Posted inଖେଳ

୪ ବର୍ଷ ପରେ କ୍ୟାରିୟରର ଦ୍ରୁତତମ ଶତକ ମାରିଲେ ପୂଜାରା

ଚଟ୍ଟଗ୍ରାମ,୧୬।୧୨:ବାଲାଂଦେଶ ବିପକ୍ଷ ଚଟ୍ଟଗ୍ରାମ ଟେଷ୍ଟରେ ଭାରତୀୟ ଟିମ୍‌ର ଉପଅଧିନାୟକ ଚେତେଶ୍ୱର ପୂଜାରା ବିରୋଧୀ ଟିମ୍‌ର ବୋଲର୍‌ଙ୍କୁ ଘାଇଲା କରିଛନ୍ତି। ସେ ବିସ୍ଫୋରକ ବ୍ୟାଟିଂ କରି ନିଜ ଟେଷ୍ଟ କ୍ୟାରିୟରର ସବୁଠାରୁ ଦ୍ରୁତତମ ଶତକ ମାରିଛନ୍ତି। ପ୍ରାୟ ୪ ବର୍ଷ ପରେ ପୂଜାରା ୧୩୦ ବଲ୍‌ରେ ନିଜ କ୍ୟାରିୟରର ୧୯ତମ ଶତକ ମାରିଛନ୍ତି। ଏହି ଇନିଂସରେ ସେ ୧୩ ଚୌକା ମାରିଛନ୍ତି।

ପ୍ରଥମ ଟେଷ୍ଟର ଦ୍ୱିତୀୟ ଇନିଂସରେ କେ.ଏଲ୍‌ ରାହୁଲ ଆଉଟ୍‌ ହେବା ପରେ ପୂଜାରା ମଇଦାନକୁ ଓହ୍ଲାଇଥିଲେ। ସେ ପ୍ରଥମେ ଶୁଭମନ ଗିଲଙ୍କ ସହ ମିଶି ଦ୍ୱିତୀୟ ଉଇକେଟ ଲାଗି ଶତକୀୟ ଭାଗିଦାରୀ କରିଥିଲେ। ପରେ ଗିଲ ୧୧୦ କରି ଉଇକେଟ ହରାଇବା ପରେ ପୂଜାରା ବିରାଟଙ୍କ ସହ ମିଶି ପ୍ରଥମେ ଅର୍ଦ୍ଧଶତକ ଏବଂ ପରେ ୧୩୦ ବଲ୍‌ରେ ନିଜର ଶତକ ପୂରଣ କରିଥିଲେ।

ଟେଷ୍ଟ କ୍ରିକେଟରେ ପ୍ରାୟ ୪ ବର୍ଷ ପରେ ପୂଜାରା ଶତକ ମାରିବାରେ ସଫଳ ହୋଇଛନ୍ତି। ସେ ୨୦୧୯ ଜାନୁୟାରୀ ୩ରେ ସିଡନୀରେ ଅଷ୍ଟ୍ରେଲିଆ ବିପକ୍ଷରେ ୧୯୩ ରନ୍‌ର ଇନିଂସ ଖେଳିଥିଲେ। ସେବେଠାରୁ ସେ ଶତକ ମାରି ନ ଥିଲେ। ଏବେ ସେ ୧୪୪୩ ଦିନ ପରେ କ୍ୟାରିୟରର ସବୁଠାରୁ ଦ୍ରୁତ ଶତକ ମାରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚାକିରି ଛାଡି ନିଜର ବିଜନେସ୍‌ ସାମ୍ରାଜ୍ୟ ତିଆରି କରନ୍ତି ଏହି ୨ ରାଶି, ବସ୍‌ ହେବାର ରହିଛି କ୍ୱାଲିଟି…

ଅଧିକାଂଶ ଲୋକ ଚାକିରିକୁ ଏକ ସୁରକ୍ଷିତ ବିକଳ୍ପ ବୋଲି ଭାବନ୍ତି। ପ୍ରତି ମାସରେ ଦରମା ମିଳୁଥାଉ, କାମ ଚାଲିଥାଉ ଏବଂ ରିସ୍କ (ବିପଦ) କମ ଥାଉ। ଏହି…

ସାରା ରାଜ୍ୟରେ ଲଘୁଚାପ ବର୍ଷା: ବୁଧବାର ପାଇଁ ୩ ଜିଲାକୁ ୟେଲୋ ଓ୍ବାର୍ନିଂ…

ଭୁବନେଶ୍ୱର, ୧ା୯(ବନ୍ଦନା ସେଠୀ) – ସାରା ରାଜ୍ୟରେ ଲଘୁଚାପ ବର୍ଷା ଲାଗି ରହିଛି। ମୟୂରଭଞ୍ଜ ଓ ସୁନ୍ଦରଗଡ଼ ଜିଲାରେ ଅଧିକ ବର୍ଷା ହୋଇଛି। ଲଘୁଚାପଟି ମଙ୍ଗଳବାର ସକାଳ…

ପ୍ରତି କଥାରେ ଝଗଡା କରନ୍ତି ଏହି ୩ ରାଶି, ଦେହକୁ ନେଇଯାଆନ୍ତି ଛୋଟ-ଛୋଟ କଥା…

ଆପଣଙ୍କ ସାଙ୍ଗ ମହଲରେ ମଧ୍ୟ ନିଶ୍ଚୟ ଏମିତି କେହି ଥିବେ, ଯିଏ ଛୋଟ କଥାକୁ ନେଇ ଯୁକ୍ତିତର୍କ (ତର୍କ-ବିତର୍କ) ଆରମ୍ଭ କରିଦିଅନ୍ତି। କଥା ସରିବା ବଦଳରେ ଲମ୍ୱା…

କାଜୁଗଛରେ ଡେରା ଜମାଇଥିଲା ୧୨ ଫୁଟର ଅହିରାଜ, ବନ କର୍ମଚାରୀଙ୍କ କଠିନ ଉଦ୍ୟମ ପରେ…

ପାଟଣା, ୧।୯ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ସାହାରପଡ଼ା ସେକ୍ସନ ଅଧୀନ କୁମୁଳାବାହାଳି ଗାଁ ନିକଟସ୍ଥ ଏକ କାଜୁଗଛରୁ ମଙ୍ଗଳବାର ପ୍ରାୟ ୧୨…

ଜନ୍ମାଷ୍ଟମୀରେ ମହାସଂଯୋଗ: ଚମକିବ ୫ ରାଶିର ଭାଗ୍ୟ, କାହ୍ନାଙ୍କ କୃପାରେ ହୋଇଯିବେ ମାଲାମାଲ!

ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ପର୍ୱ ଚଳିତ ବର୍ଷ ୪ ସେପ୍ଟେମ୍ୱରରେ ଶ୍ରଦ୍ଧା ଓ ଉଲ୍ଲାସର ସହିତ ପାଳିତ ହେବ। ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବର ଏହି ଦିନ ଧାର୍ମିକ ଆସ୍ଥା…

ବୁଧ-ମଙ୍ଗଳଙ୍କ ଯୋଗରେ ୪ ରାଶିଙ୍କ ଖୋଲିବ ଭାଗ୍ୟ, ୨ଗୁଣା କରିବେ ଇନକମ୍‌! ମାସେ ଯାଏ ଧନଯୋଗ…

ଦ୍ରିକ ପଞ୍ଚାଙ୍ଗ ଅନୁସାରେ, ମଙ୍ଗଳବାର ୧ ସେପ୍ଟେମ୍ୱର, ୨୦୨୬ ସଂଧ୍ୟା ୬ଟା ୪୮ ମିନିଟରୁ ବୁଧ ଏବଂ ମଙ୍ଗଳ ଗ୍ରହ ପରସ୍ପରଠାରୁ ୬୦ଓ ଦୂରତାରେ ଅବସ୍ଥାନ କରିବେ,…

ଇସ୍ତଫା ଦେଲେ ମିଶ୍‌ବା-ଉଲ-ହକ୍‌, କାହିକି ଜାଣନ୍ତୁ…

କରାଚି,୧ା୯: ଇଂଲଣ୍ଡ ଟୁର୍‌ରେ ପ୍ରଥମ ଦୁଇ ଟେଷ୍ଟରେ ଶୋଚନୀୟ ପରାଜୟ ପରେ ପାକିସ୍ତାନ କ୍ରିକେଟ୍‌ରେ ଆମୂଳଚୂଳ ପରିବର୍ତ୍ତନ ଜାରି ରହିଛି। ଦଳର ୭ ଖେଳାଳିଙ୍କୁ ସ୍ବଦେଶ ପଠାଇ…

ୟୁକ୍ରେନ୍‌ରେ ରୁଷିଆର ଡ୍ରୋନ୍‌ ଆକ୍ରମଣ: ଭାରତୀୟଙ୍କ ସମେତ ୧୨ ମୃତ

କିଭ୍‌,୧ା୯: ୟୁକ୍ରେନ୍‌ରେ ରୁଷିଆର ଆକ୍ରମଣରେ ଜଣେ ଭାରତୀୟଙ୍କ ସମେତ ୧୨ ଜଣଙ୍କ ମୃତ୍ୟୁ ଘଟିଥିବା ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ମଙ୍ଗଳବାର କହିଛନ୍ତି। ୟୁକ୍ରେନ୍‌ର ବିଭିନ୍ନ ସହର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri