ବେସାହାରା ବାର୍ଦ୍ଧକ୍ୟ

ଜଣେ ଭାରତୀୟ ପ୍ରଶାସନିକ ସେବାର ଉଚ୍ଚପଦସ୍ଥ କର୍ମଚାରୀ ଯାହାଙ୍କର ଶହୀଦ ନଗରରେ ତିନିତାଲା ବିଶିଷ୍ଟ ପ୍ରାସାଦ। ଯଥେଷ୍ଟ ବ୍ୟାଙ୍କ ବାଲାନ୍ସ ଓ ମାସିକ ପେନ୍‌ସନ ୮୦ ହଜାରରୁ ଊର୍ଦ୍ଧ୍ୱ ସେ ଯେ ଘୋର ସନ୍ତାପ ମଧ୍ୟରେ ନିଜର ପତ୍ନୀଙ୍କ ସହିତ ବେସାହାରା ଜୀବନ ବିତାଉଛନ୍ତି। ଦୁଇ ପୁଅ ବିଦେଶରେ । ଅଭାବ ନ ଥିବା ମା’ବାପା ପୁଅବୋହୂ, ନାତିନାତୁଣୀଙ୍କ ସହିତ ଫୋନରେ ଦି’ପଦ କଥା ହୋଇ ନ ପାରି ଘୋର ମନସ୍ତାପରେ ଜୀବନ କାଟୁଛନ୍ତି। ଏହି ପରିପ୍ରେକ୍ଷୀରେ ଚିନ୍ତା କରାଯାଇପାରେ ନିର୍ଦ୍ଧନ ବାର୍ଦ୍ଧକ୍ୟ କେତେ ଯନ୍ତ୍ରଣାଦାୟକ।
ଭାରତରେ ବରିଷ୍ଠ ନାଗରିକଙ୍କ ସଂଖ୍ୟା ଯେଉଁମାନଙ୍କ ବୟସ ୬୦ ବର୍ଷରୁ ଅଧିକ ପ୍ରାୟ ୧୦୪ ନିୟୁତ ଅର୍ଥାତ୍‌ ୧୦ କୋଟିରୁ ଅଧିକ। ବିଶ୍ୱର ମୋଟ ବୃଦ୍ଧ ସଂଖ୍ୟାର ୮.୬ ପ୍ରତିଶତ ଏମାନଙ୍କ ମଧ୍ୟରୁ ୬ ଲକ୍ଷ ଶତାୟୁ। ଭାରତରେ ହାରାହାରି ପରମାୟୁ ୬୯ ବର୍ଷରେ ପହଞ୍ଚିବା ବେଳେ ଓ ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦିଆଯିବାରୁ ବୃଦ୍ଧବୃଦ୍ଧାଙ୍କ ସଂଖ୍ୟା ବୃଦ୍ଧିପାଉଛି। ୨୦୩୦ ସୁଦ୍ଧା ଏହି ସଂଖ୍ୟା ୫୬ ନିୟୁତ ବଢ଼ିଯିବ। ବୃଦ୍ଧ ଜନସଂଖ୍ୟାର ୪୭ ଭାଗ ପୁରୁଷ ଓ ୫୩ ଭାଗ ମହିଳା ।
ଯେଉଁମାନେ ବୟସର ଅପରାହ୍ନରେ ଉପନୀତ ସେମାନେ ଯନ୍ତ୍ରଣା, ଗାଳି, ଅପମାନ, ସ୍ବାସ୍ଥ୍ୟ ସେବାରେ ତଥା ଦୁଇଓଳି ଦୁଇମୁଠା ଖାଇବାକୁ ନ ପାଇବା, ଭିକ୍ଷାବୃତ୍ତି କରିବା ଏପରି କି ଆତ୍ମହତ୍ୟା ପରି କରୁଣ ପରିଣତି ଦେଖିବାକୁ ମିଳୁଛି। ସମସ୍ତ ପୁଅ ବୋହୂ ଏମିତି ନୁହନ୍ତି, ଅଭାବ ଘରେ ବି ସେମାନେ ନିଜେ ନ ଖାଇ ମା’ବାପାଙ୍କୁ ଦିଅନ୍ତି, ପରନ୍ତୁ ଥିଲାବାଲା ଘରେ ମା’ବାପା ଅବହେଳିତ।
ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ପେନ୍‌ସନଭୋଗୀଙ୍କ ସଂଖ୍ୟା ୧ କୋଟିରୁ ଅଧିକ। ସରକାରୀ କର୍ମଚାରୀଙ୍କ ମାସିକ ପେନ୍‌ସନ ସର୍ବନିମ୍ନ ୯୦୦୦ରୁ ୧ ଲକ୍ଷ ୨୫ ହଜାର ଟଙ୍କା। ଅବଶିଷ୍ଟ ୮୦ ଭାଗ ବୟସ୍କଙ୍କ ସାମାଜିକ ସୁରକ୍ଷା ନାହିଁ। ଭବିଷ୍ୟନିଧି ପେନ୍‌ସନ ଭୋଗୀଙ୍କ ସଂଖ୍ୟା ୭୫ ଲକ୍ଷରୁ ଅଧିକ। ସେମାନେ ପାଆନ୍ତି ମାସକୁ ୧୦୦୦ ଟଙ୍କାରୁ ୪୦୦୦ ଟଙ୍କା। ଏହା ବ୍ୟତୀତ ଦେଶର ଯେଉଁ ବୃହତ୍‌ ବର୍ଗର ବୃଦ୍ଧବୃଦ୍ଧା ରହିଲେ ବୟସ ଅନୁସାରେ ମାସିକ ୫୦୦ରୁ ୭୫୦ ଟଙ୍କା ଭତ୍ତା ପାଉଛନ୍ତି। ଏହି ଟଙ୍କାରେ ସେମାନେ ଚଳିବା ସମ୍ଭବ କି? ଏହା ବ୍ୟତୀତ ଏମାନେ ସମସ୍ତେ ଔଷଧ ସେବନ କରନ୍ତି । ଦରଦାମ ବୃଦ୍ଧି ବେଡ଼ି ଉପରେ କୋରଡ଼ା ସାଜିଛି । ସରକାରଙ୍କଠାରୁ ଅଧିକ ପେନ୍‌ସନ ପାଉଥିବା ବୟସ୍କମାନେ ପରିବାରଠାରୁ ଅଲଗା ରହି ଏକପ୍ରକାର ନିଃସଙ୍ଗ ଜୀବନ ସାମ୍ନା କରି ନିଜକୁ ବେସାହାରା ମନେକରିବା ସ୍ବାଭାବିକ। ଯେଉଁ ବିଶାଳ ବର୍ଗ ବୟସ୍କ ନଗଣ୍ୟ ଅର୍ଥରାଶି ପାଉଛନ୍ତି ତାହା ପରିବାର ହାତକୁ ଚାଲିଯାଏ। କେତେକ ସ୍ଥାନରେ ମାସ ମାସ ବିତିଗଲେ ସୁଦ୍ଧା ପେନ୍‌ସନ ନ ପାଇବା, ସେମାନଙ୍କ ଟିପଦେଇ ଅନ୍ୟ କେହି ଟଙ୍କା ହଡ଼ପ କରିବା ଏପରି କି ଚାଲିପାରୁ ନ ଥିବା ବୃଦ୍ଧବୃଦ୍ଧା ମାଇଲ ମାଇଲ ଯାଇ ଟଙ୍କା ଆଣିବା କାହାରିକୁ ଅଛପା ନାହିଁ।
ବୃଦ୍ଧ କାଳର ସମସ୍ୟା ଅନେକ, ବାର୍ଦ୍ଧକ୍ୟ ମଣିଷର ଶକ୍ତି ହ୍ରାସ କରେ, ରୋଗ ଆଣେ ଓ ତାଙ୍କୁ ଅନ୍ୟ ଉପରେ ନିର୍ଭରଶୀଳ କରାଏ। କେତେକ କ୍ଷେତ୍ରରେ ଏହି ଲୋକମାନେ କିଛି ପାର୍ଟ ଟାଇମ କାମ କରିବା ବା ଫୁଲ୍‌ ଟାଇମ କାମ କରି କିଛି ଉପାର୍ଜନ କରିବାକୁ ଚାହୁଁଥିଲା ବେଳେ ତାହା ହୋଇପାରେ ନାହିଁ। ୨୦୨୨ ହେଲ୍ପେଜ ଇଣ୍ଡିଆର ସର୍ଭେ ରିପୋର୍ଟ ଅନୁସାରେ ୪୬ ପ୍ରତିଶତ ବରିଷ୍ଠ ନାଗରିକ କାମ କରି ଅର୍ଥ ରୋଜଗାର କରିବାକୁ ରାଜି।
ଯେଉଁ ଦେଶରେ ଲକ୍ଷ ଲକ୍ଷ ଯୁବକଯୁବତୀ ବେକାରି ଜୀବନ ବିତାଉଛନ୍ତି, ଏମାନଙ୍କ କଥା ପଚାରେ କିଏ?
ସମ୍ବିଧାନରେ ବରିଷ୍ଠ ନାଗରିଙ୍କ ସୁରକ୍ଷା ଓ ସେବା ସହ ଯତ୍ନ ଆଦିର ବ୍ୟବସ୍ଥା କଥା ଉଲ୍ଲେଖ ରହିଛି। ସେଥିପାଇଁ ରାଷ୍ଟ୍ର ଉପରେ ଦାୟିତ୍ୱ ନ୍ୟସ୍ତ ହୋଇଛି।
ଆହୁରି ମଧ୍ୟ ବୁଢ଼ା ବୟସରେ ମା’ବାପାଙ୍କର ଦେଖାଶୁଣା କରିବା ବାଧ୍ୟତାମୂଳକ ବୋଲି ସର୍ବୋଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଛନ୍ତି। ଏହା କେବଳ ଧର୍ମକୁ ଆଖିଠାର ଭଳି। ଯେଉଁ ମା’ବାପା ସ୍ନେହ ମମତା ଦେଇ ନିଜ ରକ୍ତର ମଙ୍ଗଳ କାମନା କରିଆସନ୍ତି ସେମାନେ ଅଦାଲତକୁ ଯିବା ଅପେକ୍ଷା ମୃତ୍ୟୁକୁ ଶ୍ରେଷ୍ଠ ମଣିଥାନ୍ତି। ପ୍ରତ୍ୟେକ ବର୍ଗର ଲୋକ ଧନୀଠାରୁ ଗରିବ ପରିବାର ପର୍ଯ୍ୟନ୍ତ ବୃଦ୍ଧ ମାତାପିତାଙ୍କୁ ଅଣଦେଖା କରିବା ପାଶ୍ଚାତ୍ୟ ସଭ୍ୟତାର ପ୍ରତିଫଳନ। ବୃଦ୍ଧ ଅବସ୍ଥାରେ ସେମାନଙ୍କର ଶିଶୁସୁଲଭ ଗୁଣ ପରିପ୍ରକାଶ ହୁଏ ଯାହାକୁ ଆମେ ‘ବାଳଭୋଳ’ ବୋଲି କହିଥାଉ। ସେମାନଙ୍କ କଥାକୁ ନ ମାନି ନମ୍ରତାର ସହିତ ଶୁଣିଯିବା ଉଚିତ ଏବଂ ଯାହାର ସାମାଜିକ ସମ୍ପର୍କ ଯେତେ ସୁଦୃଢ଼ ସେମାନେ ବୃଦ୍ଧକାଳରେ ସେତେ ଚାପମୁକ୍ତ। ଯେଉଁ ଦାୟାଦମାନେ ଏମାନଙ୍କୁ ପଚାରିବେ ନାହିଁ, ସେଥିପାଇଁ ସରକାର, ସ୍ବେଚ୍ଛାସେବୀ ସଂଗଠନମାନେ ହାତ ବଢ଼ାଇ ଦିଅନ୍ତି। ଆଗକୁ ଏହି ସମସ୍ୟା ଆହୁରି ଉତ୍କଟ ହେବ। ତେଣୁ ଏମାନଙ୍କ ଅନ୍ତିମ ଜୀବନ ଭଲରେ କଟିବା ପାଇଁ ଅଧିକ ଜରାଶ୍ରମ ନିର୍ମାଣ କରି ଏହି ବେସାହାରାମାନଙ୍କୁୁ ଥଇଥାନ କଲେ ସମସ୍ୟାର ସମାଧାନ ହୋଇପାରିବ।

  • ଅଭିମନ୍ୟୁ ଧଳ
    ଓସଂଗରା, ପଟ୍ଟାମୁଣ୍ଡାଇ, କେନ୍ଦ୍ରାପଡ଼ା
    ମୋ : ୯୮୬୧୦୪୮୦୫୨

Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ବର୍ଜ୍ୟ ପରିଚାଳନାରେ ବେଙ୍ଗାଲୁରୁର ବ୍ରିଗେଡ ମିଡୋଜ କଲୋନି ଏକ ଉଦାହରଣ ସୃଷ୍ଟି କରିଛି। ଏହି କଲୋନିର ଆପାର୍ଟମେଣ୍ଟଗୁଡ଼ିକରେ ପାଖାପାଖି ୭,୦୦୦ ପରିବାର ରହୁଛନ୍ତି। ସେମାନେ ଏକ ସୋସାଇଟି…

ଚାଲ ଦୁଷ୍ଟାମି କରିବା

ପିଲା ଜନ୍ମ ହେଲା। ଘରେ ମିଠା ବଣ୍ଟାଗଲା। ଫୋନ୍‌ରେ ଫଟୋ ଉଠିଲା। ସୋସିଆଲ ମିଡିଆରେ ପୋଷ୍ଟହେଲା ‘ଆମ ଘରକୁ ନୂଆ ଅତିଥି ଆସିଲା।’କେହି କହିଲେ ‘ଲକ୍ଷ୍ମୀ ଆସିଛି।’…

ଶାସକ, ଶାସନ ଓ ସଭ୍ୟତା

ତ କିଛି ବର୍ଷ ପୂର୍ବେ ‘ମୋଗଲ ତାମସା’ର ଏକ ମଞ୍ଚାଭିନୟ ଦେଖିବାର ସୁଯୋଗ ପାଇଥିଲି, ଯାହାକୁ ପରିଚାଳନା କରୁଥିଲେ ଭଦ୍ରକର ବାଦଲ ସିକଦାର। ନୃତ୍ୟ ଓ ଅଭିନୟର…

ବିଚାରପତି ଭଗବାନ୍‌ ନୁହନ୍ତି

ସାଧାରଣରେ ଲୋକେ କହିଥାଆନ୍ତି, ବିଚାର କୋର୍ଟରେ ହେବ। ଅର୍ଥାତ୍‌ କୌଣସି ବିବାଦ ଦେଖାଦେଲେ ଅଦାଲତ ଉପରେ ଜନସାଧାରଣଙ୍କ ଭରସା ଥିଲା। ଏବେ ଏକ ଭିନ୍ନ ଚିତ୍ର ଦେଖିବାକୁ…

କଠିନ ପଥ

ଏବେ ଦେଶ ସମ୍ମୁଖରେ କ’ଣ ସମସ୍ୟା ଅଛି, ସ୍ୱାଧୀନତାର ମୌଳିକ ଲକ୍ଷ୍ୟ ପୂରଣ ହୋଇଛି କି ନା ତାହା ଆଲୋଚନା ହେବା ଉଚିତ। ରାଜନୈତିକ ସ୍ୱାଧୀନତା ସତରେ…

ଧର୍ମାନ୍ତରୀକରଣ

ଚଳିତ ସପ୍ତାହରେ ପ୍ରକାଶ ପାଇଥିବା ଏକ ଖବରର ଶୀର୍ଷକ ହେଉଛି ‘ଧର୍ମାନ୍ତରୀକରଣ ଆଇନ ଏପର୍ଯ୍ୟନ୍ତ ଲାଗୁ ହୋଇ ନ ଥିବା ଜାଣିବା ପରେ ପୁଣେ ପୋଲିସ ସେହି…

ପବିତ୍ର ବନ

ବନ ସଂରକ୍ଷଣ ୨ପ୍ରକାର ପଦ୍ଧତିରେ କରାଯାଇଥାଏ। ପ୍ରଥମରେ ‘ଇନ୍‌ ସିଟୁ’ ଏବଂ ୨ୟରେ ‘ଏକ୍‌ସ ସିଟୁ’ ସଂରକ୍ଷଣ। କିନ୍ତୁ ଜଙ୍ଗଲକୁ ତା’ର ପ୍ରାକୃତିକ ସ୍ଥିତିରେ ସଂରକ୍ଷିତ ବା…

ସ୍ବାଗତଯୋଗ୍ୟ ସମୀକ୍ଷା

ଓଡ଼ିଶାର ପରବର୍ତ୍ତୀ ପୋଲିସ ମହାନିର୍ଦ୍ଦେଶକ(ଡିଜିପି) ନିଯୁକ୍ତିକୁ ନେଇ ବିବାଦ ଲାଗିରହିଛି। ପ୍ରକୃତରେ ସଞ୍ଜୀବ ପଣ୍ଡା କିମ୍ବା ଏହି ଦୌଡ଼ରେ ଥିବା ଅନ୍ୟ ଅଧିକାରୀମାନଙ୍କୁ ନେଇ ଏହା ହୋଇନାହିଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri