ଅସହାୟ ଜୀବନ

ଡ. ମୌସୁମୀ ପରିଡ଼ା

ମଣିଷ ପୃଥିବୀର ଶ୍ରେଷ୍ଠ ଜୀବ ହୋଇଥିବାରୁ ହିଂସ୍ର ଜୀବଜନ୍ତୁଙ୍କୁ ଆୟତ୍ତ କରିପାରେ। ମୁଣ୍ମୟ ପ୍ରତିମା କରି ଈଶ୍ୱରଙ୍କୁ ଆହ୍ବାନ କରିପାରେ, ପୁଣି ବିସର୍ଜି ମଧ୍ୟ ଆସିପାରେ ନଦୀନାଳରେ। ନିଜ ସମଧର୍ମୀ ଓ ସହଧର୍ମୀଙ୍କ ପ୍ରତି ବିଦ୍ୱେଷ ରଖେ। ଆତ୍ମୀୟମାନଙ୍କୁ ବିଭିନ୍ନ ଆଶ୍ରମରେ ଛାଡ଼ିଦେଇ ପଶୁଙ୍କୁ ଆଦର ସତ୍କାର ସହିତ ପାଳେ। ବାସ୍ତବରେ ମଣିଷ ନିଜ ସମଧର୍ମୀଙ୍କଠାରୁ ଯାହା ପାଇପାରେ ନାହିଁ ତାହା ପଶୁଙ୍କଠାରୁ ପାଏ ବୋଲି ତର୍କ କରେ। ଏସବୁର କାରଣ ମାନବୀୟ ମୂଲ୍ୟବୋଧର ଅବକ୍ଷୟ। କୋଉଠି ନା କୋଉଠି ଆମେ ଏତେ ପରିମାଣରେ ସ୍ବାର୍ଥାନ୍ବେଷୀ ହୋଇଯାଉଛେ ଯେ ଦେଣନେଣ ସମ୍ପର୍କଠାରୁ ଊର୍ଦ୍ଧ୍ୱରେ ଯେ କିଛି ସମ୍ପର୍କ ଥାଏ ତାହା ବୁଝିପାରୁନା। ସବୁ ନୀତିଆଦର୍ଶ କେବଳ ବହିଖାତା ଓ ଭାଷଣବାଜିରେ ରହିଯାଏ। ଅନେକ ସମୟରେ ବିଚାର ଓ କାମ ଭିତରେ କୌଣସି ତାଳମେଳ ରହେନାହିଁ।
ମଣିଷ ଦୁଃସାହସ କରିପାରେ। ଈଶ୍ୱରଙ୍କୁ ସ୍ଥିତି, ଆକାର, ପ୍ରକାରଭେଦ ଭିତରେ ସୀମିତ ରଖି ଷଡ଼ଯନ୍ତ୍ର ରଚେ, ପୁଣି ତାଙ୍କ ସ୍ଥିତିକୁ ନେଇ ପ୍ରଶ୍ନ ଉଠାଏ। ଈଶ୍ୱରଙ୍କୁ ଭିନ୍ନ ଭିନ୍ନ ସଂଜ୍ଞା ଦେଇ ସାରା ବିଶ୍ୱକୁ ବିଭାଜିତ କରିଦିଏ। ବିଭିନ୍ନ ତର୍କ ଅନୁସାରେ ରୂପ ଓ ଆକାର ଦିଏ। ପୂଜାର୍ଚ୍ଚନା ସାରି କବାଟ କିଳିଆସେ। ଈଶ୍ୱର ଅସୁରକ୍ଷିତ ହୋଇ ମଣିଷ ଭୟରେ ମଣିଷ ହାତରେ ବନ୍ଦୀ ହୋଇଯାନ୍ତି! ସେ ବି ମଣିଷ ହାତରେ ଅସହାୟ! ମହାନ୍‌ ସ୍ରଷ୍ଟାଙ୍କ ସ୍ରଷ୍ଟା ହେବାର ଅହଂକାରରେ ଅନେକ ସମୟରେ ସେ ବିପର୍ଯ୍ୟସ୍ତ ହୁଏ। ନା ସେତେବେଳେ ବିଜ୍ଞାନ କୌଶଳ ତା’ ହାତ ଧରି ତାକୁ ସୁରକ୍ଷା ଦେଇପାରେ ନା ନିଜ ବୁଦ୍ଧି ବିବେକ। ମନେହୁଏ ସତରେ ସେ ବି କେତେ ଅସହାୟ। ନା ସେଠି ଈଶ୍ୱର ତାକୁ ରକ୍ଷା କରନ୍ତି ନା ବିଜ୍ଞାନ-କୌଶଳ। ନିଜକୁ ଶ୍ରେଷ୍ଠ ଜୀବ ମନେକରୁଥିବା ମଣିଷ ଅସହାୟ-ଜର୍ଜରିତ ହୁଏ। ସେ ଅସହାୟତା ତାକୁ କ୍ରୀଡ଼ନକ ବନାଇଦିଏ ନିଜ ସହିତ ଅନ୍ୟମାନଙ୍କ ପାଖରେ। ସମସ୍ୟାଗୁଡ଼ିକ ଛନ୍ଦିହୋଇଯାଆନ୍ତି ତା’ ହାତପାଦରେ, ଶିକୁଳିରେ ବାନ୍ଧି ହୋଇଯାଏ ବୁଦ୍ଧି ବିବେକ।
ସମସ୍ୟାର ହାହାକାର ଓ ଅସହାୟତାର ଡିଣ୍ଡିମ ସବୁଠି। ବ୍ୟାଙ୍କ୍‌ର ଜମାପୁଞ୍ଜିରେ ସୁଧ ହାର ଏତେ କମୁଛି କାହିଁକି ପଚାରିଲେ କର୍ମଚାରୀମାନେ କହିବେ, ଆଜ୍ଞା! ଆମେ ଚାକିରିରେ ଅଛୁ ଯାହା ଉପରୁ ଆଦେଶ ଆସିବ ସେ ଅନୁସାରେ କାମ କରିବାକୁ ବାଧ୍ୟ। ପେଟ୍ରୋଲ୍‌, ଡିଜେଲ୍‌ର ଦରବୃଦ୍ଧି ବିଭିନ୍ନ ଦେଶରେ ଏତେ ଅଲଗା କିପରି ପଚାରିଲେ ଉତ୍ତର ବି ସେହି ଅସହାୟତାରେ ଆସିବ। ସୁନା, ରୁପା ଆଦି ସୌଖୀନ ବସ୍ତୁର ଦାମ୍‌ ସହିତ ଦରଦାମ୍‌ ବୃଦ୍ଧିର କାରଣ ଜାଣିବାକୁ ଦୋକାନୀକୁ ପଚାରିଲେ ସେ ବି ନିଜ ଅସହାୟତାର ପ୍ରମାଣ ଦେବ। ସୁନା ଦୋକାନୀ ତ ଶହେ ଟଙ୍କା କାଟିଲେ ସେ କ୍ଷତିରେ ପଡ଼ିବ ବୋଲି ତର୍କ କରିବ। ବିଜୁଳି ବିଲ୍‌ ପାଇଁ ମିଟର୍‌ ରିଡିଂବାଲା ମନଇଚ୍ଛା ସମୟରେ ଆସି ବିଲ୍‌ ହାତରେ ଧରେଇଦେଇ କହିବ- ଆମର କିଛି ଦୋଷ ନାହିଁ, କମ୍ପାନୀ ଯାହା କରୁଛି! ଇଞ୍ଜିନିୟର୍‌ଙ୍କ ପାଖେ ଅଭିଯୋଗ ଦେବାକୁ ଗଲେ ସେ ନାହାନ୍ତି ବୋଲି କୁହାଯିବ। ଦେଖାହୋଇଗଲେ ଯେ କୋଉ ସମସ୍ୟାକୁ ବୁଝିପକେଇବେ ତା’ ନୁହେଁ। ସେ ବି ନିଜର ଅସହାୟତା ବଖାଣିବସିବେ ତାଙ୍କ ବିଭାଗର।
ଏମିତିକି ବିଲ ପାଗ ଦେଖି ଧାନ ରୋଇବାକୁ ଚାଷୀଟିଏ ମୁଲିଆକୁ ଖୋଜିଲେ ସେ ବି କହିଦେଉଛି- ଅନ୍ୟଜାଗାରେ କାମ ଅଛି। ଆଜି ନୁହଁ। କେବେକେବେ ଧାନରୁଆର ସମୟ ଗଡ଼ିଯାଉଛି। ଚାଷୀ ଅସହାୟ। ଦାଦନ ଖଟିବାକୁ ଯାଉଥିବା ଯୁବକମାନେ ପର ରାଜ୍ୟମୁହାଁ କାହିଁକି ପଚାରିଲେ କହୁଛନ୍ତି ସେମାନେ ମଧ୍ୟ ଅସହାୟ। ଅଫିସର୍‌ କହୁଛନ୍ତି ଉପରୁ ଆଦେଶ ଆସିଛି, ଆମ ହାତ ବନ୍ଧା। ପରିବା ଦୋକାନୀ ବି ଦରଦାମ୍‌ ବୃଦ୍ଧି କରି ଅସହାୟତା ଦର୍ଶେଇ ସଫେଇ ଦେଉଛି ଅମୁକ ଜାଗାରୁ ନିର୍ଦ୍ଦିଷ୍ଟ ପରିବା ଆସୁନି ବୋଲି ଦାମ୍‌ ବଢୁଛି, ଆମର ଏଥିରେ କିଛି ଭୂମିକା ନାହିଁ? ବିଭିନ୍ନ ଯୋଜନା ତିଆରି ହେଉଛି, କିନ୍ତୁ କର୍ମଚାରୀଙ୍କ ଦରମା ଦେବାବେଳକୁ ବିଭାଗରେ ଅର୍ଥାଭାବଜନିତ ଅସହାୟତା।
ରୋଗ ସଂକ୍ରମିତ ହେବାର କାରଣ ପାଇଁ ବି ଅସହାୟତା! ଯାତ୍ରୀବାହୀ ଯାନଗୁଡ଼ିକରେ କରୋନାବେଳେ ଏତେ ଲୋକଙ୍କୁ କାହିଁକି ନେଉଛ ବୋଲି ପ୍ରଶ୍ନ କଲେ ସେମାନେ ବି ପେଟପାଟଣା ଓ ଶଟ୍‌ଡାଉନ୍‌ର କ୍ଷତିପୂରଣ କଥା କହି ନିଜ ଅସହାୟତା ଦର୍ଶାଇବେ। ଚାକିରିରେ ଥିବା ବ୍ୟକ୍ତିମାନେ କର୍କଟ, ଉଚ୍ଚ ରକ୍ତଚାପ, ମଧୁମେହ, ସ୍ନାୟୁ ବା ଗ୍ୟାସ୍‌ଜନିତ ସମସ୍ୟାରେ ଆକ୍ରାନ୍ତ ହୋଇ ନିର୍ଦ୍ଦିଷ୍ଟ ଦିନର ଛୁଟିଠାରୁ ଅଧିକ ନେଇପାରିବେ ନାହିଁ। ପରପାଖେ ମୁଣ୍ଡ ନୁଆଁଇ ଜୀବନ କାଟିବାକୁ ବାଧ୍ୟ। ତା’ର ଛୁଟି ଅନ୍ୟମାନଙ୍କ ପରି ଚିରାଚରିତ ଶୃଙ୍ଖଳାରେ ହେବାକୁ ବାଧ୍ୟ, ନ ହେଲେ ତା’ ଉପରିସ୍ଥ ଅଫିସର୍‌ ତା’ ନଁାରେ ଅଭିଯୋଗ ଫର୍ଦ୍ଦ ଯୋଡ଼ି ତା’ର ପ୍ରମୋଶନ୍‌ ଅଟକେଇ ଦେଇପାରେ। ଚାକିରି ନେଇଯାଇପାରେ। ତେଣୁ ସେ ଅସହାୟ।
ବର୍ଷକ ଭିତରେ ତିଆରି ହୋଇଥିବା ରାସ୍ତାରେ ପୋଖରୀ ପରି ଗାଡ଼ ହୋଇ ବାରମ୍ବାର ଦୁର୍ଘଟଣା ଘଟିଲେ କଣ୍ଟ୍ରାକ୍ଟର ଅସହାୟତା ଦର୍ଶାଏ- ସବୁଠି ତ ପିସି ଦେବାକୁ ପଡୁଛି। ଅଫିସ୍‌ଠୁ ଆରମ୍ଭ କରି ବହୁତ ଜାଗାରେ ପିସି ନ ଦେଲେ ଫାଇଲ୍‌ ଘୁଞ୍ଚିବନି। ତା ବାଦ୍‌ ପୁଣି ମୁଁ ଚଳିବି ନା ନାହିଁ? ଜନସାଧାରଣ ଚୁପ୍‌। ରୋଗୀମାନେ ବେସରକାରୀ ହାସ୍ପାତାଳରେ ଅସହାୟ। ଲମ୍ବା ବିଲ୍‌ ଦେଖି ଜମିବାଡ଼ି ବିକି ପଛରେ ଯେତେ ଚିତ୍କାର କଲେ ମଧ୍ୟ ସୁଫଳ ମିଳିପାରୁନାହିଁ, କାରଣ ସେମାନଙ୍କ ଉପରେ କୌଣସି ଦୃଷ୍ଟାନ୍ତମୂଳକ ପଦକ୍ଷେପ ନିଆଯାଉନାହିଁ।
ସରକାରୀ ବେସରକାରୀ ସବୁ ଜାଗାରେ ସମସ୍ୟା ଓ ଅସହାୟତା ନାମକ ବ୍ୟାଧି କରୋନାଠାରୁ ଆହୁରି ଉତ୍କଟ ଭାବେ ବ୍ୟାପିଯାଇଛି। ଆମେ ନିଜକୁ ସୁରକ୍ଷିତ ରଖିବାକୁ ୟା’ ତା’ ଦୋଷ ଦେଇ ମୁକୁଳିଯାଉଛୁ। କେବେ ପେଟପାଟଣାର ନଁାରେ ତ କେବେ ପାରିବାରିକ ସମସ୍ୟା ନଁାରେ ପ୍ରତିବାଦ କରୁନାହୁଁ। କିଛି ଲୋକ ଏଥିପାଇଁ କଷ୍ଟ ଭୋଗୁଛନ୍ତି ତ ଆଉ କିଛି ସାଡିଷ୍ଟିକ୍‌ ଅସହାୟତା ନଁାରେ ଅନ୍ୟକୁ ପ୍ରତାରିତ କରି ଖୁସି ହେଉଛନ୍ତି।
ଦିନେ ଗୌତମ ବୁଦ୍ଧଙ୍କ ସମ୍ପର୍କୀୟା ତାଙ୍କ ମୃତ ପିଲାକୁ ଧରି ଦୁଃଖରେ ମ୍ରିୟମାଣ ହୋଇ କହିଲେ ପିଲାଟିକୁ ବଞ୍ଚାଇଦେବାକୁ। ବୁଦ୍ଧ କହିଲେ, ସେଥିପାଇଁ ତାଙ୍କୁ ଗୋଟେ କାମ କରିବାକୁ ହେବ। ସନ୍ଧ୍ୟା ଭିତରେ ସେ ମହିଳାଙ୍କୁ ଏମିତି ଗୋଟେ ଘରୁ କିଛି ସୋରିଷ ଆଣିବାକୁ ହେବ ଯେଉଁ ଘର କେବେ ବି ମୃତ୍ୟୁକୁ ସାମ୍ନା କରି ନ ଥିବ। ମହିଳାଜଣକ ସମସ୍ତଙ୍କ ଘରକୁ ଯାଇ ବିଫଳ ହେଲେ। ଦିନ ବିତିଗଲାରୁ ସେ କ୍ଳାନ୍ତ ହୋଇ ସନ୍ଧ୍ୟାରେ ଆସି ବୁଦ୍ଧଙ୍କ ପାଦତଳେ ପଡ଼ି କହିଲେ- ମୁଁ ବୁଝିପାରିଛି! ସେ ପ୍ରକୃତରେ ବୁଝିପାରିଥିଲେ ଏ ସଂସାରରେ ଏମିତି କେହି ନାହିଁ ଯେ ଦୁଃଖ ନ ଭୋଗିଛି କି ଆତ୍ମୀୟସ୍ବଜନଙ୍କ ମୃତ୍ୟୁ ନ ଦେଖିଛି! ତେଣୁ ଆମେ ସଂସାରରେ ଏକା ଦୁଃଖୀ ବୋଲି କହିବା ଅନୁଚିତ। ସେଥିପାଇଁ ସହାନୁଭୂତି ପ୍ରଦର୍ଶନ କରିବାରେ କୃପଣ ହେବା କାହିଁକି। ଅନାବଶ୍ୟକ ଅସହାୟତା ଦର୍ଶାଇଲେ ମାନବିକତା ଦୁର୍ବଳ ହୋଇଯାଏ। ନିଜକୁ ଅସହାୟ ସାବ୍ୟସ୍ତ କରି ସମସ୍ୟାଠୁ ମୁକୁଳିବା ସହଜ। କାହା ପ୍ରତି ସମ୍ବେଦନଶୀଳ ହେବାରେ କିନ୍ତୁ କୌଣସି କ୍ଷତି ନାହିଁ। ସ୍ବାର୍ଥନିବୃତ୍ତ ହୋଇ କାହା ପାଇଁ କିଛି କରିବାର ସୁଖ ଦୁର୍ମୂଲ୍ୟ। ଏ ସମସ୍ୟା ଓ ଅସହାୟତା ଭରା ସଂସାରର ଶାନ୍ତି କେବେ ଫେରିବ ଓ ମଣିଷ କେବେ ସଚେତନ ହେବ, ସେହି ସମୟକୁ ଅପେକ୍ଷା।
ମୋ: ୯୪୩୭୩୧୭୦୨୬


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନରେ ବାବୁ

ପ୍ରତି ଥର ନିର୍ବାଚନ ରଣାଙ୍ଗନରେ ହାକିମ ବାବୁମାନଙ୍କ ଗହଳି ଦେଖାଯାଏ। ରାଜନୀତିରେ ଲୋକମାନଙ୍କ ସହିତ ମିଶିବା ସହ ସାଧାରଣ ଜନତାଙ୍କୁ ପରଖି ସେମାନଙ୍କ ସେବା କରିବାର...

ଭୋଟଦାନ ପ୍ରତି ଅନାଗ୍ରହ

ସାଧାରଣତଃ ପ୍ରତି ପାଞ୍ଚବର୍ଷରେ ଥରେ ଭୋଟଦାନ ଭାରତୀୟ ସମ୍ବିଧାନ ଅନୁଯାୟୀ ସ୍ଥିରୀକୃତ ହୋଇଛି। ବେଳେବେଳେ ବିଭିନ୍ନ କାରଣରୁ ଏହି ସମୟସୀମା ହ୍ରାସ ପାଇଥାଏ। ବିରୋଧୀ ଦଳ...

ପାଶ୍ଚାତ୍ୟର ଅଧୋଗତି

ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣକୁ ୨ବର୍ଷରୁ ଅଧିକ ସମୟ ହୋଇଗଲାଣି। ଏହି ଆକ୍ରମଣ ଆରମ୍ଭହେବା ପରଠାରୁ ପାଶ୍ଚାତ୍ୟ ଯୁଦ୍ଧ ସ୍ଥିତିରେ ନିଜର କୌଣସି କ୍ଷତି ନ...

ଏଇ ଭାରତରେ

ହାଇଦ୍ରାବାଦର ଶ୍ରୀନିବାସ ରାଓ ମାଧବରାମ ପେସାରେ ଜଣେ ଡାକ୍ତର । କିନ୍ତୁ ତାଙ୍କ ନିଶା ହେଉଛି ଡ୍ରାଗନ ଚାଷ। ତେଲଙ୍ଗାନାର ସାଙ୍ଗାରେଡିରେ ଥିବା ତାଙ୍କର ୪୭...

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

ଏଆଇର ଭବିଷ୍ୟତ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଭଲ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି, ଯାହା ଏକ ନୂଆ ସମସ୍ୟା ପରି ମନେହୁଏ। ବ୍ରିଟିଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri