ବେସାହାରା ବାର୍ଦ୍ଧକ୍ୟ

ଜଣେ ଭାରତୀୟ ପ୍ରଶାସନିକ ସେବାର ଉଚ୍ଚପଦସ୍ଥ କର୍ମଚାରୀ ଯାହାଙ୍କର ଶହୀଦ ନଗରରେ ତିନିତାଲା ବିଶିଷ୍ଟ ପ୍ରାସାଦ। ଯଥେଷ୍ଟ ବ୍ୟାଙ୍କ ବାଲାନ୍ସ ଓ ମାସିକ ପେନ୍‌ସନ ୮୦ ହଜାରରୁ ଊର୍ଦ୍ଧ୍ୱ ସେ ଯେ ଘୋର ସନ୍ତାପ ମଧ୍ୟରେ ନିଜର ପତ୍ନୀଙ୍କ ସହିତ ବେସାହାରା ଜୀବନ ବିତାଉଛନ୍ତି। ଦୁଇ ପୁଅ ବିଦେଶରେ । ଅଭାବ ନ ଥିବା ମା’ବାପା ପୁଅବୋହୂ, ନାତିନାତୁଣୀଙ୍କ ସହିତ ଫୋନରେ ଦି’ପଦ କଥା ହୋଇ ନ ପାରି ଘୋର ମନସ୍ତାପରେ ଜୀବନ କାଟୁଛନ୍ତି। ଏହି ପରିପ୍ରେକ୍ଷୀରେ ଚିନ୍ତା କରାଯାଇପାରେ ନିର୍ଦ୍ଧନ ବାର୍ଦ୍ଧକ୍ୟ କେତେ ଯନ୍ତ୍ରଣାଦାୟକ।
ଭାରତରେ ବରିଷ୍ଠ ନାଗରିକଙ୍କ ସଂଖ୍ୟା ଯେଉଁମାନଙ୍କ ବୟସ ୬୦ ବର୍ଷରୁ ଅଧିକ ପ୍ରାୟ ୧୦୪ ନିୟୁତ ଅର୍ଥାତ୍‌ ୧୦ କୋଟିରୁ ଅଧିକ। ବିଶ୍ୱର ମୋଟ ବୃଦ୍ଧ ସଂଖ୍ୟାର ୮.୬ ପ୍ରତିଶତ ଏମାନଙ୍କ ମଧ୍ୟରୁ ୬ ଲକ୍ଷ ଶତାୟୁ। ଭାରତରେ ହାରାହାରି ପରମାୟୁ ୬୯ ବର୍ଷରେ ପହଞ୍ଚିବା ବେଳେ ଓ ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦିଆଯିବାରୁ ବୃଦ୍ଧବୃଦ୍ଧାଙ୍କ ସଂଖ୍ୟା ବୃଦ୍ଧିପାଉଛି। ୨୦୩୦ ସୁଦ୍ଧା ଏହି ସଂଖ୍ୟା ୫୬ ନିୟୁତ ବଢ଼ିଯିବ। ବୃଦ୍ଧ ଜନସଂଖ୍ୟାର ୪୭ ଭାଗ ପୁରୁଷ ଓ ୫୩ ଭାଗ ମହିଳା ।
ଯେଉଁମାନେ ବୟସର ଅପରାହ୍ନରେ ଉପନୀତ ସେମାନେ ଯନ୍ତ୍ରଣା, ଗାଳି, ଅପମାନ, ସ୍ବାସ୍ଥ୍ୟ ସେବାରେ ତଥା ଦୁଇଓଳି ଦୁଇମୁଠା ଖାଇବାକୁ ନ ପାଇବା, ଭିକ୍ଷାବୃତ୍ତି କରିବା ଏପରି କି ଆତ୍ମହତ୍ୟା ପରି କରୁଣ ପରିଣତି ଦେଖିବାକୁ ମିଳୁଛି। ସମସ୍ତ ପୁଅ ବୋହୂ ଏମିତି ନୁହନ୍ତି, ଅଭାବ ଘରେ ବି ସେମାନେ ନିଜେ ନ ଖାଇ ମା’ବାପାଙ୍କୁ ଦିଅନ୍ତି, ପରନ୍ତୁ ଥିଲାବାଲା ଘରେ ମା’ବାପା ଅବହେଳିତ।
ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ପେନ୍‌ସନଭୋଗୀଙ୍କ ସଂଖ୍ୟା ୧ କୋଟିରୁ ଅଧିକ। ସରକାରୀ କର୍ମଚାରୀଙ୍କ ମାସିକ ପେନ୍‌ସନ ସର୍ବନିମ୍ନ ୯୦୦୦ରୁ ୧ ଲକ୍ଷ ୨୫ ହଜାର ଟଙ୍କା। ଅବଶିଷ୍ଟ ୮୦ ଭାଗ ବୟସ୍କଙ୍କ ସାମାଜିକ ସୁରକ୍ଷା ନାହିଁ। ଭବିଷ୍ୟନିଧି ପେନ୍‌ସନ ଭୋଗୀଙ୍କ ସଂଖ୍ୟା ୭୫ ଲକ୍ଷରୁ ଅଧିକ। ସେମାନେ ପାଆନ୍ତି ମାସକୁ ୧୦୦୦ ଟଙ୍କାରୁ ୪୦୦୦ ଟଙ୍କା। ଏହା ବ୍ୟତୀତ ଦେଶର ଯେଉଁ ବୃହତ୍‌ ବର୍ଗର ବୃଦ୍ଧବୃଦ୍ଧା ରହିଲେ ବୟସ ଅନୁସାରେ ମାସିକ ୫୦୦ରୁ ୭୫୦ ଟଙ୍କା ଭତ୍ତା ପାଉଛନ୍ତି। ଏହି ଟଙ୍କାରେ ସେମାନେ ଚଳିବା ସମ୍ଭବ କି? ଏହା ବ୍ୟତୀତ ଏମାନେ ସମସ୍ତେ ଔଷଧ ସେବନ କରନ୍ତି । ଦରଦାମ ବୃଦ୍ଧି ବେଡ଼ି ଉପରେ କୋରଡ଼ା ସାଜିଛି । ସରକାରଙ୍କଠାରୁ ଅଧିକ ପେନ୍‌ସନ ପାଉଥିବା ବୟସ୍କମାନେ ପରିବାରଠାରୁ ଅଲଗା ରହି ଏକପ୍ରକାର ନିଃସଙ୍ଗ ଜୀବନ ସାମ୍ନା କରି ନିଜକୁ ବେସାହାରା ମନେକରିବା ସ୍ବାଭାବିକ। ଯେଉଁ ବିଶାଳ ବର୍ଗ ବୟସ୍କ ନଗଣ୍ୟ ଅର୍ଥରାଶି ପାଉଛନ୍ତି ତାହା ପରିବାର ହାତକୁ ଚାଲିଯାଏ। କେତେକ ସ୍ଥାନରେ ମାସ ମାସ ବିତିଗଲେ ସୁଦ୍ଧା ପେନ୍‌ସନ ନ ପାଇବା, ସେମାନଙ୍କ ଟିପଦେଇ ଅନ୍ୟ କେହି ଟଙ୍କା ହଡ଼ପ କରିବା ଏପରି କି ଚାଲିପାରୁ ନ ଥିବା ବୃଦ୍ଧବୃଦ୍ଧା ମାଇଲ ମାଇଲ ଯାଇ ଟଙ୍କା ଆଣିବା କାହାରିକୁ ଅଛପା ନାହିଁ।
ବୃଦ୍ଧ କାଳର ସମସ୍ୟା ଅନେକ, ବାର୍ଦ୍ଧକ୍ୟ ମଣିଷର ଶକ୍ତି ହ୍ରାସ କରେ, ରୋଗ ଆଣେ ଓ ତାଙ୍କୁ ଅନ୍ୟ ଉପରେ ନିର୍ଭରଶୀଳ କରାଏ। କେତେକ କ୍ଷେତ୍ରରେ ଏହି ଲୋକମାନେ କିଛି ପାର୍ଟ ଟାଇମ କାମ କରିବା ବା ଫୁଲ୍‌ ଟାଇମ କାମ କରି କିଛି ଉପାର୍ଜନ କରିବାକୁ ଚାହୁଁଥିଲା ବେଳେ ତାହା ହୋଇପାରେ ନାହିଁ। ୨୦୨୨ ହେଲ୍ପେଜ ଇଣ୍ଡିଆର ସର୍ଭେ ରିପୋର୍ଟ ଅନୁସାରେ ୪୬ ପ୍ରତିଶତ ବରିଷ୍ଠ ନାଗରିକ କାମ କରି ଅର୍ଥ ରୋଜଗାର କରିବାକୁ ରାଜି।
ଯେଉଁ ଦେଶରେ ଲକ୍ଷ ଲକ୍ଷ ଯୁବକଯୁବତୀ ବେକାରି ଜୀବନ ବିତାଉଛନ୍ତି, ଏମାନଙ୍କ କଥା ପଚାରେ କିଏ?
ସମ୍ବିଧାନରେ ବରିଷ୍ଠ ନାଗରିଙ୍କ ସୁରକ୍ଷା ଓ ସେବା ସହ ଯତ୍ନ ଆଦିର ବ୍ୟବସ୍ଥା କଥା ଉଲ୍ଲେଖ ରହିଛି। ସେଥିପାଇଁ ରାଷ୍ଟ୍ର ଉପରେ ଦାୟିତ୍ୱ ନ୍ୟସ୍ତ ହୋଇଛି।
ଆହୁରି ମଧ୍ୟ ବୁଢ଼ା ବୟସରେ ମା’ବାପାଙ୍କର ଦେଖାଶୁଣା କରିବା ବାଧ୍ୟତାମୂଳକ ବୋଲି ସର୍ବୋଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଛନ୍ତି। ଏହା କେବଳ ଧର୍ମକୁ ଆଖିଠାର ଭଳି। ଯେଉଁ ମା’ବାପା ସ୍ନେହ ମମତା ଦେଇ ନିଜ ରକ୍ତର ମଙ୍ଗଳ କାମନା କରିଆସନ୍ତି ସେମାନେ ଅଦାଲତକୁ ଯିବା ଅପେକ୍ଷା ମୃତ୍ୟୁକୁ ଶ୍ରେଷ୍ଠ ମଣିଥାନ୍ତି। ପ୍ରତ୍ୟେକ ବର୍ଗର ଲୋକ ଧନୀଠାରୁ ଗରିବ ପରିବାର ପର୍ଯ୍ୟନ୍ତ ବୃଦ୍ଧ ମାତାପିତାଙ୍କୁ ଅଣଦେଖା କରିବା ପାଶ୍ଚାତ୍ୟ ସଭ୍ୟତାର ପ୍ରତିଫଳନ। ବୃଦ୍ଧ ଅବସ୍ଥାରେ ସେମାନଙ୍କର ଶିଶୁସୁଲଭ ଗୁଣ ପରିପ୍ରକାଶ ହୁଏ ଯାହାକୁ ଆମେ ‘ବାଳଭୋଳ’ ବୋଲି କହିଥାଉ। ସେମାନଙ୍କ କଥାକୁ ନ ମାନି ନମ୍ରତାର ସହିତ ଶୁଣିଯିବା ଉଚିତ ଏବଂ ଯାହାର ସାମାଜିକ ସମ୍ପର୍କ ଯେତେ ସୁଦୃଢ଼ ସେମାନେ ବୃଦ୍ଧକାଳରେ ସେତେ ଚାପମୁକ୍ତ। ଯେଉଁ ଦାୟାଦମାନେ ଏମାନଙ୍କୁ ପଚାରିବେ ନାହିଁ, ସେଥିପାଇଁ ସରକାର, ସ୍ବେଚ୍ଛାସେବୀ ସଂଗଠନମାନେ ହାତ ବଢ଼ାଇ ଦିଅନ୍ତି। ଆଗକୁ ଏହି ସମସ୍ୟା ଆହୁରି ଉତ୍କଟ ହେବ। ତେଣୁ ଏମାନଙ୍କ ଅନ୍ତିମ ଜୀବନ ଭଲରେ କଟିବା ପାଇଁ ଅଧିକ ଜରାଶ୍ରମ ନିର୍ମାଣ କରି ଏହି ବେସାହାରାମାନଙ୍କୁୁ ଥଇଥାନ କଲେ ସମସ୍ୟାର ସମାଧାନ ହୋଇପାରିବ।

  • ଅଭିମନ୍ୟୁ ଧଳ
    ଓସଂଗରା, ପଟ୍ଟାମୁଣ୍ଡାଇ, କେନ୍ଦ୍ରାପଡ଼ା
    ମୋ : ୯୮୬୧୦୪୮୦୫୨

Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ବ୍ରିହନମୁମ୍ବାଇ ମ୍ୟୁନିସିପାଲ କର୍ପୋରେଶନ (ବିଏମ୍‌ସି) ଦ୍ୱାରା ପ୍ରସାଦରୁ ପାଓ୍ବାର ଉତ୍ପାଦନ କରାଯାଇଛି । ଲାଲବାଗ୍‌ଚା ବାଗ୍‌ରେ ବିଭିନ୍ନ ଗଣେଶ ପୂଜା ମଣ୍ଡପରେ ବର୍ଜ୍ୟ ଭାବେ ୩୦ ଟନ…

ଓଡ଼ିଶା ନିନ୍ଦିତ ନ ହେଉ

ଅତୀତରେ କଳିଙ୍ଗ ନିଜର ସାହସ ଓ ସମୃଦ୍ଧି ପାଇଁ ସମଗ୍ର ବିଶ୍ୱରେ ପରିଚିତ ଥିଲା। ସେଥିପାଇଁ ମୌର୍ଯ୍ୟ ସମ୍ରାଟ୍‌ ସମେତ ଅନେକ ରାଜ୍ୟ କଳିଙ୍ଗ ଜୟ କରିବାର…

ରାଜନୈତିକ ଦୁର୍ବଳତାର ସଂଜ୍ଞା

୧୩୧ତମ ସମ୍ବିଧାନ ସଂଶୋଧନ ବିଲ୍‌- ୨୦୨୬ ଗତ ଏପ୍ରିଲ ମାସରେ ଲୋକ ସଭାରେ କାଟ ଖାଇଛି। କାରଣ ଏହି ବିଲ୍‌ ପାଇଁ ଆବଶ୍ୟକ ଦୁଇ ତୃତୀୟାଂଶ ସମର୍ଥନ…

୨୦୨୪ର ବ୍ୟସ୍ତତା

ରାମ ମନ୍ଦିର ଯେଉଁଠି ତିଆରି ହେଲା-ଅଯୋଧ୍ୟା-ସେଠାରେ ଭାଜପାର ପରାଜୟ ୨୦୨୪ରେ ଦଳର ନେତାମାନଙ୍କୁ ଭୟଭୀତ କରାଇ ଦେଇଥିଲା ବୋଲି ଏବେ ବୁଝାପଡୁଛି। ନିର୍ବାଚନ ଫଳାଫଳ ପ୍ରକାଶ ପାଇବା…

ଏଇ ଭାରତରେ

ବିନୟ ଦାସ ଦିଲ୍ଲୀର ଓ୍ବାଜିରପୁରରେ ରହୁଥିବା ପ୍ରବାସୀ ଶ୍ରମିକଙ୍କ ପିଲାଙ୍କୁ ମାଗଣାରେ ପଢ଼ାଉଛନ୍ତି। ସେ ୨୦୧୩ରେ ପ୍ରଥମେ ତାଙ୍କ ପଡ଼ିଶା ଘର ପିଲାଙ୍କୁ ପଢ଼ାଇବା ଆରମ୍ଭ କରିଥିଲେ।…

ସୈନିକଙ୍କୁ ଟେଷ୍ଟୋଷ୍ଟେରୋନ୍‌ ଚିକିତ୍ସା

ଦୀର୍ଘଦିନ ହେଲା ଚାଲିଆସିଛି ଆମେରିକା-ଇରାନ ଯୁଦ୍ଧ। ଏଥିପାଇଁ ବିଦେଶ ଭୂଇଁରେ ଥିବା ଆମେରିକୀୟ ସୈନ୍ୟମାନଙ୍କ ମଧ୍ୟରୁ ଅନେକଙ୍କଠାରେ ସୃଷ୍ଟି ହେଉଛି ମାନସିକ ଚାପ। ଏକଥା ଅନୁଭବ କରି…

ଛାତ୍ର ଆନ୍ଦୋଳନ ଓ ପୋଲିସ କାର୍ଯ୍ୟାନୁଷ୍ଠାନ

ସ୍ବାଧୀନତା ପରେ ବିଭିନ୍ନ ସ୍ଥାନୀୟ ଓ ଜାତୀୟ ସମସ୍ୟା ପାଇଁ ଛାତ୍ରମାନେ ଅଣ୍ଟା ଭିଡ଼ିଛନ୍ତି ଏବଂ ପୋଲିସ କାର୍ଯ୍ୟାନୁଷ୍ଠାନର ଶିକାର ହୋଇଛନ୍ତି। ୧୯୬୩ ମସିହାରେ ତତ୍କାଳୀନ କେନ୍ଦ୍ର…

ଦୋମୁହାଁ ଟ୍ରମ୍ପ

ଡୋନାଲ୍ଡ ଟ୍ରମ୍ପ୍‌ ଦ୍ୱିତୀୟ ଥର ପାଇଁ ଆମେରିକା ରାଷ୍ଟ୍ରପତି ହେବା ପରେ ନେଉଥିବା ନିଷ୍ପତ୍ତି ଆମେରିକା ସମେତ ବିଶ୍ୱକୁ ବାରମ୍ବାର ଅସୁବିଧାରେ ପକାଇ ଚାଲିଛି। ଅନ୍ତର୍ଜାତୀୟ ଅର୍ଥନୈତିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?