Posted inଖେଳ

ହେଟମେୟର, ପାଓ୍ବେଲଙ୍କ ବିସ୍ଫୋରକ ବ୍ୟାଟିଂ: ଜିମ୍ବାଓ୍ବେ ଆଗରେ ୨୫୫ ରନ୍‌ର ବିଶାଳ ଟାର୍ଗେଟ୍‌

ମୁମ୍ବାଇ,୨୩ା୨- ଚଳିତ ଟି୨୦ ବିଶ୍ୱକପ୍‌ର ସୁପର-୮ ପର୍ଯ୍ୟାୟରେ ସୋମବାର ଖେଳାଯାଇଥିବା ମ୍ୟାଚ୍‌ରେ ଜିମ୍ବାଓ୍ବେ ଓ ଓ୍ବେଷ୍ଟଇଣ୍ଡିଜ୍‌ ପରସ୍ପରକୁ ଭେଟିଛନ୍ତି। ଶିମରନ ହେଟମେୟର ଓ ରବମାନ ପାଓ୍ବେଲଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ପ୍ରଥମେ ବ୍ୟାଟିଂ କରିଥିବା ଓ୍ବେଷ୍ଟଇଣ୍ଡିଜ ୨୦ ଓଭରରେ ୬ ଉଇକେଟ ହରାଇ ୨୫୪ ରନ୍‌ କରିଛି। ଓ୍ବେଷ୍ଟଇଣ୍ଡିଜ୍‌ ପାଇଁ ଟି୨୦ ବିଶ୍ୱକପ୍‌ ଇତିହାସରେ ସର୍ବାଧିକ ଦଳଗତ ସ୍କୋର। ଅନ୍ୟପକ୍ଷରେ ଟୁର୍ନାମେଣ୍ଟ ଇତିହାସରେ ଏହା ଦ୍ୱିତୀୟ ସର୍ବାଧିକ ଦଳଗତ ସ୍କୋର।

ପାଇ ପ୍ରଥମେ ବ୍ୟାଟିଂ କରିଥିବା ଓ୍ବେଷ୍ଟଇଣ୍ଡିଜ ଆରମ୍ଭରୁ ଦୁଇ ଓପନରଙ୍କ ଉଇକେଟ ହରାଇଥିଲା। ବ୍ରାଣ୍ଡନ କିଙ୍ଗ ୯ ଓ ଅଧିନାୟକ ଶାଇ ହୋପ ୧୪ ରନ କରି ଆଉଟ୍‌ ହୋଇଥିଲେ। ନଂ-୩ରେ କ୍ରମରେ ବ୍ୟାଟିଂ କରିଥିବା ହେଟମେୟର, ପାଓ୍ବେଲଙ୍କ ସହ ମିଶି ତୃତୀୟ ଉଇକେଟରେ ୫୨ ବଲରେ ଦ୍ରୁତ ୧୨୨ ରନ ଯୋଡ଼ିଥିଲେ। ଟି୨୦ ବିଶ୍ୱକପ୍‌ ଇତିହାସରେ ଏହା ଓ୍ବେଷ୍ଟଇଣ୍ଡିଜ୍‌ ପାଇଁ ତୃତୀୟ ସବୁଠୁ ବଡ଼ ଭାଗୀଦାରି ଥିଲା। ହେଟମେୟର ୩୪ ବଲରେ ୮୫ ରନର ବିସ୍ଫୋରକ ଇନିଂସ ଖେଳିଥିଲେ। ତାଙ୍କ ପାଳିରେ ୭ ଲେଖାଏ ଚୌକା ଓ ଛକା ସାମିଲ ଥିଲା।

ସେହିଭଳି ପାଓ୍ବେଲ ୩୫ ବଲରେ ୪ ଲେଖାଏ ଚୌକା ଓ ଛକା ସହାୟତାରେ ୫୯ ରନ ପାଳି ଖେଳି ପାଭିଲିଅନ ଫେରିଥିଲେ। ଏହାପରେ ରୋମାରିଓ ଶେଫର୍ଡ ୧୦ ବଲରେ ୨୧ (୩ ଛକା) ଓ ଜାସନ ହୋଲ୍ଡର ୪ ବଲରେ ୧୩ (୨ ଛକା) ରନର ଆଉଟ୍‌ ହୋଇଥିଲେ। ଶେଷ ଆଡ଼କୁ ଶରଫେନ ରଦରଫୋର୍ଡ ୧୩ ବଲରେ ୩ ଚୌକା ଓ ୨ ଛକା ସହାୟତାରେ ୩୧ ରନ କରି ଅପରାଜିତ ରହିଥିଲେ। ଫଳରେ ଓ୍ବେଷ୍ଟଇଣ୍ଡିଜ ନିର୍ଦ୍ଧାରିତ ୨୦ ଓଭରରେ ୬ ଉଇକେଟ ହରାଇ ୨୫୪ ରନ୍‌ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?