Posted inଜାତୀୟ

ଲୋକଙ୍କ ପଛରେ ଲାଗିବେ ଲୋକେ

ନୂଆଦିଲ୍ଲୀ,୧୬।୨: ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଏକ ନୂଆ କାର୍ଯ୍ୟକ୍ରମ ଆରମ୍ଭ କରିଛି, ଯେଉଁଥିରେ ନାଗରିକମାନଙ୍କୁ ଭଲ୍ୟୁଣ୍ଟିୟର ଭାବେ ନିଯୁକ୍ତି ଦିଆଯିବ। ସେମାନେ ସୋସିଆଲ ମିଡିଆ ପ୍ଲାଟଫର୍ମଗୁଡ଼ିକରେ ଶିଶୁଙ୍କୁ ନେଇ ଅଶ୍ଳୀଳ ଫଟୋ ଓ ଭିଡିଓ, ବଳାତ୍କାର ଅପରାଧ, ଆତଙ୍କବାଦ ଏବଂ ଦେଶ ବିରୋଧୀ କାର୍ଯ୍ୟକଳାପ ଆଦି ବେଆଇନ କଣ୍ଟେଣ୍ଟକୁ ଚିହ୍ନଟ କରି ରିପୋର୍ଟ କରିବେ। ସୋସିଆଲ ମିଡିଆ ଉପରେ ନଜର ରଖିବା ଓ ଅନ୍‌ଲାଇନ୍‌ କ୍ରାଇମ୍‌ ରୋକିବା ଲାଗି ବର୍ତ୍ତମାନ ଯାଏ ସରକାର ସାଇବର ପୋଲିସ ଉପରେ ନିର୍ଭର କରୁ୍‌ଥିବାବେଳେ ଏବେ ଏଥିରେ ସାଧାରଣ ଲୋକଙ୍କୁ ସ୍ବେଚ୍ଛାସେବୀ ଭାବେ ନିୟୋଜିତ କରାଯିବ। ଏହି କାର୍ଯ୍ୟକ୍ରମର ଟ୍ରାଏଲ୍‌ ଜମ୍ମୁ-କଶ୍ମୀର ଓ ତ୍ରିପୁରାରେ କରାଯିବ। ଫିଡ୍‌ବ୍ୟାକ୍‌ ମିଳିବା ପରେ ତାକୁ ଅନୁଧ୍ୟାନ କରି ପରବର୍ତ୍ତୀ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରାଯିବ। ଗତ ନଭେମ୍ବର ୨୮ରେ ତ୍ରିପୁରା ପୋଲିସ ଏନେଇ ବିଜ୍ଞପ୍ତି ଜାରି କରିଛି। ସେହିପରି ଫେବୃୟାରୀ ୩ରେ ଜମ୍ମୁ-କଶ୍ମୀର ପୋଲିସ ମଧ୍ୟ ଏକ ପ୍ରେସ୍‌ ରିଲିଜ୍‌ରେ ଭଲ୍ୟୁଣ୍ଟିୟର ଭାବେ ସାଇନ୍‌ ଅପ୍‌ କରିବା ପାଇଁ ଲୋକଙ୍କୁ ଆମନ୍ତ୍ରଣ କରିଛି।
ମିଳିଥିବା ରିପୋର୍ଟ ଅନୁସାରେ ଭଲ୍ୟୁଣ୍ଟିୟରମାନେ ତିନୋଟି ବର୍ଗରେ ନିଜ ନାମ ପଞ୍ଜୀକରଣ କରିପାରିବେ। ତାହା ହେଲା ସାଇବର ଭଲ୍ୟୁଣ୍ଟିୟର ଅନ୍‌ଲଫୁଲ କଣ୍ଟେଣ୍ଟ ଫ୍ଲାଗର, ସାଇବର ଆଓ୍ବାରନେସ୍‌ ପ୍ରମୋଟର ଏବଂ ସାଇବର ଏକ୍ସପର୍ଟ। ଭଲ୍ୟୁଣ୍ଟିୟରମାନେ ନାମ ବ୍ୟବହାର କରିପାରିବେ ନାହିଁ କି ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପାଇଁ କାମ କରୁଥିବା ନେଇ ମଧ୍ୟ ଜଣାଇପାରିବେ ନାହିଁ। ଏହି କାର୍ଯ୍ୟକ୍ରମ ଅଧୀନରେ ମନ୍ତ୍ରଣାଳୟର ଭାରତୀୟ ସାଇବର ଅପରାଧ ସମନ୍ବୟ କେନ୍ଦ୍ର (୧୪ସି) ଏକ ପ୍ରାଥମିକ ସ୍ଥାନ ରୂପେ କାର୍ଯ୍ୟ କରିବ। ଭଲ୍ୟୁଣ୍ଟିୟରମାନେ ନିଜ ରାଜ୍ୟ କିମ୍ବା କେନ୍ଦ୍ରଶାସିତ ଅଞ୍ଚଳରେ ନାମ ପଞ୍ଜୀକରଣ କରିପାରିବେ। ଏଥିପାଇଁ ସେମାନଙ୍କୁ ନିଜ ତଥା ମା’ବାପାଙ୍କ ନାମ, ଯୋଗାଯୋଗ ଠିକଣା, ଇ-ମେଲ୍‌ ଆଡ୍ରେସ୍‌ ଆଦି ବ୍ୟକ୍ତିଗତ ବିବରଣୀ ଦେବାକୁ ପଡ଼ିବ। ତେବେ ସେସବୁକୁ ସ୍ବତନ୍ତ୍ର ଭାବେ ଯାଞ୍ଚ କରାଯିବ ନାହିଁ। ମନ୍ତ୍ରଣାଳୟର ଅନ୍ୟ ଏକ ନିର୍ଦ୍ଦେଶନାମା ଅନୁସାରେ ଜଣେ ଭଲ୍ୟୁଣ୍ଟିୟର ତାଙ୍କୁ ଦିଆଯାଇଥିବା ଦାୟିତ୍ୱ ସମ୍ପର୍କରେ ସମ୍ପୂର୍ଣ୍ଣ ଗୋପନୀୟତା ବଜାୟ ରଖିବେ। ସାଇବର ଭଲ୍ୟୁଣ୍ଟିୟର ପ୍ରୋଗ୍ରାମର ସର୍ତ୍ତ ଉଲ୍ଲଂଘନ କଲେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକର ଷ୍ଟେଟ୍‌ ନୋଡାଲ ଅଫିସର ସମ୍ପୃକ୍ତ ଭଲ୍ୟୁଣ୍ଟିୟରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇପାରିବେ। ଏହି ଯୋଜନା ସମ୍ପର୍କରେ ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇଥିଲେ ମଧ୍ୟ ନିର୍ଦ୍ଦିଷ୍ଟ ଭାବେ କେଉଁ କାର୍ଯ୍ୟକୁ ‘ଦେଶ ବିରୋଧୀ’ ଆଖ୍ୟା ଦିଆଯିବ ସେନେଇ ସରକାର ଆଇନଗତ ଚିଠା ପ୍ରସ୍ତୁତ କରିନାହାନ୍ତି।

ବିପଜ୍ଜନକ ଯୋଜନା

ନାଗରିକଙ୍କ ବିରୋଧରେ ନାଗରିକଙ୍କ ସର୍ଭିଲାନ୍ସ ସମ୍ପର୍କିତ ଉକ୍ତ ବିଜ୍ଞପ୍ତି ଅନେକ ଦିଗରୁ ତ୍ରୁଟିପୂର୍ଣ୍ଣ ମନେହେଉଥିବାରୁ ସରକାରଙ୍କ ଏହି କାର୍ଯ୍ୟକ୍ରମ ବିପଜ୍ଜନକ ଧାରା ସୃଷ୍ଟି କରିବ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି। ଯେଉଁମାନେ ସରକାରଙ୍କ ସହିତ ସହମତ ହୋଇ ନ ଥାନ୍ତି, ସେମାନଙ୍କ ବିରୋଧରେ ବେଆଇନ କାର୍ଯ୍ୟକଳାପ ନିରୋଧୀ ଆଇନ (ୟୁଏପିଏ) ବଳରେ କାର୍ଯ୍ୟାନୁଷ୍ଠାନ ନିଆଯାଇଥାଏ। ଅନେକଙ୍କୁ ଅଟକ ରଖାଯାଉଥିବାବେଳେ କେତେଜଣଙ୍କୁ ଜେଲ ପଠାଇ ଦିଆଯାଏ। ତେଣୁ ବିନା କୌଣସି ଉତ୍ତରଦାୟିତ୍ୱରେ ଲୋକଙ୍କ ମୁହଁ ବନ୍ଦ କରିବା ପାଇଁ ଏହି କାର୍ଯ୍ୟକ୍ରମର ଦୁରୁପଯୋଗ କରାଯିବା ଆଶଙ୍କା ସୃଷ୍ଟି ହୋଇଛି। ସେହିପରି ପ୍ରକୃତ ସଂଜ୍ଞା ନିରୂପଣ ନ କରି କୌଣସି କଣ୍ଟେଣ୍ଟକୁ ‘ଦେଶ ବିରୋଧୀ’ ବ୍ୟବହାର, ଭାଷା ବା କାର୍ଯ୍ୟ ରୂପେ ଆଖ୍ୟାଦେବା ଫଳରେ ସିଟିଜେନ୍‌ ଭଲ୍ୟୁଣ୍ଟିୟର ମାନେ ଏକତରଫା କାର୍ଯ୍ୟାନୁଷ୍ଠାନ ନେଇପାରିବେ।

 

 


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?