Posted inଜାତୀୟ

କେବଳ ୧୦ ବର୍ଷ ଅଭିଜ୍ଞତା ଆଧାରରେ କେବେ ନିଯୁକ୍ତ ହୋଇ ନାହାନ୍ତି ହାଇକୋର୍ଟ ବିଚାରପତି, କେନ୍ଦ୍ର ଦେଲା ଜବାବ୍‌…

ନୂଆଦିଲ୍ଲୀ,୨୦।୧୦: କେବଳ ୧୦ ବର୍ଷ ଆଇନଗତ ଅଭିଜ୍ଞତା ଥିବା କୌଣସି ଆଇନଜୀବୀଙ୍କୁ କେବେ ମଧ୍ୟ ହାଇକୋର୍ଟ ବିଚାରପତି ଭାବେ ନିଯୁକ୍ତି ପ୍ରଦାନ କରାଯାଇ ନାହିଁ ବୋଲି ଟ୍ରିବ୍ୟୁନାଲ୍‌ ଆକ୍ଟ-୨୦୨୧ର ସାମ୍ବିଧାନିକ ବୈଧତା ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏକ ଜବାବୀ ସତ୍ୟପାଠ ସୁପ୍ରିମ୍‌କୋର୍ଟରେ ଦାଖଲ କରାଯାଇଛି। ମାଡ୍ରାସ୍‌ ବାର୍‌ ଆସୋସିଏଶନ ଦ୍ୱାରା ଦାଖଲ ହୋଇଥିବା ରିଟ୍‌ ପିଟିଶନ ବିରୋଧରେ କେନ୍ଦ୍ର ପକ୍ଷରୁ ଏଭଳି କରାଯାଇଛି।

ଏଥିରେ ଉଲ୍ଲେଖ କରାଯାଇଛି ଯେ, ଟ୍ରିବ୍ୟୁନାଲ ସଦସ୍ୟଙ୍କ ଚୟନ ପ୍ରକ୍ରିୟା ସେମାନଙ୍କର ନ୍ୟୁନତମ ବୟସ ଯୋଗ୍ୟତା ଏବଂ କାର୍ଯ୍ୟକାଳ ସମ୍ପୂର୍ଣ୍ଣ ଭାବେ ସଂସଦର ନୀତିଗତ ନିର୍ଣ୍ଣୟ ପରିସୀମା ଆଧାରରେ ଗ୍ରହଣ କରାଯାଇଥାଏ। ସେହିପରି କୋର୍ଟଙ୍କର ନ୍ୟାୟିକ ସ୍ବାଧୀନତା ସମ୍ପର୍କରେ କେନ୍ଦ୍ର ସରକାର କହିଛନ୍ତି ଯେ, ମୌଳିକ କ୍ଷମତାର ଉଲ୍ଲଂଘନ ଅବା ଲେଜିସଲେଟିଭ୍‌ ଆଇନର ଅଣ ଦେଖା କରାଗଲେ କୌଣସି ନିୟମକୁ ଅମାନ୍ୟ କରାଯାଇ ପାରିବ।

ଏହା ସହିତ କେନ୍ଦ୍ର ସରକାର କହିଛନ୍ତି ଯେ, ସଚ୍ଚ-କମ୍‌-ସିଲେକଶନ୍‌ କମିଟିର ନ୍ୟାୟିକ ପ୍ରଭୃତ୍ୱ ଅଧିକ ରହିଥିବାରୁ ନ୍ୟାୟିକ ସ୍ବତନ୍ତ୍ରତା ବିଷୟରେ ଚିନ୍ତା କରିବାର ଆବଶ୍ୟକତା ନାହିଁ। ସବୋର୍ଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ କ୍ରମେ ଚୟନ ପ୍ରକ୍ରିୟାରେ ୫୦ ବର୍ଷ ବୟସ ଏବଂ ୧୦ ବର୍ଷ ନ୍ୟାୟିକ ଅଭିଜ୍ଞତାକୁ ଯୋଗ୍ୟତା ଭାବେ ଗ୍ରହଣ କରାଯାଇଥାଏ। ମାତ୍ର କେବେ ମଧ୍ୟ କେବଳ ୧୦ ବର୍ଷ ଅଭିଜ୍ଞତା ଥିବା ଆଇନଜୀବୀଙ୍କୁ ହାଇକୋର୍ଟ ବିଚାରପତି ଭାବେ ନିଯୁକ୍ତ କରାଯାଇ ନାହିଁ। ମାତ୍ର ଏହା ସାମ୍ବିଧାନିକ ଭାବେ ନିର୍ଦ୍ଧାରିତ ହୋଇଥିବା ଯୋଗ୍ୟତା ବୋଲି ସତ୍ୟପାଠରେ ଉଲ୍ଲେଖ କରାଯାଇଛି। ଗତ ୭୫ ବର୍ଷ ମଧ୍ୟରେ ଏଭଳି ହୋଇ ନ ଥିବା କେନ୍ଦ୍ର ସରକାର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?