ହେନ୍ତାଳ, ଲୁଣା ଜଙ୍ଗଲ: ବାତ୍ୟାର ପ୍ରଭାବ କମ୍‌ ରହିବ

ମହାକାଳପଡା,୨୧ା୧୦(ଡି.ଏନ.ଏ.):ବଙ୍ଗୋପସାଗରରେ ଲଘୁଚାପଜନିତ ପ୍ରଭାବ ଓ ବାତ୍ୟାକୁ ମୁକାବିଲା ପାଇଁ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି। କେନ୍ଦ୍ରାପଡ଼ା ଜିଲା ବାତ୍ୟାପ୍ରବଣ ଅଞ୍ଚଳ ହୋଇଥିବାରୁ ଜିଲା ପ୍ରଶାସନ ଉପକୂଳ ତଳିଆ ଅଞ୍ଚଳର ବାସିନ୍ଦାମାନଙ୍କ ପାଇଁ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି। ସେହିପରି ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ବାତ୍ୟାକୁ ନେଇ ଅଞ୍ଚଳବାସୀଙ୍କ ଭୟ ଥିଲେ ମଧ୍ୟ ସମୁଦ୍ର ପାର୍ଶ୍ୱରେ ବିସ୍ତୀର୍ଣ୍ଣ ହେନ୍ତାଳ ବଣ ଓ ଲୁଣା ଜଙ୍ଗଲ ଯୋଗୁ ବାତ୍ୟାର ପ୍ରଭାବ କମ୍‌ ରହିବ ବୋଲି ସ୍ଥାନୀୟ ଲୋକେ କହିଛନ୍ତି। ବିଶେଷକରି ୧୯୯୯ ମହାବାତ୍ୟାକୁ ଏହି ଅଞ୍ଚଳବାସୀ ସାମ୍ନା କରିଥିଲା। ବ୍ଲକର ଜମ୍ବୁ ପଞ୍ଚାୟତ ବଙ୍ଗୋପସାଗର ତଟରେ ଅବସ୍ଥିତ ଲୁଣା ଓ ହେନ୍ତାଳ ଜଙ୍ଗଲଘେରା ଗ୍ରାମ କଣ୍ଡରା ପାଟିଆ। ଏହି ଗ୍ରାମରେ ୧୦୦ ପରିବାରର ୫୦୦ରୁ ଊର୍ଦ୍ଧ୍ୱ ଜନସଂଖ୍ୟା। ଏହି ଗ୍ରାମର ଅନେକ ବୟସ୍କମାନଙ୍କୁ ପଚାରିବାରୁ କୁହନ୍ତି, ୧୯୯୯ ମହାବାତ୍ୟା ସମୟରେ ଆମକୁ ସମୁଦ୍ରର କରାଳ ଦୃଶ୍ୟକୁ ଏହି ବିଶାଳ ଜଙ୍ଗଲ ରକ୍ଷା କରିଥିଲା। ଜୀବନରେ ଅନେକ ସାମୁଦ୍ରିକ ଝଡ ତୋଫାନକୁ ସାମ୍ନା କରିଥିଲେ ମଧ୍ୟ ଏହି ଦୀପାବଳିରେ ଯେଉଁ ବାତ୍ୟା ହେବ ବୋଲି ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଛି ଆମେ ନିଶ୍ଚିତ ସଚେତନ ହେବୁ। ହେଲେ ଆମ ଗଁା ଜଙ୍ଗଲ ଅଛି, ସେ ହଁି ଆମର ବଡ଼ ବଳ ବୋଲି କହିଛନ୍ତି ସୁବିମଲ ଦଣ୍ଡପାଟ, ମନ୍ତୁ ମଣ୍ଡଳ, ଶ୍ରୀପତି ମଜୁମଦାର, ବାସୁ ମଜୁମଦାର, ହୃଷୀକେଶ ଗିରି, ମହାଦେବ ମଣ୍ଡଳ, ଅମଲ ସରକାର। ବାତ୍ୟା ହେଲେ ସାମୁଦ୍ରିକ ଲୁଣା ପାଣି ଆମ ଜମିରେ ପ୍ରବେଶ କରି ଫସଲ ନଷ୍ଟ ହୋଇଯିବା ଆଶଙ୍କା ରହିଛି ବୋଲି ଗ୍ରାମବାସୀ କହିଛନ୍ତି। ପୂର୍ବାପେକ୍ଷା ପ୍ରଶାସନ ପକ୍ଷରୁ ସହାୟତା ଯୋଗାଇ ଦିଆଯାଉଛି। ସେହିପରି ବ୍ଲକର ବହୁ ମତ୍ସ୍ୟଜୀବୀ ସମୁଦ୍ରକୁ ମାଛ ମାରିବାକୁ ଯାଆନ୍ତି। ପ୍ରଶାସନ ପକ୍ଷରୁ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି। ଫଳରେ କେତେଜଣ ମତ୍ସ୍ୟଜୀବୀ ଜାଲ ଡଙ୍ଗା ଧରି ସମୁଦ୍ରରୁ କୂଳକୁ ଫେରୁଥିବା ଦେଖିବାକୁ ମିଳିଛି। ଅପରପକ୍ଷରେ ବ୍ଲକ ପ୍ରଶାସନ ପକ୍ଷରୁ ସମୁଦ୍ରକୂଳବର୍ତ୍ତୀ ବାସିନ୍ଦାମାନଙ୍କୁ ନୀଚା ସ୍ଥାନ ଛାଡି ଉଚ୍ଚ ଜାଗାକୁ ଆସି ସୁରକ୍ଷିତ ଭାବେ ରହିବାକୁ କୁହାଯାଇଛି। ସମ୍ଭାବ୍ୟ ବାତ୍ୟା ଆଶଙ୍କା କରି ସ୍ଥାନୀୟ ବାତ୍ୟା ଆଶ୍ରୟସ୍ଥଳଗୁଡ଼ିକୁ ଖାଲି କରିବା ସହ ଆବଶ୍ୟକ ଅନୁସାରେ ପାନୀୟ ଜଳ ଯୋଗାଣକୁ ଗୁରୁତ୍ୱ ଦିଆଯାଇଛି। ସମସ୍ତ ଜନପ୍ରତିନିଧି, ମହିଳା ସଙ୍ଗଠନ, ସ୍ବାସ୍ଥ୍ୟ କର୍ମଚାରୀ, ଆଶା, ଅଙ୍ଗନୱାଡି କର୍ମୀମାନେ ସହଯୋଗ କରିବାକୁ ପ୍ରଶାସନ ପକ୍ଷରୁ କୁହାଯାଇଛି। ବ୍ଲକର ବତିଘର, ଖରିନାସୀ, ରାମନଗର, ଜମ୍ବୁ, ବଉଳକଣି, ସୁନିତି, ନାଞ୍ଜୁରା, ପେଟ୍‌ଛେଲା ପଞ୍ଚାୟତ ଆଦି ସମେତ ଅନ୍ୟ ତଳିଆ ଅଞ୍ଚଳରେ ପ୍ରଶାସନ ସତର୍କ ଦୃଷ୍ଟି ରଖିଛି ବୋଲି କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ଗୁଡ୍‌ ଫ୍ରାଇଡେ: ବାଇବେଲ ପାଠକରି ସାମୂହିକ ପ୍ରାର୍ଥନା କଲେ ଶ୍ରଦ୍ଧାଳୁ

ଦାରିଙ୍ଗବାଡି,୨୯।୩ (ଅରୁଣ ସାହୁ ): ଆଜି ଗୁଡ୍‌ ଫ୍ରାଇଡେ। ଏହାକୁ ଶ୍ରଦ୍ଧାଳୁମାନେ ରୀତିନୀତି ଅନୁସାରେ ପାଳନ କରିଛନ୍ତି। ଯିଶୁଖ୍ରୀଷ୍ଟଙ୍କୁ ଆଜିର ଦିନରେ କାଲବରୀ ନାମକ ଏକ...

ବିଜେଡି-ଭାଜପା-କଂଗ୍ରେସକୁ ମୟୂରଭଞ୍ଜରେ ଟକ୍କର ଦେବ ଏହି ଦଳ, ଘୋଷଣା କଲା ପ୍ରାର୍ଥୀ

ମୟୂରଭଞ୍ଜ,୨୯।୩: ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବୁ ସୋରେନଙ୍କ ଝିଅ ପୁଣିଥରେ ଚଳିତ ନିର୍ବାଚନରେ ମଇଦାନକୁ ଓହ୍ଲାଇଛନ୍ତି। ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା(JMM) ଶିବୁ ସୋରେନଙ୍କ ଝିଅ ଅଞ୍ଜନି...

ପୈତୃକ ଗାଁରୁ ପ୍ରଚାର ମଇଦାନକୁ ଓହ୍ଲାଇଲେ ପ୍ରଦୀପ

ବରଗଡ଼,୨୯।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଲୋକସଭା ଆସନ ପାଇଁ ଭାଜପା ପ୍ରଦୀପ ପୁରୋହିତଙ୍କୁ ପ୍ରାର୍ଥୀ କରିଛି। ବରଗଡ଼ ଲୋକସଭା କ୍ଷେତ୍ର ଅଧୀନ ବିଜେପୁର ନିର୍ବାଚନ ମଣ୍ଡଳି ପୈତୃକ...

ନବବିବାହିତ ଯୁବକଙ୍କୁ ଗଳାକାଟି ହତ୍ୟା

ଗଜପତି,୨୯।୩(ଗିରିଧାରୀ ପରିଛା): ଗଜପତି ଜିଲା ଗୋସାଣି ବ୍ଲକ ଗୁରାଣ୍ଡି ଥାନା ଅଧୀନ ତୋଟାଗୁମ୍ବୁଡା ଗାଁରେ ଏକ ଅଘଟଣ ଘଟିଛି। ଜଣେ ନବବିବାହିତ ଯୁବକଙ୍କୁ ଗଳାକାଟି ଅତି...

ଗୁଡ୍‌ ଫ୍ରାଇଡେରେ ପ୍ରାର୍ଥନା କରି ନିର୍ବାଚନ ପ୍ରଚାର ଆରମ୍ଭ କଲେ ଦିଲୀପ ତିର୍କୀ

ସୁନ୍ଦରଗଡ,୨୭ା୩(ଜୟ ନାରାୟଣ ମେଣ୍ଡୁଳି): ଚର୍ଚ୍ଚରେ ପ୍ରାର୍ଥନା କରି ପ୍ରଚାର ଆରମ୍ଭ କରିଛନ୍ତି ବିଜେଡି ଲୋକସଭା ପ୍ରାର୍ଥୀ ଦିଲୀପ ତିର୍କୀ। ପ୍ରାର୍ଥୀ ଘୋଷଣା ହେବା ପରେ ଶୁକ୍ରବାର...

ଭାଜପା ଛାଡ଼ିବା କାରଣ କହିଲେ ପ୍ରକାଶ

ଭୁବନେଶ୍ୱର,୨୯।୩: ଭାଜପା ଛାଡ଼ିବା ପରେ ମୁହଁ ଖୋଲିଛନ୍ତି ସାଲେପୁରର ପୂର୍ବତନ ବିଧାୟକ ପ୍ରକାଶ ବେହେରା। ସେ କହିଛନ୍ତି, ଲୋକଙ୍କ ସେବା କରିବା ସହ ସଙ୍ଗଠନକୁ ମଜଭୁତ...

ଭାଜପା ଛାଡ଼ିଲେ ନୀଳଗିରି ବିଧାୟକ ସୁକାନ୍ତ ନାୟକ, ବିଜେଡିରେ ହୋଇପାରନ୍ତି ସାମିଲ

ନୀଳଗିରି, ୨୯।୩(ପ୍ରଶାନ୍ତ କୁମାର ବିଶ୍ବାଳ): ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଭାରତୀୟ ଜନତା ପାର୍ଟି(ଭାଜପା)ରୁ ଇସ୍ତଫା ଦେଇଛନ୍ତି ନୀଳଗିରି ବିଧାୟକ ଛାଡିଲେ ସୁକାନ୍ତ। ଶୁକ୍ରବାର...

ନିର୍ବାଚନ ପୂର୍ବରୁ ବିବାଦୀୟ କୋଟିଆରେ ଡିଜିଟାଲ ମିଟର ବଣ୍ଟନ ଆରମ୍ଭ କଲା ଆନ୍ଧ୍ର

ଭୁବନେଶ୍ୱର,୨୯।୩: ଓଡ଼ିଶାର କୋରାପୁଟ ଜିଲାର ପଟାଙ୍ଗୀ ବ୍ଲକ ଅନ୍ତର୍ଗତ କୋଟିଆ ଅଂଚଳରେ ଆନ୍ଧ୍ରପ୍ରଦେଶ ବିବାଦୀୟ ଅଞ୍ଚଳରେ କ୍ରମାଗତ ଭାବରେ ଅନୁପ୍ରବେଶ କରୁଛି ଏବଂ ସ୍ଥାନୀୟ ବାସିନ୍ଦାଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri