Posted inଜାତୀୟ

କେବଳ ୧୦ ବର୍ଷ ଅଭିଜ୍ଞତା ଆଧାରରେ କେବେ ନିଯୁକ୍ତ ହୋଇ ନାହାନ୍ତି ହାଇକୋର୍ଟ ବିଚାରପତି, କେନ୍ଦ୍ର ଦେଲା ଜବାବ୍‌…

ନୂଆଦିଲ୍ଲୀ,୨୦।୧୦: କେବଳ ୧୦ ବର୍ଷ ଆଇନଗତ ଅଭିଜ୍ଞତା ଥିବା କୌଣସି ଆଇନଜୀବୀଙ୍କୁ କେବେ ମଧ୍ୟ ହାଇକୋର୍ଟ ବିଚାରପତି ଭାବେ ନିଯୁକ୍ତି ପ୍ରଦାନ କରାଯାଇ ନାହିଁ ବୋଲି ଟ୍ରିବ୍ୟୁନାଲ୍‌ ଆକ୍ଟ-୨୦୨୧ର ସାମ୍ବିଧାନିକ ବୈଧତା ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏକ ଜବାବୀ ସତ୍ୟପାଠ ସୁପ୍ରିମ୍‌କୋର୍ଟରେ ଦାଖଲ କରାଯାଇଛି। ମାଡ୍ରାସ୍‌ ବାର୍‌ ଆସୋସିଏଶନ ଦ୍ୱାରା ଦାଖଲ ହୋଇଥିବା ରିଟ୍‌ ପିଟିଶନ ବିରୋଧରେ କେନ୍ଦ୍ର ପକ୍ଷରୁ ଏଭଳି କରାଯାଇଛି।

ଏଥିରେ ଉଲ୍ଲେଖ କରାଯାଇଛି ଯେ, ଟ୍ରିବ୍ୟୁନାଲ ସଦସ୍ୟଙ୍କ ଚୟନ ପ୍ରକ୍ରିୟା ସେମାନଙ୍କର ନ୍ୟୁନତମ ବୟସ ଯୋଗ୍ୟତା ଏବଂ କାର୍ଯ୍ୟକାଳ ସମ୍ପୂର୍ଣ୍ଣ ଭାବେ ସଂସଦର ନୀତିଗତ ନିର୍ଣ୍ଣୟ ପରିସୀମା ଆଧାରରେ ଗ୍ରହଣ କରାଯାଇଥାଏ। ସେହିପରି କୋର୍ଟଙ୍କର ନ୍ୟାୟିକ ସ୍ବାଧୀନତା ସମ୍ପର୍କରେ କେନ୍ଦ୍ର ସରକାର କହିଛନ୍ତି ଯେ, ମୌଳିକ କ୍ଷମତାର ଉଲ୍ଲଂଘନ ଅବା ଲେଜିସଲେଟିଭ୍‌ ଆଇନର ଅଣ ଦେଖା କରାଗଲେ କୌଣସି ନିୟମକୁ ଅମାନ୍ୟ କରାଯାଇ ପାରିବ।

ଏହା ସହିତ କେନ୍ଦ୍ର ସରକାର କହିଛନ୍ତି ଯେ, ସଚ୍ଚ-କମ୍‌-ସିଲେକଶନ୍‌ କମିଟିର ନ୍ୟାୟିକ ପ୍ରଭୃତ୍ୱ ଅଧିକ ରହିଥିବାରୁ ନ୍ୟାୟିକ ସ୍ବତନ୍ତ୍ରତା ବିଷୟରେ ଚିନ୍ତା କରିବାର ଆବଶ୍ୟକତା ନାହିଁ। ସବୋର୍ଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ କ୍ରମେ ଚୟନ ପ୍ରକ୍ରିୟାରେ ୫୦ ବର୍ଷ ବୟସ ଏବଂ ୧୦ ବର୍ଷ ନ୍ୟାୟିକ ଅଭିଜ୍ଞତାକୁ ଯୋଗ୍ୟତା ଭାବେ ଗ୍ରହଣ କରାଯାଇଥାଏ। ମାତ୍ର କେବେ ମଧ୍ୟ କେବଳ ୧୦ ବର୍ଷ ଅଭିଜ୍ଞତା ଥିବା ଆଇନଜୀବୀଙ୍କୁ ହାଇକୋର୍ଟ ବିଚାରପତି ଭାବେ ନିଯୁକ୍ତ କରାଯାଇ ନାହିଁ। ମାତ୍ର ଏହା ସାମ୍ବିଧାନିକ ଭାବେ ନିର୍ଦ୍ଧାରିତ ହୋଇଥିବା ଯୋଗ୍ୟତା ବୋଲି ସତ୍ୟପାଠରେ ଉଲ୍ଲେଖ କରାଯାଇଛି। ଗତ ୭୫ ବର୍ଷ ମଧ୍ୟରେ ଏଭଳି ହୋଇ ନ ଥିବା କେନ୍ଦ୍ର ସରକାର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନେପାଳ ଫେରିଲେ ତିବ୍ବତରେ ଫସି ରହିଥିବା ଭାରତୀୟ ତୀର୍ଥଯାତ୍ରୀ

ବେଜିଂ,୨୯ା୮: ବନ୍ୟାରେ ଗିରୋଙ୍ଗ୍‌ ସୀମାନ୍ତ ପୋଷ୍ଟ ଧ୍ୱଂସ ହୋଇଯାଇଥିବା ବେଳେ ତିବ୍ବତରେ ଅଟକି ରହିଥିବା ବହୁସଂଖ୍ୟାରେ ଭାରତୀୟ ତୀର୍ଥଯାତ୍ରୀ ଶନିବାର ବିକଳ୍ପ ସୀମାନ୍ତ ରାସ୍ତା ଦେଇ ନେପାଳ…

ଉଜ୍‌ବେକିସ୍ତାନରେ ପ୍ରଧାନମନ୍ତ୍ରୀ ମୋଦି

ତାଶକେଣ୍ଟ,୨୯ା୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଜ୍‌ବେକିସ୍ତାନ ଏବଂ କିର୍‌ଗିଜସ୍ତାନକୁ ୪ ଦିନିଆ ଗସ୍ତରେ ଯାଇ ଶନିବାର ଉଜ୍‌ବେକିସ୍ତାନରେ ପହଞ୍ଚିଛନ୍ତି। ୨ ଦେଶ ମଧ୍ୟରେ ରଣନୈତିକ ସହଭାଗିତାକୁ ଆହୁରି…

ସୃଷ୍ଟି ହେଲା ଲଘୁଚାପ, ୫ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା, ୩ ଜିଲାକୁ ରେଡ୍‌ ଓ୍ବାର୍ନିଂ

ଭୁବନେଶ୍ୱର, ୨୯ା୮ (ବନ୍ଦନା ସେଠୀ) – ଉତ୍ତରପଶ୍ଚିମ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ-ଉତ୍ତରଓଡ଼ିଶା ଉପକୂଳରେ ଶନିବାର ସକାଳ ୫ଟା ୩୦ରେ ଆଉଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା…

ଦେଓମାଳି ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକ ଅସୁରକ୍ଷିତ: ମୁଖାପିନ୍ଧା ଯୁବକଙ୍କ ଅତର୍କିତ ଆକ୍ରମଣକୁ ନେଇ କୋଟିଆ ଥାନାରେ ମାମଲା ରୁଜୁ

ପଟ୍ଟାଙ୍ଗି,୨୯।୮(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ଅଧୀନ ପ୍ରସିଦ୍ଧ ଦେଓମାଳି ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଶୁକ୍ରବାର ସନ୍ଧ୍ୟାରେ…

ତାରାତାରିଣୀ ଛକରେ ସାଙ୍ଘାତିକ କାର୍ ଦୁର୍ଘଟଣା: ତହସିଲଦାରଙ୍କ କଲ୍‌କୁ ବି ଖାତିର କଲାନି ଆମ୍ବୁଲାନ୍ସ କଲ୍ ସେଣ୍ଟର; ଛଟପଟ ହେଲେ…

ପୁରୁଷୋତ୍ତମପୁର,୨୯।୮(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବ୍ରହ୍ମପୁର-ପୁରୁଷୋତ୍ତମପୁର ମୁଖ୍ୟ ରାସ୍ତାର ତାରାତାରିଣୀ ଛକ ନିକଟରେ ଶନିବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।…

ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷାର୍ଥୀଙ୍କ ପାଇଁ ବଡ଼ ଖବର: ଅକ୍ଟୋବର ୨୯ରୁ …

କଟକ,୨୯।୮: ଓଡ଼ିଶା ଲୋକସେବା ଆୟୋଗ (OPSC) ପକ୍ଷରୁ ଓଡ଼ିଶା ସିଭିଲ ସର୍ଭିସ (OCS) ମେନ୍ ପରୀକ୍ଷାର ତାରିଖ ଘୋଷଣା କରାଯାଇଛି। ଆସନ୍ତା ଅକ୍ଟୋବର ୨୯ ତାରିଖରୁ ନଭେମ୍ବର…

ନେପାଳରେ ବନ୍ୟା: ୟୁପିରୁ ମିଳିଲାଣି ୧୦ ମୃତଦେହ

ଲକ୍ଷ୍ନୌ,୨୯ା୮: ନେପାଳ ବନ୍ୟାରେ ଭାସିଆସିଥିବା ୧୦ ଜଣଙ୍କ ମୃତଦେହ ପୂର୍ବ ଉତ୍ତରପ୍ରଦେଶର ଗଣ୍ଡକ ନଦୀରୁ ମିଳିଛି। ମହାରାଜଗଞ୍ଜ ଏବଂ କୁଶିନଗର ଜିଲାରୁ ୨ ଦିନରେ ୧୦ ଜଣଙ୍କ…

ନେପାଳ ବନ୍ୟାରେ ସାଙ୍ଘାତିକ ଲୁଟ୍! ଭାସିଆସିଲା ସିନ୍ଦୁକ, ଲୁଟିନେଲେ ୯୨.୭ ଲକ୍ଷ! ମୃତଦେହରୁ ବି ଚୋରି ହେଲା…

କାଠମାଣ୍ଡୁ, ୨୯।୮: ନେପାଳରେ ସମ୍ପ୍ରତି ଆସିଥିବା ବିନାଶକାରୀ ବନ୍ୟା ମଧ୍ୟରେ କିଛି ଚାଞ୍ଜଲ୍ୟକର ଘଟଣା ସାମ୍ନାକୁ ଆସିଛି। ବନ୍ୟା ପାଣିରେ ଭାସିଆସିଥିବା ଏକ ସେଫ୍‌ (ସିନ୍ଦୁକ)ରୁ ଟଙ୍କା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri