କୁଣ୍ଡରୁ ପିମ୍ପୁଡ଼ିି ଦୂରକରିବାର କେତୋଟି ସହଜ ଉପାୟ…

କୁଣ୍ଡରେ ବିଭିନ୍ନ ଫୁଲ, ଫଳ, ପରିବା ଆଦି ଗଛ ଲଗାଇବାକୁ ଅନେକେ ଭଲ ପାଆନ୍ତି। ହେଲେ ଖରାଦିନେ କୁଣ୍ଡ ଭିତରେ ପିମ୍ପୁଡ଼ି ବସା ବାନ୍ଧିବା ଯୋଗୁ ଗଛ ଝାଉଁଳିପଡ଼ିବା କିମ୍ବା କେବେ କେବେ ମରିଯାଉଥିବା ଦେଖିବାକୁ ମିଳେ। ଯଦି ଆପଣ ବି
ଏଥିପାଇଁ ଚିନ୍ତିତ ତେବେ ଜାଣିରଖନ୍ତୁ ପିମ୍ପୁଡ଼ି
ଦୂରକରିବାର କେତୋଟି ସହଜ ଉପାୟ…
ଏକ ବଡ଼ ଟବ୍‌ରେ ୪-୫ ଲିଟର ପାଣି ନେଇ ସେଥିରେ ୧ କପ୍‌ ଡିସ୍‌ ଓ୍ବାଶ ପାଉଡର ମିଶାନ୍ତୁ। ପିମ୍ପୁଡ଼ି ହେଉଥିବା କୁଣ୍ଡକୁ ଏହି ଟବ୍‌ ଭିତରେ କିଛି ସମୟ ରଖନ୍ତୁ , ଦେଖିବେ ପିମ୍ପୁଡ଼ି ମରିଯିବେ।
କଫିର ଷ୍ଟ୍ରଙ୍ଗ୍‌ ଫ୍ଲେଭର ପିମ୍ପୁଡ଼ିକୁ ଭଲ ଲାଗି ନ ଥାଏ। ତେଣୁ କୁଣ୍ଡ ଭିତରେ କିଛି କଫି ପାଉଡର ପକାନ୍ତୁ। ଏହାଦ୍ୱାରା ନା କେବଳ ପିମ୍ପଡ଼ି ଚାଲିଯିବେ ବରଂ ଗଛକୁ କିଛି ପୋଷକତତ୍ତ୍ୱ ମଧ୍ୟ ମିଳିଯିବ।
ପାଣିରେ ନିମ୍ବତେଲ ବା ନିମ୍‌ ଅଏଲ ମିଶାଇ ଗଛମୂଳରେ ଏବଂ ପତ୍ରରେ ସ୍ପ୍ରେ କରନ୍ତୁ। ଏହାଦ୍ୱାରା ପିମ୍ପୁଡ଼ି ଚାଲିଯିବେ।
ପିମ୍ପୁଡ଼ି ଦୂରକରିବା ଲାଗି ଲେମ୍ବୁରସ ମଧ୍ୟ ବ୍ୟବହାର କଲେ ଉପକୃତ ହୋଇପାରିବେ। ପାଣିରେ ସମାନ ପରିମାଣର ଲେମ୍ବୁରସ ମିଶାଇ ଏହାକୁ ସ୍ପ୍ରେ ବଟଲରେ ଭର୍ତ୍ତି କରନ୍ତୁ। ଏହାକୁ ପିମ୍ପୁଡ଼ି ଲାଗିଥିବା କୁଣ୍ଡରେ ଭଲ ଭାବେ ସ୍ପ୍ରେ କଲେ ପିମ୍ପୁଡ଼ି ଚାଲିଯିବେ।
କୁଣ୍ଡ ଚାରିପଟେ ଲଙ୍କାଗୁଣ୍ଡ, ପିପରମିଣ୍ଟ, ଡାଲଚିନି ଗୁଣ୍ଡ, ବେକିଂ ସୋଡ଼ା ଆଦି ପକାଇଲେ ବି ଉପକୃତ ହୋଇପାରିବେ।
ପାଣିରେ ତେଲ ଏବଂ ଡିଟରଜେଣ୍ଟ ମିଶାଇ କୁଣ୍ଡ ଚାରିକଡ଼େ ସ୍ପ୍ରେ କଲେ ବି ପିମ୍ପୁଡ଼ି ଦୂରହେବେ।
ଅତି ଆବଶ୍ୟକସ୍ଥଳେ ଡାୟାଟୋମାସିଅସ୍‌ ଆର୍ଥ ଭଳି ଜୈବିକ କୀଟନାଶକ ବ୍ୟବହାର କରନ୍ତୁ। ମନେରଖନ୍ତୁ ଶୁଖିଲା ମାଟିରେ ଏହାକୁ ବ୍ୟବହାର କରନ୍ତୁ। କାରଣ ମାଟି ଓଦା ଥିବା ବେଳେ ଏହା ଭଲ କାମ କରି ନ ଥାଏ।
କୁଣ୍ଡ ବାହାରେ ଗାମାକ୍ସିନ୍‌ ପାଉଡର ପକାଇଲେ ବି ପିମ୍ପୁଡ଼ି ଆସିବେ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ମଙ୍ଗଳଙ୍କ ନକ୍ଷତ୍ର ପରିବର୍ତ୍ତନରେ ବଡ଼ ଚମତ୍କାର! ଏହି ୩ ରାଶିଙ୍କୁ ମିଳିବ ଧନ ଓ କ୍ୟାରିୟରରେ ଜବରଦସ୍ତ ଲାଭ

ମଙ୍ଗଳ ଗ୍ରହ ୨୪ ଜୁଲାଇରେ ମୃଗଶିରା ନକ୍ଷତ୍ରରେ ପ୍ରବେଶ କରିଥିଲେ। ବର୍ତ୍ତମାନ ଆଜି ୧୨ ଅଗଷ୍ଟ ବୁଧବାର ରାତ୍ରୀ ୧୦ଟା ୪୨ ମିନିଟରେ ମଙ୍ଗଳ ଗ୍ରହ ଆର୍ଦ୍ରା…

ନାବାଳିକାକୁ ଅପହରଣ କରି ଯାଜପୁରରେ ବଳାତ୍କାର, ପରେ…

ଭୁବନେଶ୍ୱର, ୧୨।୮: ଭୁବନେଶ୍ୱରର ଇନଫୋସିଟି ଥାନା ଅଞ୍ଚଳରୁ ଜଣେ ନାବାଳିକାକୁ ଅପହରଣ କରି ଯାଜପୁର ନେଇଯିବା ଏବଂ ସେଠାରେ ତାଙ୍କ ବଳାତ୍କାର ରାଯାଇଥିବା ନେଇ ଅଭିଯୋଗ ହୋଇଛି।…

ବଙ୍ଗୋପସାଗରରେ ପୁଣି ସୃଷ୍ଟି ହେଲା ଲଘୁଚାପ: ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର,୧୨।୮: ଉତ୍ତର-ପଶ୍ଚିମ ବଙ୍ଗୋପସାଗର ପୁଣି ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ଲଘୁଚାପ ସୃଷ୍ଟି ହୋଇଥିବା ଜଣାପଡ଼ିଛି। ଆସନ୍ତା ୪୮ ଘଣ୍ଟା ମଧ୍ୟରେ…

ଆଜିଠାରୁ ମହଙ୍ଗା ହେଲା ପେଟ୍ରୋଲ-ଡିଜେଲ! ଇନ୍ଧନ ଦରରେ ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ, ୧୨।୮: ଅନ୍ତର୍ଜାତୀୟ ବଜାରରେ କଞ୍ଚା ତେଲ (କ୍ରୁଡ ଅଏଲ) ର ଦର କ୍ରମାଗତ ଭାବେ ବୃଦ୍ଧି ପାଉଛି ଏବଂ ବ୍ରେଣ୍ଟ କ୍ରୁଡ ୯୦ ଡଲାର ପ୍ରତି…

ହଜିଯାଉଛି ଭୋଟବ୍ୟାଙ୍କ

ଦିଲ୍ଲୀର ଯନ୍ତରମନ୍ତରରେ ହୋଇଥିବା ଛାତ୍ର ପ୍ରତିବାଦଜନିତ ଅସ୍ବାଭାବିକତା ବିଷୟ ଦେଶବାସୀଙ୍କ ମନରେ ତାଜା ଥିବା ବେଳେ ଅନୁରୂପ ଘଟଣା ଝାଡ଼ଖଣ୍ଡରେ ଦେଖାଯାଇଛି। ଯନ୍ତରମନ୍ତର ଆନ୍ଦୋଳନକାରୀମାନେ ‘ଚଲୋ ସଂସଦ’…

ଯେଉଁ ଟିମକୁ ଦିନେ କରିଥିଲେ ମନା, ଏବେ ସେଇ ଟିମକୁ ଫେରିବାକୁ ଚାହୁଁଛନ୍ତି ପାଣ୍ଡ୍ୟା! ରଖିଲେ ଏମିତି ସର୍ତ୍ତ, ଟିମ କହିଲା-ଆସ ନାହିଁ…

ମୁମ୍ବାଇ,୧୨,୮: ଇଣ୍ଡିଆନ ପ୍ରିମିୟର୍‌ ଲିଗ (ଆଇପିଏଲ) ୨୦୨୭ ପାଇଁ ଟ୍ରେଡ ଲିଷ୍ଟ ଆସିବା ପୂର୍ବରୁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। ହାର୍ଦ୍ଦିକ ବର୍ତ୍ତମାନ ପାଞ୍ଚ…

ଗଞ୍ଜେଇ ଖାଇଥିଲେ ପାଇଲଟ: ଏୟାର ଇଣ୍ଡିଆ ବିମାନ ୩୦୦ ଫୁଟ୍‌ ଖସିବା ଘଟଣାରେ ଚାଞ୍ଚଲ୍ୟକର ଖୁଲାସା

ନୂଆଦିଲ୍ଲୀ,୧୨ା୮:ଏୟାର ଟର୍ବୁଲାନ୍ସ ଯୋଗୁ ଗତ ୪ ତାରିଖରେ ଫୁକେଟ୍‌ରୁ ଦିଲ୍ଲୀ ଯାଉଥିବା ଏୟାର ଇଣ୍ଡିଆ ବିମାନ ହଠାତ୍‌ ୩୦୦ ଫୁଟ୍‌ ତଳକୁ ଖସିବାରୁ ୧୭ ଜଣ ଯାତ୍ରୀ…

ଦିନ ଦ୍ୱିପ୍ରହରରେ ପ୍ରଧାନଶିକ୍ଷକଙ୍କ ଘରୁ ଚୋରି ଉଦ୍ୟମ: ଗାଡ଼ି ଗ୍ଲାସ ଭାଙ୍ଗିଲା ମାତ୍ରେ ବାଜିଲା ସାଇରନ୍‌, ଆଉ ତା’ପରେ…

ମୋହନା,୧୨।୮( ମନ୍ମଥ ମିଶ୍ର ): ଦ୍ୱିପ୍ରହରରେ ଚୋରି ଉଦ୍ୟମ। ଘରେ କେହି ନଥିବାର ସୁଯୋଗ ନେଇ ଚୋରି ପାଇଁ ଘରେ ପଶିବାକୁ ଉଦ୍ୟମ କରିଥିଲେ ଚୋର। ହେଲେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri