Posted inଜାତୀୟ

ଆଥ୍‌ଲେଟଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା

ନୂଆଦିଲ୍ଲୀ, ୯ା୮: ଜାଭେଲିନ ଥ୍ରୋରେ ସ୍ବର୍ଣ୍ଣ ଜିତି ଇତିହାସ ସୃଷ୍ଟି କରିଥିବା ନୀରଜ ଚୋପ୍ରାଙ୍କ ସମେତ ସଫଳତା ହାସଲ କରିଥିବା ଭାରତୀୟ ଅଲିମ୍ପିକ ଦଳ ସୋମବାର ସ୍ବଦେଶ ଫେରିଛି। ସ୍ଥାନୀୟ ବିମାନବନ୍ଦରରେ କ୍ରୀଡ଼ାପ୍ରେମୀମାନଙ୍କ ପକ୍ଷରୁ ସେମାନଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା।

ଏହି ଅବସରରେ ସ୍ପୋଟର୍‌ସ ଅଥରିଟି ଅଫ୍‌ ଇଣ୍ଡିଆ(ସାଇ) ମହା ନିର୍ଦ୍ଦେଶକ ସନ୍ଦୀପ ପ୍ରଧାନଙ୍କ ନେତୃତ୍ୱରେ ଏକ ପ୍ରତିନିଧିଦଳ, ଆଥଲେଟିକ୍ସ ଫେଡେରେଶନ ଅଫ୍‌ ଇଣ୍ଡିଆ (ଏଏଫ୍‌ଆଇ) ମୁଖ୍ୟ ଆଦିଲ ସୁମାରିଓ୍ବାଲ ପ୍ରମୁଖ ଉପସ୍ଥିତ ଥିଲେ। ବିମାନବନ୍ଦର ଭିତରେ ଓ ବାହାରେ ପ୍ରବଳ ଜନଗହଳି ପରିଲକ୍ଷିତ ହୋଇଥିଲା। ସେମାନଙ୍କ ମଧ୍ୟରେ ଆଥ୍‌ଲେଟଙ୍କ ପରିବାର ସଦସ୍ୟ, ସମର୍ଥକ ଓ ରାଜନୈତିକ ନେତା ପ୍ରମୁଖ ରହିଥିଲେ। ସେମାନେ ଆଥ୍‌ଲେଟମାନଙ୍କ ଜୟଜୟକାର କରିଥିଲେ। ଲୋକମାନେ ନୃତ୍ୟଗୀତ ଆଦିି କରି ପଦକ ବିଜେତାଙ୍କ ପ୍ରତି ଖୁସି ଜଣାଇଥିଲେ। ଭିଡ଼ ଯୋଗୁ ସାମାଜିକ ଦୂରତ୍ୱ ରକ୍ଷା କରିବା ସମ୍ଭବ ନ ଥିଲା। କେତେକଙ୍କ ମୁହଁରେ ମାସ୍କ ନ ଥିଲା। ତାରକା ଆଥ୍‌ଲେଟଙ୍କ ସାମାନ୍ୟ ଝଲକ ପାଇଁ ସେମାନେ ସବୁକିଛି ଭୁଲି ଯାଇଥିଲେ। ବିମାନ ବନ୍ଦର ବାହାରେ ଉତ୍ସାହୀ ଦର୍ଶକଙ୍କ ମଧ୍ୟରେ ଠେଲାପେଲା ଲକ୍ଷ୍ୟ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ୟୁପିରେ ୪ ନକଲି ଖବରଦାତା ଗିରଫ

ଲକ୍ଷ୍ନୌ, ୨୫ା୮: ଉତ୍ତରପ୍ରଦେଶର ଗୌତମବୁଦ୍ଧ ନଗରରୁ ପୋଲିସ ୪ ଜଣ ନକଲି ଖବରଦାତାଙ୍କୁ ଗିରଫ କରିଛି। ସେମାନେ ବିଭିନ୍ନ ପୋଲିସ ଅଧିକାରୀଙ୍କୁ ଧମକଚମକ ଦେଇଆସୁଥିଲେ। ସେମାନଙ୍କ...

ବିଶ୍ୱବିଦ୍ୟାଳୟରେ ହିଂସକ ପ୍ରଦର୍ଶନ ଉଚିତ୍‌ ନୁହେଁ: ପ୍ରଧାନ ବିଚାରପତି

ନୂଆଦିଲ୍ଲୀ,୧୬।୧୨: ନାଗରିକତା ସଂଶୋଧନ ଆଇନ ନେଇ ଦେଶର ବିଭିନ୍ନ ବିଶ୍ୱବିଦ୍ୟାଳୟରେ ହିଂସାକାଣ୍ଡ ଦେଖାଦେଇଛି। ବିଶ୍ୱବିଦ୍ୟାଳୟରେ ଏଭଳି ହିଂସକ ପ୍ରଦର୍ଶନ ଉଚିତ୍‌ ନୁହେଁ ବୋଲି ସୁପ୍ରିମ୍‌କୋର୍ଟ ପ୍ରଧାନ...

ଯୋଗୀ କ’ଣ ପରବର୍ତ୍ତୀ ପିଏମ୍‌ ? ଭାଜପା ସଂସଦୀୟ ବୋର୍ଡ ସଦସ୍ୟ ହେବା ନେଇ ଚର୍ଚ୍ଚା…

ନୂଆଦିଲ୍ଲୀ, ୧୧।୪ : ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରାସ୍ତାରେ ଯାତ୍ରା ଆରମ୍ଭ କରିଛନ୍ତି। ସୋମବାର ଯୋଗୀ ଦିଲ୍ଲୀ ଯାଉଛନ୍ତି।...

ରାସ୍ତାକଡରେ ଥିବା ଚିକେନ-ମଟନ ଦୋକାନକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଲେ ଯୋଗୀ

ଲକ୍ଷ୍ନୌ,୨୨।୧୦: ଦୀପାବଳି ପୂର୍ବରୁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନୂଆ ନିର୍ଦ୍ଦେଶ ଜାରି କରିଛନ୍ତି। ଏହି ନିର୍ଦ୍ଦେଶ ଅନୁସାରେ ଦୀପାବଳି ସମୟରେ ରାସ୍ତାକଡରେ ବିକ୍ରି ହେଉଥିବା...

ତ୍ରିପୁରା ଲୋକଙ୍କୁ ଚାନ୍ଦାରୁ ମିଳିଲା ମୁକ୍ତି: ମୋଦି

ନୂଆଦିଲ୍ଲୀ,୧୧ ।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ତ୍ରିପୁରା ଗସ୍ତ କରିଛନ୍ତି । ତ୍ରିପୁରା ବିଧାନସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ମୋଦିଙ୍କ ରାଲି ରାଜନୈତିକ...

୪ ଦିନ ପୂର୍ବରୁ ସରିଲା ମୌସୁମୀ ଅଧିବେଶନ

ନୂଆଦିଲ୍ଲୀ,୯।୮: ନିର୍ଦ୍ଧାରିତ ସମୟର ୪ ଦିନ ପୂର୍ବରୁ ପାର୍ଲାମେଣ୍ଟର ମୌସୁମୀ ଅଧିବେଶନ ସୋମବାର ଶେଷ ହୋଇଛି। ଅଧିବେଶନ ଜୁଲାଇ ୧୮ରେ ଆରମ୍ଭ ହୋଇଥିବାବେଳେ ଅଗଷ୍ଟ ୧୨...

ଭାରତୀୟ କୃଷକ ସଂଗଠନରୁ ବିଦା ହେଲେ ରାକେଶ ଟିକାଏତ

ନୂଆଦିଲ୍ଲୀ,୧୫।୫: ବିବାଦୀୟ କୃଷି ଆଇନ ବିରୋଧରେ ଦୀର୍ଘ ଦିନ ଧରି ଚାଷୀଙ୍କ ଆନ୍ଦୋଳନର ସ୍ଥାପତ୍ୟ ରହିଆସିଥିବା ଭାରତୀୟ କୃଷକ ସଂଗଠନରେ ଫାଟ ଦେଖାଦେଇଛି। ଦେଶର ଏହି...

ଏସ୍‌ସି/ଏସ୍‌ଟି ସଂରକ୍ଷଣ ସଂଶୋଧନ ବିଲ୍‌କୁ ଲୋକ ସଭାର ମଞ୍ଜୁରୀ

ନୂଆଦିଲ୍ଲୀ,୧୧ା୧୨(ପି.ଟି.): ଲୋକ ସଭାରେ ମଙ୍ଗଳବାର ଅନୁସୂଚିତ ଜାତି (ଏସ୍‌ସି) ଅନୁସୂଚିତ ଜନଜାତି, (ଏସ୍‌ଟି) ବର୍ଗର ଲୋକଙ୍କ ଲାଗି ୧୦ ବର୍ଷ ପାଇଁ ସଂରକ୍ଷଣ ବୃଦ୍ଧି ସଂକ୍ରାନ୍ତ...

Advertisement
Archives

Model This Week