ଉଚ୍ଚତା

ବ୍ୟକ୍ତି ପ୍ରଶଂସା ତଥା ପ୍ରତିଷ୍ଠା ପାଇଁ ନିଜ ଉଚ୍ଚତା ନିର୍ମାଣ କାମରେ ଆଜିକାଲି ବିଶେଷଭାବେ ରହୁଥିବା ପରିଲକ୍ଷିତ ହୁଏ। ଗାଆଁ ଗହଳରେ ଯାହାର ଘର ସବୁଠୁ ଉଚ୍ଚ, ସେଇଟା ମୋ’/ଆମ ଘର କହି କିଛି ଲୋକ ଗର୍ବ ଅନୁଭବ କରିଥାନ୍ତି। କେଉଁଠି କେଉଁଠି ଉଚ୍ଚ ଘର ଯେମିତି ବ୍ୟକ୍ତିର ଉଚ୍ଚତା ତିଆରିରେ, ସେମିତି ଥିଲାବାଲା ଧନସମ୍ପତ୍ତି ଆଧାରରେ ନିଜ ଉଚ୍ଚତା ଜାହିର କରିଥାନ୍ତି। ନିଜ ପରିସରରେ ଗାଆଁରେ ତାଙ୍କର ବେଶ୍‌ ପତିଆରା ଥାଏ। ସମୟ ଥିଲା, ବାଇକ, ଚାରିଚକିଆ ଗାଡ଼ି ଷ୍ଟାଟସ ସିମ୍ବଲ ଥିଲା। ସେସବୁ ତିଆରୁ ଥିଲା ବ୍ୟକ୍ତିର ପତିଆରା, ବ୍ୟକ୍ତିତ୍ୱ, ଉଚ୍ଚତା ଅନେକ କିଛି। ସେମାନେ ଅନ୍ୟର ସୁବିଧା ଅସୁବିଧାରେ ଯଥା ସାହାଯ୍ୟ କରୁଥିଲେ। ତାଙ୍କୁ ସାଧାରଣ ଲୋକେ ମାନୁଥିଲେ। ଧୀରେ ଧୀରେ ଥିଲାବାଲାଙ୍କ ଥିଲାପଣିଆ ଗର୍ବଭାବ ବଢ଼ିଲା। ସାହାଯ୍ୟ ନାଆଁରେ ଅନ୍ୟକୁ ଶୋଷଣ କରିଚାଲିଲେ। ଥିଲାବାଲା ନିଜ ପରିବେଶରେ ଯେଉଁ ଉଚ୍ଚତା ତିଆରିଥିଲେ, ତାହା କ୍ଷୁଣ୍ଣ ହେବାକୁ ଲାଗିଲା ନାନା କାରଣରୁ।
ବେପାର କ୍ଷେତ୍ରରେ ଥିବା କିଛି ଥିଲାବାଲା ଦେଖିଲେ ବେପାରରେ ତାଙ୍କ ପୂର୍ବ ପ୍ରତିଷ୍ଠା ଆଉ ଏତେ ରହୁନାହିଁ। ସେମାନଙ୍କ ଭିତରୁ କିଛି ଆଖି ବୁଲାଇଲେ ବେପାର ବ୍ୟତୀତ ଆଉ କେଉଁ କ୍ଷେତ୍ର ରହିଛି, ଯେଉଁଠୁ ସହଜରେ ମାନ ସମ୍ମାନ ପ୍ରତିଷ୍ଠା ପୁରସ୍କାର ଆଦି ଗୋଟାଇ ହେବ। କମ୍‌ ଖଟଣିରେ ଅଧିକ ଫାଇଦା ଗଣ୍ଠେଇ ହେବ। କିଛି ଚତୁର ବେପାରୀଙ୍କ ଆଖିନିବଦ୍ଧ ହେଲା ସାହିତ୍ୟର ସବୁଜ କ୍ଷେତ୍ର ଉପରେ। ବେଶ୍‌ ତା’ପରେ ଖଟାଇଲେ ଚତୁର ବେପାରୀ ତାଙ୍କ ଯେତେକ ଖଳ ବଳ ବୁଦ୍ଧି ସବୁ ସେଇଠି। ଅଜସ୍ର ଅର୍ଥ ଥିବାରୁ ସ୍ଥାନେ ସ୍ଥାନେ ତିଆରିକଲେ ସେମାନେ ସାହିତ୍ୟ ଅନୁଷ୍ଠାନ।
ଗୋଡ଼ାଣିଆ କୃପଣ ଦଳ ହାତରୁ ଦି’ ପଇସା ଖର୍ଚ୍ଚ କରନ୍ତି ନାହିଁ । କେଉଁଠି, ମାହାଳିଆ ସାହିତ୍ୟ କରିବେ, ନାଁ ଅର୍ଜିବେ, କିଛି ଖାଇବେ ପିଇବେ ସେଇ ଲକ୍ଷ୍ୟରେ ବେପାରୀଙ୍କ ସାହିତ୍ୟ ଅନୁଷ୍ଠାନରେ ଭିଡ଼ ଜମାନ୍ତି। ବେପାରୀ ତା’ପରେ ବେପାରୀରୁ ସାହିତି୍ୟକ ବନିଯାଆନ୍ତି।
ନାଁ ପାଇଁ କିଛି ସାହିତ୍ୟ ସଭା କରନ୍ତି। ପୁରସ୍କାର ବାଣ୍ଟନ୍ତି। ଟଙ୍କା ଦେଇ କେଉଁଠି ମଞ୍ଚ ଚଳାନ୍ତି। ଏମିତି ରୀତିମତ ଉଚ୍ଚତା ତିଆରିବା ତରିକା ଆପଣେଇ ନିଜ ଉଚ୍ଚତା ବୃଦ୍ଧି ଅଭିଯାନରେ ଆଂଶିକ ସଫଳ ହୁଅନ୍ତି। ହେଉଛନ୍ତି ମଧ୍ୟ।
ସମୟ କ୍ରମେ ପୁଣି ଦେଖାଯାଏ,ଆପଣା ଉଚ୍ଚତା ପାଇବାକୁ ଯାଇ ଅନ୍ୟର ଅପନିନ୍ଦା କରିବା ଆରମ୍ଭ କରନ୍ତି ବେପାରୀ ସାହିତି୍ୟକଙ୍କ ଭିତରୁ କେତେକ। ଯିଏ ଅନ୍ୟକୁ ସମାଲୋଚନା କରି ନିଜେ ପ୍ରତିଷ୍ଠିତ ହେବାକୁ ଚାହେଁ, ସେ ଜାଣି ପାରି ନ ଥାଏ ଅନ୍ୟକୁ ସମାଲୋଚନା କରିବା ଭିତରେ ନିଜକୁ କେତେ ନୂ୍ୟନ କରି ଦେଇଥାଏ। ଅନ୍ୟକୁ ଗାଳି କରି କେହି କେବେ ଉଚ୍ଚ ହୁଏ ନାହିଁ। ନିଜେ ପୁରସ୍କାର କିଣି ପ୍ରଶଂସିତ ହୁଅ କି କେଉଁଠି ମଞ୍ଚ ଚଢ଼ି ପୁରସ୍କାର ବାଣ୍ଟ, ତାହା ତୁମ ପାଇଁ ହେଉ ଭଲ କଥା। ହେଲେ ତୁମେ ପ୍ରଶଂସିତ ହେବ ବୋଲି ଅପରର ଅପନିନ୍ଦା କରିବା କେଉଁ ଜ୍ଞାନୀଗୁଣୀର କାମ। ଏହା ତ ଭଲ କାମ ପଦବାଚ୍ୟ ନୁହଁ, ଅପକର୍ମ ନିଶ୍ଚୟ। ଆପଣା ଉଚ୍ଚତା ତିଆରିବ ବୋଲି ଅନ୍ୟକୁ ଗାଳି କରିବ, ଏହା କି କଥା ? ସାହିତ୍ୟରେ ଅସହିଷ୍ଣୁତା ଠିକ୍‌ ନୁହେଁ। ଆପଣା ମନ୍ଦ ଉଦ୍ଦେଶ୍ୟ (ପୁରସ୍କାର କିଣିବା, ପୁରସ୍କାର କିଣି ନାଁ କମେଇବା ମାନସିକତା ରଖିବା) ଚରିତାର୍ଥ କରିବା ପାଇଁ ସାହିତ୍ୟର ସବୁଜିମାକୁ ନଷ୍ଟ କରିବା ଅତ୍ୟନ୍ତ ନିନ୍ଦନୀୟ କାର୍ଯ୍ୟ। ଠିକ୍‌ ମାର୍ଗରେ ଯାଇ ଆପଣା ଉଚ୍ଚତା ପାଇବା ଭଲ କଥା। ତହିଁରେ କାହାର ଆପତ୍ତି ରହିବ ନାହିଁ। ସେମିତି କରାଗଲେ ତାହାକୁ ସଭିଏଁ ସ୍ବାଗତ କରିବେ। ଏବେ ଏବେ ଏଇଠି କେତେକ ବଡ଼ ପୁରସ୍କାର ହାତେଇବା ପାଇଁ ସାନ ସାନ ପୁରସ୍କାର ସଂଗ୍ରହ କାମରେ ନିଜକୁ ବେଶ୍‌ ନିୟମିତ ନିୟୋଜିତ ରଖୁଥିବାର ମନେହୁଅନ୍ତି। ବଡ଼ ପଦ୍ମ ପୁରସ୍କାର ନ ହେଲେ ନାହିଁ, ସାନ ପଦ୍ମ ପୁରସ୍କାର ତୋଳିବା ପାଇଁ କେତେକଙ୍କଠି ନାହିଁ ନ ଥିବା ବୈକଲ୍ୟ ଭାବ ଜାଗରୁକ ହେଲାଣି।
ତେବେ ଯାହା ପୁରସ୍କାର ପାଉଛ ପାଅ। କିନ୍ତୁ ଠିକ୍‌ ଧାରା ଧରି, ଠିକ୍‌ କର୍ମ କରି ଆପଣା ଉଚ୍ଚତା ବଢ଼ାଅ। ତାହା ନ କରି ଗଳାବାଟର ବାଟୋଇ ହୋଇ ପୁଣି ପ୍ରଶଂସା କାଙ୍ଗାଳ ସାଜି ଅନ୍ୟର ଅପନିନ୍ଦା କରିବା ବୁମେରାଂ ହେବ।
ବଉଦରାଜ, ଜି. ବୌଦ୍ଧ
ମୋ:୯୪୩୭୪୭୮୪୬୬


Enter your email to get our daily news in your inbox.

All Right Reserved By Dharitri.Com

ବାଲଡା ଗୁମ୍ଫା

ଓଡ଼ିଶାର କୋରାପୁଟ ଜିଲା ଅସରନ୍ତି ପ୍ରାକୃତିକ ସମ୍ପଦ ଏବଂ ନିଆରା ଆଦିବାସୀ ପରମ୍ପରା ପାଇଁ ସାରା ବିଶ୍ବରେ ଖ୍ୟାତ। ଏଠାରେ ଦେଖିବାକୁ ମିଳୁଥିବା ଆକର୍ଷଣୀୟ ସୁନ୍ଦର ସବୁଜିମା…

ଯଜ୍ଞର ଦୁଇ ରୂପ

ଆମେ ଯଜ୍ଞ କରୁ ଏବଂ ଆମ ପାଇଁ ଯଜ୍ଞହୁଏ। ଆମ ଯଜ୍ଞକୁ ଆମେ କେତେ ପ୍ରକାରେ କରିଥାଉ। ତାହା ସମ୍ପାଦନ କରିବା ପାଇଁ ଆମେ କେତେ ନିଃସ୍ବାର୍ଥପର,…

ଭାରତରେ ଇସ୍‌ଲାମ ପ୍ରବେଶ

ଆରବରେ ଇସ୍‌ଲାମ ଧର୍ମ ସପ୍ତମ ଶତାବ୍ଦୀରେ ସୃଷ୍ଟି ହୋଇ ପୃଥିବୀର ବିଭିନ୍ନ ଅଞ୍ଚଳକୁ ବ୍ୟାପିଥିଲା। ପଶ୍ଚିମରେ ଭୂମଧ୍ୟସାଗରୀୟ ଅଞ୍ଚଳ ଏବଂ ପୂର୍ବକୁ ପର୍ସିଆ ବା ପାରସ୍ୟ (ଏବକାର…

ଚାଷଜମିରେ ନଡ଼ାପୋଡ଼ି

ସମୟ ଥିଲା ନଡ଼ା ବିଭିନ୍ନ କାର୍ଯ୍ୟରେ ବ୍ୟବହାର ହେଉଥିଲା। ସମୟକ୍ରମେ ଏହା ଅଦରକାରୀ ହୋଇଗଲା ଏବଂ ଲୋକେ ନଡ଼ାପୋଡ଼ିବା ଆରମ୍ଭକଲେ। ପ୍ରଦୂଷଣର ମାୟାଜାଲରେ ନଡ଼ାପୋଡ଼ି ଏକ ପ୍ରମୁଖ…

ମଣିଷର ବିସର୍ଜନ

ତୁମେ ଭାବୁଛ ତୁମେ ଗୋଟିଏ ସ୍ବଚ୍ଛ ପରିଷ୍କୃତ ବହୁ ଉଚ୍ଚ ସ୍ତରର ସୃଷ୍ଟି।ଭୁଲିଯାଅନି ମଣିଷ ଗୋଟିଏ ଛାଞ୍ଚ ଯହିଁରେ ଅନ୍ୟତ୍ର ବର୍ଜ୍ୟ ହୋଇଥିବା ବସ୍ତୁ (ମଇଳା) ବା…

ତଥ୍ୟ ଅସୁରକ୍ଷିତ

ନାଗରିକଙ୍କ ବ୍ୟକ୍ତିଗତ ତଥ୍ୟକୁ ବାରମ୍ବାର ଅପବ୍ୟବହାର କରାଯାଉଥିବାରୁ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ଅଭିଯୋଗ ହୋଇଆସୁଛି। ବିଶେଷକରି ସାମାଜିକ ଗଣମାଧ୍ୟମର ପ୍ରାବଲ୍ୟତା ବଢ଼ିଥିବାରୁ ତଥ୍ୟକୁ ନେଇ ସର୍ବଦା…

ଏଇ ଭାରତରେ

ଉତ୍ତରାଖଣ୍ଡର ଦୁର୍ଗମ ପାହାଡ଼ିଆ ଅଞ୍ଚଳର ପିଲାମାନେ ସ୍କୁଲ ଯାଉ ନ ଥିବା ଲକ୍ଷ୍ୟ କରିଥିଲେ ଶ୍ରେୟା ରାଓ୍ବତ। ସ୍କୁଲ ବେଶି ଦୂରରେ ଥିବାରୁ, ଜଳବାୟୁ ଜନିତ ବିପର୍ଯ୍ୟୟ…

ପ୍ରଶ୍ନ ଏକ, ଉତ୍ତର ଅନେକ

ରାଜ୍ୟର ରାଜା ପାତ୍ର-ମନ୍ତ୍ରୀମାନଙ୍କ ସହ ରାଜଉଆସ ପରିସରରେ ଥିବା ପୋଖରୀ କୂଳରେ ବସି ରାଜ୍ୟର ହାଲ୍‌ଚାଲ୍‌ ବିଷୟରେ ଆଲୋଚନା କରୁଥାଆନ୍ତି। ସମସ୍ତ ପଦାଧିକାରୀ ନିଜ ନିଜର ପାରିବାପଣିଆର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri