ମଧୁମେହର ଆୟୁର୍ବେଦୀୟ ଉପଚାର

ମଧୁମେହ ବା ଡାଇବେଟିସ୍‌! ଏହା ଏକ ଭୟଙ୍କର ରୋଗର ନାମ, ଯିଏ କି ନୀରବ ଘାତକ ସଦୃଶ ଅନ୍ୟାନ୍ୟ ରୋଗ ଯଥା ଉଚ୍ଚ ରକ୍ତଚାପ, ଚକ୍ଷୁ, କିଡ୍‌ନୀ, ଲିଭର, ହାର୍ଟଜନିତ ସମସ୍ୟାକୁ ଆମନ୍ତ୍ରଣ କରିଥାଏ। ବର୍ତ୍ତମାନ ଆମ ଦେଶକୁ ‘ଡାଇବେଟିସ୍‌ର ରାଜଧାନୀ’ ବୋଲି ସମ୍ବୋଧନ କରାଯାଉଛି। ଏହି ରୋଗ ଆବାଳ ବୃଦ୍ଧବନିତା ସମସ୍ତଙ୍କୁ ଗ୍ରାସ କରିବାରେ ଲାଗିଛି। ପୂର୍ବରୁ ସହରର ଚାକଚକ୍ୟ ପରିବେଶରେ ବାସ କରୁଥିବା ସ୍ବଚ୍ଛଳ ପରିବାର ଏହାଦ୍ୱାରା ଆକ୍ରାନ୍ତ ହେଉଥିବା ବେଳେ ଏବେ ପରିଶ୍ରମୀ, ସ୍ବଳ୍ପ ଆୟବ୍ୟକ୍ତି, ଗରିବ ଏପରି କି ଖାଇବାକୁ ପାଉ ନ ଥିବା ବ୍ୟକ୍ତିଙ୍କଠାରେ ଏହି ସ୍ବାସ୍ଥ୍ୟ ସମସ୍ୟା ଦେଖିବାକୁ ମିଳିଲାଣି। ଏହି ରୋଗ ଦ୍ୱାରା ଆକ୍ରନ୍ତଙ୍କ ସଂଖ୍ୟା ମଧ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଛି।
ଆୟୁର୍ବେଦୀୟ ଶାସ୍ତ୍ରରେ ମାଧବ ନିଦାନରେ ବର୍ଣ୍ଣିତ ପ୍ରମେହ କୋଡିଏ ପ୍ରକାର କଫଜ, ଦଶ ପ୍ରମେହ ଔଷଧ ଚିକିତ୍ସା ଦ୍ୱାରା ସାଧ୍ୟ ଅଟେ। ସେଥିମଧ୍ୟରୁ ଉଦକମେହ (ଡାଇବେଟିସ୍‌ ଇନ୍‌ସିପିଡସ୍‌), ଯେଉଁଥିରେ କିଡ୍‌ନୀକୁ ଅଧିକ କ୍ରିୟାଶୀଳ କରୁଥିବା ଜଳ, ଚା ଓ ଆକସ୍ମିକ ମାନସିକ ଆଘାତ କାରଣରୁ ମୂତ୍ରକ ଦ୍ରବ୍ୟ ସେବନ ଦ୍ୱାରା କିଛି ସମୟ ପାଇଁ ଅସ୍ଥାୟୀ ରୂପରେ ହୋଇଥାଏ। ମାତ୍ର ସ୍ଥାୟୀ ରୂପରେ ଜୀର୍ଣ୍ଣ ବୃକକ୍‌ ଶୋଥ, ପୀୟୂଷ ଗ୍ରନ୍ଥି ବିକୃତି ଓ ଧମନୀର ଆଭ୍ୟନ୍ତର ରକ୍ତ ଭାର ବୃଦ୍ଧି ହେବା ଦେଖାଯାଏ। ଅନ୍ୟଟି ହେଲା ଇକ୍ଷୁମେହ ବା ‘ଡାଇବେଟିସ୍‌ ମେଲିଟସ୍‌’। ଏଥିରେ ମୂତ୍ରର ବର୍ଣ୍ଣ ଆଖୁରସ ସଦୃଶ, ଯାହା ପ୍ରଚୁର ମାତ୍ରାରେ ନିର୍ଗମନ ହେବା ସହ ସେଥିରୁ ଶର୍କରା ମିଳେ। ମଧୁମେହରେ ରକ୍ତ ଶର୍କରା ମାତ୍ରା ଅଧିକ ଥାଏ। ଶର୍କରାଜନିତ ଦ୍ରବ୍ୟ ଅଧିକ ସେବନ ଦ୍ୱାରା ଏହା ଦେଖାଯାଇଥାଏ। ଶର୍କରାଯୁକ୍ତ ମେହରେ ରୋଗୀ ଭୋଜନରେ ମିଠାଜାତୀୟ ଦ୍ରବ୍ୟ ସେବନ ଦ୍ୱାରା ଓ ଧାତୁ କ୍ଷୟ ଅଧିକ ହେଲେ ତାହା ବାତକ ମଧୁମେହରେ ପରିଣତ ହୋଇ ଅସାଧ୍ୟରେ ରୂପାନ୍ତରିତ ହୋଇଥାଏ।
ଏଥିପାଇଁ ପ୍ରାକୃତିକ ଔଷଧର ବ୍ୟବହାର ବିଭିନ୍ନ ବୃକ୍ଷଲତା ଇତ୍ୟାଦି ବନୌଷଧି ଉପରେ ଉନ୍ନତ ମାନର ଗବେଷଣା କରି ଦୁରାରୋଗ୍ୟ ବ୍ୟାଧି ପାଇଁ ନୂତନ ଔଷଧର ଆବିଷ୍କାର କରିବା ଉଚିତ। ରୋଗ ଉତ୍ପତ୍ତିର କାରଣ ଖୋଜି ବାହାର କରିବା ଏବଂ ଅନ୍ତଃସ୍ରାବୀ ଗ୍ରନ୍ଥି ଓ ଅନ୍ୟାନ୍ୟ ଅଙ୍ଗର କାର୍ଯ୍ୟ କରୁଥିବା କୋଷକୁ ବଳଶାଳୀ କରିବା ଜରୁରୀ। ଯଦି ଏହି କୋଷଗୁଡ଼ିକ ରାସାୟନିକ ଅପମିଶ୍ରିତ ଖାଦ୍ୟ ପଦାର୍ଥ ଓ ଔଷଧ ଦ୍ୱାରା କାର୍ଯ୍ୟରେ ଅକ୍ଷମ ହୋଇପଡୁଥାଏ ତେବେ ତାହାର ପ୍ରଚଳନ ବନ୍ଦ କରି ଜନସାଧାରମାନଙ୍କୁ ସଚେତନ କରିବା ଉଚିତ।
ଜୀବଜଗତ ବଞ୍ଚତ୍ବା ତଥା ସୁସ୍ଥ ନୀରୋଗ ରହିବା ପାଇଁ ଉନ୍ନତମାନର ଖାଦ୍ୟ ଓ ରୋଗ ନିରୋଧକ ପାର୍ଶ୍ୱ ପ୍ରତିକ୍ରିୟା ବିହୀନ ପ୍ରାକୃତିକ ଔଷଧ ବ୍ୟବସ୍ଥା କରାଯିବା ଦରକାର। ଜଣେ ବ୍ୟକ୍ତି ସୁସ୍ଥ ରହିବା ପାଇଁ ସ୍ବସ୍ଥବୃତ୍ତ ନିୟମ ପାଳନ, ଯୋଗ, ଧ୍ୟାନ, ପ୍ରାତଃଭ୍ରମଣ (ମର୍ନିଂ ଓ୍ବାକ୍‌), ଦୈନିକ ଶାରୀରିକ ପରିଶ୍ରମ, ପ୍ରାଣାୟାମ କରିବା ସହ ସୁଷମ ଖାଦ୍ୟ ଖାଇବା ଦରକାର। ଯଦି ଆପଣ ଡାଇବେଟିସ୍‌ ଦ୍ୱାରା ଆକ୍ରାନ୍ତ ତେବେ ନିୟମିତ ସମୟ ଅନ୍ତରାଳରେ ରକ୍ତରେ କେତେ ଶର୍କରା ପରିମାଣ ରହିଛି ତାହା ପରୀକ୍ଷା କରାଇ ଉପଯୁକ୍ତ ଚିକିତ୍ସା କରାନ୍ତୁ। ତା’ସହ ଖାଦ୍ୟପେୟ ଏବଂ ନିଜର ଦୈନନ୍ଦିନ ଜୀବନଶୈଳୀ ପ୍ରତି ସଚେତନ ରୁହନ୍ତୁ। ତେବେ ବିଶ୍ୱରେ ସୁସ୍ଥ ତଥା ନୀରୋଗ ସମାଜ ଗଠନ ହୋଇପାରିବ।
-ଆନନ୍ଦ ବଜାର, ବେତନଟୀ, ମୟୂରଭଞ୍ଜ
ମୋ: ୯୮୬୧୩୭୪୩୮୫


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?