Posted inଜାତୀୟ

ତୃତୀୟଥର ପାଇଁ ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ହେଲେ ହେମନ୍ତ ସୋରେନ୍‌

ରାଞ୍ଚି,୪।୭: ଝାଡଖଣ୍ଡର ୧୩ତମ ମୁଖ୍ୟମନ୍ତ୍ରୀ ଭାବରେ ହେମନ୍ତ ସୋରେନ୍‌ ଶପଥ ନେଇଛନ୍ତି। ରାଜ୍ୟପାଳ ସିପି ରାଧାକ୍ରିଷ୍ଣନ ରାଜ ଭବନରେ ତାଙ୍କୁ ଶପଥପାଠ କରାଇଛନ୍ତି।
୫ ମାସ ପୂର୍ବରୁ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ସମ୍ଭାଳିଥିବା ଚମ୍ପାଇ ସୋରେନ୍‌ ବୁଧବାର ନିଜ ପଦରୁ ଇସ୍ତଫା ଦେଇଥିଲେ। ଚମ୍ପାଇ ରାଜ୍ୟପାଳ ସି.ପି. ରାଧାକ୍ରିଷ୍ଣନ୍‌ଙ୍କୁ ଭେଟି ନିଜ ଇସ୍ତଫାପତ୍ର ପ୍ରଦାନ କରିଥିଲେ। ହେମନ୍ତ ସରକାର ଗଠନ ପାଇଁ ରାଜ୍ୟପାଳଙ୍କ ନିକଟରେ ଦାବି ଜଣାଇଥିଲେ।
ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗତ ଜାନୁଆରୀ ୩୧ରେ ଏକ ଜମି ଦୁର୍ନୀତି ସମ୍ପର୍କିତ ମନି ଲଣ୍ଡରିଂ ମାମଲାରେ ଝାଡ଼ଖଣ୍ଡର ତତ୍କାଳୀନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ଙ୍କୁ ଜେରା ପରେ ଗିରଫ କରିଥିଲା। ଗିରଫ ହେବାର କିଛି ଘଣ୍ଟା ପୂର୍ବରୁ ହେମନ୍ତ ରାଜ୍ୟପାଳଙ୍କୁ ଭେଟି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ଏଥିସହ ଜେଏମ୍‌ଏମ୍‌ ମୁଖ୍ୟ ଶିବୁ ସୋରେନ୍‌ଙ୍କ ଘନିଷ୍ଠ ସହଯୋଗୀ ତଥା ମନ୍ତ୍ରୀ ଥିବା ଚମ୍ପାଇ ମୁଖ୍ୟମନ୍ତ୍ରୀ ରୂପେ ଶପଥ ନେଇଥିଲେ। ଇତିମଧ୍ୟରେ ହେମନ୍ତ ନିଜ ଗିରଫଦାରିକୁ ବେଆଇନ ଦର୍ଶାଇ ହାଇକୋର୍ଟ ଓ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଜମି ଦୁର୍ନୀତି ମାମଲାରେ ହେମନ୍ତଙ୍କ ପ୍ରତ୍ୟକ୍ଷ ସମ୍ପୃକ୍ତିର ପ୍ରମାଣ ନ ଥିବା ଦର୍ଶାଇ ହାଇକୋର୍ଟ ଶୁକ୍ରବାର ଜାମିନ ପ୍ରଦାନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ବଢ଼ିଲା ମଧ୍ୟାହ୍ନ ଭୋଜନ ଦର: ଏବେ…

ଭୁବନେଶ୍ୱର,୨୦ା୬(ସୁଚିସ୍ମିତା ସାହୁ): ଗ୍ରୀଷ୍ମ ଛୁଟି ସରିବା ପରେ ଶୁକ୍ରବାରଠାରୁ ସାରା ରାଜ୍ୟରେ ସ୍କୁଲ ଖୋଲିଛି। ପ୍ରଥମ ଦିନରୁ ହିଁ ସ୍କୁଲରେ ମଧ୍ୟାହ୍ନଭୋଜନ ମିଳିଛି। ଏପରିସ୍ଥିତିରେ ରାଜ୍ୟ...

ଈଶାନ କିଶାନଙ୍କ ଚମକାଇଲା ଭଳି ନିଷ୍ପତ୍ତି: ଟିମ୍‌ ଇଣ୍ଡିଆ ନୁହେଁ, ଏବେ ଏହି ବିଦେଶୀ ଟିମ୍‌ରୁ ଖେଳିବେ କ୍ରିକେଟ…

ନୂଆଦିଲ୍ଲୀ,୨୦।୬: ଭାରତର ଉଇକେଟକିପର ବ୍ୟାଟ୍ସମ୍ୟାନ ଈଶାନ କିଶାନଙ୍କୁ ଏବେ ଟିମ ଇଣ୍ଡିଆରେ ସୁଯୋଗ ମିଳୁନାହିଁ। ସେ ଭାରତ ପାଇଁ ଶେଷ ଅନ୍ତର୍ଜାତୀୟ ମ୍ୟାଚ ୨୦୨୩ରେ ଖେଳିଥିଲେ।...

ଇରାନର ପରମାଣୁ ବୈଜ୍ଞାନିକଙ୍କୁ କାହିଁକି ଟାର୍ଗେଟ କରୁଛି ଇସ୍ରାଏଲ? ହେଲା ବଡ଼ ଖୁଲାସା

ଆଟଲାଣ୍ଟା,୨୦।୬: ଇରାନର ପରମାଣୁ କାର୍ଯ୍ୟକ୍ରମ ଏବଂ ସାମରିକ କ୍ଷମତାକୁ ନଷ୍ଟ କିମ୍ବା ଦୁର୍ବଳ କରିବା ପାଇଁ ଜୁନ ୧୩ ତାରିଖରେ ଆରମ୍ଭ ହୋଇଥିବା ଇସ୍ରାଏଲର ‘ଅପରେସନ...

୧୨ ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା, ବଡ଼ ଆଲର୍ଟ କଲା ଭାରତୀୟ ପାଣିପାଗ ବିଭାଗ

ଭୁବନେଶ୍ୱର, ୨୦।୬: ଭାରତୀୟ ପାଣିପାଗ ବିଭାଗ (IMD) ଓଡ଼ିଶା ପାଇଁ ଆଗାମୀ ସପ୍ତାହକର ପାଣିପାଗ ପୂର୍ବାନୁମାନ ଜାରି କରିଛି। ରାଜ୍ୟର ବିଭିନ୍ନ ଅଞ୍ଚଳରେ ମୌସୁମୀ ବର୍ଷା...

ଆସନ୍ତା ୨୭ ଯାଏ ରାଜ୍ୟରେ ବଜ୍ରପାତ ସହ ପବନ ବର୍ଷା, ଏହି ୨୦ ଜିଲାକୁ ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର,୧୯ା୬(ଅନୁରାଧା ମହାରଣା) – ରାଜ୍ୟର ଅଧିକାଂଶ ସ୍ଥାନରେ ଗତ କିଛିଦିନ ଧରି ବର୍ଷା ଜାରି ରହିଛି। ଆସନ୍ତା ୨୭ ତାରିଖ ପର୍ଯ୍ୟନ୍ତ ବିିଭିନ୍ନ ଜିଲାକୁ ବର୍ଷା...

କେମିତି ହୋଇଥିଲା ଏୟାର ଇଣ୍ଡିଆ ପ୍ଲେନ କ୍ରାଶ୍‌, ଜଣାପଡିଲା ସବୁଠୁ ବଡ଼ କାରଣ!

ଅହମଦାବାଦ, ୨୦।୬: ଗୁଜରାଟର ଅହମଦାବାଦ ଆନ୍ତର୍ଜାତିକ ବିମାନବନ୍ଦରରୁ ଲଣ୍ଡନ ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆର ବୋଇଂ ୭୮୭-୮ ଡ୍ରିମଲାଇନର ବିମାନ (ଫ୍ଲାଇଟ AI-171) ଗତ ୧୨...

ଅଟା ମିଲ୍‌ରୁ କେମିତି କୋଟିପତି ହେଲେ ସୋନମଙ୍କ ବାପା? ଝିଅର ପ୍ରେମିକଙ୍କ ସହ ରହିଛି ଲିଙ୍କ୍‌…

ନୂଆଦିଲ୍ଲୀ,୨୦।୬: ଏକ ସାଧାରଣ ଅଟା ମିଲରେ ବ୍ୟବସାୟ ଆରମ୍ଭ କରିଥିବା ପରିବାର ଆଜି ଗମ୍ଭୀର ଅଭିଯୋଗର ସମ୍ମୁଖୀନ ହେଉଛି। ଏହା ଦେବୀ ସିଂହ ରଘୁବଂଶୀଙ୍କ କାହାଣୀ,...

ଶେଖ ହାସିନାଙ୍କୁ ଅଲ୍ଟିମେଟମ୍‌, ୨୪ ଜୁନ୍‌ ମଧ୍ୟରେ ସରେଣ୍ଡର ନ କଲେ…

ଢାକା,୨୦।୬: ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ବିରୋଧରେ ଲଗାତାର ଭାବେ ବାଂଲାଦେଶର ଆଇନ କଠୋର ହେବାରେ ଲାଗିଛି। ସଦ୍ୟତମ ଘଟଣାକ୍ରମରେ, ବାଂଲାଦେଶ ଅନ୍ତର୍ଜାତୀୟ ଅପରାଧ ଟ୍ରିବ୍ୟୁନାଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri