Posted inଜାତୀୟ

ଇଡି ସମନକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କଲେ ହେମନ୍ତ ସୋରେନ୍‌

ନୂଆଦିଲ୍ଲୀ,୧୮ା୯ : ମନିଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ସମନକୁ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି। ସମନ ପ୍ରତ୍ୟାହାର ନ କଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବେ ବୋଲି ସୋରେନ୍‌ ଗତ ମାସରେ ଇଡିକୁ କହିଥିଲେ। ସୋମବାର ସର୍ବୋଚ୍ଚ ଅଦାଲତ ତାଙ୍କ ପିଟିଶନ୍‌ର ଶୁଣାଣି କରିବେ। ସେପ୍ଟେମ୍ବର ୨୩ରେ ଇଡି କାର୍ଯ୍ୟାଳୟରେ ହାଜର ହୋଇ ଜେରାର ସମ୍ମୁଖୀନ ହେବାକୁ ସୋରେନ୍‌ଙ୍କୁ ସମନ କରାଯାଇଥିଲା।

ଯେଉଁ ବିରୋଧୀ ନେତାମାନେ କେନ୍ଦ୍ର ସରକାରଙ୍କ ବୋଲ ମାନୁନାହାନ୍ତି ତାଙ୍କୁ ଟାର୍ଗେଟ କରିବା ପାଇଁ ଇଡି ଭଳି ସଂଘୀୟ ତଦନ୍ତକାରୀ ସଂସ୍ଥାର ଅବବ୍ୟବହାର କରାଯାଉଥିବା ଜେଏମ୍‌ଏମ୍‌ ନେତା ଅଭିଯୋଗ କରିଛନ୍ତି। ଝାଡ଼ଖଣ୍ଡର ସାହେବଗଞ୍ଜ ଜିଲାରେ ବେଆଇନ ଖଣି ମାମଲାରେ ସମ୍ପୃକ୍ତିକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ମନିଲଣ୍ଡରିଂ ଅଭିଯୋଗର ତଦନ୍ତ କରୁଛି ଇଡି।

ଖଣି ବିଭାଗ ଦାୟିତ୍ୱରେ ଥିବା ସୋରେନ୍‌ ନିର୍ବାଚନ ନିୟମାବଳୀର ଉଲ୍ଲଂଘନ କରି ୨୦୨୧ରେ ନିଜ ନାଁରେ ଏକ ଖଣି ଲିଜ୍‌ ନେଇଥିଲେ। ଅନ୍ୟ ପକ୍ଷରେ ସେ କୌଣସି ଭୁଲ୍‌ କରିନାହାନ୍ତି ବୋଲି କହିବା ସହ ଇଡି ତଦନ୍ତ ପଛରେ ବଡ଼ ଷଡ଼ଯନ୍ତ୍ର ରହିଥିବା ଅଭିଯୋଗ କରିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ପିକ୍‌ନିକ୍‌ କରିବାକୁ ଯାଇ ପାଓ୍ବାର ଚ୍ୟାନେଲ ପାଣିରେ ବୁଡ଼ି ଛାତ୍ର ନିଖୋଜ, ପ୍ରଖର ସ୍ରୋତରେ ଭାସି…

ସମ୍ବଲପୁର,୭ା୬(ପ୍ରମୋଦ ବହିଦାର): ପିକ୍‌ନିକ୍‌ କରିବାକୁ ଯାଇଥିବା ବେଳେ ଘଟିଛି ଏକ ଅଭାବନୀୟ ଘଟଣା। ପାଣିରେ ବୁଡ଼ି ଜଣେ ମେଧାବୀ ଛାତ୍ର ନିଖୋଜ ହୋଇଯାଇଥିବା ଖବର ହସ୍ତଗତ ହୋଇଛି।…

ଜନ୍ତର-ମନ୍ତରରେ ଆନ୍ଦୋଳନ ପରେ ଆଗକୁ କ’ଣ କରିବ କକ୍ରୋଚ ପାର୍ଟି? ଅଭିଜିତଙ୍କ ବଡ଼ ଘୋଷଣା

ନୂଆଦିଲ୍ଲୀ,୭।୬: ଶିକ୍ଷା ବ୍ୟବସ୍ଥାରେ ହୋଇଥିବା କଥିତ ଅନିୟମିତତା ବିରୋଧରେ ଦିଲ୍ଲୀର ଜନ୍ତର-ମନ୍ତରଠାରେ ହୋଇଥିବା ବିକ୍ଷୋଭ ପ୍ରଦର୍ଶନର ଦିନକ ପରେ ‘କକ୍ରୋଚ ଜନତା ପାର୍ଟି’ (CJP)ର ସଂସ୍ଥାପକ ଅଭିଜିତ…

ବଜାରରୁ କାମସାରି ଘରକୁ ଫେରୁଥିଲେ ରାସ୍ତାରେ ଛକି ବସିଥିଲା ଯମ

ଭଞ୍ଜନଗର,୭।୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ମୁଜାଗଡ ରାସ୍ତାର ଗଣ୍ଡିଶୁଲା ନିକଟରେ ରବିବାର ମଧ୍ୟାହ୍ନରେ ଏକ ପିକ୍ଅପ୍ ଭ୍ୟାନ୍ ଗାଡ଼ି ଧକ୍କାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି।…

SIR: କିଛି ଲୋକଙ୍କୁ ନେଇ ଦ୍ୱନ୍ଦ,୧୦୪ ବର୍ଷ ବୟସ୍କା ଭୋଟରଙ୍କୁ ଭେଟିଲେ ଉପ ଜିଲାପାଳ

ଭଞ୍ଜନଗର,୭।୬(ବାବୁଲା ପ୍ରଧାନ): ରାଜ୍ୟରେ ବର୍ତ୍ତମାନ ସ୍ଵତନ୍ତ୍ର ସଘନ ସଂଶୋଧନ (SIR) କାର୍ଯ୍ୟକ୍ରମ ଚାଲିଛି। ଏହିଭଳି ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡରେ ମଧ୍ୟ ଚାଲିଛି। ପରିଗଣନା ଫର୍ମ ଭଞ୍ଜନଗର…

ଆଳି ମର୍ଡର କେସ୍‌: ସିନ୍‌ ରିକ୍ରିଏଶନ କଲା ପୋଲିସ, ଘଟଣାସ୍ଥଳରୁ ଲୁହାରଡ୍‌ ସହ ୩ ଅଭିଯୁକ୍ତ ଦେଖାଇଲେ…

ଆଳି,୭ା୬(ବନମାଳୀ ସେନାପତି): କେନ୍ଦ୍ରାପଡ଼ା ଜିଲା ଆଳି ମହାଦେଇପାଟଣା ଗ୍ରାମର ଗୌରାଙ୍ଗ ହତ୍ୟାକାଣ୍ଡ ଘଟଣାରେ ଗିରଫ ହୋଇଥିବା ଅଭିଯୁକ୍ତଙ୍କୁ ନେଇ ପୋଲିସର ତନାଘନା ଆରମ୍ଭ ହୋଇଛି। ଜିଲା ପୋଲିସ…

CNG ଠାରୁ ବି ଶସ୍ତା ହେଲା ପେଟ୍ରୋଲ! ଦିଲ୍ଲୀରେ ଲିଟର ପ୍ରତି ମାତ୍ର ୮୨ଟଙ୍କାରେ ମିଳିଲା…

ନୂଆଦିଲ୍ଲୀ,୭।୬: ପଶ୍ଚିମ ଏସିଆ (ମିଡିଲ ଇଷ୍ଟ)ରେ ଜାରି ରହିଥିବା ଯୁଦ୍ଧ ଏବଂ ଆକାଶଛୁଆଁ ତେଲ ଦର ମଧ୍ୟରେ ଦିଲ୍ଲୀର ଗାଡ଼ି ଚାଳକଙ୍କ ପାଇଁ ଏକ ବେଶ ଆଶ୍ୱସ୍ତିକର…

ପୌରାଧ୍ୟକ୍ଷ ବସନ୍ତ ବିଶ୍ୱାଳଙ୍କ ଘର ଉପରକୁ ବୋମାମାଡ଼ ଘଟଣା: ବାପି ସର୍ଖେଲଙ୍କୁ ଟାର୍ଗେଟ୍‌ କରି ଏକାଠି ହେଲେ…

ପାରାଦୀପ,୭ା୬(ଶରତ ରାଉତ): ପାରାଦୀପ ପୌରାଧ୍ୟକ୍ଷ ବସନ୍ତ ବିଶ୍ବାଳଙ୍କ ଘର ଉପରେ ଗତମାସ ୩୦ ତାରିଖରେ ପେଟ୍ରୋଲ ବୋମାମାଡ଼ ହୋଇଥିଲା। ଉକ୍ତ ଘଟଣାକୁ ନେଇ ରବିବାର ପାରାଦୀପ ରାଜନୀତି…

‘ସ୍ବପ୍ନ ପୂରଣ ହେଲା..’, ବିରାଟ କୋହଲିଙ୍କୁ ନେଇ ଏମିତି କଥା କହିଲେ ବୈଭବ ସୂର୍ଯ୍ୟବଂଶୀ, ଏବେ ହେଉଛି ଖୁବ ଚର୍ଚ୍ଚା

ନୂଆଦିଲ୍ଲୀ,୭।୬: ଯଦିଓ RCB GTକୁ ପରାସ୍ତ କରି IPL 2026 ଟାଇଟଲ ଜିତିଥିଲା, କିନ୍ତୁ 19ତମ ସିଜିନ ବୈଭବ ସୂର୍ଯ୍ୟବଂଶୀଙ୍କ ପ୍ରଦର୍ଶନ ପାଇଁ ମନେ ରହିବ। ବୈଭବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri