ବିଧାନସଭାରେ ଏହିଠି ନବୀନଙ୍କ ସିଟ୍‌, ଆଗରେ ଏମାନେ…

ଭୁବନେଶ୍ୱର,୧୮।୬: ୨୪ବର୍ଷ ପରେ କ୍ଷମତାଚ୍ୟୁତ ହେବା ପରେ ବିଜେଡି ଏବେ ରାଜ୍ୟରେ ଧରାଶାୟୀ ହୋଇଛି। ସେହିପରି ମୁଖ୍ୟମନ୍ତ୍ରୀ ପଦ ହରାଇଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଓଡ଼ିଶାବାସୀ ଏବେ ରାଜ୍ୟ କମାଣ ଭାଜପାକୁ ଧରାଇଛନ୍ତି। ଏହି କ୍ରମରେ ଭାଜପାରେ ରାଜ୍ୟର ମଙ୍ଗ ଧରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ତେବେ ରାଜ୍ୟରେ ନୂଆ ମୁଖ୍ୟମନ୍ତ୍ରୀ ଶପଥ ନେବା ପରେ ମଙ୍ଗଳବାର ପ୍ରଥମ ବିଧାନସଭା ଅଧିବେଶନ ଆରମ୍ଭ ହୋଇଛି। ବିଧାନସଭାରେ ଆଜି ଶପଥ ନେଇଛନ୍ତି ନବ ନିର୍ବାଚିତ ବିଧାୟକ । ସେମାନଙ୍କୁ ଶପଥ ଗ୍ରହଣ କରାଇଛନ୍ତି କାମଚଳା ବାଚସ୍ପତି ରଣେନ୍ଦ୍ର ପ୍ରତାପ ସ୍ବାଇଁ । ତିନି ଦିନ ପାଇଁ ଆରମ୍ଭ ହୋଇଥିବା ବିଧାନସଭାର ଅଧିବେଶନରେ ଏବେ ଶପଥ କାର୍ଯ୍ୟକ୍ରମ ଜାରି ରହିଛି । ଆସନ୍ତାକାଲି ମଧ୍ୟ ଏହି କାର୍ଯ୍ୟକ୍ରମ ହେବ ।

ତେବେ ଆଜି ପ୍ରଥମ ଦିନରେ ଦେଖିବାକୁ ମିଛି ଅନେକ ରୋଚକ ଦୃଶ୍ୟ । ବିଧାନସଭା ଗୃହରେ ଦୀର୍ଘ ୨୫ ବର୍ଷ ଧରି ଯାହା ହୋଇନଥିଲା ଆଜି ତାହା ଦେଖିବାକୁ ମିଳିଲା । ଯେଉଁ ଚୌକିରେ ଗତ ୨୫ ବର୍ଷ ଧରି ନବୀନ ପଟ୍ଟନାୟକ ବସି ଆସୁଥିଲେ, ଆଜି ସେହି ବିଧାନସଭା ଗୃହରେ ତାଙ୍କ ସିଟ ବଦଳିଯାଇଛି । ସେ ଏକ ସାଧାରଣ ବିଧାୟକ ଆସନରେ
ବସିଛନ୍ତି। ଆଗରେ ଅନ୍ୟ ବିଧାୟକମାନେ ବସିଛନ୍ତି। ଏବେ ନବୀନଙ୍କ ସ୍ଥାନରେ ବସିଛନ୍ତି ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି । ତାଙ୍କ ପାଖକୁ ବସିଛନ୍ତି ଦୁଇ ଉପ-ମୁଖ୍ୟମନ୍ତ୍ରୀ କେଭି ସିଂଦେଓ ଏବଂ ପ୍ରଭାତୀ ପରିଡା । ଯେଉଁ ଗୃହକୁ ସେ ମୁଖ୍ୟମନ୍ତ୍ରୀ ଅନ୍ଦାଜରେ ଏଣ୍ଟ୍ରି କରୁଥିଲେ, ସେହି ଗୃହକୁ ଆଜି କେବଳ ବିଧାୟକ ହୋଇ ତାଙ୍କ ସେହି ହସ ହସ ମୁହଁରେ ଏଣ୍ଟ୍ରି ମାରିଛନ୍ତି।

ଯେଉଁ ଗୃହରେ ଦୀର୍ଘ ୨୫ ବର୍ଷ ଧରି ତାଙ୍କ ଦଳ ରାଜ କରୁଥିଲା ଆଉ ସେ ଥିଲେ ଦଳର ସୁପ୍ରିମୋ, ଆଜି ସେହି ଗୃହରେ ବିରୋଧୀ ଦଳ ଭାବେ ସରକାରଙ୍କୁ କରିବେ ଟାର୍ଗେଟ । କରୋନା ସମୟରୁ ଦୀର୍ଘଦିନ ଧରି ଗୃହକୁ ନ ଆସି ଭିସି ଦ୍ୱାରା ଅଧିବେଶନରେ ଯୋଗ ଦେଉଥିଲେ। ଏବେ ବିରୋଧୀ ଦଳର ସାଧାରଣ ବିଧାୟକ ଭାବେ ଆସି କରିଛନ୍ତି ାପଥ ପାଠ। ଏବେ ହୋଇଯାଇଛନ୍ତି ବିରୋଧୀ ଦଳର ନେତା। ତେବେ ଗୃହରେ ତାଙ୍କୁ ବିରୋଧୀ ଦଳ ନେତା ହେବାକୁ ଅନେକ ମତ ପ୍ରକାଶ କରିଥିବାବେଳେ ଏଥିରେ ନବୀନଙ୍କ ଆଭିମୁଖ୍ୟ ସ୍ପଷ୍ଟ ହୋଇନାହିଁ। ଆଉ ଯଦି ସେ ବିରୋଧୀ ଦଳ ନେତା ହୁଅନ୍ତି ତେବେ ଗୃହରେ ତାଙ୍କୁ ସେହିଭଳି ଅନ୍ଦାଜରେ ଆସିବାକୁ ପଡିବ। ବିରୋଧୀଙ୍କ ପରି ପ୍ରଭାବୀ ଢଙ୍ଗରେ ରାଜ୍ୟ ସମସ୍ୟା ଉପସ୍ଥାପନା କରିବାକୁ ପଡିବ। ଗୋଟିକ ପରେ ଗୋଟିଏ ପ୍ରଶ୍ନବାଣରେ କ୍ଷମତାସୀନ ସରକାରଙ୍କୁ ଘାଇଲା କରିବାକୁ ପଡିବ। ତେବେ ଦଳର ନିଷ୍ପତ୍ତି କ’ଣ ରହିବ ତାହା ଆସନ୍ତା କାଲି ଜଣାପଡିବ। କିନ୍ତୁ ସେପର୍ଯ୍ୟନ୍ତ ନବୀନ ଜଣେ ସାଧାରଣ ବିଧାୟକଭାବେ ରହିବେ।

ଅନ୍ୟପଟେ ଆଜି ଏକ ସୁନ୍ଦର ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଛି । ଯେତେବେଳେ ନବୀନ ପଟ୍ଟନାୟକ ଶପଥ ନେବାକୁ ଆସିଥିଲେ, ସେତେବେଳେ ଭାଜପା ନେତାମାନେ ନିଜ ଚେୟାରରୁ ଉଠିପଡି ହାତ ଯୋଡି ଶ୍ରଦ୍ଧା ଓ ସମ୍ମାନର ସହ ନବୀନଙ୍କୁ ନମସ୍କାର କରିଥିଲେ । ଆଉ ପ୍ରତି ଉତ୍ତରରେ ନବୀନ ମଧ୍ୟ ହାତ ଯୋଡି ହସ ହସ ମୁହଁରେ ସେମାନଙ୍କ ନମସ୍କାର ଗ୍ରହଣ କରିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ବିଶାଖାପାଟଣାମ୍‌-ଗୋପାଳପୁର ମଧ୍ୟରେ ଅତିକ୍ରମ କରିବ ଗଭୀର ଅବପାତ: କାଲିଠୁ ରାଜ୍ୟରେ ପବନ ସହ ଭୀଷଣ ବର୍ଷା, ୪ ଜିଲାକୁ…

ଭୁବନେଶ୍ୱର, ୨୨ା୯(ବନ୍ଦନା ସେଠୀ) – କେନ୍ଦ୍ରୀୟ ବଙ୍ଗୋପସାଗରରେ ସକ୍ରିୟ ଥିବା ଅବପାତ ମଙ୍ଗଳବାର ଅପରାହ୍ନ ୫ଟା ୩୦ରେ ଗଭୀର ଅବପାତରେ ପରିଣତ ହୋଇଛି। ସନ୍ଧ୍ୟା ସୁଦ୍ଧା ଏହା…

‘ଧରିତ୍ରୀ’ରେ ଖବର ପ୍ରସାରଣର ବଡ଼ ପ୍ରଭାବ: ଥୁଆମୂଳ ରାମପୁରରେ ଅଟକିଲା ବେଆଇନ ଦାଦନ ବସ୍, ୧୭ ହଜାରରୁ ଊର୍ଦ୍ଧ୍ୱ ଟଙ୍କା ଫାଇନ୍

ଥୁଆମୂଳ ରାମପୁର, ୨୨।୯(ଦୁର୍ଗା କୀର୍ତ୍ତି): ‘ଧରିତ୍ରୀ’ରେ ବେଆଇନ ଦାଦନ ଶ୍ରମିକ ଚାଲାଣ ସମ୍ପର୍କିତ ବିଶେଷ ଖବର ପ୍ରକାଶ ପାଇବା ପରେ ପ୍ରଶାସନିକ କଳ ତତ୍ପର ହୋଇଉଠିଛି। ଜିଲା…

୨ କିଲୋମିଟର ଘୋଷାଡ଼ି ନେଲା ପିକଅପ୍: ଅତାବିରାରେ ମର୍ମନ୍ତୁଦ ଦୁର୍ଘଟଣା, ଚାଲିଗଲା ଜଳଖିଆ ବ୍ୟବସାୟୀଙ୍କ ଜୀବନ

ଅତାବିରା, ୨୨।୯(ଯୁଧିଷ୍ଠିର ମହାପାତ୍ର): ସମ୍ବଲପୁର-ବରଗଡ଼ ୫୩ ନମ୍ବର ଜାତୀୟ ରାଜପଥର ଅତାବିରାରେ ମଙ୍ଗଳବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି। ମୃତ…

ସୁବଳୟା ମହାନଦୀରୁ ଦୁଇ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର: ଗଞ୍ଜେଇ ମାଫିଆ ହୋଇଥିବା ସନ୍ଦେହ, ପରିଚୟ ଖୋଜୁଛି…

ଅମରପାଲି, ୨୨।୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସୁବଳୟା ମହାନଦୀ ଫେରିଘାଟ ନିକଟରୁ ମଙ୍ଗଳବାର ଅପରାହ୍ନରେ ଦୁଇଜଣ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି।…

କଳାହାଣ୍ଡିରେ ଲଗାଣ ବର୍ଷାର ତାଣ୍ଡବ: କାଲି ସମସ୍ତ ଶିକ୍ଷାନୁଷ୍ଠାନ ଛୁଟି, ୨୫ ଯାଏ ସରକାରୀ କର୍ମଚାରୀଙ୍କ…

ଭବାନୀପାଟଣା, ୨୨।୯(ଉତ୍ତମ କୁମାର ଦାଶ): ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ପ୍ରଭାବରେ କଳାହାଣ୍ଡି ଜିଲାରେ ପ୍ରବଳ ବର୍ଷା ଜାରି ରହିଛି। ମଙ୍ଗଳବାର ସକାଳୁ ଘଡ଼ଘଡ଼ି ଓ ବିଜୁଳି…

ଦିଗପହଣ୍ଡିରେ ଲଗାଣ ବର୍ଷା: ଘୋଡ଼ାହାଡ଼ ନଦୀକୂଳିଆ ଗ୍ରାମବାସୀଙ୍କୁ ଆଲର୍ଟ, ଯେକୌଣସି ମୁହୂର୍ତ୍ତରେ ଖୋଲିପାରେ ଡ୍ୟାମ୍ ଗେଟ୍

ଦିଗପହଣ୍ଡି,୨୨।୯(ଅଶେଷ ନାଥ ମିଶ୍ର): ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅଧିକ ଘନୀଭୂତ ହୋଇ ଘୂର୍ଣ୍ଣିବଳୟରେ ପରିଣତ ହେବା ଫଳରେ ଦିଗପହଣ୍ଡି ଅଞ୍ଚଳରେ ମଙ୍ଗଳବାର ସକାଳୁ ଅବିଶ୍ରାନ୍ତ ବର୍ଷା…

ରାଜ୍ୟ IPS ସ୍ତରରେ ବଡ଼ ଧରଣର ଅଦଳବଦଳ: ସର୍ବଣା ବିବେକ ହେଲେ ଭୁବନେଶ୍ୱର ଡିସିପି, ଅଭିନବ ସୋନକର ବ୍ରହ୍ମପୁର ଏସ୍‌ପି

ଭୁବନେଶ୍ୱର, ୨୨।୯: ରାଜ୍ୟ ପୋଲିସ ପ୍ରଶାସନକୁ ଅଧିକ କ୍ରିୟାଶୀଳ ଓ ସୁଦୃଢ଼ କରିବା ପାଇଁ ରାଜ୍ୟ ସରକାର ଆଇପିଏସ୍ (IPS) ସ୍ତରରେ ଏକ ବଡ଼ ଧରଣର ଅଦଳବଦଳ…

ନୂଆପଡ଼ାରେ ଲଜ୍ଜା, ନାବାଳିକାଙ୍କୁ ଟେକି ନେଇ ବଳାତ୍କାର

ନୂଆପଡ଼ା,୨୨ା୯(ମକାରୁ ବେମାଲ): ନୂଆପଡ଼ା ଜିଲା ବେଲଟୁକୁରି ଥାନା ଅଞ୍ଚଳରେ ନାବାଳିକାଙ୍କୁ ବଳାତ୍କାର ଅଭିଯୋଗରେ ପୋଲିସ ମଙ୍ଗଳବାର ସମ୍ପୃକ୍ତ ଯୁବକଙ୍କୁ ଗିରଫ କରିଛି। ସେ ହେଲେ ଭାଲେଶ୍ୱର ପଞ୍ଚାୟତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?