ ଚିଙ୍ଗୁଡି ଘେରି ସ୍ଥାନୀୟ ଅଞ୍ଚଳ ପାଇଁ ବିପଦ ସାଜିଛି। ସମୁଦ୍ର ଜୁଆରିଆ ସମୟରେ ତଟବର୍ତ୍ତୀ ସ୍ଥାନ ଓ ନଦୀତଟର ସର୍ବୋଚ୍ଚ ସୀମା ଚିହ୍ନଟ ପାଇଁ ଗତ ୪ ତାରିଖରେ ହାଇକୋର୍ଟଙ୍କ ପକ୍ଷରୁ କେନ୍ଦ୍ରାପଡ଼ା ଜିଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି। ଆର୍ଦ୍ରଭୂମି ସୁରକ୍ଷା ସମ୍ପର୍କରେ ଏକ ପିଆଇଏଲ ମାମଲାକୁ ମୁଖ୍ୟ ବିଚାରପତି ଏସ୍‌. ମୁରଲୀଧର ଓ ଜଷ୍ଟିସ ଆର. କେ. ପଟ୍ଟନାୟକଙ୍କ ଡିଭିଜନ ବେଞ୍ଚ ଶୁଣାଣି କରିଥିଲେ। ଏଥିରେ ସମୁଦ୍ର ତଟକ୍ଷୟ ଓ ସୁରକ୍ଷା ସମ୍ପର୍କରେ ଆମିକସକ୍ୟୁରୀ ମୋହିତ ଅଗ୍ରୱାଲ ଦର୍ଶାଇଥିଲେ, ବିଭିନ୍ନ କାରଣ ସହ ଚିଙ୍ଗୁଡି ଘେରି ଏବେ ମୁଖ୍ୟ ପ୍ରସଙ୍ଗ ହୋଇଛି। ଏହି ଘେରି ଯୋଗୁ ତଟାଞ୍ଚଳ ନଷ୍ଟ ହେଉଛି। ଡିଭିଜନ ବେଞ୍ଚର ଶୁଣାଣି ସମୟରେ କେନ୍ଦ୍ରାପଡ଼ା ଜିଲାପାଳ ଅମ୍ରିତ ଋତୁରାଜ ଦର୍ଶାଇଛନ୍ତି, ରାଜକନିକା ବ୍ଲକ ଅଞ୍ଚଳର ଚିହ୍ନଟ ୫୯ ଘେରି ମଧ୍ୟରୁ ୨୬ଟିର ଉଚ୍ଛେଦ ହୋଇଛି। ଅନ୍ୟ ଅଞ୍ଚଳରେ ଘେରି ଉଚ୍ଛେଦ ପ୍ରକ୍ରିୟା ଜାରି ରହିଛି। ସମୁଦ୍ରର ତଟକ୍ଷୟକୁ ରୋକିବାକୁ ଏହା ଯଥେଷ୍ଟ ନୁହେଁ ବୋଲି ମତ ମିଳିଛି। ଜିଲାର ୬୪ ସୁନାମି ପ୍ରବଣ ଗଁା ଚିହ୍ନଟ ହୋଇଛି। ଜିଲାରେ ଥିବା ୭ ନଦୀକୁ ସଂଯୋଗୀକରଣ ସହ ୪୮ କିଲୋମିଟର ତଟାଞ୍ଚଳରେ ଘଞ୍ଚ ହେନ୍ତାଳବଣ ସୃଷ୍ଟି ପାଇଁ ପରିବେଶବିତ୍‌ ଓ ବୁଦ୍ଧିଜୀବୀମାନେ ମତ ଦେଇଛନ୍ତି।
ଏ ସମ୍ପର୍କରେ ପେଣ୍ଠର ପ୍ରସନ୍ନ କୁମାର ଦାସ କହିଛନ୍ତି, ବର୍ଷାଋତୁ ଆରମ୍ଭ ହୋଇଛି। ପ୍ରତିବର୍ଷ ପରି ସାମୁଦ୍ରିକ ଝଡ଼ ପ୍ରଭାବ ତଟାଞ୍ଚଳ ଉପରେ ପଡ଼ିବ। ସମୁଦ୍ର ଜୁଆରିଆ ହେଲେ ସ୍ଥାନୀୟ ନଦୀ ନାଳ ଉଚ୍ଛୁଳି ପଡୁଛି। ଅଧିକ ଜୁଆରିଆରେ ଲୁଣା ବନ୍ଧ ଟପି ଚାଷ ବାସ ନଷ୍ଟ କରୁଛି। ପେଣ୍ଠଠାରେ ପ୍ରତିବର୍ଷ ସମୁଦ୍ର ୧୨ ମିଟର ଗ୍ରାମ ଆଡ଼କୁ ମାଡ଼ି ଆସୁଥିଲା। ଏହାକୁ ଦୃଷ୍ଟିରେ ରଖାଯାଇ ୫୦୫ ମିଟର ଜିଓ ସିନ୍ଥେଟିକ ଟ୍ୟୁବ ୱାଲ ନିର୍ମାଣ ହୋଇଥିଲା। ତେବେ ପଥରର ଧାର ଗାବିଅନ ବକ୍ସର ଲୁହା ରଶିକୁ ନଷ୍ଟ କରୁଛି। ଫଳରେ ପଥରଗୁଡ଼ିକ ସମୁଦ୍ର ଗର୍ଭକୁ ଚାଲିଯାଉଛି। ସେହିପରି ଏହି ୱାଲ ନିର୍ମାଣରେ ଥିବା ବୈଷୟିକ ତ୍ରୁଟିକୁ ସଂଶୋଧନ କରାଯାଉନାହିଁ। ବର୍ଷାଋତୁ ଆସିଲେ ସ୍ଥାନୀୟ ସୁନାମି ପ୍ରବଣ ଚିହ୍ନଟ ୬୪ଟି ଗ୍ରାମର ଅଧିବାସୀଙ୍କ ଜୀବନଜୀବିକା ଉପରେ ଆଶଙ୍କା ବଢ଼ୁଛି। ସାତଭାୟାର ନିରାକାର ସ୍ବାଇଁ କହିଛନ୍ତି, ଚିଙ୍ଗୁଡି ଘେରି ତଟକ୍ଷୟ ରୋକିବାକୁ ବାଧକ ହୋଇଛି। ଏହି ଘେରି ପ୍ରଭାବରେ ହଜାର ହଜାର ହେକ୍ଟର ଚାଷ ଜମି ଲୁଣା ମାଡିବା ସହ ଗଛ ନଷ୍ଟ କରୁଛି। ହାଇକୋର୍ଟଙ୍କ ପକ୍ଷରୁ ବାରମ୍ବାର ସତର୍କ କରାଗଲେ ମଧ୍ୟ ଜିଲା ପ୍ରଶାସନ ଉପରେ ଏହାର ପ୍ରଭାବ ପଡୁନାହିଁ। ନାମକୁମାତ୍ର ବନ୍ଧ ଭାଙ୍ଗି ଚିଙ୍ଗୁଡି ଘେରି ଉଚ୍ଛେଦ ହେଲା ବୋଲି ଜିଲା ପ୍ରଶାସନ ଦର୍ଶାଉଛି। ଅଧିକ ଜୁଆରିଆ ସମୟରେ କେତେଦୂର ପର୍ଯ୍ୟନ୍ତ ପାଣି ଯାଉଛି, ତାହା ଚିହ୍ନଟ ପରେ ୧ କିଲୋମିଟର ପରିଧିରେ ଚିଙ୍ଗୁଡି ଘେରିକୁ ସମ୍ପୂର୍ଣ୍ଣ ଉଚ୍ଛେଦ କରାଯାଉ। ସାମାଜିକ କର୍ମୀ ମନ୍ମଥ ନାଥ ରାଉତ କହିଛନ୍ତି, ଉପକୂଳ କେନାଲର ଆବଶ୍ୟକତା ଅଛି। ସମୁଦ୍ର ତଟଠାରୁ ୧୦ କିଲୋମିଟର ଦୂରରେ ଏହାକୁ ନିର୍ମାଣ କରାଯାଇ ଜିଲାର ୭ ନଦୀକୁ ଏଥିରେ ସଂଯୋଗ କରାଯାଉ। ଫଳରେ ବନ୍ୟା ନିୟନ୍ତ୍ରଣ, ଚାଷ କାର୍ଯ୍ୟ ହେବା ସହ ତଟାଞ୍ଚଳରେ ହେନ୍ତାଳବଣ ସୃଷ୍ଟି ହୋଇପାରିବ। ସେହିପରି ଚିଙ୍ଗୁଡି ଘେରି ଉଚ୍ଛେଦ ସହ ସାମଗ୍ରୀ ଜବତ କରି ଚାଷୀଙ୍କ ନାମରେ ମାମଲା ରୁଜୁ କରାଯାଉ ବୋଲି ସେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀ ହାଇକୋର୍ଟରେ ହାଜର ହେବେ ଅମିତାଭ, ବଢ଼ିଲା ଚର୍ଚ୍ଚା…

ନୂଆଦିଲ୍ଲୀ: ବଲିଉଡ଼ର ମହାନାୟକ ଅମିତାଭ ବଚ୍ଚନ ନିଜର ନାମ, ଫଟୋ ଏବଂ କଣ୍ଠସ୍ୱରର ଅନଧିକୃତ ବ୍ୟବହାରକୁ ରୋକିବା ପାଇଁ ଦୀର୍ଘ ଦିନ ହେବ ଆଇନଗତ ଲଢ଼େଇ ଜାରି…

ମୁମ୍ବାଇ ପୋଲିସ ଦ୍ୱାରା ବଲିଉଡ୍ ଅଭିନେତା ଇମ୍ରାନ୍ ଅଟକ; ଭିଡିଓ ଭାଇରାଲ୍

ମୁମ୍ବାଇ: ବଲିଉଡ୍ ଅଭିନେତା ଇମ୍ରାନ୍ ଖାନ୍‌ଙ୍କୁ ଶନିବାର ମୁମ୍ବାଇ ପୋଲିସ ହେପାଜତକୁ ନେଇଛି। ମୁଖ୍ୟ ନିର୍ବାଚନ ଆୟୋଗ (CEC) ଜ୍ଞାନେଶ କୁମାରଙ୍କ ବିରୋଧରେ ଦିଲ୍ଲୀରେ ହେବାକୁ ଥିବା…

କଂଗ୍ରେସ କରିବ ପୁଣି ବଡ଼ ଆନ୍ଦୋଳନ, କେବେ ଜାଣନ୍ତୁ…

ନୂଆଦିଲ୍ଲୀ,୧୦।୧୦: ଲୋକଙ୍କ ଭୋଟ ଅଧିକାରକୁ ସୁରକ୍ଷା ଦେବା ପାଇଁ ଚାଲିଥିବା ଅଭିଯାନର ଏକ ଅଂଶ ଭାବରେ ଆସନ୍ତା ସୋମବାର ଦିଲ୍ଲୀରେ ଏକ ବଡ଼ ଧରଣର ବିକ୍ଷୋଭ ପ୍ରଦର୍ଶନ…

ଫେରୁଛି ମୌସୁମୀ: କାଲି ଗୁଳୁଗୁଳି ସହ ଝଡ଼ବର୍ଷା ନେଇ ୧୩ ଜିଲାକୁ ଓ୍ବାର୍ନିଂ, ଉପକୂଳ ଜିଲାରେ…

ଭୁବନେଶ୍ୱର, ୧୦ା୧୦(ବନ୍ଦନା ସେଠୀ) – ରାଜ୍ୟରେ ଏବେ ମୌସୁମୀ ଫେରିବା ପ୍ରକ୍ରିୟା ଜାରି ରହିଥିବାବେଳେ ଓଡ଼ିଶା ଦେଇ ଏକ ଟ୍ରଫ୍‌ ଲାଇନ୍‌ (ମୌସୁମୀ ରେଖା) ବଙ୍ଗୋପସାଗର ପର୍ଯ୍ୟନ୍ତ…

କୋଟିଆ ଜଙ୍ଗଲରେ ଆନ୍ଧ୍ର ପୋଲିସର ଅଚାନକ ଚଢ଼ାଉ: ବିପୁଳ ରନ୍ଧା ମଦ ଓ ଗୁଡ଼ ଜବତ ପରେ ନଷ୍ଟ, ଖସିଗଲେ…

ପଟ୍ଟାଙ୍ଗି,୧୦ା୧୦(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ଅଧୀନ ବିବାଦୀୟ କୋଟିଆ ପଞ୍ଚାୟତର ଜଙ୍ଗଲରେ ପଡ଼ୋଶୀ ଆନ୍ଧ୍ର ପ୍ରଦେଶ ପୋଲିସ ପକ୍ଷରୁ ଅଚାନକ ଚଢ଼ାଉ କରାଯାଇଛି।…

ବୋଲେରୋରେ ଚାଲାଣ ହେଉଥିଲା କଫ୍‌ ସିରପ୍‌: ବରଗଡ଼ରେ ପୋଲିସର ଚଢ଼ାଉ, ୧୨୦୦ ବୋତଲ ସହ ଧରାପଡ଼ିଲେ…

ବରଗଡ଼,୧୦ା୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ସଦର ଥାନା ପୋଲିସକୁ କଫ୍‌ ସିରପ୍‌ ଚୋରା କାରବାର ବିରୋଧରେ ଶନିବାର ସକାଳେ ଏକ ବଡ଼ ସଫଳତା ମିଳିଛି। ବେଆଇନ କଫ୍‌ ସିରପ୍‌…

ପ୍ରକାଶ ପାଇଲା ଚୂଡାନ୍ତ ପ୍ରାର୍ଥୀ ତାଲିକା, ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟରେ ୧୩ ପ୍ରାର୍ଥୀ 

ବଲାଙ୍ଗୀର, ୧୦ା୧୦ (ବୀରେନ୍ଦ୍ର କୁମାର ଝାଙ୍କର): କଲେଜ ଛାତ୍ର ସଂସଦ ନିର୍ବାଚନକୁ ନେଇ କ୍ୟାମ୍ପସ ରାଜନୀତି ସରଗରମ ରହିଛି। ଶନିବାର ପ୍ରାର୍ଥୀ ପ୍ରତ୍ୟାହାର ସମୟ ସୀମା ଅତିକ୍ରାନ୍ତ…

ପାଟପୁର କଲେଜରେ ସରଗରମ ଛାତ୍ର ରାଜନୀତି: ବୟସାଧିକ କାରଣରୁ ୨ ପ୍ରାର୍ଥିପତ୍ର ନାକଚ, ମଇଦାନରେ ୧୪ ପ୍ରାର୍ଥୀ

ଦିଗପହଣ୍ଡି,୧୦ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ସ୍ଥିତ ବିଶ୍ୱାସରାୟ କଲେଜର ଛାତ୍ର ସଂସଦ ନିର୍ବାଚନ ପାଇଁ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?