ବିଡିଓଙ୍କୁ ଶକ୍ତ ଚାପୁଡା ମାରିଥିଲେ ହେମନାଥ, ବାନ୍ଧିଲା ପୋଲିସ

ନୂଆପଡ଼ା,୨୦ା୧ (ମକାରୁ ବେମାଲ):ନୂଆପଡ଼ା ଜିଲା ସଦର ବ୍ଲକ ବିଡିଓ ରୋହିତ ଭୋଇଙ୍କୁ ସୋମବାର ଜଣେ ଯୁବକ ମାଡ଼ ମାରିଥିବା ସଦର ଥାନାରେ ଅଭିଯୋଗ ହୋଇଛି। ଏ ନେଇ ବିଡିଓ ଭୋଇଙ୍କ ଅଭିଯୋଗ ଆଧାରରେ ପୋଲିସ ଏକ ମାମଲା (ନଂ.୧୧/୨୬) ରୁଜୁକରି ସମ୍ପୃକ୍ତ ଯୁବକଙ୍କୁ ଗିରଫ କରିଛି। ସେ ହେଲେ ଜୋଙ୍କ ଥାନା ଭଇଁଷାତାଲ ପଞ୍ଚାୟତ ମୁଢେଳା ଗାଁର ହେମନାଥ ବଞ୍ଜାରା (୩୫)। ଏହାର ପ୍ରତିବାଦରେ ନିର୍ବାଚିତ ପ୍ରତିନିଧି ଓ କର୍ମଚାରୀ ଆନ୍ଦୋଳନକୁ ଓହ୍ଲାଇଥିଲେ।
ସୂଚନା ଅନୁଯାୟୀ, ପୂର୍ବାହ୍ନ ୧୦ଟା ସମୟରେ ବିଡିଓ ଭୋଇ ନିଜ ବାସଭବନରୁ ଖଇରାନୀ ପଞ୍ଚାୟତଠାରେ ହେବାକୁ ଥିବା ଗାଁରେ ପ୍ରଶାସନ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ବାହାରିଥିଲେ। ସେହି ସମୟରେ ଭଇଁଷାତାଲ ପଞ୍ଚାୟତର କେତେଜଣ ଲୋକ ଆସି ବିଡିଓଙ୍କ ସହ କଥାବାର୍ତ୍ତା ହୋଇଥିଲେ। ସେମାନେ କହିଥିଲେ, ଭଇଁଷାତାଲ ହେଉଛି ପଞ୍ଚାୟତ ସଦର ମହକୁମା। ସେଠାରେ ପଞ୍ଚାୟତ କୋଠା ନିର୍ମାଣ ନ ହୋଇ ବଲୋଦା ଗାଁଠାରେ ନିର୍ମାଣ କରାଯାଉଛି। ଜିଲା ପ୍ରଶାସନକୁ ଲିଖିତ ଭାବେ ଜଣାଇଲା ପରେ ମଧ୍ୟ କୌଣସି ସୁଫଳ ମିଳି ନ ଥିଲା। ପରେ ପଞ୍ଚାୟତବାସୀ ଉଚ୍ଚ ନ୍ୟାୟାଳୟଙ୍କ ଦ୍ୱାରସ୍ଥ ହୋଇଥିଲେ। ଉଚ୍ଚ ନ୍ୟାୟାଳୟ କୋଠା ନିର୍ମାଣ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଥିବା ସତ୍ତ୍ୱେ କିପରି ଏହା ନିର୍ମାଣ କରାଯାଉଛି ବୋଲି ପ୍ରଶ୍ନ କରିଥିଲେ। ବିଡିଓ କହିଥିଲେ, ହାଇକୋର୍ଟଙ୍କ ପୂର୍ବ ନିର୍ଦ୍ଦେଶ ବଳରେ ସରପଞ୍ଚ କୋଠା ନିର୍ମାଣ କରୁଥିଲେ। କିନ୍ତୁ ଦୁଇଦିନ ତଳେ ଉଚ୍ଚ ନ୍ୟାୟାଳୟଙ୍କ ନିର୍ମାଣ ବନ୍ଦ ନିର୍ଦ୍ଦେଶ ପାଇବା ପରେ ଆମେ ତାଙ୍କୁ ଅବଗତ କରାଇ ଦେଇଛୁ। ତେଣୁ ଆପଣମାନେ ମୋତେ ଦୋଷ ଦେଲେ କ’ଣ ହେବ ବୋଲି ବିଡିଓ କହିଥିଲେ ା ସେହି ସମୟରେ ହେମନାଥ ବଞ୍ଜାରା ନାମକ ଯୁବକ କହିଲେ ତମେମାନେ ଚାହିଁଲେ କାମ ବନ୍ଦ କରିପାରିବ। ଆମ ସହ ଖେଳ ଖେଳୁଛ ବୋଲି କହି ବିଡିଓଙ୍କ ବାମ ଗାଲରେ ଶକ୍ତ ଚାପୁଡା ମାରିଥିଲେ। ଏହାପରେ ବିଡିଓଙ୍କ ଗାଡି ଚାଳକ ଓ ଅନ୍ୟମାନେ ତାଙ୍କୁ ଅଟକାଇଥିଲେ। ପରେ ହେମନାଥ ସେଠାରୁ ଫେରାର ହୋଇଯାଇଥିଲେ ା ଖବର ପାଇ ବ୍ଲକ ଅଧ୍ୟକ୍ଷା ତାରେଶ୍ୱରୀ ସାହୁ, ଉପାଧ୍ୟକ୍ଷ ଦିଲୀପ ନିର୍ମଳକର ପ୍ରମୁଖ ବ୍ଲକ କାର୍ଯ୍ୟାଳୟରେ ପହଞ୍ଚତ୍ ସମସ୍ତଙ୍କୁ ଫୋନ ଯୋଗେ ଜଣାଇଥିଲେ। ଉପଖଣ୍ଡୀୟ ପୋଲିସ ଅଧିକାରୀ ସ୍ବାଧୀନ ମିଶ୍ର, ଥାନା ଅଧିକାରୀ ଗଙ୍ଗାଧର ମେହେର ସଦଳବଳ ଘଟଣାସ୍ଥଳରେ ପହଞ୍ଚତ୍ ତଦନ୍ତ ଆରମ୍ଭ କରିଥିଲେ। ଅନ୍ୟପକ୍ଷେ ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ ଦାବିରେ ନିର୍ବାଚିତ ପ୍ରତିନିଧି ବ୍ଲକ ଅଫିସ ସମ୍ମୁଖରେ ଧାରଣାରେ ବସିଥିଲେ। ବ୍ଲକ କର୍ମଚାରୀମାନେ ମଧ୍ୟ କଲମ ଛାଡ ଆନ୍ଦୋଳନ କରିଥିଲେ। ଏହାପରେ ଥାନା ଅଧିକାରୀ ମେହେର ୪ ଜଣଙ୍କୁ ଥାନାକୁ ଆଣି ପଚରାଉଚରା କରିଥିଲେ। ଏହି ସମୟରେ ହେମନାଥ ବିଡିଓଙ୍କୁ ମାଡ ମାରିଥିବା ସ୍ବୀକାର କରିଥିଲେ ା ପୋଲିସ ହେମନାଥଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ୩ ଜଣଙ୍କୁ ଅଟକ ରଖି ଅଧିକ ତଦନ୍ତ ଚଳାଇଛି ା

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇବେ ମୀନାକ୍ଷୀରାଣୀ: ଛୁଟୁଛି ଶୁଭେଚ୍ଛାର ସୁଅ

ଲୋଇସିଂହା,୫।୯(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ହରେକୃଷ୍ଣ ମହତାବ ହାଇସ୍କୁଲର କଳା ଶିକ୍ଷୟିତ୍ରୀ ତଥା ଗାଳ୍ପିକା ମୀନାକ୍ଷୀରାଣୀ ମିଶ୍ର ଜିଲାର ଏକମାତ୍ର ଶିକ୍ଷୟିତ୍ରୀ ଭାବେ ରାଜ୍ୟସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା…

କେରଳରେ ଭୟଙ୍କର ସଡ଼କ ଦୁର୍ଘଟଣା: ଟ୍ରକ୍‌କୁ ପିଟିଲା କାର୍‌; ୮ ଛାତ୍ରଙ୍କ ମୃତ୍ୟୁ

ତ୍ରିଶୂର ,୫।୯: କେରଳର ତ୍ରିଶୂର ଜିଲାରେ ଶୁକ୍ରବାର ବିଳମ୍ବିତ ରାତିରେ ଘଟିଛି ଭୟଙ୍କର ସଡ଼କ ଦୁର୍ଘଟଣା। ଏକ ଟ୍ରକ୍‌କୁ କାର୍‌ ଧକ୍କା ଦେବା ଫଳରେ କାର୍‌ରେ ଥିବା…

‘ମୋ ପତ୍ନୀ ମଧ୍ୟ…’, ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଏମିତି କାହିଁକି କହିଲେ ପୂର୍ବତନ ଭାରତୀୟ କ୍ରିକେଟର, ବଢିଲା ଚର୍ଚ୍ଚା

ନୂଆଦିଲ୍ଲୀ,୫।୯: ମାତ୍ର ୧୫ ବର୍ଷ ବୟସରେ କ୍ରିକେଟ ଜଗତରେ ନିଜର ଗଭୀର ଛାପ ଛାଡ଼ିଛନ୍ତି ବୈଭବ ସୂର୍ଯ୍ୟବଂଶୀ। ଏହି ଯୁବ କ୍ରିକେଟରଙ୍କ ପ୍ରତିଭାକୁ ନେଇ ଏବେ ପୂର୍ବତନ…

ମୋଦିଙ୍କ ପାଇଁ ଚକୋଲେଟ୍‌ର ‘ଇଣ୍ଡିଆ ଗେଟ୍‌’ ଆଣିଥିଲେ ବେଲଜିୟମ ପ୍ରଧାନମନ୍ତ୍ରୀ, ଭାରତରେ ପହଞ୍ଚିବା ପରେ ଘଟିଲା ଏମିତି କିଛି!

ନୂଆଦିଲ୍ଲୀ,୫।୯: ଭାରତ ଗସ୍ତରେ ଆସିଥିବା ବେଲଜିୟମ ପ୍ରଧାନମନ୍ତ୍ରୀ ବାର୍ଟ ଡି ୱେଭର୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ଆଣିଥିଲେ ଏକ ଅତ୍ୟନ୍ତ ନିଆରା ଉପହାର। ଭାରତର ପ୍ରସିଦ୍ଧ…

ମନ୍ଦିର ବୁଲାଣିରେ ଅଘଟଣ, ବାଇକ୍‌କୁ ଧକ୍କା ଦେଲା ବାଇକ୍‌: ଆଉ ତା’ପରେ…

ବରଗଡ଼,୫ା୯(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଭଟ୍‌ଲି ଥାନା ଅନ୍ତର୍ଗତ ମେଣ୍ଢାପାଲି ବନଦୁର୍ଗା ମନ୍ଦିର ନିକଟସ୍ଥ ବୁଲାଣିରେ ଏକ ପିକ୍‌ଅପ ଭ୍ୟାନ (ନଂ-ଓଡି ୧୫ଏଡି ୭୮୯୨) ଅନ୍ୟ ଏକ ବାଇକକୁ…

ବୈଦେଶିକ ମୁଦ୍ରାଭଣ୍ଡାରରେ ୧୧ ବିଲିୟନ ଡଲାର ବୃଦ୍ଧି

ନୂଆଦିଲ୍ଲୀ,୫ା୯: ଅଗଷ୍ଟ ୨୮ ସୁଦ୍ଧା ଶେଷ ହୋଇଥିବା ସପ୍ତାହରେ ଭାରତର ବୈଦେଶିକ ମୁଦ୍ରାଭଣ୍ଡାର ପରିମାଣରେ ୧୧.୪୭୫ ବିଲିୟନ ଡଲାର ବୃଦ୍ଧି ଘଟିବା ସହ ମୋଟ ଭଣ୍ଡାର ପରିମାଣ…

୧.୮୫ କୋଟି ଗ୍ରାହକଙ୍କ ସହ ଜିଓ ଓଡ଼ିଶାରେ ଅଗ୍ରଣୀ

ଭୁବନେଶ୍ୱର, ୫ା୯: ସାରା ଦେଶ ସହ ଓଡ଼ିଶାରେ ମଧ୍ୟ ରିଲାଏନ୍ସ ଜିଓ ୫ ସେପ୍ଟେମ୍ବର ୨୦୧୬ରେ ବ୍ୟବସାୟିକ ଟେଲିସେବା ଆରମ୍ଭ କରିଥିଲା। ୧୦ ବର୍ଷ ମଧ୍ୟରେ ଜିଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri