ମୁଦ୍ରାସ୍ଫୀତି, ୟୁକ୍ରେନ୍‌ ସମସ୍ୟା ପ୍ରମୁଖ ପ୍ରସଙ୍ଗ

ଡାଭୋସ୍‌, ୨୩ା୫: କରୋନା ମହାମାରୀ ଯୋଗୁ ପ୍ରାୟ ଅଢ଼େଇ ବର୍ଷର ବ୍ୟବଧାନ ପରେ ସୁଇଜରଲାଣ୍ଡର ଡାଭୋସ୍‌ ସହରରେ ବିଶ୍ୱ ଅର୍ଥନୈତିକ ଫୋରମ(ଡବ୍ଲ୍ୟୁଇଏଫ୍‌) ସମ୍ମିଳନୀ ରବିବାର ଆରମ୍ଭ ହୋଇଛି। ୫ ଦିନ ଧରି ଚାଲିବାକୁ ଥିବା ଏହି ବୈଠକର ଥିମ୍‌ ରହିଛି ‘ଓ୍ବାର୍କିଂ ଟୁଗେଦର, ରିଷ୍ଟୋରିଂ ଟ୍ରଷ୍ଟ’ (ଏକାଠି କାର୍ଯ୍ୟ କରିବା, ପୁନଃବିଶ୍ୱାସ ସ୍ଥାପନ)। ଗତ ଜାନୁୟାରୀରେ ଡବ୍ଲ୍ୟୁଇଏଫ୍‌ ସମ୍ମିଳନୀ ଆରମ୍ଭ ହେବାକୁ ସ୍ଥିର ହୋଇଥିଲେ ହେଁ ଓମିକ୍ରନ୍‌ ଭାରିଆଣ୍ଟ ଯୋଗୁ ତାହା ପୁଣି ଘୁଞ୍ଚିଥିଲା।

ଊର୍ଦ୍ଧ୍ୱ ବର୍ଷ ଧରି ଡାଭୋସ୍‌ରେ ଆୟୋଜିତ ହୋଇଆସୁଥିବା ଓ୍ବାଲର୍‌ଡ ଇକୋନୋମିକ୍‌ ଫୋରମ୍‌ର ଚଳିତ ବର୍ଷ ମୁଖ୍ୟ ଏଜେଣ୍ଡାରେ ରହିଛି ମହାମାରୀ ଯୋଗୁ ନିମ୍ନଗାମୀ ଅର୍ଥନୀତିରେ ସୁଧାର, ମୁଦ୍ରାସ୍ଫୀତି ନିୟନ୍ତ୍ରଣ, ଜଳବାୟୁ ପରିବର୍ତ୍ତନ, ୟୁକ୍ରେନ୍‌ ସମସ୍ୟା, ଭୂରାଜନୈତିକ ସଂଘର୍ଷରେ ବିରାମ, ଉନ୍ନତ ଭବିଷ୍ୟତ ଦିଗରେ କାର୍ଯ୍ୟ। ଏଥିରେ ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ଉଦ୍‌ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି। ୟୁରୋପୀୟ କମିଶନ୍‌ର ରାଷ୍ଟ୍ରପତି ଉର୍ସୁଲା ଭୋନ୍‌ ଡେନ୍‌ ଲେୟେନ୍‌ ଏବଂ ଜର୍ମାନ ଚାନ୍‌ସେଲର ଓଲାଫ୍‌ ସ୍କୋଲଜ୍‌ ପ୍ରମୁଖ ସାମିଲ ହୋଇଛନ୍ତି।

୩ କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋଏଲ, ମନସୁଖ ମାଣ୍ଡବ୍ୟ ଏବଂ ହରଦୀପ ସିଂ ପୁରୀଙ୍କ ସମେତ କର୍ନାଟକ ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇ, ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଓ୍ବାଇ. ଏସ୍‌. ଜଗନମୋହନ ରେଡ୍ଡୀ ଏହି କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି। ଡବ୍ଲ୍ୟୁଇଏଫ୍‌ ମଞ୍ଚରେ ସାମିଲ ହୋଇଥିବା ଅନ୍ୟ ରାଜ୍ୟର ନେତାଙ୍କ ମଧ୍ୟରେ ତେଲଙ୍ଗାନାର କେ. ଟି. ରାମାରାଓ, ମହାରାଷ୍ଟ୍ରର ଆଦିତ୍ୟ ଠାକ୍‌ରେ, ତାମିଲନାଡ଼ୁର ଥାଙ୍ଗମ୍‌ ଥେନ୍ନାରାସୁ ପ୍ରମୁଖ ରହିଛନ୍ତି। ଭାରତର ଶତାଧିକ ସିଇଓ, ବିଜ୍‌ନେସ୍‌ ମ୍ୟାନ୍‌ଙ୍କୁ ଏହି ୫ ଦିନିଆ ସମ୍ମିଳନୀକୁ ନିମନ୍ତ୍ରଣ କରାଯାଇଛି। ପ୍ରାୟ ୨୫ଶହ ବିଶ୍ୱସ୍ତରୀୟ ନେତା, ଅଧିକାରୀ, ବିଶେଷଜ୍ଞ ଗୋଟିଏ ମଞ୍ଚରେ ଏକାଠି ହୋଇ ବିଭିନ୍ନ ପ୍ରସଙ୍ଗରେ ସେମାନଙ୍କ ମତ ରଖିବେ।


Enter your email to get our daily news in your inbox.

All Right Reserved By Dharitri.Com

ଛତ୍ରପୁର ବ୍ଲକକୁ ମିଳିଲେ ନୂଆ ଅଧ୍ୟକ୍ଷା, ବିଧାୟକଙ୍କ ଉପସ୍ଥିତିରେ ନେଲେ ଦାୟିତ୍ୱ

ଛତ୍ରପୁର,୯ା୧୦(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲା ଛତ୍ରପୁର ପଞ୍ଚାୟତ ସମିତିର ଭାରପ୍ରାପ୍ତ ଅଧ୍ୟକ୍ଷା ଭାବେ ଏସ୍. ସାରଦା ରେଡ୍ଡୀ ଶୁକ୍ରବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ଛତ୍ରପୁର ମ୍ୟୁନିସିପାଲିଟି…

କ୍ୟାବିନେଟ୍ ବୈଠକରେ ବଡ଼ ନିଷ୍ପତ୍ତି; ବଦଳିବ ଏହି ବିମାନବନ୍ଦର ନାମ, ମୋଦି….

ଲକ୍ଷ୍ନୌ,୯ା୧୦: ଉତ୍ତରପ୍ରଦେଶର ନୋଏଡାସ୍ଥିତ ଜେୱର ଏୟାରପୋର୍ଟର ନାମ ପରିବର୍ତ୍ତନ କରାଯିବ । ଏହାର ନାମ ‘ନରେନ୍ଦ୍ର ମୋଦି ଇଣ୍ଟରନ୍ୟାସନାଲ ଏୟାରପୋର୍ଟ’ ରଖିବାକୁ ଉତ୍ତରପ୍ରଦେଶ ସରକାର ନିଷ୍ପତ୍ତି ନେଇଛନ୍ତି।…

ଓଲଟିଲା ବସ୍‌: ଭିତରେ ଥିଲେ ୩୦ ଯାତ୍ରୀ, ସେଥିରୁ ୨ ଜଣ…

ବଣାଇଁ,୯ା୧୦(ପ୍ରଦୀପ ତ୍ରିପାଠୀ): ସମ୍ବଲପୁର ଜିଲା କୁଚିଣ୍ଡାରୁ ବଣାଇଁ ଆସୁଥିବା ଘରୋଇ ଯାତ୍ରୀବାହୀ ବସ୍‌ ‘ଅଂଶିକା’ ଗୁରୁଣ୍ଡିଆ ନିକଟସ୍ଥ ମଧୁପୁରଠାରେ ଶୁକ୍ରବାର ଭାରସାମ୍ୟ ହରାଇ ଓଲଟି ପଡ଼ିଛି। ସେଥିରେ…

ସପ୍ତାହେ ମଧ୍ୟରେ କୋହଲିଙ୍କ ୫ ରେକର୍ଡକୁ ଧୂଳିସାତ୍‌ କରିଦେଲେ ଏହି ୫ ବ୍ୟାଟର୍‌

ନୂଆଦିଲ୍ଲୀ,୯।୧୦: ବିରାଟ କୋହଲିଙ୍କ ନାଁରେ ଅନେକ କ୍ରିକେଟ ରେକର୍ଡ ରହିଛି। ଏହାକୁ ଭାଙ୍ଗିବା ଯେକୌଣସି ଖେଳାଳିଙ୍କ ପାଇଁ ଏକ ବଡ଼ ସଫଳତା ହେବ। ଗତ ସପ୍ତାହ ମଧ୍ୟରେ…

ଜେଲ୍‌ ଭିତରେ ସଂଘର୍ଷ: ଗଡ଼ିଲା ୧୦ ମୁଣ୍ଡ, ୧୬ ଆହତ

ମେକ୍ସିକୋ,୯ା୧୦: ମେକ୍ସିକୋର ଉତ୍ତର-ପଶ୍ଚିମ ରାଜ୍ୟ ସିନାଲୋଆର ମାଜାଟାନ ସହରରେ ଥିବା ‘ଏଲ କାଷ୍ଟିଲୋ’ ଜେଲ୍‌ରେ ଘଟିଥିବା ଏକ ସଂଘର୍ଷରେ ୧୦ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୧୬ ଜଣ…

ଆଜି ସୃଷ୍ଟି ହେବ ବିରଳ ବିଷ ଯୋଗ, ୩ ରାଶି ଉପରେ ପଡ଼ିପାରେ ନକାରାତ୍ମକ ପ୍ରଭାବ

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଶନି ଓ ଚନ୍ଦ୍ରମାଙ୍କ ପରସ୍ପର ଦୃଷ୍ଟି ଯୋଗୁଁ ବିଷ ଯୋଗ ସୃଷ୍ଟି ହେଉଛି । ଏହି ଯୋଗର ପ୍ରଭାବରେ କେତେକ ରାଶିର ବ୍ୟକ୍ତିଙ୍କୁ…

ପ୍ରଥମେ କବାଟ ବାଡ଼େଇଲେ, ଖୋଲିବାରୁ ଦମ୍ପତିଙ୍କୁ ଅତର୍କିତ ଆକ୍ରମଣ କଲେ ଦୁଇ ଦୁର୍ବୃତ୍ତ, ଗୁରୁତର ହୋଇ…

ମଜାକାଳପଡ଼ା,୯ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ତନ୍ତିଅପାଳ ସାମୁଦ୍ରିକ ଥାନା ଅଧୀନ ବଳିଗଣ୍ଡ ଗାଁର ଜଣେ ବ୍ୟକ୍ତିଙ୍କ ଘରେ ବୁଧବାର ବିଳମ୍ବିତ ରାତିରେ ପଶି…

ବୈଭବ ସୂର୍ଯ୍ୟବଂଶୀଙ୍କ ସ୍ବପ୍ନ ଆଜି ହେବ ସାକାର! ନିଷ୍ପତ୍ତି ନେବେ ଆୟର

ରାଞ୍ଚି,୯।୧୦: ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଚାଲିଥିବା ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ୍‌ର ଦ୍ୱିତୀୟ ମୁକାବିଲା ଆଜି ରାଞ୍ଚିରେ ଖେଳାଯିବ। ପ୍ରଥମ ମ୍ୟାଚ୍‌ରେ ବିଜୟ ହାସଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?