ହେନ୍ତାଳ, ଲୁଣା ଜଙ୍ଗଲ: ବାତ୍ୟାର ପ୍ରଭାବ କମ୍‌ ରହିବ

ମହାକାଳପଡା,୨୧ା୧୦(ଡି.ଏନ.ଏ.):ବଙ୍ଗୋପସାଗରରେ ଲଘୁଚାପଜନିତ ପ୍ରଭାବ ଓ ବାତ୍ୟାକୁ ମୁକାବିଲା ପାଇଁ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି। କେନ୍ଦ୍ରାପଡ଼ା ଜିଲା ବାତ୍ୟାପ୍ରବଣ ଅଞ୍ଚଳ ହୋଇଥିବାରୁ ଜିଲା ପ୍ରଶାସନ ଉପକୂଳ ତଳିଆ ଅଞ୍ଚଳର ବାସିନ୍ଦାମାନଙ୍କ ପାଇଁ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି। ସେହିପରି ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ବାତ୍ୟାକୁ ନେଇ ଅଞ୍ଚଳବାସୀଙ୍କ ଭୟ ଥିଲେ ମଧ୍ୟ ସମୁଦ୍ର ପାର୍ଶ୍ୱରେ ବିସ୍ତୀର୍ଣ୍ଣ ହେନ୍ତାଳ ବଣ ଓ ଲୁଣା ଜଙ୍ଗଲ ଯୋଗୁ ବାତ୍ୟାର ପ୍ରଭାବ କମ୍‌ ରହିବ ବୋଲି ସ୍ଥାନୀୟ ଲୋକେ କହିଛନ୍ତି। ବିଶେଷକରି ୧୯୯୯ ମହାବାତ୍ୟାକୁ ଏହି ଅଞ୍ଚଳବାସୀ ସାମ୍ନା କରିଥିଲା। ବ୍ଲକର ଜମ୍ବୁ ପଞ୍ଚାୟତ ବଙ୍ଗୋପସାଗର ତଟରେ ଅବସ୍ଥିତ ଲୁଣା ଓ ହେନ୍ତାଳ ଜଙ୍ଗଲଘେରା ଗ୍ରାମ କଣ୍ଡରା ପାଟିଆ। ଏହି ଗ୍ରାମରେ ୧୦୦ ପରିବାରର ୫୦୦ରୁ ଊର୍ଦ୍ଧ୍ୱ ଜନସଂଖ୍ୟା। ଏହି ଗ୍ରାମର ଅନେକ ବୟସ୍କମାନଙ୍କୁ ପଚାରିବାରୁ କୁହନ୍ତି, ୧୯୯୯ ମହାବାତ୍ୟା ସମୟରେ ଆମକୁ ସମୁଦ୍ରର କରାଳ ଦୃଶ୍ୟକୁ ଏହି ବିଶାଳ ଜଙ୍ଗଲ ରକ୍ଷା କରିଥିଲା। ଜୀବନରେ ଅନେକ ସାମୁଦ୍ରିକ ଝଡ ତୋଫାନକୁ ସାମ୍ନା କରିଥିଲେ ମଧ୍ୟ ଏହି ଦୀପାବଳିରେ ଯେଉଁ ବାତ୍ୟା ହେବ ବୋଲି ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଛି ଆମେ ନିଶ୍ଚିତ ସଚେତନ ହେବୁ। ହେଲେ ଆମ ଗଁା ଜଙ୍ଗଲ ଅଛି, ସେ ହଁି ଆମର ବଡ଼ ବଳ ବୋଲି କହିଛନ୍ତି ସୁବିମଲ ଦଣ୍ଡପାଟ, ମନ୍ତୁ ମଣ୍ଡଳ, ଶ୍ରୀପତି ମଜୁମଦାର, ବାସୁ ମଜୁମଦାର, ହୃଷୀକେଶ ଗିରି, ମହାଦେବ ମଣ୍ଡଳ, ଅମଲ ସରକାର। ବାତ୍ୟା ହେଲେ ସାମୁଦ୍ରିକ ଲୁଣା ପାଣି ଆମ ଜମିରେ ପ୍ରବେଶ କରି ଫସଲ ନଷ୍ଟ ହୋଇଯିବା ଆଶଙ୍କା ରହିଛି ବୋଲି ଗ୍ରାମବାସୀ କହିଛନ୍ତି। ପୂର୍ବାପେକ୍ଷା ପ୍ରଶାସନ ପକ୍ଷରୁ ସହାୟତା ଯୋଗାଇ ଦିଆଯାଉଛି। ସେହିପରି ବ୍ଲକର ବହୁ ମତ୍ସ୍ୟଜୀବୀ ସମୁଦ୍ରକୁ ମାଛ ମାରିବାକୁ ଯାଆନ୍ତି। ପ୍ରଶାସନ ପକ୍ଷରୁ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି। ଫଳରେ କେତେଜଣ ମତ୍ସ୍ୟଜୀବୀ ଜାଲ ଡଙ୍ଗା ଧରି ସମୁଦ୍ରରୁ କୂଳକୁ ଫେରୁଥିବା ଦେଖିବାକୁ ମିଳିଛି। ଅପରପକ୍ଷରେ ବ୍ଲକ ପ୍ରଶାସନ ପକ୍ଷରୁ ସମୁଦ୍ରକୂଳବର୍ତ୍ତୀ ବାସିନ୍ଦାମାନଙ୍କୁ ନୀଚା ସ୍ଥାନ ଛାଡି ଉଚ୍ଚ ଜାଗାକୁ ଆସି ସୁରକ୍ଷିତ ଭାବେ ରହିବାକୁ କୁହାଯାଇଛି। ସମ୍ଭାବ୍ୟ ବାତ୍ୟା ଆଶଙ୍କା କରି ସ୍ଥାନୀୟ ବାତ୍ୟା ଆଶ୍ରୟସ୍ଥଳଗୁଡ଼ିକୁ ଖାଲି କରିବା ସହ ଆବଶ୍ୟକ ଅନୁସାରେ ପାନୀୟ ଜଳ ଯୋଗାଣକୁ ଗୁରୁତ୍ୱ ଦିଆଯାଇଛି। ସମସ୍ତ ଜନପ୍ରତିନିଧି, ମହିଳା ସଙ୍ଗଠନ, ସ୍ବାସ୍ଥ୍ୟ କର୍ମଚାରୀ, ଆଶା, ଅଙ୍ଗନୱାଡି କର୍ମୀମାନେ ସହଯୋଗ କରିବାକୁ ପ୍ରଶାସନ ପକ୍ଷରୁ କୁହାଯାଇଛି। ବ୍ଲକର ବତିଘର, ଖରିନାସୀ, ରାମନଗର, ଜମ୍ବୁ, ବଉଳକଣି, ସୁନିତି, ନାଞ୍ଜୁରା, ପେଟ୍‌ଛେଲା ପଞ୍ଚାୟତ ଆଦି ସମେତ ଅନ୍ୟ ତଳିଆ ଅଞ୍ଚଳରେ ପ୍ରଶାସନ ସତର୍କ ଦୃଷ୍ଟି ରଖିଛି ବୋଲି କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଅନଲାଇନ ପେମେଣ୍ଟ କଲେ ଦିଗପହଣ୍ଡି ଚାଷୀଙ୍କୁ ମିଳୁଛି ସାର, ହନ୍ତସନ୍ତ ହେଉଛନ୍ତି….

ଦିଗପହଣ୍ଡି,୨୩।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଥିବା ପ୍ରାଥମିକ ସେବା ସମବାୟ ସମିତିରେ ଚଳିତବର୍ଷ ଅନଲାଇନ୍ ଜରିଆରେ ଚାଷୀଙ୍କୁ ସାର ବିକ୍ରୀ ବ୍ୟବସ୍ଥାକୁ ନେଇ…

ବସରୁ ଜବତ ହେଲା ୭ କାର୍ଟୁନ ଗୁଟଖା, ଅଡ଼ବା ପୋଲିସ…

ମୋହନା,୨୩।୮(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ପୋଲିସ ପକ୍ଷରୁ ଅବୈଧ ଭାବେ ଗୁଟଖା ଚାଲାଣ ବିରୋଧରେ ଚଢ଼ାଉ କରାଯାଇ ୭ ଗୋଟି ଗୁଟଖା କାର୍ଟୁନ ଜବତ କରିଛି…

ଅବ୍ୟବସ୍ଥାରେ ବଡ଼ଛତ୍ରଙ୍ଗ ହାଇସ୍କୁଲ, ଛାତରୁ ଝରୁଛି ପାଣି, ନାହାନ୍ତି ଶିକ୍ଷକ

ଥୁଆମୂଳ ରାମପୁର,୨୩।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଐତିହାସିକ ସରକାରୀ ଉଚ୍ଚ ବିଦ୍ୟାଳୟ ବଡ଼ଛତ୍ରଙ୍ଗରେ ଶିକ୍ଷାବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ୧୯୬୬ରୁ ସ୍ଥାପିତ ଏହି…

ଲଗାଣ ବର୍ଷାରେ ପାପଡ଼ାହାଣ୍ଡିରେ ବନ୍ୟା, ଭାଙ୍ଗିଲା ୩୮ ଘର, ୧୦୦ଜଣଙ୍କୁ ସ୍ଥାନାନ୍ତର

ପାପଡ଼ାହାଣ୍ଡି, ୨୩।୮(ସ୍ବପ୍ନଜିତ ପଟ୍ଟନାୟକ): ଗତ ୨ ଦିନ ଧରି ଲାଗି ରହିଥିବା ଲଗାଣ ବର୍ଷାରେ ରବିବାର ପାପଡ଼ାହାଣ୍ଡି ବ୍ଲକରେ ବନ୍ୟା ପରିସ୍ଥିତି ଉପୁଜିଛି। ପାପଡ଼ାହାଣ୍ଡି ସଦର ସମେତ…

ଦୋକାନ ଭିତରୁ ମିଳିଲା ମାଲିକାଣୀଙ୍କ ରକ୍ତାକ୍ତ ମୃତଦେହ, ଭାଇ ଆଣିଲେ ହତ୍ୟା ଅଭିଯୋଗ

କେନ୍ଦୁଝର,୨୩।୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଟାଉନ ଥାନା ଅଧୀନ ଘୁଟୁରୁରେ ଥିବା ଏକ ଶୋରୁମ ଭିତରୁ ଜଣେ ମହିଳାଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି। ତାଙ୍କ ନାମ…

ସ୍କୁଲ ବନ୍ଦ କରି ଚାଲିଗଲେ ଶିକ୍ଷକ: ଭିତରେ ଫସି ରହିଲେ ଛାତ୍ରୀ, କାନ୍ଦ ବୋବାଳି….

ବଲାଙ୍ଗୀର,୨୩ା୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପାଟଣାଗଡ ଭାଇଁସା ସରକାରୀ ପ୍ରାଥମିକ ଉଚ୍ଚ ବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗତକାଲି ଶନିବାର ଦିନ…

ଡିଜିଟାଲ ଠକେଇରୁ କେମିତି ମିଳିବ ମୁକ୍ତି? ବରିଷ୍ଠ ନାଗରିକଙ୍କୁ ନେଇ…

ଛତ୍ରପୁର,୨୩ା୮(ଦିଲ୍ଲୀପ ସାମଲ): ବଢୁଥିବା ସାଇବର ଅପରାଧ ଓ ବିଶେଷକରି ଡିଜିଟାଲ ଆରେଷ୍ଟ ନାମରେ ହେଉଥିବା ଠକେଇରୁ ବରିଷ୍ଠ ନାଗରିକମାନଙ୍କୁ ସଚେତନ କରିବା ଲକ୍ଷ୍ୟରେ ଛତ୍ରପୁର ଥାନା ପକ୍ଷରୁ…

ଥୁଆମୂଳ ରାମପୁରରେ ରେକର୍ଡ ବର୍ଷା; ଯାତାୟତ ସମ୍ପୂର୍ଣ୍ଣ ଠପ୍, ପାଣିରେ ଫସିଲା ଆମ୍ବୁଲାନ୍ସ

ଥୁଆମୂଳ ରାମପୁର,୨୩ା୮(ଦୁର୍ଗା କୀର୍ତ୍ତି): ଲଘୁଚାପ ପ୍ରଭାବରେ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲାରେ ପ୍ରବଳ ବର୍ଷା ଜାରି ରହିଥିବା ବେଳେ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ ରେକର୍ଡ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri