ଅସହାୟ ମଣିଷ

ଏଲିଜାବେଥ ଗିଲବର୍ଟ ଆମେରିକାର ଜଣେ ଔପନାସିକ, ସ୍ତମ୍ଭକାର ଓ ଅଭିନେତ୍ରୀ, ଯିଏ ଅନେକ ପୁସ୍ତକ ରଚନା କରିଛନ୍ତି। ତାଙ୍କ ରଚିତ Eat, pray, Love ଅର୍ଥାତ ଖାଅ, ପ୍ରାର୍ଥନା କର ଓ ଭଲପାଅ ଗ୍ରନ୍ଥଟି ସେଦିନ ଲକ୍ଷ ଲକ୍ଷ ସଂଖ୍ୟାରେ ବିକ୍ରିହୋଇ ଲୋକପ୍ରିୟତl ହାସଲ କରିଥିଲା। ପ୍ରେମକୁ ନେଇ ସେ ତାଙ୍କ ଜୀବନର ଅନେକ ଘଟଣା ଏଥିରେ ବର୍ଣ୍ଣନା କରିଥିଲେ। ଗୋଟିଏ କଥା ଆଶ୍ଚର୍ଯ୍ୟ ଲାଗେ ଯେ ଆଜିର ମଣିଷ ପକ୍ଷୀ ପରି ଆକାଶରେ ଉଡିପାରୁଛି, ମୋବାଇଲ ଧରି ସମଗ୍ର ବିଶ୍ବକୁ ଦେଖୁଛି ଏବଂ ସୁସମ୍ପର୍କ ମଧ୍ୟ ରଖିପାରୁଛି ଅଥଚ ମଣିଷ ଭଳି ମଣିଷ ମେଳରେ ରହିବା ଶିଖିପାରୁନି। ସବୁଠୁ ଅଧିକ ଆଶ୍ଚର୍ଯ୍ୟର କଥା ହେଉଛି ମଣିଷମେଳରେ ମଧ୍ୟ ମଣିଷଟିଏ ସୁରକ୍ଷିତ ନୁହେଁ। ବେଳେବେଳେ ଦେଖାଯାଉଛି ମଣିଷଟିଏ ପାଖ ମଣିଷଠାରୁ ସ୍ନେହ,ପ୍ରେମ,ଶ୍ରଦ୍ଧା, ସମ୍ମାନ ପାଇବା ପରିବର୍ତ୍ତେ ଈର୍ଷା, ଘୃଣା ଓ ନିରାଶର ଶିକାର ହୋଇ ଅସହାୟ ଅବସ୍ଥାରେ ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ଗ୍ରହଣ କରିବାକୁ ମଧ୍ୟ ଭୁଲୁନାହିଁ।
ସତ କହିବାକୁ ଗଲେ ଆଜିର ମଣିଷ ଯେତିକି ଯେତିକି ଉନ୍ନତିର ଚରମ ଶିଖରରେ ପହଞ୍ଚୁଛି ସେତିକି ସେତିକି ଦୁଃଖ ଦୁର୍ଦ୍ଦଶାକୁ ଭେଟୁଛି। ଏମିତି କୌଣସି କ୍ଷେତ୍ର ନାହିଁ ଯେଉଁ କ୍ଷେତ୍ରରେ ସେ ତା’ର ସଫଳତା ହାସଲ କରିପାରିନାହିଁ। ମଣିଷ ଯେମିତି ଗୋଟିଏ ଯନ୍ତ୍ର ପାଲଟି ଯାଇଛି କହିଲେ ଭୁଲ୍‌ ହେବନାହିଁ। ଖୁସିକୁ ଖୋଜି ଦୁଃଖ ପାଉଛି। ଖୁସିର ସଂଜ୍ଞା ତା’ର ଚେତନାରେ ଭିନ୍ନ ଏକ ରୂପ ନେଇଛି। ପ୍ରତି ମୁହୂର୍ତ୍ତରେ ପ୍ରତିଯୋଗିତା ଭିତ୍ତିରେ ଦୌଡୁଛି ଆଗକୁ। ଆଜି ଯଦିଓ ରୋଗ ପ୍ରତିଷେଧକ ଟିକା ଦ୍ୱାରା ମୃତ୍ୟୁହାର କମିଯାଇଛି, କିନ୍ତୁ ଆଉ ଗୋଟିଏ ଦିଗରେ ଆତ୍ମହତ୍ୟାଜନିତ ମୃତ୍ୟୁ ବୃଦ୍ଧି ପାଇବାରେ ଲାଗିଛି। ବିଶେଷ କରି ଯୁବ ପିଢ଼ି ଭିତରେ ପ୍ରଥମେ ପ୍ରେମ ଓ ପରେ ବିବାହ ହେଉଛି ଏବଂ ତା’ପରେ ପ୍ରତାରଣା ଓ ବିବାହ ବିଚ୍ଛେଦ ଘଟଣା ଅଧିକ ଦେଖିବାକୁ ମିଳୁଛି। ଶେଷରେ ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତିି ନେବାକୁ ସେମାନେ ପଛାଉନାହାନ୍ତି। ପ୍ରତିଦିନ ଏହିଭଳି ଅନେକ ଘଟଣା ଘଟିଯାଉଛି। ଶରୀର ଯେତିକି ରୋଗମୁକ୍ତ ହେଉଛି ଜୀବନ ଆହୁରି ସେତିକି ଦୁର୍ବିଷହ ହୋଇପଡିଛି। ନିଜକୁ ସୋସିଆଲ ମିଡ଼ିଆରେ ଯେତିକି ଖୁସିଅଛି ବୋଲି ପ୍ରଦର୍ଶନ କରୁଛି ପ୍ରକୃତରେ ସେତିକି ଖୁସି ରହିପାରୁନି। ବାହାରକୁ ଖୁସି ଦେଖାଯାଉଥିବା ମଣିଷଟି ସତରେ ଅସହାୟ ହୋଇ ମୃତ୍ୟୁ ସହ ଲଢ଼ୁଛି। ଜୀବନ ଜିଇବାର କଳାକୁ ଭୁଲିବାରେ ଲାଗିଛୁ। ଫଳରେ ଯୁବପିଢ଼ି ନୈରାଶ୍ୟରେ ପୀଡ଼ିତ। ସେ ଭୁଲିଯାଉଛି ଯେ ସଂଘର୍ଷ ହିଁ ସୁସ୍ଥ ସୁନ୍ଦର ନିରାମୟ ଜୀବନର ରହସ୍ୟ। ସଂଘର୍ଷହୀନ ଜୀବନ ମୂଲ୍ୟହୀନ । ଛୋଟ ଛୋଟ ଖୁସି ଆମକୁ ଆଉ ଆନନ୍ଦ ଦେଇପାରୁନାହିଁ। ଯାହା ମିଳିଛି ସେ ପ୍ରାପ୍ୟ ବିଷୟରେ ଆମେ ଖୁସି ନ ରହି କେତେକ ଅପ୍ରାପ୍ୟ ବସ୍ତୁ ପଛରେ ଗୋଡ଼ାଇ ଗୋଡ଼ାଇ ନିଜ ହାତମୁଠାରେ ପାଉଥିବା ଖୁସିକୁ ନଷ୍ଟ କରିଦେଉଛି।
କିଏ ଜାଣିଥିଲା ଇତିହାସରେ ବାରମ୍ବାର ଫେଲ୍‌ ହେଉଥିବା ଛାତ୍ରଟି ଦିନେ କେବଳ ଭାରତବର୍ଷରେ ନୁହେଁ ସମଗ୍ର ବିଶ୍ୱରେ ଇତିହାସ ରଚିବ ବୋଲି। ସାମାନ୍ୟ ଲୁଣମରା ଅଭିଯାନରୁ ଦେଶରେ ଏତେବଡ଼ ସ୍ବରାଜ ଆଣିପାରିବ। ଜେକେ ରୋଲିଁ କେତେ ସଂଘର୍ଷ ପରେ ହ୍ୟାରିପୋର୍ଟର ପୁସ୍ତକ ଲେଖି ରାତାରାତି ଲୋକପ୍ରିୟତା ହାସଲ କରିଥିଲେ, ଆମେରିକାର ପୂର୍ବତନ ରାଷ୍ଟ୍ରପତି ଆବ୍ରାହାମ ଲିଙ୍କନ୍‌ ବାରମ୍ବାର ପରାଜୟ ହେବା ପରେ ୧୭ଥରରେ ଆମେରିକାର ରାଷ୍ଟ୍ରପତି ହୋଇଥିଲେ। ଡ. ଏ ପି ଜେ ଅବଦୁଲ କଲାମ, ଲାଲବାହାଦୁର ଶାସ୍ତ୍ରୀ, ବିଦ୍ୟୁତ ବଲ୍‌ବ ଆବିଷ୍କାର କରିଥିବା ଥୋମାସ ଏଡିଶନ ଏମାନେ ସମସ୍ତେ ଜୀବନରେ ସଫଳତା ପାଇବା ପାଇଁ ସଂଘର୍ଷ କରିନଥିଲେ। ସାମାନ୍ୟ କୀଟ ଶଅଁବାଳୁଆଟିଏ କେତେ ସଂଘର୍ଷ ପରେ ସୁନ୍ଦର ପ୍ରଜାପତି ହୁଏ। ଆଜି ପରିବାରଗୁଡ଼ିକ ଧୀରେ ଧୀରେ ଛୋଟ ହୋଇ ସମ୍ପର୍କରେ ଫାଟ ସୃଷ୍ଟି ହେଉଛି। ପ୍ରେମର ଅର୍ଥ କ’ଣ ବୁଝିବା ପୂର୍ବରୁ ପ୍ରେମର ସଂଜ୍ଞା ତାଙ୍କ ପାଇଁ ଘୃଣା ପାଲଟି ଯାଉଛି। କେବଳ ଭୌତିକ, ଦୈହିକ ସୁଖକୁ ସେମାନେ ପ୍ରେମରେ ବୁଝୁଛନ୍ତି। କେବଳ ଶ୍ୱାସ, ପ୍ରଶ୍ୱାସ ଓ ହୃଦ୍‌କମ୍ପନକୁ ଯଦି ଜୀବନ କୁହାଯାଏ ତେବେ ଏ କେମିତିକା ଜୀବନ ଯେଉଁଠି ସ୍ନେହ ପ୍ରେମ ଶ୍ରଦ୍ଧା ଭଲପାଇବାକୁ ସହଯୋଗ ନଥାଏ।
ଆଜିର ମଣିଷ ସମାଜ ଓ ପରିବାରକୈନ୍ଦ୍ରିକ ହେବା ପରିବର୍ତ୍ତେ ବ୍ୟକ୍ତିକୈନ୍ଦ୍ରିକ ହୋଇଯାଉଛି। ସବୁଠି ଅହଙ୍କାର ଚେକା ମାଡ଼ି ବସିଛି। ସବୁକିଛି ଥାଇ ମଣିଷ ନିଃସ୍ବ, କାଙ୍ଗାଳ ହୋଇପଡ଼ିଛି। ବୌଦ୍ଧିକ ଚେତନା ହଜିଯାଉଛି। ଏଇଠି ମଦର୍‌ ଟେରେସାଙ୍କ କଥା ମନେପଡୁଛି। ସେ କହୁଥିଲେ ଯଦି ଲୋକଙ୍କ ଦୋଷ ଦୁର୍ବଳତା ଦେଖିବାରେ ତୁମେ ସମୟ ନଷ୍ଟ କରିଦେବ ତେବେ ତାଙ୍କୁ ଭଲ ପାଇବା ପାଇଁ ତୁମ ପାଖରେ ସମୟ ରହିବ ନାହିଁ। ଲର୍ଡ ଚେଷ୍ଟର ଫିଲ୍ଟ ମଧ୍ୟ କହନ୍ତି, ଅନ୍ୟକୁ ଖୁସି କରିବା ଏକ ଉପହାର ଓ ଏହା ଏକ ବିରାଟ ସାମାଜିକ ଶକ୍ତି। ଏକ ଗବେଷଣାରୁ ଲବ୍ଧ ତଥ୍ୟ ଅନୁଯାୟୀ ଅନାହାରର ମୃତ୍ୟୁସଂଖ୍ୟା ଅପେକ୍ଷା ଦାମୀ ଗରିଷ୍ଠ ଖାଦ୍ୟ ଜନିତ ଦୁରାରୋଗରେ ପୀଡ଼ିତଙ୍କ ମୁତ୍ୟୁସଂଖ୍ୟା ଅଧିକ। ତେଣୁ ଏଥିରୁ ସ୍ପଷ୍ଟ ପ୍ରମାଣିତ ଯେ,ଅର୍ଥାଭାବ କଦାପି ମାନସିକ ଅବସାଦର କାରଣ ହୋଇପାରେନା। ପ୍ରକୃତ ଭଲ ପାଇବା, ପ୍ରେମ ଓ ଶ୍ରଦ୍ଧାର ଅଭାବ ହିଁ ଯୁବପିଢ଼ି ଭିତରେ ଅବସାଦ ଜନିତ ବ୍ୟାଧି ସୃଷ୍ଟି କରି ସେମାନଙ୍କୁ ଆତ୍ମହତ୍ୟା କରିବାକୁ ପ୍ରେରିତ କରିଥାଏ। ପ୍ରେମର ପରିଭାଷା ଆଜି ପରିବର୍ତ୍ତିତ ହୋଇଛି। ପ୍ରକୃତ ପ୍ରେମ ଯେ ଭୋଗରେ ନଥାଏ ତ୍ୟାଗରେ ଥାଏ, ଏହା ସେମାନେ ଜାଣିବା ଆବଶ୍ୟକ। ପ୍ରତ୍ୟେକ ସ୍କୁଲ କଲେଜରେ ଅଭିଜ୍ଞ ମନସ୍ତତ୍ତ୍ବବିତଙ୍କ ଦ୍ୱାରା କାଉନସେଲିଂ ବ୍ୟବସ୍ଥା ରହିବା ଆବଶ୍ୟକ।
ପ୍ରେମ ସବୁଠାରୁ ଶକ୍ତିଶାଳୀ। ପ୍ରେମ ଏଭଳି ଏକ ମହୋଷଧି ଯାହା ପଶୁପକ୍ଷୀ, ବନ୍ୟଜନ୍ତୁ, ଉଦ୍ଭିଦ ଓ ପ୍ରାଣୀ ଜଗତ ସମସ୍ତଙ୍କୁ ଆୟତ୍ତ କରିନିଏ। ଏ ପୃଥିବୀର ସବୁଠୁ ବଡ଼ ଅସ୍ତ୍ର ହେଲା ପ୍ରେମ, ଯାହା ସମସ୍ୟାର ସମାଧାନ କରିଦିଏ। ସବୁ ତିକ୍ତତାକୁ ନିମିଷକରେ ମିଳାଇଦିଏ। ପ୍ରେମ ଚିର ଶାଶ୍ୱତ, ସତ୍ୟ, ଶିବ ଓ ସୁନ୍ଦର। ନିରଳସ ଶାଶ୍ୱତ ସ୍ବାର୍ଥହୀନ ପ୍ରେମ ପରମାଣୁ ବୋମାଠାରୁ ମଧ୍ୟ ଆହୁରି ଶକ୍ତିଶାଳୀ।

ମୀରା ବେଉରା
ରଘୁନାଥଜୀଉ ମହାବିଦ୍ୟାଳୟ
ଦେଉଳସlହି, ତୁଳସୀପୁର, କଟକ
ମୋ: ୭୮୪୬୯୨୧୪୦୦


Enter your email to get our daily news in your inbox.

All Right Reserved By Dharitri.Com

ସୃଜନଶୀଳତାର ପରିଭାଷା

ଗୋଟିଏ ରାଷ୍ଟ୍ରର ସାର୍ବଭୌମତ୍ୱର ସୁରକ୍ଷା ଓ ରାଷ୍ଟ୍ରର ନିର୍ମାଣ ନିମନ୍ତେ ସମ୍ପତ୍ତି ଏବଂ ସାମରିକ ଶକ୍ତିର ଆବଶ୍ୟକତା ରହିଛି। କିନ୍ତୁ ଏହା ଗୋଟିଏ ଜାତିର ଅନ୍ତର୍ନିହିତ ଶକ୍ତି…

ଫୁଲ ବଜାର ଅଭାବ

ଓଡ଼ିଶା ପାଖରେ ପ୍ରଚୁର ପରିମାଣର ବିଭିନ୍ନ ଖଣିଜ ଦ୍ରବ୍ୟ ଗଚ୍ଛିତ ଅଛି। ହେଲେ ଆମେ ଏ ପର୍ଯ୍ୟନ୍ତ ଶିଳ୍ପ ବିକଶିତ ରାଜ୍ୟ ହୋଇପାରିନାହୁଁ। ଅବଶ୍ୟ ଖଣିଜ ଦ୍ରବ୍ୟ…

ଜିଦିରୁ ବଢ଼ୁଛି ଉତ୍ତେଜନା

ଇରାନ୍‌ ସହ ଶାନ୍ତିଚୁକ୍ତି ବିଳମ୍ବ ହେବା ଦେଖି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ କ୍ଷୁବ୍ଧ ହୋଇ ତେହରାନ ଉପରେ ପୁନଶ୍ଚ ଆକ୍ରମଣ କରିବେ ବୋଲି କିଛିଦିନ ହେବ…

ଏଇ ଭାରତରେ

ଅଶୋକ ଗୁପ୍ତାଙ୍କ ବୟସ ୨୧। ହେଲେ ପରିବେଶ ସମ୍ପର୍କିତ ଉନ୍ନତ ବିଚାର ତାଙ୍କୁ ସମାଜରେ ଭିନ୍ନ ପରିଚୟ ଦେଇଛି। ସେ ଉତ୍ତରପ୍ରଦେଶର ମନୋରମା ନଦୀକୁ ସଫା କରିପାରିଛନ୍ତି।…

ପିଲାଶୂନ୍ୟ ପଡ଼ିଆ

ଖେଳ ପଡ଼ିଆ ଆଜିକାଲି ମେଲା ପଡୁଛି। କେଉଁଠି ଘାସ ଉଠି ଗଲାଣି ତ କେଉଁଠି ଅନାବାନା ଗଛପତ୍ରରେ ଅସନା ହୋଇଗଲାଣି। ଯେଉଁଠି ପିଲାଙ୍କର ଗହଳଚହଳ ଲାଗି ରହୁଥିଲା…

ବଳିପଡ଼ୁଛନ୍ତି ବିଦ୍ୟାର୍ଥୀ

ଡାକ୍ତରୀ ପ୍ରବେଶିକା ପରୀକ୍ଷା ଏନ୍‌ଇଇଟି-ୟୁଜି ୨୦୨୬ରେ ବ୍ୟାପକ ଦୁର୍ନୀତି ହୋଇଛି ବୋଲି ଦେଶସାରା ‘ଘୋ’ ସୃଷ୍ଟି ହୋଇଥିବା ବେଳେ ସୁପ୍ରିମକୋର୍ଟ ୨୫ ମେ’ରେ ପରୀକ୍ଷା ପରିଚାଳନା କରିଥିବା…

ଭାରତର ବିକାଶ ଯାତ୍ରା

ଯେତେବେଳେ ମୁଁ ତିରୁପ୍ପୁରର ଏକ ବିଦ୍ୟାଳୟରେ ପଢୁଥିବା ଜଣେ ଛୋଟ ବାଳକ ଥିଲି, ସେତେବେଳେ ଆମ ଦେଶକୁ ନେଇ ମୋ ମନରେ ଅନେକ ସ୍ବପ୍ନ ଥିଲା। ମୋ…

ସାହିତ୍ୟରେ ଶସ୍ତା ରାଜନୀତି

ହଁଆଜ୍ଞା, ଅକବି ଓ ଅଲେଖକ ପ୍ରବଳ! ଚିନ୍ତାରେ କବି ଓ ଲେଖକକୁଳ। ସବଳ ଡମ୍ଫା,ଡହରା,ଟାଉଟର। ଦୁର୍ବଳ, ସ୍ରଷ୍ଟା, ସାଧକ, କଳାକାର। କବିବର ରାଧାନାଥ ରାୟଙ୍କ କାଳଜୟୀ କବିତାଂଶ;…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri