ହେନ୍ତାଳବନର ସୁରକ୍ଷା,ବୃଦ୍ଧି ପାଇଁ ପ୍ରୟାସ

ଋାଜନଗର,୪।୯(ଡି.ଏନ.ଏ.):  ବଙ୍ଗୋପସାଗର ତଟବର୍ତ୍ତୀ ଭିତରକନିକା ଜାତୀୟ ଉଦ୍ୟାନରେ ପ୍ରାକୃତିକ ଭାବେ ଗଢି ଉଠିଥିବା ହେନ୍ତାଳବନର ସୁରକ୍ଷା ଏବଂ ବୃଦ୍ଧି ପାଇଁ ରାଜନଗର ବନବିଭାଗ ପକ୍ଷରୁ ଅଭିନବ ପ୍ରୟାସ ଆରମ୍ଭ ହୋଇଛି। ଧିରେ ଧିରେ ଭିତରକନିକା ସୀମା ସରହଦରେ ବେଆଇନ ଭାବେ ଗଢି ଉଠିଥିବା ଚିଙ୍ଗୁଡିଘେରିରୁ ନିର୍ଗତ ବିଷାକ୍ତ ରାସାୟନିକ ପଦାର୍ଥ ଭିତରକନିକାରେ ପ୍ରବାହିତ ନଦୀ ନାଳର ଜଳରେ ମିଶିବା ଦ୍ୱାରା ହେନ୍ତାଳ ବୃକ୍ଷ ପ୍ରତି ବିପଦ ସୃଷ୍ଟି କରୁଛି। ରାଜନଗର ବନବିଭାଗ ପକ୍ଷରୁ ଭିତରକନିକା ଜାତୀୟ ଉଦ୍ୟାନ ସଂଲଗ୍ନ ବାଉଁଶଗଡି ନଦୀ ପାଖ ସୁନେଇ ରୂପେଇ ସଂରକ୍ଷିତ ଜଙ୍ଗଲ ମଧ୍ୟରେ ଥିବା ଚାରିଘରିଆଠାରେ ହେନ୍ତାଳବୃକ୍ଷ ନର୍ସରୀ ସ୍ଥାପନ କରାଯାଇଛି। ଏହାକୁ ରାଜନଗର ଡିଏଫଓ ଡ. ଯଜ୍ଞଦତ୍ତ ପତି ଉଦ୍‌ଘାଟିତ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଏସିଏଫ୍‌ ପୁନମ ହୀରା ହାଁସଦା, ଗବେଷକ ପ୍ରସନ୍ନ କୁମାର ନାୟକ, ରାଜନଗର ରେଞ୍ଜ ଅଫିସର ଚିତ୍ତରଞ୍ଜନ ବେହୁରା, ଇକ୍ରିକର ସଂଯୋଜକ ଦେବାଶିଷ ପତି, ଫରେଷ୍ଟର ପଦ୍ମନାଭ ରାଉତ, ରଞ୍ଜନ କୁମାର ପାଣି, ରଞ୍ଜିତ କୁମାର ରାଉତ ପ୍ରମୁଖ ଉପସ୍ଥିତ ଥିଲେ। ଲୁଣା ଜଙ୍ଗଲ ପରିସର ବୃଦ୍ଧି ପାଇଁ ଆବଶ୍ୟକ ହେଉଥିବା ଲୁଣା ଗଛର ଚାରା ଯେପରି ସହଜରେ ଉପଲବ୍ଧ ହେବ, ସେଥିପାଇଁ ଭିତରକନିକାର ଡାଙ୍ଗମାଳଠାରେ ୬୭ ପ୍ରଜାତିର ଲୁଣା ଗଛର ନର୍ସରୀ ଗୋଟିଏ ସ୍ଥାନରେ ନିର୍ମାଣ କରାଯାଇଛି। ଚାରିଘରିଆଠାରେ ମ୍ୟାନଗ୍ରୁଭ ମେଟା ନର୍ସରୀ ଉଦ୍‌ଘାଟିତ ହୋଇଛି। ଏହି ନର୍ସରୀରେ ଭିତରକନିକାରେ ଥିବା ସମସ୍ତ ୬୭ ପ୍ରଜାତିର ଲୁଣା ଗଛର ଚାରା ପ୍ରସ୍ତୁତ କରାଯିବ। ବର୍ତ୍ତମାନ ପ୍ରଥମ ଦଫାରେ ରାଇ, ସିନ୍ଦୁକା, ଗରାଣୀ, ବଣରୁଅ, ହେନ୍ତାଳ, ସୁନ୍ଦରୀ, କରଞ୍ଜ, ହବାଳି, କେରୁଅଁ, ଶିଶୁମର, ପାଣିଆମ୍ବ, ଖରିସେଣା, ବନୀ, ଗୁଆଁ, ପାଳିଆଚୁଆ, ଡଟ, ସିଙ୍ଗଡା ଆଦି ୨୨ ପ୍ରଜାତିର ୩୫ ହଜାର ଚାରା ପ୍ରସ୍‌ୁତ କରାଯାଇଛି। ବାଉଁଶଗଡ଼ ନଦୀରୁ ଏହି ନର୍ସରୀକୁ ସ୍ଲୁଇସ୍‌ ମାଧ୍ୟମରେ ଲୁଣାପାଣି ଯାଆସ କରୁଛି। ପୂର୍ବରୁ ଯେଉଁ ସ୍ଥାନରେ ଚାରା ରୋପଣ ହେଉଥିଲା ତା ପୂର୍ବରୁ ସେହି ସ୍ଥାନରେ ଚାରା ପ୍ରସ୍ତୁତ କରାଯାଇଥାଏ। ଭିତରକନିକା ଲୁଣା ଜଙ୍ଗଲ ପାଇଁ ପ୍ରସିଦ୍ଧିଲାଭ କରିଥିଲେ ମଧ୍ୟ ସ୍ଥାୟୀ ଲୁଣା ଗଛର ନର୍ସରୀ ନ ଥିଲା । ଭାରତର କୌଣସି ସ୍ଥାନରେ ଗୋଟିଏ ସ୍ଥାନରେ ୬୭ ପ୍ରଜାତିର ଲୁଣା ଗଛର ଚାରା ପ୍ରସ୍ତୁତି ନିମନତେ ନର୍ସରୀ ନାହିଁ ବୋଲି କୁହାଯାଉଛି।
ଭିତରକନିକା ଜାତୀୟ ଉଦ୍ୟାନରେ ହେନ୍ତାଳବଣର ବୃଦ୍ଧି ପାଇଁ ବ୍ୟାପକ କାର୍ଯ୍ୟକ୍ରମ ବନବିଭାଗ ହାତକୁ ନେଇଛି। ଭାରତ ସରକାରଙ୍କ ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ଫରେଷ୍ଟ ସର୍ଭେ ଅଫ୍‌ ଇଣ୍ଡିଆ-୨୦୨୧ର ରିପୋର୍ଟ ଅନୁସାରେ ଅନ୍ୟ ରାଜ୍ୟ ତୁଳନାରେ ଓଡିଶାରେ ଗତ ୨ ବର୍ଷରେ ଲୁଣା ଜଙ୍ଗଲ ସବୁଠୁ ଅଧିକ ବୃଦ୍ଧି ପାଇଛି। ଓଡିଶାର ଭିତରକନିକା ଜାତୀୟ ଉଦ୍ୟାନରେ ଲୁଣା ଜଙ୍ଗଲର କଳେବର ବୃଦ୍ଦି ପାଇଛି ବୋଲି ଏହି ରିପୋର୍ଟରେ ଦର୍ଶାଯାଇଛି। ସାରା ଦେଶରେ ଗତ ୨ ବର୍ଷରେ ୧୭ ବର୍ଗ କିଲୋମିଟର ଲୁଣା ଜଙ୍ଗଲ ବୃଦ୍ଧି ପାଇଥିବା ବେଳେ ସେଥିମଧ୍ୟରୁ ଓଡିଶାରେ ୮.୩୪ ବର୍ଗ କି.ମି.ଲୁଣା ଜଙ୍ଗଲ ବୃଦ୍ଧି ପାଇଛି। ଓଡିଶାରେ ବୃଦ୍ଧି ପାଇଥିବା ୮.୩୪ ବର୍ଗ କିଲୋମିଟର ଲୁଣା ଜଙ୍ଗଲ ମଧ୍ୟରୁ କେବଳ ଭିତରକନିକା ଜାତୀୟ ଉଦ୍ୟାନରେ ୭.୭୬ ବର୍ଗ କିଲୋମିଟର ଲୁଣା ଜଙ୍ଗଲ ବୃଦ୍ଧି ପାଇଛି। ଗତ କିଛି ବର୍ଷ ହେଲା ରାଜ୍ୟ ଓ କେନ୍ଦ୍ର ସରକାର ଲୁଣା ଜଙ୍ଗଲ ବୃଦ୍ଧି ଉପରେ ଗୁରୁତ୍ୱାରୋପ କରୁଛନ୍ତି। ସାରା ବିଶ୍ୱରେ ୯୨ ପ୍ରଜାତିର ହେନ୍ତାଳ ବଣ ଦେଖା ଯାଉଥିବା ବେଳେ ଭାରତରେ ୭୩ ପ୍ରଜାତିର ଓ ଭିତରକନିକାରେ ସମସ୍ତ ୭୩ ପ୍ରଜାତିର ହେନ୍ତାଳ ବଣ ଦୃଷ୍ଟି ଗୋଚର ହୋଇଥାଏ। ଲୁଣା ଜଙ୍ଗଲ ବା ହେନ୍ତାଳବଣ ଉପକୂଳର ସୁରକ୍ଷା କବଚ। ବିଭିନ୍ନ ଝଡ, ବାତ୍ୟା ସମୟରେ ଲୁଣା ଜଙ୍ଗଲ ଉପକୂଳର ସୁରକ୍ଷା କବଚ ହୋଇଆସିଛି। ବାତ୍ୟା ଓ ଲୁଣା ଜୁଆର ପ୍ରତିରୋଧ କ୍ଷମତା ଲୁଣା ଜଙ୍ଗଲର ରହିଛି। ସମୁଦ୍ର ତଟଭୂମିରେ ସୁରକ୍ଷା କବଚ ଭଳି ଲୁଣା ଜଙ୍ଗଲ ଉଭୟ ସ୍ଥଳ ଓ ଜଳଭାଗକୁ ସୁରକ୍ଷା ଦେଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପାରେ ମିଶିବା ପରେ ଏମିତି କହିଲେ ପର୍ଶୁରାମ ଧଡ଼ା

ଭୁବନେଶ୍ବର, ୨୬।୪: ଭାଜପାରେ ସାମିଲ ହେବା ପରେ ସୋର ବିଧାୟକ ପର୍ଶୁରାମ ଧଡ଼ା ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ମୋଦିଙ୍କ ନେତୃତ୍ୱରେ ଭାରତ ବିକଶିତ ରାଷ୍ଟ୍ର...

ଆହୁରି ୫ଦିନ ଅଣାୟତ ହେବ ତାତି, ଘରୁ ବାହାରିଲେ…

ଭୁବନେଶ୍ୱର,୨୬।୪: ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ପ୍ରବଳ ଗରମ ଓ ଗୁଳୁଗୁଳିରେ ସାରା ରାଜ୍ୟ ସନ୍ତୁଳି ହେଉଥିବା ବେଳେ ଆହୁରି...

VIDEO: ଅଟୋ ଚଳାଇ, ଆଖୁ ପେଡ଼ି ପ୍ରଚାର କଲେ ବିଜେଡି ଏମ୍‌ପି ପ୍ରାର୍ଥୀ ମନ୍ମଥ

ଭୁବନେଶ୍ବର, ୨୬।୪: ବିଜେଡି ଟିକେଟ୍‌ରେ ଭୁବନେଶ୍ବର ଲୋକ ସଭା ଆସନରୁ ପ୍ରାର୍ଥୀ ହୋଇଥିବା ମନ୍ମଥ ରାଉତରାୟ ନିର୍ବାଚନ ପାଇଁ ଜେରଦାର ପ୍ରଚାର କରୁଛନ୍ତି। ଏହି ସମୟରେ...

ଜଙ୍ଗଲରେ ନିଆଁ ଲଗାଇ କରୁଥିଲେ ବନ୍ୟଜନ୍ତୁ ଶିକାର: ମାଡ଼ିବସିଲା ବନ ବିଭାଗ

ଦାରିଙ୍ଗବାଡି,୨୬।୪(ଅରୁଣ ସାହୁ): ଜଙ୍ଗଲରେ ନିଆଁ ଲଗାଇ ଧ୍ବଂସ କରିବା ଏବଂ ଗରମରେ ବନ୍ୟଜନ୍ତୁ ଆଉଟୁପାଉଟୁ ହୋଇ ପାଣି ପିଇବାକୁ ଆସିବା ବେଳେ ଶିକାର କରୁଥିବା ୩ଜଣ...

ସାନଖେମୁଣ୍ଡି ବିଧାନସଭା ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ବିଜେଡି ପ୍ରାର୍ଥିନୀ ସୁଶ୍ରୀ

ଛତ୍ରପୁର ୨୬। ୪ (ଦିଲ୍ଲୀପ କୁମାର ସାମଲ) : ଗଞ୍ଜାମ ଜିଲାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜିଠାରୁ ନାମଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ...

ମୁଖ୍ୟମନ୍ତ୍ରୀ ୨ଟି ଆସନରୁ ଲଢ଼ିବା ପ୍ରସଙ୍ଗରେ ଭାଜପା ନେତାଙ୍କ ଟାର୍ଗେଟ୍‌, କହିଲେ ପାଣ୍ଡିଆନଙ୍କୁ ପଛଦ୍ବାର ବାଟେ…

ଭୁବନେଶ୍ବର, ୨୬।୪: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଇଟି ଆସନରୁ ଲଢ଼ିବା ପ୍ରସଙ୍ଗରେ ଭାଜପା ନେତା ସମୀର ମହାନ୍ତି ଟାର୍ଗେଟ୍‌ କରିଛନ୍ତି। ସେ କହିଛନ୍ତି, ଗୁମାସ୍ତା, ରିମୋଟ୍‌...

ଉମରକୋଟରେ ପାଣ୍ଡିଆନଙ୍କ ହେଲିକପ୍ଟର ଯାଞ୍ଚ କଲା ପୋଲିସ

ଭୁବନେଶ୍ବର, ୨୬।୪: ଉମରକୋଟରେ ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ହେଲିକପ୍ଟର ଯାଞ୍ଚ କରିଛନ୍ତି ମାଜିଷ୍ଟ୍ରେଟ ଓ ପୋଲିସ। ପ୍ରଚାର ପାଇଁ ଯାଇଥିବା ବେଳେ ହେଲିକପ୍ଟର ହୋଇଛି।...

ଶ୍ରୀସନ୍ନ୍ୟାସୀ ଜୀଙ୍କୁ ରାଜ୍ୟସ୍ତରୀୟ ଆଧ୍ୟାତ୍ମିକ ପ୍ରବକ୍ତା ସମ୍ମାନ

କଟକ,୨୬ା୪: କଟକ ମହାନଗର ନିଗମର ୫୮ ନମ୍ବର ଓ୍ବାର୍ଡ ଅନ୍ତର୍ଗତ ପ୍ରତାପନଗରୀସ୍ଥିତ ମା’ ଧାକୁଲେଇଙ୍କ ପୀଠରେ ଗୁରୁବାର ଓଡ଼ିଶାର ପ୍ରସିଦ୍ଧ ବାଣଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଯାତ୍ରା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri