କେନ୍ଦ୍ରାପଡ଼ା ଜିଲାରେ ପିଇବାକୁ ପାଣି ନାହିଁ

କେନ୍ଦ୍ରାପଡ଼ା ଅଫିସ, ୨୩ା୨: ରାଜ୍ୟ ସରକାରଙ୍କ ସର୍ଭେ ରିପୋର୍ଟରେ କେନ୍ଦ୍ରାପଡ଼ା ଜିଲାର କୌଣସି ବ୍ଲକ ଅଞ୍ଚଳରେ ପିଇବାକୁ ଉପଯୁକ୍ତ ପାଣି ନାହିଁ । ଏହି ଜିଲାରେ ପାନୀୟ ଜଳ ସଙ୍କଟ ଉତ୍କଟ ହେଉଛି । ୯ ବ୍ଲକ ଅଞ୍ଚଳ ମଧ୍ୟରୁ ୪ଟିରେ ଭୂତଳ ଜଳ ସଙ୍କଟ ଅଛି । ଅବଶିଷ୍ଟ ୫ ବ୍ଲକରେ ଏହି ସମସ୍ୟା ଗୁରୁତର ହୋଇଛି । ୨୦୧୯ରେ ଜଳ ଜୀବନ ମିଶନରେ କେନ୍ଦ୍ରାପଡ଼ା ଜିଲା ସାମିଲ ହୋଇଛି । ତେବେ ଗତ ୪ ବର୍ଷ ମଧ୍ୟରେ ଜିଲାର ୨୪୯ ପଞ୍ଚାୟତ ମଧ୍ୟରୁ ଏକମାତ୍ର ପଟ୍ଟାମୁଣ୍ଡାଇ ବ୍ଲକ ଅଣ୍ଡରା ପଞ୍ଚାୟତରେ ଥିବା ୪୦୩ ଘରକୁ ପାଇପ ଯୋଗେ ଜଳ ଯୋଗାଣ ହେଉଛି । ସେହିପରି ଜିଲାର ୧୫୯୨ ରାଜସ୍ବ ଗ୍ରାମରୁ ମାତ୍ର ୧୧୯ ଗ୍ରାମକୁ ଜଳ ଯୋଗାଣ ହେଉଛି । ତାହା ମଧ୍ୟ ଗ୍ରାମର ସମସ୍ତ ଘର ପର୍ଯ୍ୟନ୍ତ ପହଞ୍ଚତ୍ ପାରିନାହିଁ । ଏପରି ତଥ୍ୟ ରାଜ୍ୟ ସରକାରଙ୍କ ୱାଟର ରିସୋର୍ସ ସର୍ଭେ ରିପୋର୍ଟ ଓ ଜଳଜୀବନ ମିଶନ ତଥ୍ୟରୁ ସୂଚନା ମିଳିଛି । ଏବେ ପାନୀୟ ଜଳ ବିନା ଏହି ଜିଲା ମରୁଭୂମି ପାଲଟିବା ଆଶଙ୍କା ପ୍ରକଟ କରାଯାଇଛି ।

ରାଜ୍ୟ ସଭାର ଏକ ପ୍ରଶ୍ନର ଉତ୍ତର ପାଇଁ ଗତ ଫେବୃୟାରୀ ୨୧ରେ ରାଜ୍ୟ ସରକାରଙ୍କ ୱାଟର ରିସୋର୍ସ ବିଭାଗ ପକ୍ଷରୁ ବିଭାଗୀୟ ସହକାରୀ ସଚିବ ସୁବ୍ରତ କୁମାର ପଣ୍ଡା ଚିଠି (ନଂ- ୪୮୯୧) କରିଛନ୍ତି । ଏଥିରେ ବିଭାଗ ପକ୍ଷରୁ ଦର୍ଶାଯାଇଛି, ଏହି ଜିଲାର ଲୁଣାଞ୍ଚଳ ଚିହ୍ନଟ ପାଇଁ ସର୍ଭେ ହୋଇଛି । ଜିଲାର ରାଜନଗର, ରାଜକନିକା, ମାର୍ଶାଘାଇ ଓ ମହାକାଳପଡ଼ା ବ୍ଲକ ଅଞ୍ଚଳରେ ଭୂତଳ ଜଳ ଦୁର୍ବଳ ଥିବାରୁ ସମ୍ପୂର୍ଣ୍ଣ ଲୁଣା ପାଣି ବାହାରୁଛି । ସେହିପରି ଜିଲାର ଅବଶିଷ୍ଟ ଆଳି ବ୍ଲକ ଅଞ୍ଚଳର ୨୨୮୦୫ ହେକ୍ଟର ମଧ୍ୟରୁ ୧୯୯୫୨ ହେକ୍ଟର ଅଞ୍ଚଳରେ ଭୂଗର୍ଭ ଜଳ ଭାରି ଦୁର୍ବଳ । ଏଥିସହ ଡେରାବିଶ ବ୍ଲକ ଅଞ୍ଚଳର ୧୭୪୧୬ ହେକ୍ଟର ମଧ୍ୟରୁ ୯୮୮୮ ହେକ୍ଟର, ଗରଦପୁରର ୧୪,୫୮୮ ହେକ୍ଟର ମଧ୍ୟରୁ ୫୫୦ ହେକ୍ଟର, କେନ୍ଦ୍ରାପଡ଼ାର ୨୪୮୦୩ ହେକ୍ଟର ମଧ୍ୟରୁ ୧୮୭୫୦ ହେକ୍ଟର ଓ ପଟ୍ଟାମୁଣ୍ଡାଇ ବ୍ଲକ ଅଞ୍ଚଳର ୨୮୨୪୨ ହେକ୍ଟର ଅଞ୍ଚଳ ମଧ୍ୟରୁ ୧୬୯୭୨ ହେକ୍ଟର ଅଞ୍ଚଳରେ ଭୂଗର୍ଭ ଜଳ ସ୍ଥିତି ଉଦ୍‌ବେଗଜନକ ରହିଛି । ରାଜ୍ୟ ସରକାରଙ୍କ ଏହି ସର୍ଭେ ରିପୋର୍ଟ ଜିଲାବାସୀଙ୍କୁ ଚିନ୍ତାରେ ପକାଇଥିବା ବେଳେ ଜଳ ଜୀବନ ମିଶନର ନଳ ଭିତରେ ଜଳ ଯୋଜନା ସ୍ଥିତି ଆହୁରି ସଙ୍ଗିନ ହୋଇଛି । ଏହାର ତଥ୍ୟ ଅନୁଯାୟୀ କୌଣସି ବ୍ଲକ ଅଞ୍ଚଳରେ ଏହି ମିଶନ ଶତ ପ୍ରତିଶତ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇନାହିଁ । କେବଳ ଅଣ୍ଡରା ପଞ୍ଚାୟତକୁ ଜଳ ଯୋଗାଣ ହୋଇଛି ା ସେହିପରି ଏହି ମିଶନରେ ଯେଉଁ ୧୧୯ ଗ୍ରାମରେ ପାଇପ ଯୋଗେ ପାଣି ଯାଉଥିବା ଦର୍ଶାଯାଇଛି, ସେଥିରେ ମଧ୍ୟ ସମସ୍ତଙ୍କ ନିକଟରେ ପହଞ୍ଚତ୍ ନାହିଁ ।

ଏ ସମ୍ପର୍କରେ ରାଜକନିକାର ସ୍ବରାଜ ଦାସ, ପଟ୍ଟାମୁଣ୍ଡାଇର ଡ. ପି.ଏନ. ଗୌରାଙ୍ଗ, କେନ୍ଦ୍ରାପଡ଼ାର ଡା. ମିଲନ କୁମାର, ଡେରାବିଶର ଶିବାଶିଷ ମହାନ୍ତି, ମାର୍ଶାଘାଇର ପ୍ରତାପ କୁମାର ମହାନ୍ତି କହିଛନ୍ତି, ଉପକୂଳ କେନାଲ, ଜଳ ସଂରକ୍ଷଣ, ନଦୀ ଜଳର ସୁପରିଚାଳନା ଆଦି ଯୋଜନା ନ ଥିବାରୁ ଆସନ୍ତା ୧୦ ବର୍ଷ ମଧ୍ୟରେ କେନ୍ଦ୍ରାପଡ଼ା ଜିଲା ମରୁଭୂମି ପାଲଟିବାକୁ ଯାଉଛି । କେନ୍ଦ୍ରାପଡ଼ାର ଏହି ଜଳ ସଙ୍କଟରୁ ମୁକୁଳିବା ପାଇଁ ରାଜ୍ୟର ଏକମାତ୍ର ଜିଲା ଭାବେ ପ୍ରଥମ ପର୍ଯ୍ୟାୟରେ ଜଳ ଶକ୍ତି ସଂରକ୍ଷଣ ଅଭିଯାନ ଆରମ୍ଭ ହୋଇଥିଲା । ତେବେ ଏହି ଅଭିଯାନ ଗ୍ରୀନ ମହାନଦୀ ଯୋଜନା ପରି କାଗଜପତ୍ରରେ ସୀମିତ ଅଛି । ବିଭିନ୍ନ ସ୍ଥାନରେ ପାଣି ରୋକା ଯାଉଥିବାରୁ ମହାନଦୀ, ବ୍ରାହ୍ମଣୀ ଓ ବୈତରଣୀ ସିଷ୍ଟମ୍‌ରେ ଥିବା ଜିଲାରେ ପ୍ରବାହିତ ନଦୀ ଖରାଦିନ ଆରମ୍ଭରୁ ଶୁଖି ଯାଉଛି । ଏହାର କାରଣ ଖୋଜା ନ ଯାଇ ନଦୀରୁ ବିଭିନ୍ନ ଶିଳ୍ପ ଓ ପ୍ରକଳ୍ପ ପାଇଁ ଜଳ ଯୋଗାଣ ହେଉଛି । ଏପରି କି ରାଜକନିକା ବ୍ଲକରେ ଭୂତଳ ଜଳ ସଙ୍କଟ ଦେଖାଦେଇଥିବା ବେଳେ ଏଠାରେ ପ୍ରବାହିତ ଖରସ୍ରୋତା ନଦୀରୁ ଭଦ୍ରକ ଜିଲାର ତିହିଡି, ଧାମନଗର ଓ ବାସୁଦେବପୁର ଅଞ୍ଚଳକୁ ଜଳ ଯୋଗାଣ ପାଇଁ ରାଜ୍ୟ ସରକାର ତପତ୍ର ହେଉଛନ୍ତି। ପ୍ରଶାସକ ଓ ରାଜନେତାଙ୍କ ପାଇଁ ଏହି ଜିଲାରେ ପାନୀୟ ଜଳ ସଙ୍କଟ ଗୁରୁତର ହୋଇଥିବା ସେମାନେ କ୍ଷୋଭ ପ୍ରକାଶ କରିଛନ୍ତି । ଏ ସମ୍ପର୍କରେ ଏଡିଏମ୍‌ ପୀତାମ୍ବର ସାମଲ କହିଛନ୍ତି, ପାନୀୟ ଜଳ ଯୋଗାଣ ସମସ୍ୟାର ସମାଧାନ ପାଇଁ ଜିଲା ପ୍ରଶାସନ ଗୁରୁତ୍ୱ ଦେଇଛି। ବିଭିନ୍ନ ପ୍ରକଳ୍ପ ମାଧ୍ୟମରେ ପାନୀୟ ଜଳ ଯୋଗାଣକୁ ସୁନିଶ୍ଚିତ କରାଯାଉଛି। ସେହିପରି ଜଳ ସଂରକ୍ଷଣ ପାଇଁ ବିଭିନ୍ନ ଯୋଜନା କାର୍ଯ୍ୟକାରୀ ହେଉଛି ।


Enter your email to get our daily news in your inbox.

All Right Reserved By Dharitri.Com

ପାରିବାରିକ କଳହର କରୁଣ ପରିଣତି, ସ୍ବାମୀଙ୍କ ମାଡ଼ରେ ସ୍ତ୍ରୀଙ୍କ ଜୀବନ ଗଲା, ଘରେ ପଡ଼ିଛି…

ଚାନ୍ଦବାଲି,୧୬ା୯(କିଷାନ ପାତ୍ର): ଏମିତି ଏକ ଦୁଃଖଦ ଘଟଣାକୁ ନେଇ ଚାନ୍ଦବାଲି ଅଞ୍ଚଳରେ ଚାଞ୍ଚଲ୍ୟ ଦେଖାଦେଇଛି। ଭଦ୍ରକ ଜିଲା ଚାନ୍ଦବାଲି ଥାନା ଅଧୀନ ପାଇକିରାପୁର ଗ୍ରାମରେ ପାରିବାରିକ କଳହକୁ…

U-15ରେ ଓଡ଼ିଶା ପାଇଁ ଖେଳିବେ ଗୁଡ଼ାରି ଝିଅ ଆୟୁଷା

ଗୁଡ଼ାରି,୧୬ା୯(ପ୍ରମୋଦ କୁମାର ପତି): ୧୫ ବର୍ଷରୁ କମ୍‌ କ୍ରିକେଟ୍‌ରେ ଓଡ଼ିଶା ପାଇଁ ଖେଳିବାର ସୁଯୋଗ ପାଇଛନ୍ତି ରାୟଗଡ଼ା ଜିଲା ଗୁଡ଼ାରି ଝିଅ ଆୟୁଷା ମିଶ୍ର। ଏ ନେଇ…

ଶଙ୍ଖ ନଦୀରେ ଅଘଟଣ: ଗାଧୋଇବାବେଳେ ବୁଡ଼ିଗଲେ ୩ ନାବାଳିକା

କୁଆଁରମୁଣ୍ଡା, ୧୬।୯ (ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ରାଏବୋଗା ଥାନା ଅଞ୍ଚଳରେ ବୁଧବାର ସକାଳେ ଏକ ହୃଦୟବିଦାରକ ଘଟଣା ଘଟିଛି। ଶଙ୍ଖ ନଦୀରେ ଗାଧୋଉଥିବାବେଳେ ବୁଡ଼ିଯାଇ…

ବିଜୁ ପଟ୍ଟନାୟକ ମାର୍ଗରେ ନିଆରା ଗଣେଶ ପୂଜା: ରାଧାକୃଷ୍ଣ ବେଶରେ ପୂଜା ପାଉଛନ୍ତି ଗଜାନନ

ଗଞ୍ଜାମ, ୧୬/୯ (ବିଦ୍ୟାଧର ସାହୁ): ଗଞ୍ଜାମ ସହରର ବିଭିନ୍ନ ସ୍ଥାନରେ ଅଗ୍ରପୂଜ୍ୟ ଗଣେଶଙ୍କ ପୂଜା ମହାଆଡ଼ମ୍ବରରେ ପାଳିତ ହେଉଥିବାବେଳେ ବିଜୁ ପଟ୍ଟନାୟକ ମାର୍ଗରେ ଆୟୋଜିତ ଗଣେଶ ପୂଜା…

ଶ୍ରୀମନ୍ଦିରରେ ଛୁଆଁ ମହାସ୍ନାନ ନୀତି: ରତ୍ନସିଂହାସନ ଉପରେ ଛୁଇଁ ଦେଲେ…

ପୁରୀ,୧୬।୯(ଅଜିତ କୁମାର ମହାନ୍ତି): ଶ୍ରୀମନ୍ଦିରରେ ବୁଧବାର ଶ୍ରୀବିଗ୍ରହଙ୍କ ‘ଛୁଆଁ ମହାସ୍ନାନ’ ନୀତି ଅନୁଷ୍ଠିତ ହୋଇଛି। ଏହି କାରଣରୁ ଶ୍ରୀଜିଉଙ୍କ ନୀତିକାନ୍ତିରେ ବିଳମ୍ବ ଦେଖିବାକୁ ମିଳିଛି। ମହାସ୍ନାନ ନୀତି…

ନନ୍ଦନକାନନରେ ୫ ଓରାଙ୍ଗଉଟାନଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ: ମହୀଶୂର ଚିଡ଼ିଆଖାନାର ୨ ବିଶେଷଜ୍ଞ…

ଭୁବନେଶ୍ୱର, ୧୬।୯: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ରଖାଯାଇଥିବା ୫ ଓରାଙ୍ଗଉଟାନଙ୍କ ଯତ୍ନ ଓ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରାଯାଉଛି। ଏଥିପାଇଁ ମହୀଶୂର ଚିଡ଼ିଆଖାନାର ୨ ଜଣ ବିଶେଷଜ୍ଞ ନନ୍ଦନକାନନରେ…

ଦକ୍ଷିଣୀ ଷୌଣ୍ଡିକ ସମାଜ ସାହୁ ପରିବାରର ସାମୂହିକ ନୂଆଁଖାଇ: ସମାଜକୁ ଦେଲେ ଏକତାର ବାର୍ତ୍ତା

କେସିଙ୍ଗା,୧୬।୯(ତୁମେଶ୍ୱର ସାହୁ): ପଶ୍ଚିମ ଓଡ଼ିଶାର ମହାନ ଗଣପର୍ବ ‘ନୂଆଁଖାଇ’ ଅବସରରେ କେସିଙ୍ଗା ବ୍ଲକ ଅନ୍ତର୍ଗତ ବାଲସି ଗ୍ରାମର ଦକ୍ଷିଣୀ ଷୌଣ୍ଡିକ ସମାଜର ସାହୁ ପରିବାର ପକ୍ଷରୁ ଭବ୍ୟ…

ପ୍ରଶାସନକୁ ହସ୍ତାନ୍ତର ହୋଇନାହିଁ ଅଙ୍ଗନୱାଡ଼ି କେନ୍ଦ୍ର: ବିପଦସଙ୍କୁଳ ସ୍କୁଲ ବାରଣ୍ଡାରେ ବସୁଛନ୍ତି ଶିଶୁ

ଲାଞ୍ଜିଗଡ଼,୧୬ା୯(ରମେଶ ଚନ୍ଦ୍ର ନାୟକ):କଳାହାଣ୍ଡି ଜିଲା ଲାଞ୍ଜିଗଡ଼ଠାରେ ୨୦୧୫ରେ ଅଙ୍ଗନଓ୍ବାଡି କେନ୍ଦ୍ର ନିର୍ମାଣ ଆରମ୍ଭ ହୋଇ ସମ୍ପୂର୍ଣ୍ଣ ହେବାର ୪ ବର୍ଷରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ ପ୍ରଶାସନକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?