ବଞ୍ଚିବାକୁ ରାହା ଖୋଜୁଛନ୍ତି ବେସାହାରା ଭଉଣୀ-ଭାଇ

ଗଞ୍ଜାମ,୧୫।୧୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ରାମଗଡ଼ ପଞ୍ଚାୟତ ଗଜପତି ନଗର ତିନି ନମ୍ବର ସାହିରେ ସ୍ବର୍ଗତ ଦିନେଶ୍ୱର ବେହେରାଙ୍କ ଘର l ଦିନେଶ୍ୱର ମତ୍ସ୍ୟଜୀବି ପରିବାର ହୋଇଥିବାରୁ ଚିଲିକାରେ ମାଛ ମାରିବା ଥିଲା ତାଙ୍କର ମୁଖ୍ୟ ବେଉସା l ଦିନେ ନଳବଣ ଅଞ୍ଚଳ ଚିଲିକାରେ ମାଛ ମାରୁଥିବା ବେଳେ ହଠାତ ହୃଦଘାତରେ ମୃତ୍ୟୁ ଘଟିଥିଲା। ଦିନେଶ୍ୱରଙ୍କ ହୃଦଘାତରେ ମୃତ୍ୟୁ ଘଟିଥିବା ନେଇ ଚିଲିକା ଉନ୍ନୟନ କାର୍ଯ୍ୟାଳୟ ପକ୍ଷରୁ କୁହା ଯାଇଥିଲେ ମଧ୍ୟ ଶବ ବ୍ୟବଛେଦ କରାଯାଇ ନ ଥିଲା କିମ୍ବା ମୃତ ଦିନେଶ୍ୱରଙ୍କ ପରିବାରକୁ କୌଣସି ସହାୟତା ପ୍ରଦାନ କରି ନ ଥିଲା ସିଡିଏ କର୍ତ୍ତୃପକ୍ଷ l
ଦିନେଶ୍ୱରଙ୍କ ମୃତ୍ୟୁର ଠିକ ଛଅ ବର୍ଷ ପରେ ସ୍ତ୍ରୀ ତ୍ରିବେଣୀ ବେହେରା ମଧ୍ୟ ଏକ ଅଜଣା ଗାଡି ଧକ୍କାରେ ମୃତ୍ୟୁବରଣ କରିଥିଲେ। ତଥାପି ଟଙ୍କାଟିଏ ମିଳିଲାନି l ଦିନେଶ୍ୱରଙ୍କ ମା’ ରାଧା ବେହେରା, ଅବିବାହିତ ଭଉଣୀ ଝୁନୁ ବେହେରା ଏବଂ ଦିନେଶ୍ୱରଙ୍କ ପୁଅ ଦେବାଶିଷ ଓ ଝିଅ ସୋନାଲି l ଗତ ତିନି ଦିନ ତଳେ ରାଧାଙ୍କର ମୃତ୍ୟୁ ଘଟିଛି l ବାପା ମା’ଙ୍କ ଅକାଳ ବିୟୋଗ ପରେ ବେସାହାରା ହୋଇ ପଡିଥିଲେ ଦିନେଶ୍ୱରଙ୍କ ଝିଅ ସୋନାଲି ଓ ପୁଅ ଦେବାଶିଷ l ସୋନାଲି ଯୁକ୍ତ ତିନିରେ ପଢ଼ୁଥିବା ବେଳେ ଦଶମ ଶ୍ରେଣୀରେ ଅଧ୍ୟୟନ କରୁଛନ୍ତି ଦେବାଶିଷ l ବାପା ମା’ଙ୍କୁ ହରାଇ ଯେତିକି ଭାଙ୍ଗି ପଡି ନ ଥିଲେ ଏବେ ଜେଜେମାଙ୍କୁ ହରାଇ ସମ୍ପୂର୍ଣ ଭାଙ୍ଗି ପଡ଼ିଥିବା କହିଛନ୍ତି ସୋନାଲି ଓ ଦେବାଶିଷ l ବର୍ତ୍ତମାନ ତାଙ୍କର ସାହାରା କହିଲେ ଅବିବାହିତ ପିଉସୀ ଝୁନୁ l ପିଉସୀ ଝୁନୁଙ୍କର ମଧ୍ୟ ଅଣ୍ଟାରେ ଆଘାତ ଯୋଗୁ ମୂଲ ଲାଗି ପାରୁ ନାହାନ୍ତି l କେମିତି ଆମେ ବଞ୍ଚିବୁ କିଏ ଆମକୁ ଖାଇବାକୁ ଦେବ ଆମେ ବଞ୍ଚିବାକୁ ରାହା ଖୋଜୁଛୁ ବୋଲି କୋହଭରା କଣ୍ଠରେ କହିଛନ୍ତି ଭାଇ-ଭଉଣୀ l ଜିଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ବେସାହାରା ଭାଇ ଭଉଣୀଙ୍କୁ ସହାୟତା କରିବାକୁ ଅନୁରୋଧ କରିଛନ୍ତି l

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଏବେ ଦେଶରେ ବର୍ଜ୍ୟ ପରିଚାଳନା ପାଇଁ ଅନେକ ବ୍ୟକ୍ତି ଓ ସଂସ୍ଥା ଚେଷ୍ଟା କରୁଛନ୍ତି। ଏହି କ୍ରମରେ ହରିୟାଣା ବୁଦ୍ଧ କଲେଜ ଫ୍ୟାଶନ ଛାତ୍ରୀଛାତ୍ରଙ୍କ ଉଦ୍ୟମ ପ୍ରଶଂସନୀୟ।…

ପୁରସ୍କାର ପସରା

ବୁଲାବିକାଳି ତା’ ପସରା ଧରି ନିତିଦିନିଆ ବେପାର କରେ ଗାଁ ଗାଁ ବୁଲି। ଯାହା ବିକ୍ରିବଟା ହୁଏ, ସେଥିରେ ଚଳେ। ପରିବାର ସଦସ୍ୟଙ୍କ ପେଟ ପୋଷେ। ବୁଲାବିକାଳିର…

ଆମେରିକା ଗସ୍ତ କରିବେ ସି ଜିନପିଙ୍ଗ, ଚାଇନା ସମ୍ପର୍କରେ ଟ୍ରମ୍ପ କାହିଁକି ନିଜ ନିଷ୍ପତ୍ତି ବଦଳାଇଲେ? ଜାଣନ୍ତୁ…

ଓ୍ବାଶିଂଟନ,୨୧।୯: ଏପରି ଏକ ସମୟ ଥିଲା ଯେତେବେଳେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚାଇନା ନାମ ନ ନେଇ ଆମେରିକୀୟ ଅର୍ଥନୀତି ଉପରେ ଆଲୋଚନା କରୁ ନଥିଲେ।…

ନିଃସନ୍ତାନ କର ଭଗବାନ

ମୋଟେ ସହଜ ନୁହେଁ ଭଗବାନଙ୍କୁ ଏମିତି ବର ମାଗିବା! ଶିଶୁ ସନ୍ତାନର ଓଠରୁ ଝରି ପଡୁଥିବା ‘ବାପା’ ଡାକ ଶୁଣିବାରେ ପିତୃତ୍ୱ ଯେମିତି ଅନିର୍ବଚନୀୟ ଉଲ୍ଲାସରେ ଜଡ଼ସଡ଼…

ଭାରତ ମହାସାଗରରେ ବଡ଼ ବିସ୍ଫୋରଣ ଘଟାଇବ ଇରାନ; ଟ୍ରମ୍ପଙ୍କୁ ଦେଲା ଖୋଲା ଚେତାବନୀ!

ତେହରାନ,୨୧।୯: ଅନେକ ମାସ ବିତିଯାଇଥିଲେ ମଧ୍ୟ ଆମେରିକା ଏବଂ ଇରାନ ମଧ୍ୟରେ ଥିବା ବିବାଦ ସମ୍ପୂର୍ଣ୍ଣ ଭାବେ ଶେଷ ହୋଇନାହିଁ। ଏହି ପରିପ୍ରେକ୍ଷୀରେ, ଇରାନ ଏକ ଚେତାବନୀ…

ଟେନସନ ବଢାଇଲେଣି ଅଭିଜିତ ଦୀପକେ, ଜାଣନ୍ତୁ ଏଥର କାହାର ଇସ୍ତଫା ଦାବି କରୁଛନ୍ତି

ନୂଆଦିଲ୍ଲୀ,୨୧।୯: ‘କକରୋଚ ଜନତା ପାର୍ଟି’(CJP)ର ପ୍ରତିଷ୍ଠାତା ଅଭିଜିତ ଦୀପକେ, ଛାତ୍ରୀଛାତ୍ରଙ୍କ ବିକ୍ଷୋଭ ପରେ ମହାରାଷ୍ଟ୍ର ପବ୍ଲିକ ସର୍ଭିସ କମିଶନ (MPSC) ଅଧିକାରୀଙ୍କ ଇସ୍ତଫା ଦାବି କରିଛନ୍ତି। ଯଦି…

ସକାଳୁ ସକାଳୁ ଦୁର୍ଘଟଣା: ରାସ୍ତାରେ ଚାଲିଚାଲି ଯାଉଥିବାବେଳେ ଧକ୍କାଦେଲା ଅଜଣା ଗାଡ଼ି, ଚାଲିଗଲା ଅକ୍ଷୟଙ୍କ ଜୀବନ

ପରଜଙ୍ଗ,୨୧ା୯(ନିଗମାନନ୍ଦ ଦଳବେହେରା): ସକାଳୁ ସକାଳୁ ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଅନ୍ତର୍ଗତ ୫୩ ନଂ ଜାତୀୟ ରାଜପଥରେ ଘଟିଛି ଦୁର୍ଘଟଣା। ଆଦର୍ଶ ବିଦ୍ୟାଳୟଠାରୁ ଅଳ୍ପ ଦୂରରେ ସୋମବାର…

ଏସିଆନ ଗେମ୍ସର ଓପନିଂ ମ୍ୟାଚ୍‌ରେ ଭାରତର ବଡ଼ ବିଜୟ

କାକାମିଗାହାରା,୨୦ା୯: ଏସିଆନ ଗେମ୍ସ ପୁରୁଷ ହକି ପୁଲ୍‌ ‘ଏ’ର ଓପନିଂ ମ୍ୟାଚରେ ଭାରତ ୧୩-୧ ଗୋଲ୍‌ରେ ଇଣ୍ଡୋନେସିଆକୁ ହରାଇ ଦେଇଛି। ଷ୍ଟ୍ରାଇକର ଦିଲ୍‌ପ୍ରୀତ ସିଂ ଏକାକି ୪ଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?