Posted inଫୁରସତ

ବିବାହ ପୂର୍ବରୁ ଏଠାରେ ସନ୍ତାନ ଜନ୍ମ କରିବା ରହିଛି ପରମ୍ପରା, କାରଣ ଜାଣିଲେ…

ଦିଲ୍ଲୀ, ମୁମ୍ବାଇ ଭଳି ବଡ଼ ସହରରେ ଯୁବତୀ/ଯୁବକମାନେ ବିବାହ ପୂର୍ବରୁ ଗୋଟିଏ ଘରେ ପରସ୍ପର ସହ ରହିବା ଏକ ସାଧାରଣ କଥା ହୋଇଗଲାଣି। ଏହାକୁ ଲିଭ୍‌ ଇନ୍‌ ରିଲେସନ୍‌ଶିପ୍‌ କୁହାଯାଏ। ତଥାପି ଛୋଟ ସହରଗୁଡିକରେ ଏହା ଏକ ପାପ ଭାବରେ ଦେଖାଯାଏ। ଅନେକ ଯୁବତୀ/ଯୁବକଙ୍କୁ ଏହା ନିଜ ଘରେ ଲୁଚାଇବାକୁ ପଡ଼େ। ଯଦି ଏହା ଏକ ଗାଁରେ ଘଟିଥାଏ, ତେବେ ଏପରି ପରମ୍ପରା ବିଷୟରେ ଶୁଣିବା ପରେ ତୁମ୍ବିତୋଫାନ ହୋଇଥାଏ। କିନ୍ତୁ ଆପଣ ଜାଣନ୍ତି କି ଭାରତରେ ଏପରି ଏକ ସ୍ଥାନ ଅଛି ଯେଉଁଠାରେ ଲିଭ୍‌-ଇନ ରିଲେସନ୍‌ଶିପ୍‌ ଅତି ସାଧାରଣ ଏବଂ ମାତାପିତା ନିଜ ପିଲାମାନଙ୍କୁ ଅନୁମତି ଦିଅନ୍ତି। କେବଳ ଏତିକି ନୁହେଁ, ଏଠାରେ ଯୁବତୀମାନେ ବିବାହ ପୂର୍ବରୁ ମଧ୍ୟ ମାଆ ହୁଅନ୍ତି।

ଆମେ ରାଜସ୍ଥାନ ଏବଂ ଗୁଜରାଟରେ ରହୁଥିବା ଗରାସିଆ ଜନଜାତି ବିଷୟରେ କହୁଛୁ। ଯଦି ଆପଣ ଏହି ଜନଜାତିର ପରମ୍ପରାକୁ ଅତି ନିକଟରୁ ଦେଖନ୍ତି ତେବେ ଆପଣ ଆଧୁନିକ ସମୟର ଭିଭ୍‌-ଇନ୍‌ ସମ୍ପର୍କର ଝଲକ ପାଇବେ। ଏହି ଜନଜାତିରେ ଯୁବତୀ ଏବଂ ସୁବକ ବିବାହ ବିନା ଏକାଠି ରୁହନ୍ତି।

ବିବାହ ପାଇଁ ଏଠାରେ ଦୁଇ ଦିନିଆ ମେଳା ଆୟୋଜିତ ହୋଇଥାଏ। ଝିଅ ଏବଂ ପୁଅମାନେ ଏହି ମେଳାରେ ଏକାଠି ହୁଅନ୍ତି। ଯଦି ସେମାନେ କାହାକୁ ପସନ୍ଦ କରନ୍ତି, ସେମାନେ ସେହି ବ୍ୟକ୍ତିଙ୍କ ସହିତ ମେଳାରୁ ପୁଅ ସହ ଯାଇଥାନ୍ତି। ତା’ପରେ ସେମାନେ ବିବାହ ନକରି ପରସ୍ପର ସହିତ ରହିବା ଆରମ୍ଭ କରନ୍ତି।ଏହି ସମୟ ମଧ୍ୟରେ, ସେମାନଙ୍କର ଏକ ସନ୍ତାନ ମଧ୍ୟ ହୋଇପାରେ ଯାହା ସେମାନଙ୍କର ଇଚ୍ଛା ଅନୁଯାୟୀ ଘଟେ। ତା’ପରେ ସେମାନେ ନିଜ ଗାଁକୁ ଫେରିଯାଆନ୍ତି ଏବଂ ସେମାନଙ୍କ ମାତାପିତା ସେମାନଙ୍କୁ ବିବାହ କରାଇଥାନ୍ତି।

ଏହି ଜନଜାତି ଦୀର୍ଘବର୍ଷ ହେଲା ବସବାସ କରିଆସୁଛନ୍ତି। ବିଶ୍ୱାସ କରାଯାଏ, ବର୍ଷେ ପୂର୍ବରୁ ଏହି ଜନଜାତିର ୪ ଭାଇ ଯାଇ ଅନ୍ୟତ୍ର ରହିଥିଲେ। ଏଥିମଧ୍ୟରୁ ୩ ଜଣ ଭାରତୀୟ ରୀତିନୀତି ଅନୁଯାୟୀ ବିବାହ କରିଥିଲେ, କିନ୍ତୁ ଜଣେ ଭାଇ ବିବାହ ନ କରି ଜଣେ ଝିଅ ସହିତ ଲିଭ୍‌-ଇନ ରିଲେସନ୍‌ଶିପ୍‌ରେ ରହିବାକୁ ଲାଗିଲେ। ସେହି ତିନି ଭାଇଙ୍କର କୌଣସି ସନ୍ତାନ ନ ଥିଲେ କିନ୍ତୁ ଚତୁର୍ଥ ଭାଇଙ୍କର ଏକ ସନ୍ତାନ ଥିଲା।ସେବେଠାରୁ ଏଠାରେ ଲିଭ୍‌-ଇନ୍‌ ପରମ୍ପରା ଆରମ୍ଭ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଟେବୁଲ୍‌ ଟେନିସ୍‌ ଫେଡେରେଶନ ସ୍ବୀକୃତି ରଦ୍ଦ, କ୍ରୀଡ଼ା ମନ୍ତ୍ରଣାଳୟର ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୧୨।୮: ବୁଧବାର ଦିନ କ୍ରୀଡ଼ା ମନ୍ତ୍ରଣାଳୟ ପକ୍ଷରୁ ଭାରତୀୟ ଟେବୁଲ୍ ଟେନିସ୍ ମହାସଂଘ (TTFI) ର ସ୍ୱୀକୃତି ରଦ୍ଦ କରାଯାଇଛି। ମନ୍ତ୍ରଣାଳୟ ପକ୍ଷରୁ ଭାରତୀୟ ଅଲିମ୍ପିକ୍ ସଂଘକୁ…

ଉଦଘାଟନର ବର୍ଷେ ପରେବି ଅଚଳ ନୂଆ ମେଡିକାଲ, ଅବ୍ୟବସ୍ଥା ନେଇ ବର୍ଷିଲେ ବିଧାୟକ

କୋରାପୁଟ,୧୨ା୮(ଅମିତାଭ ବେହେରା ): କୋରାପୁଟ ମେଡିକାଲ ଉଦ୍‌ଘାଟନକୁ ବର୍ଷେ ପୂରିଥିଲେ ମଧ୍ୟ କାର୍ଯ୍ୟକ୍ଷମ ହୋଇପାରିନି ନୂଆ ମେଡିକାଲ କୋଠା। ଫଳରେ ପୁରୁଣା ମେଡିକାଲ କଲେଜ ଓ ହସ୍ପିଟାଲରେ…

ସନ୍ନ୍ୟାସ ପରେ ପୂର୍ବତନ କ୍ରିକେଟର ରାହାଣେଙ୍କ ନୂଆ ଇନିଂସ, ପ୍ରଶଂସକ ଜଣାଉଛନ୍ତି ଶୁଭେଚ୍ଛା

ନୂଆଦିଲ୍ଲୀ,୧୨।୮: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ବ୍ୟାଟ୍ସମ୍ୟାନ୍ ତଥା ଅଧିନାୟକ ଅଜିଙ୍କ୍ୟ ରାହାଣେ ନିକଟରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିବା ପରେ ଏକ ନୂତନ ଭୂମିକାରେ…

ବିଧାୟକଙ୍କ ସହ ବିବାଦ ଘଟଣା ପରେ ପଦକ୍ଷେପ, ବଦଳିଲେ ରେଭେନ୍ସା ବଦଳିଲେ ଚିଫ୍‌ ୱାର୍ଡେନ

କଟକ,୧୨ା୮(ପ୍ରଭୁକଲ୍ୟାଣ ପାଲ୍): ରେଭେନ୍ସା ବିଶ୍ଵବିଦ୍ୟାଳୟ ଶିକ୍ଷକ ସଙ୍ଘ ଓ ବିଧାୟକ ଵିଵାଦ ଘଟଣାରେ ଚିଫ୍ ଓ୍ବାର୍ଡେନଙ୍କୁ ତାଙ୍କ ପଦରୁ ହଟାଇ ଦିଆଯାଇଛି । ବିଧାୟକଙ୍କ ସହ ଵିଵାଦ…

କାଜୁ ତୋଟାରେ ଚାଲିଥିବା ଜୁଆଆଡ୍ଡା ଉପରେ ଚଢାଉ, ପୋଲିସ କର୍ମଚାରୀଙ୍କୁ ହତ୍ୟା ଉଦ୍ୟମ ଅଭିଯୋଗରେ ୩ ଗିରଫ

ଦିଗପହଣ୍ଡି,୧୨ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବିଜୟ ଲକ୍ଷ୍ମୀନାରାୟଣପୁର ଗ୍ରାମ ନିକଟ କାଜୁ ତୋଟାରେ ଚାଲିଥିବା ଜୁଆଆଡ୍ଡାରେ ପୋଲିସ ଟିମ୍ ଅତର୍କିତ ଭାବେ ଚଢ଼ାଉ…

ରାସ୍ତା ନଥିବାରୁ ନାଳ ପାଖରେ ଅଟକିଲା ଆମ୍ବୁଲାନ୍ସ ; ରାତିସାରା ଖୋଲା ଆକାଶ ତଳେ ପଡ଼ିରହିଲା ମୃତଦେହ, ସକାଳେ ୮ କିମି ବୋହିଲେ ଗ୍ରାମବାସୀ

ଥୁଆମୂଳ ରାମପୁର,୧୨ା୮(ଦୁର୍ଗା କୀର୍ତ୍ତି): ସ୍ୱାଧୀନତାର ୮୦ ବର୍ଷ ପୂର୍ତ୍ତି ଆଡ଼କୁ ଦେଶ ଆଗେଇ ଚାଲିଥିବା ବେଳେ ରାଜ୍ୟର ଦୁର୍ଗମ ଅଞ୍ଚଳରେ ଯାତାୟାତ ଓ ସ୍ୱାସ୍ଥ୍ୟସେବାର କରୁଣ ଚିତ୍ର…

ଡକାୟତି କରିବାକୁ ଚେଷ୍ଟା କରୁଥିବା ବେଳେ ମାଡିବସିଲା କୋକସରା ପୋଲିସ, ତାପରେ….

କୋକସରା,୧୨ା୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଡକାୟତି କରିବାକୁ ଚେଷ୍ଟା କରୁଥିବା ବେଳେ ୨୬ ନମ୍ବର ଜାତୀୟ ରାଜପଥରୁ ଦୁଇଜଣ ଯୁବକଙ୍କୁ କୋକସରା ପୋଲିସ ଗିରଫ କରିଛି । ଗିରଫ…

ନିଦ ବଟିକା ଖୁଆଇବା ପରେ କରେଣ୍ଟ ଦେଇ ସ୍ବାମୀଙ୍କୁ ହତ୍ୟା, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୧୨ା୮: ଦିଲ୍ଲୀର ସଙ୍ଗମ ବିହାରରେ ଜଣେ ସ୍ତ୍ରୀ ତାଙ୍କ ସ୍ବାମୀଙ୍କୁ ନିର୍ମମ ଭାବେ ହତ୍ୟା କରିଥିବା ନେଇ ଅଭିଯୋଗ ହୋଇଛି । ଦିଲ୍ଲୀ ପୋଲିସର କହିବାନୁଯାୟୀ, ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri