ହାଇକୋର୍ଟ ବିଚାରପତିଙ୍କ ବାରିପଦା ଗସ୍ତ

ବାରିପଦା ଅଫିସ, ୨୦।୨ ହାଇକୋର୍ଟ ଦୁଇ ବିଚାରପତି ଶତୃଘ୍ନ ପୂଜାହାରୀ ଓ ଦେବବ୍ରତ ଦାଶ ଶନିବାର ମୟୂରଭଞ୍ଜ ଜିଲା ବାରିପଦା ଗସ୍ତରେ ଆସି କୋର୍ଟ ଗୃହ ନିର୍ମାଣ ନେଇ ଓକିଲ ସଂଘ ସହିତ ଆଲୋଚନା କରିଛନ୍ତି ା କୋର୍ଟ ପରିସରରେ ଚାଲି ରହିଥିବା ସଂଲଗ୍ନ ସ୍ଥାନ ପାଇଁ ଓକିଲ ସଂଘ ପକ୍ଷରୁ ଆବଶ୍ୟକ କାଗଜପତ୍ର ପ୍ରଦାନ କରିବା ପରେ ନୂତନ କୋର୍ଟ ଗୃହ ନିର୍ମାଣ କରାଯିବା ନେଇ ପଦକ୍ଷେପ ଗ୍ରହଣ କରାଯିବ। ବିଚାରପତିଙ୍କ ନିର୍ଭର ପ୍ରତିଶ୍ରୁତି ପାଇବା ପରେ ସଂଘ ପକ୍ଷରୁ ଆନ୍ଦୋଳନକୁ ସ୍ଥଗିତ କରାଯିବା ସହ ଆସନ୍ତା ସୋମବାର ଓକିଲମାନେ କାର୍ଯ୍ୟରେ ଯୋଗଦେବେ ବୋଲି ଜିଲା ଓକିଲ ସଂଘ ବାରିପଦାର ସମ୍ପାଦକ ବସନ୍ତ କୁମାର ଭୋଳ ପ୍ରକାଶ କରିଛନ୍ତି ା
କୋର୍ଟ ଗୃହ ନିର୍ମାଣ ନେଇ ଓକିଲ ସଂଘ ପକ୍ଷରୁ କାର୍ଯ୍ୟବନ୍ଦ ଆନ୍ଦୋଳନ କରାଯାଇଥିଲା ା ଆଭାସୀ ମାଧ୍ୟମରେ ହାଇକୋର୍ଟ ବିଚାରପତି ଓ ଓକିଲ ସଂଘ ପକ୍ଷରୁ ଏକ ବୈଠକ ହୋଇଥିଲା। ଶନିବାର ବାରିପଦା ଗସ୍ତରେ ଯାଇ ତଦନ୍ତ ପୂର୍ବକ ସମୀକ୍ଷା କରିବା ପରେ ନିଷ୍ପତ୍ତି ନିଆଯାଇଥିଲା ା ହାଇକୋର୍ଟ ବିଚାରପତି ପୂଜାହାରୀ, ବିଚାରପତି ଦାଶ ଏବଂ ଜିଲାଜଜ୍‌ ପ୍ରଦୀପ କୁମାର ପଟ୍ଟନାୟକ ବାରିପଦା କୋର୍ଟ ପରିସରରେ ପହଞ୍ଚିଥିଲେ। ଆଇନଜୀବୀଙ୍କ ଗହଣରେ କୋର୍ଟ ପରିସର ପରିଦର୍ଶନ କରିଛନ୍ତି ା ପରେ ସଂଘ ସଭାଗୃହରେ ଜିଲା ଓକିଲ ସଂଘ ସଭାପତି ପ୍ରବୀର କୁମାର ବସାଙ୍କ ସମେତ ସଦସ୍ୟଙ୍କ ସହ ଆଲୋଚନା କରାଯାଇଥିଲା। ନୂତନ କୋର୍ଟ ଗୃହ କେଉଁଠାରେ ସ୍ଥାପନ କରାଯିବ ସେନେଇ କୌଣସି ନିଷ୍ପତ୍ତି ଗ୍ରହଣ କରାଯାଇନାହିଁ ବୋଲି ମୁଖ୍ୟ ବିଚାରପତି ପ୍ରକାଶ କରିଥିଲେ। ଏଡିଆର କକ୍ଷରେ ସଂଘର ପ୍ରତିନିଧି ଦଳଙ୍କ ସହ ଗୃହ ନିର୍ମାଣକୁ ନେଇ ଉପୁଜିଥିବା ସମସ୍ୟା ସମ୍ପର୍କରେ ଗୁରୁତ୍ୱାରୋପ କରାଯାଇଛି। ସଂଘ ଉପସଭାପତି ସୁଜାତା ମିଶ୍ର, ସହସମ୍ପାଦକ ସ୍ବରୂପ କୁମାର ମିଶ୍ର, ସଦସ୍ୟ କୈଳାସ ପ୍ରସାଦ ସାହୁଙ୍କ ସମେତ ସଦସ୍ୟମାନେ ଅଂଶଗ୍ରହଣ କରଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡି ପ୍ରାର୍ଥୀ ଚୟନକୁ ନେଇ ଛିଡୁନି ଅଙ୍କ

ବାଙ୍ଗିରିପୋଷି,୧୭ା୪(ସଞ୍ଜୟ କୁମାର ଅଗ୍ରୱାଲା):ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ନିର୍ବାଚନମଣ୍ଡଳୀ ପାଇଁ କଂଗ୍ରେସ ଦଳ ପକ୍ଷରୁ ପ୍ରାର୍ଥୀ ଘୋଷଣା ହୋଇସାରିଛି। କଂଗ୍ରେସର ବିଭିନ୍ନ ପଦ ପଦବୀରେ ରହି ୩୦...

କେନ୍ଦ୍ରମନ୍ତ୍ରୀଙ୍କୁ ଟିକେଟ୍‌ ଦେଲାନି ଭାଜପା: ପଛରେ ରହିଛି ଏଭଳି କାରଣ

ବାରିପଦା,୧୭ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ):ବିବାଦୀୟ ମନ୍ତବ୍ୟ, ଅଶୋଭନୀୟ ଆଚରଣ ସମେତ କାର୍ଯ୍ୟଦକ୍ଷତାର ମାପକାଠିକୁ ଆଧାରକରି ଭାଜପା ଚଳିତ ନିର୍ବାଚନରେ କେତେଜଣ ଏମ୍‌ପି ଏବଂ କେନ୍ଦ୍ରମନ୍ତ୍ରୀଙ୍କୁ ପ୍ରାର୍ଥୀ ତାଲିକାରୁ...

ପ୍ରଭାସଙ୍କ ଉପରେ ପୁଣି ଆସ୍ଥାପ୍ରକଟ କଲା କଂଗ୍ରେସ: କର୍ମୀଙ୍କ ମଧ୍ୟରେ ଖୁସିର ମାହୋଲ

ମୋରଡା,୧୫।୪(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲାର ଏକ ମାତ୍ର ଅଣସଂରକ୍ଷିତ ମୋରଡା ନିର୍ବାଚନମଣ୍ଡଳୀ ଆଗାମୀ ସାଧାରଣ ନିର୍ବାଚନକୁ ନେଇ ଚଳଚଞ୍ଚଳ ହୋଇଉଠିଛି l ପୂର୍ବରୁ ବିଜୁ ଜନତା...

ପଣା ସଂକ୍ରାନ୍ତିରେ ଜଗତେଶ୍ୱର-ମା’ ପାର୍ବତୀଙ୍କ ବିବାହ

ମୋରଡା,୧୪।୪(ସ୍ମାରକ ମାଜୀ)- ପଣା ସଂକ୍ରାନ୍ତି ତଥା ଓଡ଼ିଆ ନବବର୍ଷ ଅବସରରେ ମୟୂରଭଞ୍ଜ ଜିଲା ମୋରଡା ବ୍ଲକ କୋହି ଗ୍ରାମରେ ବାବା ଜଗତେଶ୍ୱରଙ୍କ ପ୍ରସିଦ୍ଧ ଝାମୁ ଯାତ୍ରା...

ଯାହାଙ୍କ ନାଁରେ ଅଭିଯୋଗ ତାଙ୍କୁ ତଦନ୍ତ ଦାୟିତ୍ୱ

ବାରିପଦା,୧୪ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ)ମୟୂରଭଞ୍ଜ କେନ୍ଦ୍ର ସମବାୟ ବ୍ୟାଙ୍କ ଅଧୀନ ବାରିପଦା ଉପ ନିବନ୍ଧ ଡିଭିଜନର ଲ୍ୟାମ୍ପ୍‌ସରେ କାର୍ଯ୍ୟରତ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ(ଏମ୍‌ଡି)ମାନଙ୍କ ପଦୋନ୍ନତିରେ ବ୍ୟାପକ...

ହାତୀ ଉପରେ ନଜର ରଖୁନି ବନ ବିଭାଗ: ଛୁଆହାତୀର ମୃତ୍ୟୁ

ମୋରଡ଼ା,୧୩ା୪(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ରେଞ୍ଜରେ ବର୍ଷ ତମାମ ହାତୀ ଉପଦ୍ରବ ଜାରି ରହିଥିବା ବେଳେ ବନ ବିଭାଗ ମଧ୍ୟ ହାତୀ ଉପରେ ସଠିକ୍‌...

ସୁଯୋଗ ଅପେକ୍ଷାରେ କଂଗ୍ରେସ

ବାରିପଦା,୧୧ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ)୨୦୨୪ ସାଧାରଣ ନିର୍ବାଚନ ଯେତେ ପାଖେଇ ଆସୁଛି ମୟୂରଭଞ୍ଜ ଜିଲା ରାଜନୀତି ସେତେ ସରଗରମ ହେବାରେ ଲାଗିଛି। ଦୁଇ ପ୍ରମୁଖ ରାଜନୈତିକ ଦଳ...

ଜେଏମ୍‌ଏମ୍‌ରେ ସାମିଲ ହେଲେ କୃଷ୍ଣଚନ୍ଦ୍ର

ମୋରଡ଼ା,୧୦ା୪(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ନିର୍ବାଚନମଣ୍ଡଳୀର ବରିଷ୍ଠ ନେତା କୃଷ୍ଣଚନ୍ଦ୍ର ବୁଧବାର ବିଧିବଦ୍ଧ ଭାବେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାରେ ମିଶିଛନ୍ତି l ଆଜି ରାଇରଙ୍ଗପୁରସ୍ଥିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri