ସ୍ତ୍ରୀ ଭିଣୋଇ ଘରକୁ ଚାଲିଯିବାରୁ ରାଗିଗଲେ ସ୍ବାମୀ, ଶାଶୁ-ଶ୍ୱଶୁରଙ୍କୁ କଲେ ଆକ୍ରମଣ

ଲକ୍ଷ୍ନୌ,୪ା୭: ଉତ୍ତରପ୍ରଦେଶର ଇଟାଓ୍ବା ଜିଲାରୁ ଚକିତ କରିଦେବା ପରି ଏକ ଘଟଣା ସାମ୍ନାକୁ ଆସିଛି। ଶ୍ୱଶୁର ଘରକୁ ଆସି ସ୍ତ୍ରୀଙ୍କୁ ଘରେ ନ ଦେଖିବାରୁ ଶାଶୁ-ଶ୍ୱଶୁରଙ୍କ ଉପରେ ଶୁଝାଇଲେ ରାଗ। ଶାଶୁ ଏବଂ ଶ୍ୱଶୁରଙ୍କୁ କଟୁରିରେ ଆକ୍ରମଣ କରିଛନ୍ତି ଜ୍ୱାଇଁ। ଫଳରେ ଦୁଇଜଣ ଗୁରୁତର ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଏପଟେ ଅଭିଯୁକ୍ତ ଫେରାର ହୋଇଯାଇଛନ୍ତି।

ଇଟାଓ୍ବା ସହର ନିକଟ ଥାନା ସିଭିଲ ଲାଇନ ଅନ୍ତର୍ଗତ ପାହାଡ଼ପୁର ଗାଁରେ ବାରେଲାଲ ରାଜପୁତ ଏବଂ ତାଙ୍କ ସ୍ତ୍ରୀ ଭୂରା ଦେବୀ ପରିବାର ସହ ରୁହନ୍ତି। ତାଙ୍କର ଦୁଇ ଝିଅ। ବଡ଼ ଝିଅ ପ୍ରୀତି ଏବଂ ସାନ ଝିଅ ଶ୍ରୁତି। ବଡ଼ଝିଅ ପ୍ରୀତିଙ୍କ ଶାଶୁଘର ପଛାୟା ଗାଁରେ ଏବଂ ସାନ ଝିଅଙ୍କ ଶାଶୁଘର ଉନାବରେ।

ବାରେଲାଲଙ୍କ ସାନ ଜ୍ୱାଇଁ କମଲେଶଙ୍କୁ ତାଙ୍କ ପରିବାର ଲୋକେ ଘରୁ ବାହାର କରିଦେଇଥିଲେ। ସେ ତାଙ୍କ ସ୍ତ୍ରୀ ଶ୍ରୁତିଙ୍କୁ ନେଇ ଶ୍ୱଶୁର ଘରେ ରହୁଥିଲେ। ତାଙ୍କର ଅଢ଼େଇ ବର୍ଷର ଏକ ପୁଅ ମଧ୍ୟ ଅଛି। କମଲେଶ ଶ୍ରମିକ କାମ କରି ପରିବାର ପୋଷଣ କରନ୍ତି।

ଶନିବାର କମଲେଶ କାମ କରିବାକୁ ବାହାରକୁ ଯାଇଥିଲେ। ଫେରି ଦେଖିଲାବେଳକୁ ସ୍ତ୍ରୀ ଶ୍ରୁତି ଘରେ ନ ଥିଲେ। ପରେ ଜାଣିବାକୁ ପାଇଲେ ସେ ତାଙ୍କ ଭିଣୋଇ ଘରକୁ ଯାଇଛନ୍ତି। ଏଥିରେ ଉତ୍‌କ୍ଷିପ୍ତ ହୋଇଉଠିଥିଲେ କମଲେଶ। ସେ ଶାଶୁ ଏବଂ ଶ୍ୱଶୁରଙ୍କୁ ଏକ କଟୁରିରେ ଆକ୍ରମଣ କରିଥିଲେ। ଫଳରେ ଦୁଇଜଣ ଗୁରୁତର ହୋଇ ବର୍ତ୍ତମାନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଅନ୍ୟପକ୍ଷରେ କମଲେଶ ଘଟଣା ପରଠାରୁ କେଉଁଆଡ଼େ ଫେରାର ହୋଇଯାଇଛନ୍ତି। ପୋଲିସ ଅଭିଯୁକ୍ତଙ୍କୁ ଧରିବା ପାଇଁ ବିଭିନ୍ନ ଆଡ଼େ ଚଢ଼ାଉ ଜାରି ରଖିଛି।


Enter your email to get our daily news in your inbox.

All Right Reserved By Dharitri.Com

ଅମିତ ଶାହାଙ୍କ ବଡ଼ ବୟାନ: ବିରୋଧୀଙ୍କୁ ବି ମିଳିଛି ଇଲେକ୍ଟୋରାଲ ବଣ୍ଡ…

ନୂଆଦିଲ୍ଲୀ,୨୦।୪: ଇଲେକ୍ଟୋରାଲ ବଣ୍ଡକୁ ନେଇ ଦେଶରେ ଉତ୍ତେଜନା ଦେଖାଦେଇଛି। ବିରୋଧୀ ଏହି ପ୍ରସଙ୍ଗରେ ସରକାରଙ୍କ ଉପରେ କ୍ରମାଗତ ପ୍ରଶ୍ନ ଉଠାଉଛନ୍ତି। ବର୍ତ୍ତମାନ ବିରୋଧୀଙ୍କ ଅଭିଯୋଗକୁ ବିରୋଧ...

‘୪୦୦ ପାର୍‌ ସଙ୍କଳ୍ପ ମୁସ୍କିଲ’, ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ଭାଜପାର ବରିଷ୍ଠ ନେତା

ନୂଆଦିଲ୍ଲୀ,୨୦।୪: ଲୋକ ସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ଶେଷ ହୋଇଛି। ଚତୁର୍ଥ ପର୍ଯ୍ୟାୟରେ କାନପୁର ଲୋକ ସଭା ଆସନରେ ଭୋଟିଂ ଅନୁଷ୍ଠିତ ହେବ, କିନ୍ତୁ...

ଇନ୍‌ଷ୍ଟାଗ୍ରାମ ରିଲ୍‌ କରିବା କାଳ ହେଲା

ନୂଆଦିଲ୍ଲୀ,୨୦ା୪: ଉତ୍ତରପ୍ରଦେଶର ଏକ ଗ୍ରାମରେ ଜଣେ ୨୧ ବର୍ଷୀୟ ଯୁବକ ଇନ୍‌ଷ୍ଟାଗ୍ରାମ ରିଲ୍‌କୁ ଭାଇରାଲ କରିବାକୁ ଉଦ୍ୟମ କରି ପ୍ରାଣ ହରାଇଛନ୍ତି। ଶିବମ୍‌ କୁମାର ନାମକ...

ହିନ୍ଦୀ ନ କହିବାରୁ କନ୍ନଡ଼ ଅଭିନେତ୍ରୀଙ୍କୁ ଆକ୍ରମଣ

ବେଙ୍ଗାଲୁରୁ, ୨୦।୪: କନ୍ନଡ଼ ଅଭିନେତ୍ରୀ ହର୍ଷିକା ପୁନାଚାଙ୍କୁ ୨ ଦିନ ତଳେ କେତେଜଣ ଦୁର୍ବୃତ୍ତ ଆକ୍ରମଣ କରିଥିବା ଶୁକ୍ରବାର ସେ ନିଜ ଫେସବୁକରେ ପୋଷ୍ଟ କରି...

୧୦୨ ଆସନରେ ୬୦% ମତଦାନ

ନୂଆଦିଲ୍ଲୀ,୨୦ା୪(ପି.ଟି.): ୨୧ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୧୦୨ଟି ଆସନରେ ପ୍ରଥମ ପର୍ଯ୍ୟାୟ ଲୋକ ସଭା ନିର୍ବାଚନ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଭୋଟିଂ ଶେଷ ସୁଦ୍ଧା...

‘ଦୂରଦର୍ଶନର ଗୈରିକୀକରଣ’

ନୂଆଦିଲ୍ଲୀ,୨୦ା୪: ସରକାରୀ ନ୍ୟୁଜ୍‌ ଚ୍ୟାନେଲ୍‌ ‘ଡିଡି ନ୍ୟୁଜ୍‌’ ଏହାର ନୂଆ ଲୋଗୋ ଉନ୍ମୋଚନ କରିବା ପରେ ଏହାକୁ ନେଇ ସୋସିଆଲ ମିଡିଆରେ ଜୋର୍‌ଦାର ପ୍ରତିକ୍ରିୟା ପ୍ରକାଶ...

ପ୍ରଧାନମନ୍ତ୍ରୀ ମୋଦିଙ୍କ ବିପକ୍ଷରେ ପ୍ରାର୍ଥୀ ବଦଳାଇଲା ବିଏସ୍‌ପି

ଲକ୍ଷ୍ନୌ,୧୯।୪: ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ବିଏସ୍‌ପି ଏହାର ପ୍ରାର୍ଥୀଙ୍କ ଆଉ ଏକ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ମୋଟ ୧୧ ଜଣ...

କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲେ ଶାହାରୁଖ ଖାନ୍‌! ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୯।୪: କଂଗ୍ରେସ ପାଇଁ ପ୍ରଚାର କଲେ ବଲିଉଡର କିଙ୍ଗ ଖାନ୍‌ ଶାହରୁଖ ଖାନ୍‌। ଆଗାମୀ ଲୋକ ସଭା ନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ଷ୍ଟାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri