Posted inଜାତୀୟ

ହାଲୋ ରାମଦାସଜୀ, ଆପଣ ମନ୍ତ୍ରୀ ହେବାକୁ ଯାଉଛନ୍ତି… ଫିତା କାଟୁଥିଲେ ବିଧାୟକ, ଫୋନ୍‌ କଲେ ହେମନ୍ତ ସୋରେନ

ରାଞ୍ଚି,୩୦।୮: ହାଲୋ….ରାମଦାସଜୀ, ଆପଣ ମନ୍ତ୍ରୀ ହେବାକୁ ଯାଉଛନ୍ତି। ଝାଡଖଣ୍ଡରେ ହଠାତ୍‌ ଜଣେ ବିଧାୟକଙ୍କ ପାଖକୁ ଫୋନ ଆସିଥିଲା। ଆଉ ସେ ବି ସିଏମ ହାଉସ୍‌ରୁ। ବିଧାୟକଜଣକ ସେତେବେଳେ ଗୋଟିଏ ସ୍ଥାନରେ ଶିଳାନ୍ୟାସ କରୁଥିଲେ। ହଠାତ୍‌ ଏକ ଅଜଣା ଫୋନ୍‌ କଲ୍‌ ଦେଖି ଫୋନ୍‌ ଉଠାଇଥିଲେ। ସେପଟୁ ଉତ୍ତରରୁ ଆସିଲା, ହାଲୋ ରାମଦାସଜୀ….ସିଏମ ହାଉସ୍‌ରୁ କହୁଥିଲି। ଏକଥା ଶୁଣି ଶିଳାନ୍ୟାସ ପାଇଁ ଫିତା କାଟୁଥିବା ବିଧାୟକଜଣକ ଘାବରେଇ ଯାଇଥିଲେ। କିନ୍ତୁ ପରେ ସେପଟୁ ଣୁଣିବାକୁ ମିଳିଲା, ଆପଣଙ୍କୁ ମନ୍ତ୍ରୀ କରାଯିବ। ଶୀଘ୍ର ସିଏମ ଅଫିସରେ ପହଞ୍ଚନ୍ତୁ। ଅଗଷ୍ଟ ୩୦ରେ ରାଞ୍ଚିରେ ସକାଳ ୧୧ଟାରେ ଆପଣ ଶପଥ ନେବେ। ଏହାପରେ କଲ୍‌ କଟି ଯାଇଥିଲା। ଏହି ପଦିଏ କଥା ଶୁଣି ବିଧାୟକଙ୍କ ମୁହଁରେ ଖୁସିର ଲହରି ଖେଳିଗଲା। ଏହି ଘଟଣା ଘଟିଛି ବିଧାୟକ ରାମଦାସ ସୋରେନଙ୍କ କ୍ଷେତ୍ରରେ। ନିଜ ବିଧାନସଭା ନିର୍ବାଚନମଣ୍ଡଳୀ ଚେଙ୍ଗଜୋଡା ଠାରେ ଏକ ଶିଳାନ୍ୟାସ କାର୍ଯ୍ୟକ୍ରମରେ ଯୋଗଦେବାବେଳେ ମନ୍ତ୍ରୀ ହେବା ପାଇଁ ତାଙ୍କ ସହ ତାଜୁବ କଲାଭଳି ଫୋନ କଲ୍‌ ଆସିଥିଲା।

ଏପରି ଘଟଣା ଦେଖିବାକୁ ମିଳିଛି ଝାଡଖଣ୍ଡରେ। ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ନିକଟତର ଚମ୍ପାଇ ସୋରେନ ନିକଟରେ ଜେଏମଏମ ଛାଡିଛନ୍ତି। ସେ ଶୁକ୍ରବାର ଭାଜପାରେ ଯୋଗ ଦେବାକୁ ଯାଉଛନ୍ତି। ଚମ୍ପାଇଙ୍କ ଇସ୍ତଫା ଜେଏମଏମକୁ ବଡ଼ ଝଟ୍‌କା ଲାଗିଛି। ତେବେ ତାଙ୍କ ସ୍ଥାନ ପୂରଣ ପାଇଁ ହେମନ୍ତ ସୋରେନ, ରାମଦାସ ସୋରେନଙ୍କୁ ବାଛିଛନ୍ତି।

ଚମ୍ପାଇ ସୋରେନଙ୍କ ପରି ରାମଦାସ ମଧ୍ୟ ସାନ୍ତାଳ ଆଦିବାସୀ ସମ୍ପ୍ରଦାୟର ଅଟନ୍ତି ଏବଂ କୋଲହାନରେ ବି ତାଙ୍କର ରାଜନୈତିକ ପ୍ରଭାବ ରହିଛି। ରାମଦାସ ସୋରେନ ଦୁଇଥର ଘାଟିଲା ଠାରୁ ବିଧାୟକ ଭାବରେ ନିର୍ବାଚିତ ହୋଇଛନ୍ତି। ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି କି, ଚମ୍ପାଇ ସୋରେନଙ୍କ ଯିବା ପରେ ହେମନ୍ତ ସୋରେନ କ୍ଷତିପୂରଣ ପାଇଁ ରାମଦାସଙ୍କୁ ବାଛିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନେଶଙ୍କୁ ବହିଷ୍କାର ଦାବିରେ ବିକ୍ଷୋଭ

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦବୀରୁ ବହିଷ୍କାର କରିବା ପାଇଁ କଂଗ୍ରେସ ଦାବି କରିଛି। ଏହି ଦାବିରେ ସୋମବାର ଜିଲା କଂଗ୍ରେସ କମିଟି…

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଜଲାପୁଟ ଜଳଭଣ୍ଡାରର ୨ ଗେଟ୍‌ ଖୋଲିଲା

କୋରାପୁଟ,୨୮।୯(ଅମିତାଭ ବେହେରା): ୪ ଦିନ ଧରି ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲାର ଜଲାପୁଟ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଜଳସ୍ତର ବିପଦ ସଙ୍କେତ ନିକଟତର ହେବା…

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

ଶାହି ମସ୍‌ଜିଦ ଭଙ୍ଗାକୁ ନେଇ ଉତ୍ତେଜନା, ଗୁଜବ ପ୍ରଚାର କରୁଥିବା ୫ ଅଟକ

ଉଜ୍ଜୟିନୀ,୨୮ା୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶାହି ମସ୍‌ଜିଦକୁ ଆଶିଂକ ଭାଙ୍ଗିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ସକାଳେ ମୁସଲମାନ ସମ୍ପ୍ରଦାୟର ବହୁସଂଖ୍ୟାରେ…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

ରାଜସ୍ବ ନିରୀକ୍ଷକଙ୍କୁ କାର୍ଯ୍ୟାଳୟରୁ ଘୋଷାଡି ଆକ୍ରମଣ: ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଧାରଣା

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ସୋହେଲା ରାଜସ୍ବ ନିରୀକ୍ଷକ ଇନ୍ଦ୍ର କୁମାର ବାଦିଙ୍କୁ ସୋମବାର ତାଙ୍କ କାର୍ଯ୍ୟାଳୟ ଭିତରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?