ମୁଦ୍ରାସ୍ଫୀତି, ୟୁକ୍ରେନ୍‌ ସମସ୍ୟା ପ୍ରମୁଖ ପ୍ରସଙ୍ଗ

ଡାଭୋସ୍‌, ୨୩ା୫: କରୋନା ମହାମାରୀ ଯୋଗୁ ପ୍ରାୟ ଅଢ଼େଇ ବର୍ଷର ବ୍ୟବଧାନ ପରେ ସୁଇଜରଲାଣ୍ଡର ଡାଭୋସ୍‌ ସହରରେ ବିଶ୍ୱ ଅର୍ଥନୈତିକ ଫୋରମ(ଡବ୍ଲ୍ୟୁଇଏଫ୍‌) ସମ୍ମିଳନୀ ରବିବାର ଆରମ୍ଭ ହୋଇଛି। ୫ ଦିନ ଧରି ଚାଲିବାକୁ ଥିବା ଏହି ବୈଠକର ଥିମ୍‌ ରହିଛି ‘ଓ୍ବାର୍କିଂ ଟୁଗେଦର, ରିଷ୍ଟୋରିଂ ଟ୍ରଷ୍ଟ’ (ଏକାଠି କାର୍ଯ୍ୟ କରିବା, ପୁନଃବିଶ୍ୱାସ ସ୍ଥାପନ)। ଗତ ଜାନୁୟାରୀରେ ଡବ୍ଲ୍ୟୁଇଏଫ୍‌ ସମ୍ମିଳନୀ ଆରମ୍ଭ ହେବାକୁ ସ୍ଥିର ହୋଇଥିଲେ ହେଁ ଓମିକ୍ରନ୍‌ ଭାରିଆଣ୍ଟ ଯୋଗୁ ତାହା ପୁଣି ଘୁଞ୍ଚିଥିଲା।

ଊର୍ଦ୍ଧ୍ୱ ବର୍ଷ ଧରି ଡାଭୋସ୍‌ରେ ଆୟୋଜିତ ହୋଇଆସୁଥିବା ଓ୍ବାଲର୍‌ଡ ଇକୋନୋମିକ୍‌ ଫୋରମ୍‌ର ଚଳିତ ବର୍ଷ ମୁଖ୍ୟ ଏଜେଣ୍ଡାରେ ରହିଛି ମହାମାରୀ ଯୋଗୁ ନିମ୍ନଗାମୀ ଅର୍ଥନୀତିରେ ସୁଧାର, ମୁଦ୍ରାସ୍ଫୀତି ନିୟନ୍ତ୍ରଣ, ଜଳବାୟୁ ପରିବର୍ତ୍ତନ, ୟୁକ୍ରେନ୍‌ ସମସ୍ୟା, ଭୂରାଜନୈତିକ ସଂଘର୍ଷରେ ବିରାମ, ଉନ୍ନତ ଭବିଷ୍ୟତ ଦିଗରେ କାର୍ଯ୍ୟ। ଏଥିରେ ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ଉଦ୍‌ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି। ୟୁରୋପୀୟ କମିଶନ୍‌ର ରାଷ୍ଟ୍ରପତି ଉର୍ସୁଲା ଭୋନ୍‌ ଡେନ୍‌ ଲେୟେନ୍‌ ଏବଂ ଜର୍ମାନ ଚାନ୍‌ସେଲର ଓଲାଫ୍‌ ସ୍କୋଲଜ୍‌ ପ୍ରମୁଖ ସାମିଲ ହୋଇଛନ୍ତି।

୩ କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋଏଲ, ମନସୁଖ ମାଣ୍ଡବ୍ୟ ଏବଂ ହରଦୀପ ସିଂ ପୁରୀଙ୍କ ସମେତ କର୍ନାଟକ ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇ, ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଓ୍ବାଇ. ଏସ୍‌. ଜଗନମୋହନ ରେଡ୍ଡୀ ଏହି କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି। ଡବ୍ଲ୍ୟୁଇଏଫ୍‌ ମଞ୍ଚରେ ସାମିଲ ହୋଇଥିବା ଅନ୍ୟ ରାଜ୍ୟର ନେତାଙ୍କ ମଧ୍ୟରେ ତେଲଙ୍ଗାନାର କେ. ଟି. ରାମାରାଓ, ମହାରାଷ୍ଟ୍ରର ଆଦିତ୍ୟ ଠାକ୍‌ରେ, ତାମିଲନାଡ଼ୁର ଥାଙ୍ଗମ୍‌ ଥେନ୍ନାରାସୁ ପ୍ରମୁଖ ରହିଛନ୍ତି। ଭାରତର ଶତାଧିକ ସିଇଓ, ବିଜ୍‌ନେସ୍‌ ମ୍ୟାନ୍‌ଙ୍କୁ ଏହି ୫ ଦିନିଆ ସମ୍ମିଳନୀକୁ ନିମନ୍ତ୍ରଣ କରାଯାଇଛି। ପ୍ରାୟ ୨୫ଶହ ବିଶ୍ୱସ୍ତରୀୟ ନେତା, ଅଧିକାରୀ, ବିଶେଷଜ୍ଞ ଗୋଟିଏ ମଞ୍ଚରେ ଏକାଠି ହୋଇ ବିଭିନ୍ନ ପ୍ରସଙ୍ଗରେ ସେମାନଙ୍କ ମତ ରଖିବେ।


Enter your email to get our daily news in your inbox.

All Right Reserved By Dharitri.Com

ଦି ଡ୍ରିମ୍‌ ଜିମ୍‌ର ନୂତନ ସେଣ୍ଟର

ଭୁବନେଶ୍ୱର,୨୧।୪: ବର୍ତ୍ତମାନର ବ୍ୟସ୍ତବହୁଳ ଜୀବନ ମଧ୍ୟରେ ସୁସ୍ଥ ଶରୀର ଓ ସ୍ବାସ୍ଥ୍ୟବାନ୍‌ ହେବା ପାଇଁ ସବୁ ବର୍ଗର ଲୋକ ଆଗ୍ରହ ପ୍ରକାଶ କରୁଛନ୍ତି। ଏହାକୁ ନଜରରେ...

ଇସ୍ରାଏଲ କେମିତି କଲା ଆକ୍ରମଣ, ଇରାନର କେତେ ହେଲା କ୍ଷତି ଜାଣନ୍ତୁ ସେ ସମ୍ପର୍କରେ…

ତେହରାନ,୧୯ା୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ବିଶ୍ୱଯୁଦ୍ଧର ଆଶଙ୍କା ଆହୁରି ଗଭୀର ହେବାକୁ ଲାଗିଲାଣି। ଇସ୍ରାଏଲ ଦ୍ୱାରା ଇରାନ ଉପରେ କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍‌ ଆକ୍ରମଣ...

ଏଭରେଷ୍ଟ ମସଲାରେ ‘ଅତ୍ୟଧିକ କୀଟନାଶକ ଉପାଦାନ’, ଫେରାଇଦେଲା ସିଙ୍ଗାପୁର

ଭୁବନେଶ୍ୱର,୧୯।୪: ଏଭରେଷ୍ଟ ଫିସ୍ ମସଲାରେ ‘ଅତ୍ୟଧିକ କୀଟନାଶକ ଉପାଦାନ’ ମିଳିବା ପରେ ଭାରତରୁ ଆମଦାନୀ କରାଯାଉଥିବା ଏହି ମସାଲାକୁ ଫେରାଇ ଦେଇଛି ସିଙ୍ଗାପୁର। ସିଙ୍ଗାପୁର ଫୁଡ୍...

ଦିନେଶ ତ୍ରିପାଠୀ କିଏ? ଯାହାଙ୍କ ଯୁଦ୍ଧ ଦକ୍ଷତା ବେଶ୍‌ ପ୍ରସିଦ୍ଧ, ଜାଣନ୍ତୁ ତାଙ୍କ ବିଷୟରେ…

ନୂଆଦିଲ୍ଲୀ,୧୯ା୪: ଦିନେଶ ତ୍ରିପାଠୀଙ୍କୁ କେନ୍ଦ୍ର ସରକାର ପରବର୍ତ୍ତୀ ନୌସେନା ମୁଖ୍ୟ ଭାବରେ ନିଯୁକ୍ତ କରିଛନ୍ତି। ଦିନେଶ ଏପ୍ରିଲ ୩୦ରେ ତାଙ୍କର ନୂତନ ଦାୟିତ୍ୱ ଗ୍ରହଣ କରିବେ...

ଇସ୍ରାଏଲ ଜାହାଜରେ ଥିବା ୧୬ ଭାରତୀୟ ଘରକୁ ଫେରିବେ

ଜେରୁଜେଲମ୍‌,୧୯ା୪: ଭାରତରେ ଇରାନର ରାଷ୍ଟ୍ରଦୂତ ଇରାଜ ଇଲାହୀ କହିଛନ୍ତି, ତାଙ୍କ ଦେଶ ଦ୍ୱାରା ଧରାଯାଇଥିବା ମାଲ୍‌ବାହୀ ଜାହାଜର ଅବଶିଷ୍ଟ ୧୬ ଜଣ ଭାରତୀୟ କ୍ରୁ ସଦସ୍ୟଙ୍କୁ...

ତେହେରାନ ଯାଉଥିବା ସମସ୍ତ ବିମାନ ବାତିଲ, ଇରାନ କହିଲା ପାଓ୍ବାର ଓ ନ୍ୟୁକ୍ଲିୟର ପ୍ଲାଣ୍ଟ ସମ୍ପୂର୍ଣ୍ଣ ଭାବେ ସୁରକ୍ଷିତ

ତେହେରାନ,୧୯।୪: ସିରିଆର ରାଜଧାନୀ ଦମିଶ୍କରେ ଇରାନ ଦୂତାବାସ ଉପରେ ଏୟାର ଷ୍ଟ୍ରାଇକ ପରେ ପଶ୍ଚିମ ଏସିଆର ଅବସ୍ଥା କ୍ରମାଗତ ଭାବେ ଖରାପ ହେବାରେ ଲାଗିଛି। ସମଗ୍ର...

ମାନିଲେନି ନେତାନ୍ୟାହୁ: ଇରାନ ଉପରେ ଗୋଟିଏ ପରେ ଗୋଟିଏ ମିଶାଇଲ ମାଡ଼

ଜେରୁଜେଲମ୍‌,୧୯।୪: ଶେଷରେ ଇସ୍ରାଏଲ ଇରାନ ଉପରେ ଆକ୍ରମଣ କରିଛି। ଇରାନର ଅନେକ ସହର ଉପରେ ଇସ୍ରାଏଲ ମିଶାଏଲ ମାଡ କରିଛି। ଇରାନ ଶୁକ୍ରବାର ଏନେଇ ସୂଚନା...

ମିଡଲ ଇଷ୍ଟରେ ହେବ ମହାଯୁଦ୍ଧ! ଇସ୍ରାଏଲ ଆକ୍ରମଣର ଜବାବ ଦେଲା ଇରାନ

ଦୁବଇ,୧୯।୪: ମଧ୍ୟ ପୂର୍ବରେ ଯୁଦ୍ଧର ନିଆଁ ପୁଣି ଜଳିଛି। ଇରାନ ଉପରେ ଆକ୍ରମଣ କରି ଇସ୍ରାଏଲ ଯୁଦ୍ଧ ଘୋଷଣା କରିଛି। ତେବେ ଇରାନ ମଧ୍ୟ ଇସ୍ରାଏଲର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri