ଏଠାରେ ଭଗବାନଙ୍କୁ ପ୍ରସାଦ ରୂପେ ଅର୍ପଣ କରାଯାଉଛି ମାସ୍କ

ବାରାଣସୀ,୧୭।୭: ଦେଶରେ ମହାମାରୀ କରୋନା ସଙ୍କଟ ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ପ୍ରତିଦିନ ହଜାର ହଜାର ସଂଖ୍ୟାରେ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ସଂକ୍ରମଣକୁ ରୋକିବା ପାଇଁ ପ୍ରତ୍ୟେକ ଜିନିଷ ଉପରେ ପ୍ରତିବନ୍ଧକ ଲଗାଯାଇଛି। କରୋନା କାଳରେ ସବୁ ଧାର୍ମିକ ସ୍ଥାନରେ ସମସ୍ତ ରୀତିନୀତିକୁ ବନ୍ଦ କରାଯାଉଥିବା ବେଳେ ଆଉ କେତେକ ରୀତିନୀତି କମ୍‌ କରିଦିଆଯାଇଛି। ଇତିମଧ୍ୟରେ ଉତ୍ତରପ୍ରଦେଶର ଧର୍ମନଗରୀ କୁହାଯାଉଥିବା କାଶୀରେ ଭଗବାନଙ୍କୁ ନବେଦ୍ୟ ଆକାରରେ ମାସ୍କ ବଣ୍ଟନ କରାଯାଉଥିବା ଦେଖିବାକୁ ମିଳିଛି। ଲୋକଙ୍କ ମଧ୍ୟରେ ସଚେତନତା ଆଣିବା ପାଇଁ ଏଭଳି ଏକ ପ୍ରୟାସ କରାଯାଉଛି।

 

 

ସୂଚନାଯୋଗ୍ୟ, ଯେପରି ମନ୍ଦିରରେ ଚଢ଼ାଯାଉଥିବା ଓଢ଼ଣୀ ଓ ବସ୍ତ୍ରକୁ ଘରେ ପୂଜାସ୍ଥାନରେ ରଖିଲେ ଶୁଦ୍ଧ ଓ ସାତ୍ତ୍ୱିକ ଭାବନା ଜାଗ୍ରତ ହୋଇଥାଏ ବୋଲି ବିଶ୍ୱାସ କରାଯାଏ। ଠିକ୍‌ ସେହିପରି ପ୍ରସାଦ ରୂପେ ମିଳିଥିବା ମାସ୍କକୁ ଗୁରୁତ୍ୱ ଦେବା ସହ ନିଜ ମୁହଁରେ ଧାରଣ କରିବେ ବୋଲି ଆଶାପୋଷଣ କରାଯାଇଛି। ତେଣୁ ଉତ୍ତରପ୍ରଦେଶର ବାରାଣାସୀ ସ୍ଥିତ ଲକ୍ଷ୍ମୀ ମଙ୍ଗଳେଶ୍ୱର ମହାଦେବ ମିସିର ପୋଖରା ମନ୍ଦିରରେ ସାମାଜିକ କର୍ମୀ ଚନ୍ଦ୍ରଶେ ନାରାୟଣ ପାଣ୍ଡେ ଭଗବାନଙ୍କୁ ନବେଦ୍ୟ ରୂପେ ମାସ୍କ ଅର୍ପଣ କରୁଛନ୍ତି। ଏହାପରେ ମନ୍ଦିରକୁ ଆସୁଥିବା ଶ୍ରଦ୍ଧାଳୁଙ୍କୁ ଏହା ବଣ୍ଟନ କରାଯାଉଛି। ପ୍ରତିଦିନ ସେ ୧୦୦ଟି ମାସ୍କ ବଣ୍ଟନ କରିବାକୁ ଲକ୍ଷ୍ୟ ରଖିଛନ୍ତି। ମହାମାରୀ ଶେଷ ନ ହେବା ପର୍ଯ୍ୟନ୍ତ ପ୍ରତିଦିନ ଏହି ମାସ୍କ ମନ୍ଦିରକୁ ଉତ୍ସର୍ଗ କରିବା ପରେ ଅସହାୟ ଲୋକଙ୍କୁ ବଣ୍ଟନ କରାଯିବ ବୋଲି ଚନ୍ଦ୍ରେଶ କହିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ବିହାର ବନ୍ଦରୁ ଦୂରେଇ ରହିବାକୁ କହିଲେ ଖାନ ସାର୍‌

ପାଟଣା,୨୮।୧: ରେଲଓ୍ବେ ରିକ୍ରୁଟମେଣ୍ଟ ବୋର୍ଡ (ଆରଆରବି)ର ପରୀକ୍ଷା ପ୍ରକ୍ରିୟାରେ ଅନିୟମିତତା ଅଭିଯୋଗରେ ୨୮ ତାରିଖରେ ବିହାର ବନ୍ଦ ଡାକରା ଦେଇଛି ଅନେକ ଛାତ୍ର ସଂଗଠନ। ହିଂସା...

ଟିଏମ୍‌ସି ଟୁଇଟର ଆକାଉଣ୍ଟ ହ୍ୟାକ୍‌…

କୋଲକାତା,୨୮।୨ : ତୃଣମୂଳ କଂଗ୍ରେସ(ଟିଏମ୍‌ସି)ର ଅଫିସିଆଲ ଟୁଇଟର ଆକାଉଣ୍ଟ ମଙ୍ଗଳବାର ହ୍ୟାକ ହୋଇଛି। ହ୍ୟାକର୍‌ ଟିଏମସିର ଟୁଇଟର ଆକାଉଣ୍ଟର ପ୍ରୋଫାଇଲ ଚିତ୍ର ଏବଂ ନାମ ବଦଳାଇ...

ଇଟାଲିରେ ଏପ୍ରିଲ୍‌ ୩ରୁ ହଟିପାରେ ଲକ୍‌ଡାଉନ୍‌: ମୃତ୍ୟୁ ସଂଖ୍ୟା ଟପିଲା ୧୦ ହଜାର;୯୨,୪୭୨ ସଂକ୍ରମିତ

ରୋମ,୨୯।୩: ଇଟାଲିରେ କରୋନା ସଂକ୍ରମଣ ଯୋଗୁ ସ୍ଥିତି ଅସମ୍ଭାଳ ହୋଇଥିବାବେଳେ ସରକାର ଦେଶରେ ଜାରି ହୋଇଥିବା ଲକ୍‌ଡାଉନ୍‌କୁ ଏପ୍ରିଲ୍‌ ୩ରେ ହଟାଇବାର ଆଶା ରହିଛି। ଏଠାରେ...

କମିଲା ଏଲପିଜି ସିଲିଣ୍ଡର ଦାମ

ନୂଆଦିଲ୍ଲୀ,୧ ।୮: ଏଲପିଜି ସିଲିଣ୍ଡର ବ୍ୟବହାରକାରୀଙ୍କ ପାଇଁ ଖୁସି ଖବର । କମର୍ସିଆଲ(୧୯ କିଲୋଗ୍ରାମ) ଏଲପିଜିର ଦାମ କମ ହୋଇଛି । ଇଣ୍ଡିଆନ ଅଏଲ କର୍ପୋରେଶନ...

ଜି-୨୦ର ସଫଳତା ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭବ୍ୟ ସ୍ବାଗତ

ନୂଆଦିଲ୍ଲୀ,୧୩।୯: ଜି-୨୦ ଶିଖର ସମ୍ମିଳନୀର ସଫଳତା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ଦିଲ୍ଲୀର ଭାରତୀୟ ଜନତା ପାର୍ଟି (ଭାଜପା) ମୁଖ୍ୟାଳୟରେ ପହଞ୍ଚିଛନ୍ତି। ମୁଖ୍ୟାଳୟ ବାହାରେ...

ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜ: ୨୧ ଜଣିଆ ବର୍ଦ୍ଧିତ ଦଳ ଘୋଷଣା କଲା ଆୟର୍ଲାଣ୍ଡ

ଡବ୍ଲିନ୍‌,୧୧।୭: ଆଗକୁ ଆୟୋଜନ ହେବାକୁ ଥିବା ଇଂଲଣ୍ଡ ବିପକ୍ଷ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ ପାଇଁ ଆୟର୍ଲାଣ୍ଡ ଏକ ୨୧ ଜଣିଆ ବର୍ଦ୍ଧିତ ଦଳ...

ଦେଶକୁ ଏକ ସୂତ୍ରରେ ବାନ୍ଧି ରଖିଥିଲେ ସର୍ଦ୍ଦାର ପଟେଲ: ମୋଦି

କେବଡିଆ,୩୧।୧୦: ଲୌହ ମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କର ଆଜି ହେଉଛି ୧୪୪ ତମ ଜନ୍ମଦିବସ। ଏହି ଦିବସକୁ ରାଷ୍ଟ୍ରୀୟ ଏକତା ଦିବସ ବା ‘ରନ୍‌...

‘ଶିଗେଲା’ ଭୟରେ କେରଳ

କୋଝିକୋଡ୍‌, ୨୨ା୧୨: ଭାରତର ପ୍ରଥମ ରାଜ୍ୟ ଭାବେ କରୋନା ପାଦ ଥାପିଥିଲା କେରଳରେ। ଏଥିରୁ ରାଜ୍ୟବାସୀ ମୁକ୍ତି ପାଇ ନ ଥିବାବେଳେ ଏବେ ସେମାନଙ୍କ ଚିନ୍ତା...

Advertisement
Archives

Model This Week