ହିଡେନ୍‌ କ୍ୟାମେରା: ମହିଳା କେତେ ସୁରକ୍ଷିତ

ହିଡେନ୍‌ କ୍ୟାମେରା ! କେତେବେଳେ ଜଗୁଆଳିର କାମ କରେ ତ ଆଉ କେତେବେଳେ ଚୋରି ଡକାୟତିଠାରୁ ଆରମ୍ଭ କରି ବିଭିନ୍ନ ଅପରାଧର ପାଲଟେ ସାକ୍ଷୀ। ହେଲେ ଅନେକଙ୍କ ଲାଗି ଏହା ମଧ୍ୟ ପାଲଟିଛି ଚିନ୍ତାର କାରଣ। ଏହି କ୍ୟାମେରାର ଅପବ୍ୟବହାର କରି ଯୁବତୀ କିମ୍ବା ମହିଳାଙ୍କର ଟ୍ରାଏଲ୍‌ ରୁମ୍‌ ଭିତରେ ଚେଞ୍ଜ କରିବା ବେଳର ନଗ୍ନ ଫଟୋ ହେଉ କିମ୍ବା ହୋଟେଲ୍‌, ଲଜ୍‌ ଆଦିରେ ରହିବାକୁ ଆସୁଥିବା ଦମ୍ପତ୍ତିଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ରେକର୍ଡ କରି ବ୍ଲାକ୍‌ମେଲ୍‌ କରୁଥିବାର ଘଟଣା ବଢୁଥିବାର ଦେଖିବାକୁ ମିଳୁଛି। ତେଣୁ ଏଥିପ୍ରତି ସତର୍କ ରହିବା ଆବଶ୍ୟକ…

 

ହିଡେନ୍‌ ବା ସ୍ପାଏ କ୍ୟାମେରା ମଣିଷ ସମାଜ ପାଇଁ ଏକ ବରଦାନ ସଦୃଶ କହିଲେ ଅତ୍ୟୁକ୍ତି ହେବ ନାହିଁ। କାରଣ ମଣିଷଙ୍କ ଅନୁପସ୍ଥିତିରେ ଏହା ଜଗୁଆଳି ଭଳି କାମ କରୁଛି । ଏହାଦ୍ବାରା ଚୋରି, ଡକାୟତି, ମର୍ଡର ଭଳି ବିଭିନ୍ନ ଅପରାଧମୂଳକ ଘଟଣା ଖୁବ୍‌ ସହଜରେ ଲୋକଲୋଚନକୁ ଆସିପାରୁଛି ଏବଂ ଏହି ପ୍ରମାଣକୁ ଆଧାରକରି ଦୋଷୀକୁ ଦଣ୍ଡିତ କରାଯାଉଛି। ତେଣୁ ଏବେ ଛୋଟ ବଡ଼ ଦୋକାନରୁ ଆରମ୍ଭ କରି କଲେଜ, ଅଫିସ୍‌, ରାସ୍ତା, ଘର ଆଦି ସ୍ଥାନରେ ସୁରକ୍ଷାକୁ ଆଖି ଆଗରେ ରଖି ସିସି କ୍ୟାମେରା ଲଗାଯାଉଛି। ହେଲେ ବର୍ତ୍ତମାନ ଅନେକେ ଏହାକୁ ଏକ କ୍ରାଇମ୍‌ ଇକ୍ୟୁପ୍‌ମେଣ୍ଟ୍‌ ଭାବେ ବ୍ୟବହାର କରୁଥିବା ଦେଖିବାକୁ ମିଳୁଛି। ଫଳରେ ଯୁବତୀ ଏବଂ ମହିଳାମାନେ ଏହାର ନକାରାତ୍ମକ ପ୍ରୟୋଗର ଶିକାର ହେଉଛନ୍ତି। ବର୍ତ୍ତମାନ ନୂଆ ଡ୍ରେସ୍‌ କିଣିବା ବେଳେ ଟ୍ରାଏଲ୍‌ ରୁମ୍‌ରେ ଚେଞ୍ଜ କରିବା ସମୟରେ ସେମାନଙ୍କ ଫଟୋ ହେଉ କିମ୍ବା ବିଭିନ୍ନ ହୋଟେଲ୍‌କୁ ହନିମୁନ୍‌ରେ ଆସୁଥିବା ନବ ବିବାହିତ ଦମ୍ପତି ଅବା ଛୁଟି କାଟିବାକୁ ଆସୁଥିବା ପ୍ରେମୀଯୁଗଳଙ୍କ ଅନ୍ତରଙ୍ଗ ମୁହୂର୍ତ୍ତକୁ ରେକର୍ଡ କରିବା କିଛି ଅସାମାଜିକ ମନୋବୃତ୍ତିର ଲୋକଙ୍କ ଲାଗି ଏକ ବିଜ୍‌ନେସ୍‌ ପାଲଟିଛି। ଏଭଳି ଫଟୋ ଏବଂ ଭିଡିଓକୁ ବିଭିନ୍ନ ପର୍ନ ସାଇଟ୍‌କୁ ବିକିବା କିମ୍ବା ସୋସିଆଲ୍‌ ସାଇଟ୍‌ରେ ଭାଇରାଲ କରିବାକୁ ନେଇ ବ୍ଲାକ୍‌ମେଲ୍‌ କରି ଟଙ୍କା ନେବା ଭଳି ଘଟଣା ବର୍ତ୍ତମାନ ଦିନକୁ ଦିନ ବଢୁଥିବାର ଦେଖିବାକୁ ମିଳୁଛି। ଯଦି ଆପଣ ମଧ୍ୟ ଏଥିପ୍ରତିି ସଜାଗ ରହିବା ଲାଗି ଚାହୁଁଥାନ୍ତି ତେବେ କେତୋଟି କଥା ପ୍ରତି ଧ୍ୟାନ ଦିଅନ୍ତୁ…
କେଉଁଠି ଆଶଙ୍କା ବେଶି
– ଗାର୍ମେଣ୍ଟ ଶପ୍‌, ବୁଟିକ୍‌, ଶପିଂ ମଲ୍‌, ହୋଟେଲ, ବ୍ୟୁଟିପାର୍ଲର, ସ୍ପା ଆଦିରେ ଥିବା ଟ୍ରାଏଲ୍‌ ରୁମ୍‌ର ଦର୍ପଣ ପଛପଟେ ହିଡେନ୍‌ କ୍ୟାମେରା ଲଗାଇ ଯୁବତୀମାନଙ୍କୁ ବ୍ଲାକ୍‌ମେଲ୍‌ କରିବା ଭଳି ଅପରାଧର ନଜିର ସର୍ବାଧିକ । ତେଣୁ ଏଭଳି ସ୍ଥାନରେ ଚେଞ୍ଜ୍‌ କରିବା ବେଳେ ବିଶେଷ ସତର୍କ ରୁହନ୍ତୁ।
– ଅନେକ ସ୍ଥାନରେ ବାଥ୍‌ରୁମ୍‌ ଏବଂ ଟ୍ରାଏଲ୍‌ ରୁମ୍‌ର ହ୍ୟାଣ୍ଡେଲ୍‌ରେ ମଧ୍ୟ ହିଡେନ୍‌ କ୍ୟାମେରା ଲଗାଯାଇଥାଏ। ତେଣୁ ଚେଞ୍ଜ କରିବା ପୂର୍ବରୁ ପ୍ରଥମେ ଟ୍ରାଏଲ୍‌ ରୁମ୍‌ କିମ୍ବା ବାଥ୍‌ରୁମରେ ଲାଗିଥିବା ହ୍ୟାଣ୍ଡେଲ୍‌କୁ ଭଲ ଭାବେ ଚେକ୍‌ କରିନିଅନ୍ତୁ।
– ହୋଟେଲ୍‌ ରୁମ୍‌ରେ ରହିବା ବେଳେ ଫ୍ୟାନ୍‌, ଟିଭି, ଡୋର୍‌ ଏବଂ ଓ୍ବିଣ୍ଡୋ ସ୍କ୍ରିନ୍‌, ଫ୍ଲାଓ୍ବାର୍‌ ଭେସ୍‌, ଟଏଲେଟ୍‌ ମିରର ଆଦିରେ ହିଡେନ୍‌ କ୍ୟାମେରା ରଖାଯାଇଥିବାର ଆଶଙ୍କା ବେଶି। ତେଣୁ ଏସବୁକୁ ଭଲ ଭାବେ ଚେକ୍‌ କରିନେବା ଆବଶ୍ୟକ।
କିପରି ଜାଣିବେ:
– ପ୍ରଥମ କଥା ହେଉଛି ଯେକୌଣସି ସ୍ଥାନକୁ ଯାଆନ୍ତୁ ନା କାହିଁକି ନିଜର ସୁରକ୍ଷା ପ୍ରତି ସଜାଗ ରୁହନ୍ତୁ। ଯଦି କିଛି ନୂଆ ଡ୍ରେସ୍‌ ଟ୍ରାଏ କରୁଛନ୍ତି ତେବେ ଟ୍ରାଏଲ୍‌ ରୁମ୍‌ କିମ୍ବା ହୋଟେଲ୍‌ ବାଥ୍‌ରୁମ୍‌କୁ ଯିବା ମାତ୍ରେ ନିଜ ମୋବାଇଲ୍‌ର ନେଟ୍‌ୱର୍କ ଚେକ୍‌ କରନ୍ତୁ। ଯଦି ନେଟୱର୍କ ସମ୍ପୂର୍ଣ୍ଣ ଭାବେ ଚାଲିଯାଏ, ତେବେ ସେଠାରେ ହିଡେନ୍‌ କ୍ୟାମେରା ଲାଗିଥିବାର ଆଶଙ୍କା ରହିଥାଏ।
– ଟ୍ରାଏଲ୍‌ ରୁମ୍‌ର ଦର୍ପଣ ପଛପଟେ ହିଡେନ୍‌ କ୍ୟାମେରା ଲଗାଇ ଯୁବତୀମାନଙ୍କୁ ବ୍ଲାକ୍‌ମେଲ୍‌ କରିବା ଭଳି ଘଟଣା ଅନେକ ସ୍ଥାନରେ ଦେଖିବାକୁ ମିଳୁଛି । ତେଣୁ କୌଣସି ମଲ୍‌, ଗାର୍ମେଣ୍ଟ ଶପ୍‌, ବୁଟିକ୍‌, ଆଦିରେ ଥିବା ଟ୍ରାଏଲ୍‌ ରୁମ୍‌ରେ ଡ୍ରେସ୍‌ ଚେଞ୍ଜ କରିବା ବେଳେ ପ୍ରଥମେ ଆଗରେ ଲାଗିଥିବା ଦର୍ପଣ ଉପରେ ଆଙ୍ଗୁଠି ରଖନ୍ତୁ। ଯଦି ଦର୍ପଣ ଏବଂ ଆପଣଙ୍କ ଆଙ୍ଗୁଠି ମଧ୍ୟରେ ଗ୍ୟାପ୍‌ ଦେଖାଦେବ, ତା’ହେଲେ ଜାଣନ୍ତୁ ଯେ ଦର୍ପଣ ପଛପଟେ କ୍ୟାମେରା ଲାଗି ନାହିଁ।
– କେତେକ କ୍ୟାମେରା ଆକ୍ଟିଭ୍‌ ହେବା କ୍ଷଣି ସେଥିରୁ ଏକ ବିପ୍‌ ସାଉଣ୍ଡ୍‌ ନିର୍ଗତ ହୋଇଥାଏ। ତେଣୁ ଯଦି ଆପଣ ମଧ୍ୟ ଏପରି କିଛି ଶବ୍ଦ ଶୁଣୁଛନ୍ତି ଏବଂ ସେଠାରେ ହିଡେନ୍‌ କ୍ୟାମେରା ଲାଗିଥିବା ସନ୍ଦେହ କରୁଛନ୍ତି, ତା’ହେଲେ ତୁରନ୍ତ ଚେକ୍‌ କରନ୍ତୁ।
– ଆଉ କେତେକ କ୍ୟାମେରା ଅନ୍‌ ହେବା କ୍ଷଣି ସେଥିରେ ଲାଗିଥିବା ଗ୍ରୀନ୍‌ କିମ୍ବା ରେଡ୍‌ ଲାଇଟ୍‌ ମଧ୍ୟ ଅନ୍‌ ହୋଇଯାଇଥାଏ, ଯାହା କି ରୁମ୍‌କୁ ଅନ୍ଧାର କରିବା ପରେ ଦେଖାଯାଏ।
ହିଡେନ୍‌ କ୍ୟାମେରା ଡିଟେକ୍ଟର ଆପ୍‌:
ସୁରକ୍ଷା ଦୃଷ୍ଟିରୁ ହିଡେନ୍‌ କ୍ୟାମେରା କେଉଁଠାରେ ରହିଛି ଜାଣିବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ଏଥିପାଇଁ ଆପଣ ଚାହିଁଲେ ନିଜ ମୋବାଇଲ୍‌ରେ ବିଭିନ୍ନ ହିଡେନ୍‌ କ୍ୟାମେରା ଡିଟେକ୍ଟର ଆପ୍‌ ଇନ୍‌ଷ୍ଟଲ କରି ରଖିପାରିବେ। ବର୍ତ୍ତମାନ ହିଡେନ୍‌ ସ୍ପାଏ କ୍ୟାମେରା ଡିଟେକ୍ଟର, ରାଡାରବଟ୍‌, ଡିଟେକ୍ଟିଫାଏ, ଗ୍ଲିଣ୍ଟ ଫାଇଣ୍ଡର, ଆଇ ଆମ୍‌ ନୋଟିଫାଏଡ୍‌, ହିଡେନ୍‌ ଡିଭାଇସ୍‌ ଡିଟେକ୍ଟର, ଡୋଣ୍ଟ ସ୍ପାଏ, ହିଡେନ୍‌ କ୍ୟାମେରା ଡିଟେକ୍ଟର, ହିଡେନ୍‌ ଆଇଆର୍‌ କ୍ୟାମେରା ଡିଟେକ୍ଟର ଆଦି ଆପ୍ଲିକେଶନ ଅଧିକାଂଶ ବ୍ୟବହାର କରିବା ଆରମ୍ଭ କଲେଣି। ସୁରକ୍ଷା ଦୃଷ୍ଟିରୁ ଆପଣମାନେ ମଧ୍ୟ ତୁରନ୍ତ ଏସବୁ ମଧ୍ୟରୁ କୌଣସି ଆପ୍‌ ଗୁଗଲ୍‌ ପ୍ଲେଷ୍ଟୋରରୁ ଡାଉନ୍‌ଲୋଡ୍‌ କରି ନିଜ ମୋବାଇଲ୍‌ରେ ଇନ୍‌ଷ୍ଟଲ୍‌ କରିପାରିବେ।
ମନେ ରଖନ୍ତୁ: ଯଦି କୌଣସି ସ୍ଥାନରେ ଏଭଳି ହିଡେନ୍‌ କ୍ୟାମେରା ଥିବା ଜାଣିବାକୁ ପାଆନ୍ତି କିମ୍ବା ସନ୍ଦେହ ଉପୁଜେ ତେବେ ନିକଟସ୍ଥ ପୋଲିସ୍‌ ଷ୍ଟେଶନ୍‌ରେ ତୁରନ୍ତ ଖବର ଦିଅନ୍ତୁ। ଯଦି ଅଜାଣତରେ ଆପଣଙ୍କ ଫଟୋ କିମ୍ବା ଭିଡିଓ ରେକର୍ଡ ହୋଇଛି ଏବଂ ପରବର୍ତ୍ତୀ ସମୟରେ କେହି ଏହାକୁ ନେଇ ବ୍ଲାକ୍‌ମେଲ୍‌ କରୁଛି, ତେବେ ଲାଜ କିମ୍ବା ସମାଜ ଡରରେ ଚୁପ୍‌ ନ ରହି ପୋଲିସକୁ ଜଣାନ୍ତୁ ଏବଂ ପରବର୍ତ୍ତୀ ସମୟରେ ଏଭଳି ସମସ୍ୟାରୁ ଅନ୍ୟମାନଙ୍କୁ ରକ୍ଷା କରିବା ଲାଗି ଦୋଷୀକୁ ଲୋକଲୋଚନକୁ ଆଣିବାରେ ସହଯୋଗ କରନ୍ତୁ।
କ’ଣ କରନ୍ତି ଏମାନେ…
କାଜଲ୍‌ ବାଇ ଅଗ୍ରଓ୍ବାଲ୍‌( ଗୃହିଣୀ, ଭଟ୍‌ଲୀ, ବରଗଡ଼)- ବର୍ତ୍ତମାନ ସମୟରେ ହିଡେନ୍‌ କ୍ୟାମେରାକୁ ନେଇ ଅନେକେ ଅସୁବିଧାର ସମ୍ମୁଖୀନ ହେଉଥିବା ଘଟଣା ଦେଖିବାକୁ ମିଳୁଛି। ତେଣୁ ସୁରକ୍ଷା ଦୃଷ୍ଟିରୁ ପ୍ରଥମେ ନିଜେ ସତର୍କ ହେବା ସବୁଠୁ ଗୁରୁତ୍ୱପୂର୍ଣ୍ଣ। ସେଥିପାଇଁ ନିଜ ମୋବାଇଲ୍‌ରେ ସ୍ପାଏ କ୍ୟାମ୍‌ ଡିଟେକ୍ଟର ଆପ୍‌ ରଖିଛି। ନିକଟରେ ପରିବାର ସହିତ ରାଏପୁର୍‌ ବୁଲିବାକୁ ଯାଇଥିଲି। ସେଠାରେ ରିସୋର୍ଟରେ ରହିବା ସମୟରେ ଗାଧୋଇବା, ଡ୍ରେସ୍‌ଚେଞ୍ଜ୍‌ କରିବା ଆଦି ସମୟରେ ଯେପରି କୌଣସି ସମସ୍ୟା ନ ଉପୁଜେ ସେଥିପାଇଁ ପ୍ରଥମେ ରୁମ୍‌ ଏବଂ ବାଥ୍‌ରୁମ୍‌ ଭିତର ଭଲ ଭାବେ ଚେକ୍‌ କରିଥିଲି।
ସାମୁଦ୍ରିକା ମହାନ୍ତି(ଶିକ୍ଷୟତ୍ରୀ, ତେଲେଙ୍ଗାପେଣ୍ଠ, କଟକ)- ନୂଆ ନୂଆ ଡ୍ରେସ୍‌ କିଣିବା ମୋର ସଉକ। ତେଣୁ ଅନେକ ସମୟରେ ବିଭିନ୍ନ ଶପିଂ ମଲ୍‌କୁ ଯାଇ କ’ଣ ସବୁ ନୂଆ କଲେକ୍ସନ ଆସିଛି ଦେଖେ। ଫିଟିଂ ପରଫେକ୍ଟ ହେଉଛି କି ନାହିଁ ଏବଂ ମୋ ଫିଗରକୁ ଭଲ ଲାଗୁଛି କି ନାହିଁ ପ୍ରଥମେ ଟ୍ରାଏ କରିବା ପରେ ହିଁ ଡ୍ରେସ୍‌ କିଣେ। ହେଲେ ବର୍ତ୍ତମାନ ହିଡେନ୍‌ କ୍ୟାମେରାକୁ ନେଇ ଯେଉଁଭଳି ଘଟଣାମାନ ସାମ୍‌ନାକୁ ଆସୁଛି, ଡ୍ରେସ୍‌ କିଣିବା ବେଳେ ଟ୍ରାଏଲ୍‌ ରୁମ୍‌କୁ ଯାଇ ଚେଞ୍ଜ କରିବାକୁ ଭୟ ଲାଗୁଛି। ଆଉ ନିହାତି ଆବଶ୍ୟକ ହେଲେ ଯଦି ଚେଞ୍ଜିଂ ରୁମ୍‌ ବ୍ୟବହାର କରୁଛି ତେବେ ପ୍ରଥମେ ମିରର୍‌, ଡୋର୍‌ ହ୍ୟାଣ୍ଡେଲ, କ୍ଲଥ୍‌ ହ୍ୟାଙ୍ଗିଙ୍ଗ୍‌ ହୁକ୍‌ ଆଦିକୁ ଭଲ ଭାବେ ଚେକ୍‌ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

ଡେମିଙ୍ଗିଆ ଗ୍ରାମରେ ମହୁମାଛି ଆତଙ୍କ; ୧୦୦ରୁ ଉର୍ଦ୍ଧ୍ବ ଆହତ, ପ୍ରଶାସନ ନିରବ

ଦାରିଙ୍ଗବାଡି, ୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦୁର୍ଗମ ତିଲୋରୀ ପଞ୍ଚାୟତ ଡେମିଙ୍ଗିଆ ଗ୍ରାମରେ ମହୁମାଛିଙ୍କ ଉପଦ୍ରଵ ବଢିବାରେ ଲାଗିଛି । ଗ୍ରାମବାସୀ ଏନେଇ ବାରମ୍ବାର…

କୋଟିଆ ସୀମାନ୍ତବାସୀଙ୍କୁ ନେଇ ୯୦ ତମ ଓଡ଼ିଶା ଦିବସ ପାଳନ କଲା ଜିଲା ପ୍ରଶାସନ

ପଟ୍ଟାଙ୍ଗି,୧।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧିନରେ ରହିଥିବା ଦୁଇ ରାଜ୍ୟର ବିବାଦୀୟ କୋଟିଆ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଜିଲା ପ୍ରଶାସନ ପକ୍ଷରୁ ୯୦…

ଚଣ୍ଡିପଦର ରୁଟରେ ଚାଲୁଥିବା ବସକୁ ନେଇ ଚିନ୍ତାରେ ସଂଘ, ସମସ୍ୟା ଭୋଗୁଛନ୍ତି ଗ୍ରାମବାସୀ

ପୁରଷୋତ୍ତମପୁର,୧।୪(ସବିତା ମିଶ୍ର): ଗଞ୍ଜମ ଜିଲା ପୁରୁଷୋତ୍ତମପୁର ମା କନକେଶ୍ବରୀ ଘରୋଇ ବସମାଲିକ ସଂଘ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଛି । ସଭାପତି ସନ୍ତୋଷକୁମାର ପତିଙ୍କ ପୌରହିତ୍ଯରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri