କେତେ ପଢ଼ିଛନ୍ତି ଆପଣଙ୍କ ପ୍ରିୟ ଷ୍ଟାରକିଡ୍‌, ଜାଣନ୍ତୁ…

ବମ୍ବେ: ଷ୍ଟାରକିଡ୍‌ ସାରା ଅଲି ଖାନ୍‌, ଅନନ୍ୟା ପାଣ୍ଡେ ଏବଂ ଜାନଭୀ କପୁର ଭାରତୀୟ ଚଳଚ୍ଚିତ୍ର ଜଗତରେ ନାମ କମାଇସାରିଲେଣି। ପ୍ରଶଂସକମାନେ ଏବେ ବଲିଉଡରେ ସୁହାନା ଖାନ୍‌, ଇବ୍ରାହିମ ଅଲି ଖାନ୍‌, ଖୁସି କପୁର ଏବଂ ଆର୍ୟନ ଖାନ୍‌ଙ୍କ ଡେବ୍ୟୁକୁ ଅପେକ୍ଷା କରି ରହିଛନ୍ତି। ଅଭିନୟରେ ଏମାନେ ପାରଦର୍ଶୀ, କିନ୍ତୁ ଆପଣ ଜାଣନ୍ତି କି ଏହି ଷ୍ଟାର ପିଲାମାନେ କେତେ ଶିକ୍ଷିତ? ଯଦି ନା ତେବେ ଆସନ୍ତୁ ଜାଣିବା….

-ସାରା ଅଲି ଖାନ୍‌: ସାରା ନିଜର ଅଦ୍ଭୁତ ଅଭିନୟ ଦକ୍ଷତାରେ କୋଟି କୋଟି ଦର୍ଶକଙ୍କ ହୃଦୟ ଜିତିଛନ୍ତି। ଶିକ୍ଷାଗତ ଯୋଗ୍ୟତା ଦେଖିଲେ ସେ ମୁମ୍ବାଇର ବେସାଣ୍ଟ ମୋଣ୍ଟେସୋରି ସ୍କୁଲରୁ ପାଠପଢ଼ା ଶେଷ କରିଥିଲେ। ପରେ ସେ ନ୍ୟୁୟର୍କର କଲମ୍ବିଆ ବିଶ୍ୱବିଦ୍ୟାଳୟରୁ ଇତିହାସ ଏବଂ ରାଜନୈତିକ ବିଜ୍ଞାନରେ ସ୍ନାତକ ହାସଲ କରିଥିଲେ।

-ଜାନଭି କପୁର: ବୋନି କପୁର ଏବଂ ସ୍ବର୍ଗତ ଅଭିନେତ୍ରୀ ଶ୍ରୀଦେବୀଙ୍କ ବଡ଼ ଝିଅ ହେଉଛନ୍ତି ଜାନଭି। ସେ ଧୀରୁବାଇ ଅମ୍ବାନୀ ଇଣ୍ଟରନ୍ୟାସନାଲ ସ୍କୁଲରୁ ପାଠ ପଢ଼ିଛନ୍ତି। ଅଭିନୟକୁ ଆସିବାକୁ ଚାହୁଁଥିବାରୁ ସେ ଲସ୍‌ ଏଞ୍ଜେଲ୍ସର ଲି ଷ୍ଟ୍ରାସବର୍ଗ ଥିଏଟର ଏବଂ ଫିଲ୍ମ ଇନ୍‌ଷ୍ଟିଚ୍ୟୁଟ୍‌ରେ ପଢ଼ିବାକୁ ଯାଇଥିଲେ।

-ଅନନ୍ୟା ପାଣ୍ଡେ: ଜାନଭୀଙ୍କ ପରି ଅନନ୍ୟା ପାଣ୍ଡେ ମଧ୍ୟ ଧୀରୁବାଇ ଅମ୍ବାନୀ ଇଣ୍ଟରନ୍ୟାଶନାଲ ସ୍କୁଲରୁ ତାଙ୍କର ପ୍ରାଥମିକ ଶିକ୍ଷା ସମାପ୍ତ କରିଛନ୍ତି। ଏହା ପରେ ସେ ଲସ ଆଞ୍ଜେଲ୍ସର ସାଉଥ କାଲିଫର୍ନିଆ ବିଶ୍ୱବିଦ୍ୟାଳୟକୁ ଯାଇ ତାଙ୍କର ଅଧିକ ଅଧ୍ୟୟନ ସମାପ୍ତ କରିଛନ୍ତି।

-ଆର୍ୟନ ଖାନ: ଶାହାରୁଖ ଖାନଙ୍କ ପୁଅ ଆର୍ୟନ ଲଣ୍ଡନର ସେଭେନୋକ୍ସ ହାଇସ୍କୁଲରୁ ଉଚ୍ଚ ବିଦ୍ୟାଳୟ ପାଠପଢ଼ା ସମାପ୍ତ କରିଥିଲେ। ଏହା ପରେ ସେ ସାଉଥ କାଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟକୁ ଯାଇଥିଲେ।

-ଖୁସି କପୁର: ଜାନଭୀ କପୁରଙ୍କ ସାନ ଭଉଣୀ ଖୁସି ମଧ୍ୟ ଧୀରବାଇ ଅମ୍ବାନୀ ଇଣ୍ଟରନ୍ୟାଶନାଲ ସ୍କୁଲରୁ ତାଙ୍କର ପ୍ରାଥମିକ ଶିକ୍ଷା ସମାପ୍ତ କରିଥିଲେ। ଏହା ପରେ ସେ ନ୍ୟୁୟର୍କ ଚଳଚ୍ଚିତ୍ର ଏକାଡେମୀରେ ପଢ଼ିବାକୁ ଯାଇଥିଲେ।

-ସୁହାନା ଖାନ: ଶାହରୁଖ ଖାନଙ୍କ ଝଅ ସୁହାନା ଖାନ ମଧ୍ୟ ଧୀରୁବାଇ ଅମ୍ବାନୀ ଇଣ୍ଟରନ୍ୟାସନାଲ ସ୍କୁଲରୁ ତାଙ୍କର ପ୍ରାଥମିକ ଅଧ୍ୟୟନ ସମାପ୍ତ କରିଛନ୍ତି। ସେ ନ୍ୟୁୟର୍କ ୟୁନିଭରସିଟିର ଟିଶ ସ୍କୁଲ ଅଫ ଆର୍ଟରେ ପଢ଼ୁଛନ୍ତି।

-ଇବ୍ରାହିମ ଅଲି ଖାନ: ଅଭିନେତା ସୈଫ ଅଲି ଖାନ ଏବଂ ଅମୃତା ସିଂଙ୍କ ପୁଅ ଇବ୍ରାହିମ ଅଲି ଖାନ ମଧ୍ୟ ଧୀରୁବାଇ ଅମ୍ବାନୀ ଅନ୍ତର୍ଜାତୀୟ ବିଦ୍ୟାଳୟରୁ ତାଙ୍କର ପ୍ରାଥମିକ ଅଧ୍ୟୟନ ସମାପ୍ତ କରିଛନ୍ତି। ଏହା ପରେ ସେ ଲଣ୍ଡନର ଏକ ବୋର୍ଡିଂ ସ୍କୁଲରେ ଅଧ୍ୟୟନ କରିବାକୁ ଯାଇଥିଲେ।

-ନବ୍ୟା ନବେଲି ନନ୍ଦା: ଅମିତାଭ ବଚ୍ଚନଙ୍କ ନାତୁଣୀ ନବ୍ୟା ନବେଲି ନନ୍ଦା ମଧ୍ୟ ଲଣ୍ଡନର ସେଭେନୋକ୍ସ ସ୍କୁଲରୁ ତାଙ୍କର ପ୍ରାଥମିକ ଅଧ୍ୟୟନ ସମାପ୍ତ କରିଛନ୍ତି। ସେ ୨୦୨୦ ମସିହାରେ ଫୋର୍ଡହମ ବିଶ୍ୱବିଦ୍ୟାଳୟରୁ ସ୍ନାତକ ହାସଲ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀ ହାଇକୋର୍ଟରେ ହାଜର ହେବେ ଅମିତାଭ, ବଢ଼ିଲା ଚର୍ଚ୍ଚା…

ନୂଆଦିଲ୍ଲୀ: ବଲିଉଡ଼ର ମହାନାୟକ ଅମିତାଭ ବଚ୍ଚନ ନିଜର ନାମ, ଫଟୋ ଏବଂ କଣ୍ଠସ୍ୱରର ଅନଧିକୃତ ବ୍ୟବହାରକୁ ରୋକିବା ପାଇଁ ଦୀର୍ଘ ଦିନ ହେବ ଆଇନଗତ ଲଢ଼େଇ ଜାରି…

ମୁମ୍ବାଇ ପୋଲିସ ଦ୍ୱାରା ବଲିଉଡ୍ ଅଭିନେତା ଇମ୍ରାନ୍ ଅଟକ; ଭିଡିଓ ଭାଇରାଲ୍

ମୁମ୍ବାଇ: ବଲିଉଡ୍ ଅଭିନେତା ଇମ୍ରାନ୍ ଖାନ୍‌ଙ୍କୁ ଶନିବାର ମୁମ୍ବାଇ ପୋଲିସ ହେପାଜତକୁ ନେଇଛି। ମୁଖ୍ୟ ନିର୍ବାଚନ ଆୟୋଗ (CEC) ଜ୍ଞାନେଶ କୁମାରଙ୍କ ବିରୋଧରେ ଦିଲ୍ଲୀରେ ହେବାକୁ ଥିବା…

କଂଗ୍ରେସ କରିବ ପୁଣି ବଡ଼ ଆନ୍ଦୋଳନ, କେବେ ଜାଣନ୍ତୁ…

ନୂଆଦିଲ୍ଲୀ,୧୦।୧୦: ଲୋକଙ୍କ ଭୋଟ ଅଧିକାରକୁ ସୁରକ୍ଷା ଦେବା ପାଇଁ ଚାଲିଥିବା ଅଭିଯାନର ଏକ ଅଂଶ ଭାବରେ ଆସନ୍ତା ସୋମବାର ଦିଲ୍ଲୀରେ ଏକ ବଡ଼ ଧରଣର ବିକ୍ଷୋଭ ପ୍ରଦର୍ଶନ…

ଫେରୁଛି ମୌସୁମୀ: କାଲି ଗୁଳୁଗୁଳି ସହ ଝଡ଼ବର୍ଷା ନେଇ ୧୩ ଜିଲାକୁ ଓ୍ବାର୍ନିଂ, ଉପକୂଳ ଜିଲାରେ…

ଭୁବନେଶ୍ୱର, ୧୦ା୧୦(ବନ୍ଦନା ସେଠୀ) – ରାଜ୍ୟରେ ଏବେ ମୌସୁମୀ ଫେରିବା ପ୍ରକ୍ରିୟା ଜାରି ରହିଥିବାବେଳେ ଓଡ଼ିଶା ଦେଇ ଏକ ଟ୍ରଫ୍‌ ଲାଇନ୍‌ (ମୌସୁମୀ ରେଖା) ବଙ୍ଗୋପସାଗର ପର୍ଯ୍ୟନ୍ତ…

ପ୍ରକାଶ ପାଇଲା ଚୂଡାନ୍ତ ପ୍ରାର୍ଥୀ ତାଲିକା, ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟରେ ୧୩ ପ୍ରାର୍ଥୀ 

ବଲାଙ୍ଗୀର, ୧୦ା୧୦ (ବୀରେନ୍ଦ୍ର କୁମାର ଝାଙ୍କର): କଲେଜ ଛାତ୍ର ସଂସଦ ନିର୍ବାଚନକୁ ନେଇ କ୍ୟାମ୍ପସ ରାଜନୀତି ସରଗରମ ରହିଛି। ଶନିବାର ପ୍ରାର୍ଥୀ ପ୍ରତ୍ୟାହାର ସମୟ ସୀମା ଅତିକ୍ରାନ୍ତ…

ପର୍ତ୍ତୁଗାଲରୁ ରୋନାଲ୍ଡୋ ସସ୍‌ପେଣ୍ଡ

ଲିସ୍‌ବନ,୧୦ା୧୦: ପର୍ତ୍ତୁଗୀଜ ସକର ଫେଡେରେଶନ ପକ୍ଷରୁ ଦେଶର ଫୁଟବଲ ଆଇକନ କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କୁ ସସ୍‌ପେଣ୍ଡ କରାଯାଇଛି। ଏଥିସହିତ ଦଳ ଛାଡ଼ି ଚାଲି ଯିବା ପାଇଁ ତାଙ୍କ ବିରୋଧରେ…

ଔଷଧ ଦୋକାନରେ ବଡ଼ ଧରଣର ଚଢ଼ାଉ, ଭୟରେ ବେପାରୀ

ନିରାକାରପୁର,୧୦।୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଔଷଧ ଦୋକାନରେ ବେଆଇନ ଭାବେ ଡାକ୍ତରଙ୍କ ବିନା ପ୍ରେସ୍‌କ୍ରିପଶନରେ ନିଶା ବଟିକା ଏବଂ କଫ୍‌ ସିରପ୍‌ ବିକ୍ରି ହେଉଥିବା ଅଭିଯୋଗ ହୋଇଥିଲା। ଅବୈଧ…

ବଲାଙ୍ଗୀର ପାଇଁ ଗର୍ବ: କର୍ଣ୍ଣେଲ ସି.କେ. ନାଇଡୁ ଟ୍ରଫି ପାଇଁ ଓଡ଼ିଶା ଅଣ୍ଡର-୨୩ ଦଳରେ ସ୍ଥାନ ପାଇଲେ ଓମକାର ମହାନ୍ତି

ବଲାଙ୍ଗୀର,୧୦ା୧୦(ସୁନିଲ କୁମାର ମହାନ୍ତି) : ବଲାଙ୍ଗୀରର ଯୁବ କ୍ରିକେଟ ଖେଳାଳି ଓମକାର ମହାନ୍ତି କର୍ଣ୍ଣେଲ ସି.କେ. ନାଇଡୁ ଟ୍ରଫି ପାଇଁ ଓଡ଼ିଶାର ୨୩ ବର୍ଷରୁ କମ୍ ବାଳକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?