ହାଇକମାଣ୍ଡ ମାନସିକତା

ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍‌ ଅମରିନ୍ଦର ସିଂ ମୁଖ୍ୟମନ୍ତ୍ରୀ ପଦରୁ ୧୮ ସେପ୍ଟେମ୍ବରରେ ଇସ୍ତଫା ଦେବା ପରେ ସେଠାକାର କଂଗ୍ରେସ ଭିତରେ ଥିବା ଫାଟ ପଦାକୁ ସମ୍ପୂର୍ଣ୍ଣ ଦିଶିଛି। ପଞ୍ଜାବ ପ୍ରଦେଶ କଂଗ୍ରେସ କମିଟି ସଭାପତି ନବଜୋତ୍‌ ସିଂ ସିଦ୍ଧୁଙ୍କ ସହ ମତଭେଦ ଯୋଗୁ ଅମରିନ୍ଦରଙ୍କୁ ଇସ୍ତଫା ଦେବାକୁ ପଡ଼ିଛି। କ୍ୟାପ୍‌ଟେନ୍‌ ଦର୍ଶାଇଛନ୍ତି ଯେ, ସିନ୍ଧୁଙ୍କ ବନ୍ଧୁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ଓ ସେଠାକାର ସେନା ମୁଖ୍ୟ ଜେନେରାଲ କମାର ଜାଭେଦ ବାଜ୍‌ଓ୍ବାଙ୍କ ସହ ମଧ୍ୟ ତାଙ୍କର ଭଲ ସମ୍ପର୍କ ରହିଛି। ଭାରତର ମଙ୍ଗଳ ଦୃଷ୍ଟିରୁ ସିନ୍ଧୁ ପଞ୍ଜାବ ମୁଖ୍ୟମନ୍ତ୍ରୀ ହେବା ଅନୁଚିତ ବୋଲି ଅମରିନ୍ଦର କହିଥିଲେ। ଅନ୍ୟପକ୍ଷରେ ଇସ୍ତଫା ଦେବା ପୂର୍ବରୁ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ସହ କଥା ହୋଇଥିବା ସେ କହିଥିଲେ। କିନ୍ତୁ ସୋନିଆ ଏଥିପାଇଁ କେବଳ ଦୁଃଖପ୍ରକାଶ କରି ରହିଯାଇଥିଲେ। ୧୯ ସେପ୍ଟେମ୍ବରରେ କ୍ୟାପ୍‌ଟେନ୍‌ଙ୍କ ମନ୍ତ୍ରିମଣ୍ଡଳରେ ବୈଷୟିକ ଶିକ୍ଷା ଓ ଶିଳ୍ପ ପ୍ରଶିକ୍ଷଣ ମନ୍ତ୍ରୀ ଥିବା ଚରଣଜିତ୍‌ ସିଂ ଚନ୍ନିଙ୍କୁ ମୁଖ୍ୟମନ୍ତ୍ରୀ କରାଯାଇଛି। ଚନ୍ନି ଦଳିତ ନେତା ଭାବେ ପରିଚିତ।
ପଞ୍ଜାବରେ ଅମରିନ୍ଦର ଓ ସିନ୍ଧୁଙ୍କ ମଧ୍ୟରେ ବିବାଦ ଦୀର୍ଘଦିନ ଧରି ଲାଗିଆସିଛି। ତେବେ ସିନ୍ଧୁଙ୍କୁ ପ୍ରଦେଶ କଂଗ୍ରେସ କମିଟି ସଭାପତି କରିଦିଆଯିବା ପରେ ଉଭୟଙ୍କ ମଧ୍ୟରେ ଅପଡ଼ ବଢ଼ିଯାଇଥିଲା। କଂଗ୍ରେସ ନେତୃତ୍ୱ ଏବେ ଏକ ଘଡ଼ିସନ୍ଧି ମୁହୂର୍ତ୍ତ ଦେଇ ଗତି କରୁଥିବା ବେଳେ ଏହି ଦିଗକୁ ଅଧିକ ଧ୍ୟାନ ଦେବାର ଥିଲା ବୋଲି ବିଶେଷଜ୍ଞମାନେ ମତ ଦେଉଛନ୍ତି। ଅମରିନ୍ଦର ମୁଖ୍ୟମନ୍ତ୍ରୀ ପଦବୀରୁ ଇସ୍ତଫା ଦେବାରୁ ପଞ୍ଜାବ କଂଗ୍ରେସ ବିଧାୟକଙ୍କ ମଧ୍ୟରେ ବିଭାଜନ ସୃଷ୍ଟି ହୋଇଯାଇଥିବା କୁହାଯାଉଛି। ଯଦି ଅମରିନ୍ଦରଙ୍କ ସମର୍ଥକମାନେ ଦଳ ବିରୋଧୀ ନିଷ୍ପତ୍ତି ନିଅନ୍ତି, ଆଗକୁ ସ୍ଥିତି ବିଗିଡ଼ିଯିବା ସ୍ବାଭାବିକ। ଏମିତି ଦେଖିଲେ ଦେଶରେ କଂଗ୍ରେସର ସ୍ଥିତି ଦୁର୍ବଳ ହେବାରେ ଲାଗିଛି। ପଞ୍ଜାବ ପରେ ରାଜସ୍ଥାନ ଓ ଛତିଶଗଡ଼ ଉପରେ ଏବେ ସମସ୍ତଙ୍କ ଲକ୍ଷ୍ୟ। ରାଜସ୍ଥାନରେ ଅଶୋକ ଗେହଲଟଙ୍କ ପାଇଁ ସଚିନ ପାଇଲଟ ବିପଦ ଭାବେ ଉଭା ହୋଇଥିଲେ। କିନ୍ତୁ ରାଜନୈତିକ ଗଣିତ ଭୁଲ ହୋଇଯିବାରୁ ସେ ଅଚଳ ହୋଇଗଲେ। ତେବେ ଅନ୍ୟ ଏକ କଂଗ୍ରେସ ଶାସିତ ରାଜ୍ୟ ଛତିଶଗଡ଼ର ଉଦାହରଣ ଦେଖାଯାଇପାରେ। ସେଠାରେ ଭୂପେଶ ବାଘେଲ ସରକାରରେ ସ୍ବାସ୍ଥ୍ୟମନ୍ତ୍ରୀ ଥିବା ତ୍ରିଭୁବନେଶ୍ୱର ସରଣ ସିଂଦେଓ ରାଜ୍ୟ ନେତୃତ୍ୱ ବଦଳାଇବା ପାଇଁ ଏକାଧିକ ଅଭିଯୋଗ କଂଗ୍ରେସ ହାଇକମାଣ୍ଡଙ୍କ ନିକଟରେ କରିଛନ୍ତି। ତାଙ୍କ ପ୍ରସ୍ତାବ ରହିଛି ମୁଖ୍ୟମନ୍ତ୍ରୀ ସିଟ୍‌ ରୋଟେଶନ୍‌ ବା ପାଳିକରି କରାଯାଉ। ଏଥିରୁ ବୁଝିବାକୁ ହେବ ଯେ, କଂଗ୍ରେସ ଶାସିତ ରାଜ୍ୟଗୁଡ଼ିକରେ ଦଳୀୟ କନ୍ଦଳ ପାର୍ଟିକୁ ଦୁର୍ବଳ କରିଦେଉଛି। ହାଇକମାଣ୍ଡଙ୍କ ନେତୃତ୍ୱର ଅଭାବ ଯୋଗୁ ଆଜି ଏହି ପୁରୁଣା ଜାତୀୟ ଦଳ ସମ୍ପୂର୍ଣ୍ଣ ସଙ୍କଟ ମଧ୍ୟକୁ ଠେଲି ହୋଇଯାଉଛି। ଯେତେବେଳେ ଦଳ ଭିତରେ ନେତାମାନଙ୍କ ମଧ୍ୟରେ ସମନ୍ବୟର ଅଭାବ ଦେଖାଦେବ ସେତେବେଳେ କର୍ମୀ ଓ ସମର୍ଥକମାନେ ହତୋତ୍ସାହିତ ହୋଇପଡ଼ିବେ। ଓଡ଼ିଶାରୁ ଦିଲ୍ଲୀ ପର୍ଯ୍ୟନ୍ତ କଂଗ୍ରେସ ନେତାମାନେ ଗାଦି ପାଇବା ପାଇଁ ପରସ୍ପର ମଧ୍ୟରେ ଯେଭଳି ଭିଡ଼ାଓଟରା ଚାଲିଛି, ତାହା ଦ୍ୱାରା ଦଳ ବିଶୃଙ୍ଖଳିତ ହୋଇପଡ଼ୁଛି। ପଞ୍ଜାବ ସମେତ କେତେକ ରାଜ୍ୟରେ ଆସନ୍ତା ୬ ମାସ ପରେ ବିଧାନସଭା ନିର୍ବାଚନ ଥିବାରୁ ପ୍ରତ୍ୟେକ ଦଳ ନିଜର ରଣନୀତି ପ୍ରସ୍ତୁତିରେ ଲାଗିପଡ଼ିଛନ୍ତି। ଗତ ୬ ମାସ ମଧ୍ୟରେ ଭାରତୀୟ ଜନତା ପାର୍ଟି (ଭାଜପା) ୪ ଜଣ ମୁଖ୍ୟମନ୍ତ୍ରୀଙ୍କୁ ବଦଳାଇ ସାରିଲାଣି। ଉତ୍ତରାଖଣ୍ଡରେ ଦୁଇ ଥର ଓ କର୍ନାଟକ ପରେ ନିକଟରେ ଗୁଜରାଟ ମୁଖ୍ୟମନ୍ତ୍ରୀ ଥିବା ବିଜୟ ରୂପାନୀଙ୍କୁ ବଦଳାଯାଇ ତାଙ୍କ ସ୍ଥାନରେ ଭୂପେନ୍ଦ୍ର ପଟେଲଙ୍କୁ ଅବସ୍ଥାପିତ କରାଯାଇଛି। ଆଗାମୀ ନିର୍ବାଚନରେ ଭୋଟରଙ୍କ ଆଗରେ ନୂଆ ମୁହଁ ଦେଖାଇବା ଲକ୍ଷ୍ୟ ରଖି ଭାଜପା ଏପରି ରଣନୀତି ଆପଣାଉଛି। ହେଲେ କଂଗ୍ରେସ ନେତୃତ୍ୱ ନିଷ୍ପତ୍ତି ନେବାରେ ବିଳମ୍ବ କରିବା ଏବଂ ତା’ଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ହେଉଛି କେନ୍ଦ୍ରୀୟ ସ୍ତରରେ ଏଭଳି କୌଣସି କଂଗ୍ରେସ ନେତା ନାହାନ୍ତି, ଯାହାଙ୍କ ମୁହଁ ଦେଖିଲେ ସାଧାରଣ ନାଗରିକ ତାଙ୍କ ପ୍ରାର୍ଥୀଙ୍କୁ ଭୋଟ ଦେବାକୁ ଚାହିଁବେ। ସେଥିପାଇଁ କଂଗ୍ରେସ ଏବେ ନିଜ ରଣନୀତି ବଦଳାଇ ଆଞ୍ଚଳିକ ନେତୃତ୍ୱକୁ ଶକ୍ତିଶାଳୀ କରିବାରେ ଅଧିକ ଗୁରୁତ୍ୱ ଦେବା କଥା। ଏବକାର ଜନପ୍ରତିକ୍ରିୟା ଦେଖିଲେ ହୁଏତ ମୋଦିଙ୍କ ପରେ ଆଉ କୌଣସି ଦଳ ବା ନେତାଙ୍କୁ ବହୁମତ ଦେଇ ଜିତେଇବାର ଇଚ୍ଛା ରହି ନ ପାରେ। ପୁନର୍ବାର ଭାରତରେ ଆଞ୍ଚଳିକ ରାଜନୀତି ମୁଣ୍ଡ ଟେକିବାର ଯଥେଷ୍ଟ ସମ୍ଭାବନା ରହିଛି। ଏହା ସତ୍ୟ ଯେ, କିଛି ସମୟ ହିନ୍ଦୁଧର୍ମ ନାମରେ ଓ ଆଉ କିଛି ସମୟ ଉଗ୍ରବାଦ ଓ ପାକିସ୍ତାନ ବିରୋଧୀ ମନୋଭାବ ସୃଷ୍ଟିକରି ଭାଜପା ବିପୁଳ ସଫଳତା ଦେଖିଲା। ଏବେ ମନେହେଉଛି ଯେ, ପେଟର ଜ୍ୱଳନ ଭାରତୀୟମାନଙ୍କୁ କେତେକାଂଶରେ ସଜାଗ କଲାଣି। ଜୀବନ ଓ ଜୀବିକା ସମ୍ପର୍କିତ ପ୍ରସଙ୍ଗ ଆଗାମୀ ଦିନଗୁଡ଼ିକରେ ଅଧିକ ଗୁରୁତ୍ୱ ଧାରଣ କରିପାରେ। କଂଗ୍ରେସ ଚରିତ୍ରରେ ଉପରୁ ଥୋପିବାର ଅଭ୍ୟାସ ପୂର୍ବରୁ ସଫଳ ହୋଇଥାଇପାରେ, ଏବେ ସେହି ପଦ୍ଧତି ଉଭୟ କଂଗ୍ରେସ ଓ ଭାଜପା ପାଇଁ ଚଳିଲା ଭଳି ଲାଗୁ ନାହିଁ। ଭାଜପା କଥା ଏଇଥିପାଇଁ କୁହାଯାଉଛି, କଂଗ୍ରେସର ପୁରୁଣା ହାଇକମାଣ୍ଡ ମାନସିକତା ଏବେ ଭାଜପା ବ୍ୟବହାରରେ ଦେଖିବାକୁ ମିଳୁଛି। ପୂର୍ବରୁ କଂଗ୍ରେସ ଶକ୍ତିଶାଳୀ ଥିବା ବେଳେ ଏଭଳି କାର୍ଯ୍ୟକୁ କେହି ସାଧାରଣରେ ପ୍ରଶ୍ନ କରୁ ନ ଥିଲେ। ବର୍ତ୍ତମାନ ଭାଜପା ଶକ୍ତିଶାଳୀ ଅଛି ବୋଲି ଅନୁରୂପ ଭାବେ କେହି ପ୍ରଶ୍ନ କରୁନାହାନ୍ତି। ଭାରତୀୟଙ୍କ ପ୍ରଶ୍ନବାଚୀ କେବଳ ଭୋଟ୍‌ବାକ୍ସ ସମ୍ମୁଖୀନରେ ଓ ନାଲିକନା ଘେରରେ ବାହାରିଥାଏ। ବର୍ତ୍ତମାନ ଦେଖିବା ବିଭିନ୍ନ ରାଜ୍ୟରେ ଆଗକୁ ହେବାକୁ ଥିବା ନିର୍ବାଚନରେ କାହାର ରଙ୍ଗ କେତେରେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?