କାର୍ଯ୍ୟାଳୟରେ ହେଲ୍‌ମେଟ

ଉତ୍ତରପ୍ରଦେଶର ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ଜୋରସୋରରେ ଚାଲିଛି। ଡିସେମ୍ବର ୨୦୨୩ ସୁଦ୍ଧା ଏହା ଶେଷ ହୋଇ ଶ୍ରଦ୍ଧାଳୁଙ୍କ ସକାଶେ ଖୋଲାଯିବ ବୋଲି ଉତ୍ତରପ୍ରଦେଶର ଯୋଗୀ ଆଦିତ୍ୟନାଥ ସରକାର ସମୟ ଦେଇସାରିଲେଣି। ଅନ୍ୟପକ୍ଷରେ ସେହି ରାଜ୍ୟର ବାଘପତ୍‌ ଜିଲାର ବାରାଉତ ସହରରେ ଥିବା ବ୍ରିଟିଶ ଅମଳରେ ନିର୍ମିତ ଉତ୍ତରପ୍ରଦେଶ ପାଓ୍ବାର କର୍ପୋରେଶନ ଲିମିଟେଡ୍‌ (ୟୁପିସିଏଲ୍‌)ର ଏକ କୋଠା ଭିତରେ ଇଞ୍ଜିନିୟର, କିରାଣି ଓ ସାମୟିକ କର୍ମଚାରୀଙ୍କୁ ମିଶାଇ ୪୦ ଜଣରୁ ଅଧିକ ବ୍ୟକ୍ତି ମୁଣ୍ଡରେ ହେଲ୍‌ମେଟ ଦେଇ କାମ କରୁଥିବାର ଭିଡିଓ ଏବେ ସୋସିଆଲ ମିଡିଆରେ ବହୁଳ ପ୍ରସାରିତ ହେଉଥିବା ଦେଖିବାକୁ ମିଳିଛି। କାର୍ଯ୍ୟାଳୟ କୋଠାର ଭଗ୍ନାବସ୍ଥା ଯୋଗୁ ଛାତ ଉପରୁ ନିୟମିତ ବ୍ୟବଧାନରେ ପ୍ଲାଷ୍ଟର ଖସୁଛି। କର୍ମଚାରୀମାନେ ଜୀବନ ପ୍ରତି ବିପଦ ଥିବାରୁ ଏଭଳି ପଦକ୍ଷେପ ନେଇଥିବା ଦେଖାଯାଇଛି। ଜଣେ କର୍ମଚାରୀ କହିଛନ୍ତି, ସେ ୭ ବର୍ଷ ତଳେ କାର୍ଯ୍ୟରେ ଯୋଗ ଦେଇଥିଲେ। ସେବେଠାରୁ କୋଠାର ଅବସ୍ଥା ଏଭଳି ଥିବାରୁ ବାରମ୍ବାର ଉପରିସ୍ଥ କର୍ତ୍ତୃପକ୍ଷଙ୍କୁ ଜଣାଇ ଦିଆଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳିପାରୁ ନାହିଁ। ଥରେ କେବଳ ଉପରିସ୍ଥ ଅଧିକାରୀଙ୍କ ଦ୍ୱାରା ଯାଞ୍ଚ କରାଯାଇଥିଲା। ହେଲେ ମରାମତି ହୋଇପାରି ନାହିଁ। ନିକଟ ଅତୀତରେ କେତେ ଜଣ କର୍ମଚାରୀଙ୍କ ଉପରେ ପ୍ଲାଷ୍ଟର ଖସି ପଡ଼ିବାରୁ ସେମାନେ ଆହତ ହୋଇଥିଲେ। ତେଣୁ ଅଘଟଣ ଦ୍ୱାରା ହେବାକୁ ଥିବା କ୍ଷତିକୁ ରୋକିବା ସକାଶେ କାର୍ଯ୍ୟାଳୟ ଭିତରେ ହେଲ୍‌ମେଟ ପିନ୍ଧି କାର୍ଯ୍ୟ କରିବାକୁ ପଡ଼ୁଛି ବୋଲି କର୍ମଚାରୀମାନେ କହିଛନ୍ତି। ଏ ସଂକ୍ରାନ୍ତ ଭିଡିଓ ଦେଖି ବାଘପତ୍‌ ଜିଲାପାଳ ରାଜକମଲ ଯାଦବ ସମ୍ପୃକ୍ତ ବିଭାଗକୁ ଚିଠି ଲେଖାଯାଇଛି ବୋଲି ଗଣମାଧ୍ୟମକୁ କହିଛନ୍ତି।
ସଡ଼କରେ ଅନେକ ସମୟରେ ଦେଖାଯାଇଥାଏ ଅମାନିଆ ଲୋକ ଦୁଇଚକିଆ ଯାନ ଚଳାଉଥିବା ବେଳେ ହେଲ୍‌ମେଟ ବା ଶିରସ୍ତ୍ରାଣ ପିନ୍ଧି ନ ଥାଆନ୍ତି। ହେଲେ ଉତ୍ତରପ୍ରଦେଶର ସମ୍ପୃକ୍ତ କାର୍ଯ୍ୟାଳୟ ଭିତରେ କର୍ମଚାରୀମାନେ ହେଲ୍‌ମେଟ ପିନ୍ଧି କାମ କରୁଥିବାର ଦୃଶ୍ୟ କେତେକଙ୍କୁ ଦେଖିବାରେ କୌତୂହଳ ଲାଗିପାରେ। କିନ୍ତୁ ସ୍ଥିତିର ଗମ୍ଭୀରତାକୁ ଦେଖିଲେ ଚାକିରି କରିଥିବା ବ୍ୟକ୍ତିମାନେ ଯେ କେତେ ଅସହାୟ ତାହା ବୁଝାପଡ଼ିଯାଉଛି। ୪୦ ଜଣ କର୍ମଚାରୀ କାମ କରୁଥିବା ଏକ କୋଠାକୁ ମରାମତି କରିବା ପାଇଁ ହୁଏତ ଅଧିକ ଅର୍ଥ ଖର୍ଚ୍ଚ ହୋଇପାରେ। କାରଣ ଦୀର୍ଘ ସମୟ ଧରି ଅବହେଳା କରାଯାଇଆସିଥିବା କୋଠାକୁ ଯଦି ତତ୍‌କ୍ଷଣାତ୍‌ ମରାମତି କରାଯାଇଥାଆନ୍ତା, ତେବେ କରଦାତାଙ୍କ ଅର୍ଥ ରକ୍ଷା କରାଯିବା ସହିତ ସରକାରୀ କର୍ମଚାରୀଙ୍କ ଜୀବନ ମଧ୍ୟ ସୁରକ୍ଷିତ ରହିଥାଆନ୍ତା। ଅନ୍ୟପଟେ ଉତ୍ତରପ୍ରଦେଶରେ ମାଫିଆ ଉପଦ୍ରବ ବୃଦ୍ଧି ପାଇଥିବା ଭଳି ମନେହେଉଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହୁଛନ୍ତି ଯେ, ବିରୋଧୀ ସମାଜବାଦୀ ପାର୍ଟିର ବାହୁଛାୟା ତଳେ ଏହି ମାଫିଆ ଏବଂ ଦୁର୍ଦ୍ଦାନ୍ତ ଅପରାଧୀମାନେ ପୃଷ୍ଠପୋଷକତା ପାଇଆସୁଛନ୍ତି। ଅବଶ୍ୟ ପାଲଟା ପ୍ରଶ୍ନ ଉଠିପାରେ ଯେ, ଦୀର୍ଘ ଦୁଇ ପାଳିର ଭାଜପା ସରକାରର ମୁଖ୍ୟ ଭାବରେ ଯୋଗୀ ଆଦିତ୍ୟନାଥ ରହିଥିବା ସତ୍ତ୍ୱେ ସମାଜବାଦୀ ପାର୍ଟିର ପ୍ରଭାବକୁ ସରକାରୀ କଳ ବ୍ୟବହାର କରି ନିଶ୍ଚିତ ଭାବେ ଦମନ କରିପାରିଥାଆନ୍ତା। ତାହା ନ ହୋଇଲା କାହିଁକି ବୋଲି ସେ ବିଷୟରେ ଜନସାଧାରଣଙ୍କୁ ବୁଝାଇବା ଆବଶ୍ୟକ ହୋଇପଡ଼ିଲାଣି।
ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇଥିବା ବେଳେ ସରକାରୀ କର୍ମଚାରୀ ହେଲ୍‌ମେଟ ପିନ୍ଧି କାର୍ଯ୍ୟାଳୟରେ କାମ କରୁଥିବା ଚିତ୍ର ଉଭୟ ଦର୍ଶାଉଛି ଯେ ଉତ୍ତରପ୍ରଦେଶ ପ୍ରଶାସନ, ଭାରତର ଅନ୍ୟସବୁ ରାଜ୍ୟ ଭଳି, ଅତ୍ୟନ୍ତ ଦୁର୍ବଳ ଏବଂ ଦୁର୍ନୀତିଗ୍ରସ୍ତ।


Enter your email to get our daily news in your inbox.

All Right Reserved By Dharitri.Com

ଆଦିମାନବରୁ ଆଧୁନିକ ଭାରତୀୟ

ଲୋକଙ୍କୁ ଠିକ୍‌ ଭାବେ ବୁଝିଲେ ଆମେ ସେମାନଙ୍କ ସଂସ୍କୃତିକୁ ଜାଣିିପାରିବା। ଭାରତ ସମ୍ପର୍କରେ ସବିଶେଷ ଜାଣିବାକୁ ହେଲେ ଆମକୁ ଭାରତୀୟଙ୍କ ଜୀବନ ଧାରା, ଭାଷା ତଥା ସଂସ୍କୃତିକୁ…

ସବୁ ଜଣାଇବ ‘ଫାଇବ୍ରୋ ସ୍କାନ୍‌’

ବର୍ଷାଋତୁରେ ଲିଭର ସମ୍ବନ୍ଧୀୟ ବଡ଼ ସମସ୍ୟା କାରକ ରୋଗଗୁଡ଼ିକ ହେଉଛି ‘ଜଣ୍ଡିସ୍‌’, ‘ଡେଙ୍ଗୁ’, ‘ଝାଡ଼ାବାନ୍ତି’ ଇତ୍ୟାଦି। ତେବେ ଏସବୁଠାରୁ ବଡ଼ ଗୁରୁତ୍ୱପୂର୍ଣ୍ଣ ହେଉଛି ଅନେକଙ୍କ କ୍ଷେତ୍ରରେ ପେଟ…

ଯେଉଁ ଅନ୍ଧକାରର ଅବସାନ ନାହିଁ

ଆମ ଦେଶରେ କେତେକ ଘଟଣା ବର୍ତ୍ତମାନର ପ୍ରବାହରେ ଘଟିଚାଲିଛି ଯାହାର ଅନ୍ତ ଘଟୁନାହିଁ। ଆମେ କାଳର ହିସାବ ରଖନ୍ତି ନାହିଁ। ଯେପରି ଆଜି ପରେ କାଲି, ବିଂଶଶତାବ୍ଦୀ…

ରୋଷେଇ ଘରେ ଇଥାନଲ

ମଣିଷ ଆଦିମ ଯୁଗରେ ପଥରକୁ ପଥରରେ ଘସି ନିଅଁା ବାହାର କରିଥିଲା। ସେବେଠାରୁ ତାହାର ଅନୁସନ୍ଧିତ୍ସୁ ମନ ବିକଳ୍ପ ବାହାର କରିବାରେ ଲାଗିରହିଛି। ବର୍ତ୍ତମାନର ସ୍ଥିତିକୁ ଦେଖିଲେ…

ଏଇ ଭାରତରେ

ଜଣେ ବ୍ୟକ୍ତିଙ୍କ ଦୃଢ଼ ଇଚ୍ଛାଶକ୍ତି ତାଙ୍କୁ ନୂତନତ୍ୱ ସନ୍ଧାନର ପଥ ଦେଖାଏ ଏବଂ ଲକ୍ଷ୍ୟ ହାସଲ କରିବାରେ ସହାୟକ ହୋଇଥାଏ। ଏମିତି ଜଣେ ବ୍ୟକ୍ତି ହେଉଛନ୍ତି ଗୁଜରାଟର…

ମଶାରି ମଶା

ମଣିଷ କୁଆଡେ ସମୟର ଦାସ। ଏ କଥା କହନ୍ତି ସଭିଏଁ। ବୋଧହୁଏ ସମୟ ସୁଅରେ ସେଇ ଉକ୍ତିରେ ସାମାନ୍ୟ ବ୍ୟତିକ୍ରମ ହେଲା ଭଳିଆ ଛୋଟିଆ ଅନୁଭବଟେ କାହିଁକି…

ଜୁଆଙ୍ଗ ଯୁବତୀଙ୍କ ଜଳନ୍ତା ଜୁଇ

କିଛିଦିନ ହେଲାଣି ଅରୁଚିକର ଖବରମାନଙ୍କର ଶୋଭାଯାତ୍ରାରେ ଓଡ଼ିଶାବାସୀ ବ୍ୟଥିତ-ଭାବପ୍ରବଣ ଓଡ଼ିଆଙ୍କ ପାଇଁ ଅନେକ ଚିନ୍ତାର କାରଣ ପାଲଟିଛି। ଜୁନ୍‌ ଏକୋଇଶରେ ତାମିଲନାଡୁର ଚିଙ୍ଗୁଡ଼ି ପ୍ରସ୍ତୁତୀକରଣ କାରଖାନାରେ ହୋଇଥିବା…

ଇସ୍ରୋ ସଙ୍କଟ

ଘରୋଇ ମହାକାଶ ଗବେଷଣା କ୍ଷେତ୍ରରେ ଭାରତକୁ ୧୮ ଜୁଲାଇରେ ବଡ଼ ସଫଳତା ମିଳିଛି । ହାଇଦ୍ରାବାଦର ବେସରକାରୀ ମହାକାଶ ସଂସ୍ଥା ସ୍କାଏରୁଟ୍‌ ଏରୋସ୍ପେସ୍‌ ଶ୍ରୀହରିକୋଟାସ୍ଥିତ ସତୀଶ ଧାବନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri