Posted inଜାତୀୟ

ପ୍ରିୟା ରମାନୀଙ୍କୁ ହାଇକୋର୍ଟ ନୋଟିସ

ନୂଆଦିଲ୍ଲୀ, ୧୨।୮: ପୂର୍ବତନ କେନ୍ଦ୍ରମନ୍ତ୍ରୀ ଏମ୍‌.ଜେ. ଆକବରଙ୍କ ଏକ ଆବେଦନ ଉପରେ ଦିଲ୍ଲୀ ହାଇକୋର୍ଟ ବୁଧବାର ଖବରଦାତା ପ୍ରିୟା ରମାନୀଙ୍କୁ ନୋଟିସ ଜାରି କରିଛନ୍ତି। ଆକବରଙ୍କ ବିରୋଧରେ ପ୍ରିୟା ରମଣୀ ଯୌନ ନିର୍ଯାତନ ଅଭିଯୋଗ ଆଣିଥିଲେ। ଏହା ବିରୋଧରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତାଙ୍କ ବିରୋଧରେ ମାନହାନି ମାମଲା ଦାଏର କରିଥିଲେ। ତଳକୋର୍ଟ ପ୍ରିୟା ରମାନୀଙ୍କୁ ଉକ୍ତ ମାମଲାରେ ଦୋଷମୁକ୍ତ କରିଥିବାରୁ ଆକବର ଏହା ବିରୋଧରେ ହାଇକୋର୍ଟରେ ଆବେଦନ କରିଥିଲେ। ଆକବରଙ୍କ ତରଫରୁ ବରିଷ୍ଠ ଆଇନଜୀବୀ ରାଜୀବ ନାୟାର ଏବଂ ଗୀତା ଲୁଥ୍ରାଙ୍କ ଜବାବ ଶୁଣିବା ପରେ ଜଷ୍ଟିସ ମୁକ୍ତା ଗୁପ୍ତା ମାମଲାର ପରବର୍ତ୍ତୀ ଶୁଣାଣି ଜାନୁୟାରୀ ୧୩କୁ ଧାର୍ଯ୍ୟ କରିଛନ୍ତି। ଭାରତରେ ମିଟୂ ଅଭିଯାନ ଜୋର୍‌ ଧରିଥିବାବେଳେ ରମାନୀ ଆକବରଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣିଥିଲେ। ଏହାକୁ ଆକବର ଖଣ୍ଡନ କରିବା ସହ ରମାନୀଙ୍କ ବିରୋଧରେ ୨୦୧୮ରେ ମାନହାନି ମାମଲା ଦାଏର କରିଥିଲେ। ତଳକୋର୍ଟ ଚଳିତ ବର୍ଷ ଫେବୃୟାରୀ ୧୭ରେ ରମାନୀଙ୍କୁ ଦୋଷମୁକ୍ତ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭୋପାଳ ଗ୍ୟାସ୍‌ ପୀଡିତଙ୍କ ପାଇଁ ଲଢିଥିବା ଅବଦୁଲ ଜବାରଙ୍କ ପରଲୋକ

ଭୋପାଳ,୧୫।୧୦: ଭୋପାଳ ଗ୍ୟାସ୍‌ ଦୁର୍ଘଟଣାରେ ପୀଡିତ ଲୋକଙ୍କୁ ନ୍ୟାୟ ଦେବା ପାଇଁ ସର୍ବଦା ଚେଷ୍ଟିତ ଥିବା ଅବଦୁଲ ଜବାରଙ୍କ ଗୁରୁବାର ବିଳମ୍ବିତ ରାତିରେ ପରଲୋକ ଘଟିଛି।...

ଆର୍‌ଜେଡି ସହ ଶିବସେନାକୁ ତୁଳନା କଲେ ସୁଶୀଲ ମୋଦି

ପାଟନା,୨୩।୧୧: ମହାରାଷ୍ଟ୍ରରେ ଭାଙ୍ଗି ଯାଇଛି ଶିବସେନାର ସ୍ବପ୍ନ। ମେଣ୍ଟ ସରକାର ଗଢିବାକୁ ଚାହିଁ ବସିଥିବା ଶିବସେନାକୁ ଏବେ ଲାଗିଛି ଶକ୍ତ ଧକ୍କା। ରାତି ପାହିବା ପୂର୍ବରୁ...

ଇଏ ବି ମା’

ନୂଆଦିଲ୍ଲୀ,୬ ।୩: ମାର୍ଚ୍ଚ ୮ରେ ସାରା ବିଶ୍ୱ ପାଳନ କରିବ ଅନ୍ତରାଷ୍ଟ୍ରୀୟ ମହିଳା ଦିବସ । ଏହି ଦିବସ ଅବସରରେ ସବୁ ଭେଦଭାବ ଭୁଲି ସମସ୍ତେ...

ହୋଇପାରିଲା ନାହିଁ ଆସ୍ଥା ଭୋଟ: ରାତିସାରା ବିଧାନସଭାରେ ଶୋଇଲେ ବିଧାୟକ

ବେଙ୍ଗାଲୁରୁ,୧୯।୭: ଗୁରୁବାର ଦିନ ଶେଷ ସୁଦ୍ଧା ଟ୍ରଷ୍ଟ ଭୋଟ ସାରିବା ପାଇଁ ରାଜ୍ୟପାଳ ବାଜୁଭାଇ ବାଲାଙ୍କ ନିର୍ଦ୍ଦେଶକୁ ବାଚସ୍ପତି କେଆର ରମେଶ କୁମାର ନ ମାନିବା...

ରାଶନ ଦୋକାନରେ ଶସ୍ତାରେ ମିଳିବ ପିଆଜ

ନୂଆଦିଲ୍ଲୀ,୧୨।୯: ରାଜଧାନୀ ଦିଲ୍ଲୀରେ ପିଆଜ ଦର ଏବେ ଆକାଶ ଛୁଆଁ ହୋଇଛି। ତେବେ କଳାବଜାରିକୁ ରୋକିବା ପାଇଁ କେନ୍ଦ୍ର ସରକାର ଦିଲ୍ଲୀର ରାଶନ ଦୋକାନରେ ଶାସ୍ତା...

ବିହାରରେ ଆମେ ସରକାର ଗଢିବୁ: ତେଜ ପ୍ରତାପ

ପାଟନା,୨୩ ।୪: ବିହାର ରାଜନୀତିରେ ବଡ ଖେଳ ହେବ ବୋଲି ଅନୁମାନ କରାଯାଉଛି । ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ହେଉଛନ୍ତି ଏହାର ମୁଖ୍ୟ କାରଣ ।...

କେହି ଶୁଣୁ ନାହାନ୍ତି, ଦିଲ୍ଲୀ ମେଡିକାଲ ବାହାରେ କାନ୍ଦୁଥିବା ଅସଲମଙ୍କ ଦୁଃଖ

ନୂଆଦିଲ୍ଲୀ,୨୨।୪: ମେଡିକାଲ ଅକ୍ସିଜେନ, ଭାକ୍ସିନ ଓ ବେଡ୍‌ ପାଇଁ ସରକାରଙ୍କ ଆଶ୍ୱାସନା ସତ୍ତ୍ୱେ କୋଭିଡ୍‌ ଆକ୍ରାନ୍ତ ଓ ସେମାନଙ୍କ ପରିବାରବର୍ଗଙ୍କ ଦୁଃଖ କମ୍‌ ହେଉନାହିଁ। ଏକ...

ବୈଦ୍ୟୁତିକ ବିକଳ୍ପ ଡିଜିଟାଲ ମୁଦ୍ରା

ନୂଆଦିଲ୍ଲୀ, ୩ା୨: ସମ୍ପ୍ରତି ସାରା ବିଶ୍ୱ ଡିଜିଟାଲାଇଜେଶନ ମୁହଁ। ହୋଇଥିବାବେଳେ ଅତ୍ୟାଧୁନିକ ଜ୍ଞାନକୌଶଳ ଓ ପ୍ରଯୁକ୍ତିବିଦ୍ୟା ପ୍ରତ୍ୟେକ କାର୍ଯ୍ୟକୁ ଆହୁରି ସହଜ କରିବାରେ ଲାଗିଛି। ନଗଦ...

Advertisement
Archives

Model This Week