ଆଢୁଆଳରେ ଶ୍ରାବଣୀ ଝରଣା

ଖୋର୍ଦ୍ଧା ଅଫିସ,୭।୧୦: ସବୁଜ ବନାନୀ ପାହାଡ଼ ପର୍ବତ ଘେରରେ ବହିଯାଇଛି ଶ୍ରାବଣୀ ଝରଣା। ଏହାର ପ୍ରାକୃତିକ ପରିବେଶ ପର୍ଯ୍ୟଟକଙ୍କୁ ବେଶ୍‌ ଆକୃଷ୍ଟ କରିଥାଏ। ଝରଣା ଝରରେ ସୂର୍ଯ୍ୟକିରଣ ପଡ଼ି ଏହା ନୀଳବର୍ଣ୍ଣ ଦେଖାଯାଏ। ପାହାଡ଼ ଚାରିପଟେ ରହିଥିବା ଘଞ୍ଚ ଜଙ୍ଗଲ, ପକ୍ଷୀଙ୍କ କିିଚିରି ମିଚିରି ଶବ୍ଦ ସାଙ୍ଗକୁ ଝର ଝର ହୋଇ ପାହାଡ଼ ପାଦଦେଶକୁ ବୋହି ଯାଉଥିବା ଝରଣାର ପାଣି ପର୍ଯ୍ୟଟକଙ୍କୁ ବିମୋହିତ କରିଥାଏ।
ଖୋର୍ଦ୍ଧା-ବଲାଙ୍ଗିର ୫୭ନଂ. ଜାତୀୟ ରାଜପଥ ବୋଲଗଡ଼ଠାରୁ ନୟାଗଡ଼ ରାସ୍ତା ବିଜିପୁର ଗେଟ୍‌ଠାରୁ ବାମ ପଟକୁ ୨କି.ମି. ପରେ ପଡ଼େ କାଉତରା ଉଚ୍ଚ ବିଦ୍ୟାଳୟ। ଏହି ବିଦ୍ୟାଳୟରୁ ଅଙ୍କାବଙ୍କା ହୋଇ ଯାଇଥିବା ପାହାଡ଼ ଉପରୁ ଏହି ଝରଣା ବୋହିଯାଇଛି। ଉକ୍ତ ଝରଣାକୁ ସ୍ଥାନୀୟ ଲୋକେ ଶ୍ରାବଣୀ ଝରଣା ବୋଲି କହିଥା’ନ୍ତି। ଅଙ୍କାବଙ୍କା ହୋଇ ଯାଇଥିବା ରାସ୍ତା ଦେଇ ପାହାଡ଼ ଉପରକୁ ଯିବାକୁ ପଡ଼େ। ପ୍ରକୃତିର ଏହି ଅପୂର୍ବ ସୌନ୍ଦର୍ଯ୍ୟକୁ ଉପଭୋଗ କରିବାରୁ ପର୍ଯ୍ୟଟକ ବଞ୍ଚତ୍ତ। ସ୍ଥାନୀୟ ବାସିନ୍ଦାଙ୍କ କହିବାନୁଯାୟୀ, ପାହାଡ଼ ଚାରିପାଖକୁ ଘଞ୍ଚ ଜଙ୍ଗଲ ଘେରି ରହିଛି। ପାହାଡ଼ ଉପର ଦୃଶ୍ୟ ଅତି ଆକର୍ଷଣୀୟ। ଉପରକୁ ଯିବା ପାଇଁ ସେଭଳି କୌଣସି ରାସ୍ତା ନାହିଁ। କେବଳ ଗଛଲତାକୁ ଆଡ଼େଇ ଆଡ଼େଇ ଉପରକୁ ଯିବାକୁ ପଡ଼େ। ଯେଉଁମାନେ ଏହି ଝରଣା ସମ୍ପର୍କରେ ଜାଣିଛନ୍ତି, ସେମାନେ ଏଠାକୁ ଆସନ୍ତି। ଉପରକୁ ଯିବା ପାଇଁ ରାସ୍ତା ନ ଥିବାରୁ ସତର୍କତା ସହ ଯିବାକୁ ପଡ଼ିଥାଏ। ଜିଲା ପ୍ରଶାସନ କିମ୍ବା ପର୍ଯ୍ୟଟନ ବିଭାଗ ନିକଟରେ ଏନେଇ କୌଣସି ଖବର ନ ଥିବା ଜଣାପଡ଼ିଛି। ଏଠାକୁ ଯିବା ପାଇଁ ଜିଲା ପ୍ରଶାସନ ପକ୍ଷରୁ ରାସ୍ତା ନିର୍ମାଣ କରାଗଲେ ଏ କ୍ଷେତ୍ରରେ ପର୍ଯ୍ୟଟକଙ୍କ ସମାଗମ ଦେଖିବାକୁ ମିଳନ୍ତା ବୋଲି ସାଧାରଣରେ ମତପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri