ଉଚ୍ଚତା

ବ୍ୟକ୍ତି ପ୍ରଶଂସା ତଥା ପ୍ରତିଷ୍ଠା ପାଇଁ ନିଜ ଉଚ୍ଚତା ନିର୍ମାଣ କାମରେ ଆଜିକାଲି ବିଶେଷଭାବେ ରହୁଥିବା ପରିଲକ୍ଷିତ ହୁଏ। ଗାଆଁ ଗହଳରେ ଯାହାର ଘର ସବୁଠୁ ଉଚ୍ଚ, ସେଇଟା ମୋ’/ଆମ ଘର କହି କିଛି ଲୋକ ଗର୍ବ ଅନୁଭବ କରିଥାନ୍ତି। କେଉଁଠି କେଉଁଠି ଉଚ୍ଚ ଘର ଯେମିତି ବ୍ୟକ୍ତିର ଉଚ୍ଚତା ତିଆରିରେ, ସେମିତି ଥିଲାବାଲା ଧନସମ୍ପତ୍ତି ଆଧାରରେ ନିଜ ଉଚ୍ଚତା ଜାହିର କରିଥାନ୍ତି। ନିଜ ପରିସରରେ ଗାଆଁରେ ତାଙ୍କର ବେଶ୍‌ ପତିଆରା ଥାଏ। ସମୟ ଥିଲା, ବାଇକ, ଚାରିଚକିଆ ଗାଡ଼ି ଷ୍ଟାଟସ ସିମ୍ବଲ ଥିଲା। ସେସବୁ ତିଆରୁ ଥିଲା ବ୍ୟକ୍ତିର ପତିଆରା, ବ୍ୟକ୍ତିତ୍ୱ, ଉଚ୍ଚତା ଅନେକ କିଛି। ସେମାନେ ଅନ୍ୟର ସୁବିଧା ଅସୁବିଧାରେ ଯଥା ସାହାଯ୍ୟ କରୁଥିଲେ। ତାଙ୍କୁ ସାଧାରଣ ଲୋକେ ମାନୁଥିଲେ। ଧୀରେ ଧୀରେ ଥିଲାବାଲାଙ୍କ ଥିଲାପଣିଆ ଗର୍ବଭାବ ବଢ଼ିଲା। ସାହାଯ୍ୟ ନାଆଁରେ ଅନ୍ୟକୁ ଶୋଷଣ କରିଚାଲିଲେ। ଥିଲାବାଲା ନିଜ ପରିବେଶରେ ଯେଉଁ ଉଚ୍ଚତା ତିଆରିଥିଲେ, ତାହା କ୍ଷୁଣ୍ଣ ହେବାକୁ ଲାଗିଲା ନାନା କାରଣରୁ।
ବେପାର କ୍ଷେତ୍ରରେ ଥିବା କିଛି ଥିଲାବାଲା ଦେଖିଲେ ବେପାରରେ ତାଙ୍କ ପୂର୍ବ ପ୍ରତିଷ୍ଠା ଆଉ ଏତେ ରହୁନାହିଁ। ସେମାନଙ୍କ ଭିତରୁ କିଛି ଆଖି ବୁଲାଇଲେ ବେପାର ବ୍ୟତୀତ ଆଉ କେଉଁ କ୍ଷେତ୍ର ରହିଛି, ଯେଉଁଠୁ ସହଜରେ ମାନ ସମ୍ମାନ ପ୍ରତିଷ୍ଠା ପୁରସ୍କାର ଆଦି ଗୋଟାଇ ହେବ। କମ୍‌ ଖଟଣିରେ ଅଧିକ ଫାଇଦା ଗଣ୍ଠେଇ ହେବ। କିଛି ଚତୁର ବେପାରୀଙ୍କ ଆଖିନିବଦ୍ଧ ହେଲା ସାହିତ୍ୟର ସବୁଜ କ୍ଷେତ୍ର ଉପରେ। ବେଶ୍‌ ତା’ପରେ ଖଟାଇଲେ ଚତୁର ବେପାରୀ ତାଙ୍କ ଯେତେକ ଖଳ ବଳ ବୁଦ୍ଧି ସବୁ ସେଇଠି। ଅଜସ୍ର ଅର୍ଥ ଥିବାରୁ ସ୍ଥାନେ ସ୍ଥାନେ ତିଆରିକଲେ ସେମାନେ ସାହିତ୍ୟ ଅନୁଷ୍ଠାନ।
ଗୋଡ଼ାଣିଆ କୃପଣ ଦଳ ହାତରୁ ଦି’ ପଇସା ଖର୍ଚ୍ଚ କରନ୍ତି ନାହିଁ । କେଉଁଠି, ମାହାଳିଆ ସାହିତ୍ୟ କରିବେ, ନାଁ ଅର୍ଜିବେ, କିଛି ଖାଇବେ ପିଇବେ ସେଇ ଲକ୍ଷ୍ୟରେ ବେପାରୀଙ୍କ ସାହିତ୍ୟ ଅନୁଷ୍ଠାନରେ ଭିଡ଼ ଜମାନ୍ତି। ବେପାରୀ ତା’ପରେ ବେପାରୀରୁ ସାହିତି୍ୟକ ବନିଯାଆନ୍ତି।
ନାଁ ପାଇଁ କିଛି ସାହିତ୍ୟ ସଭା କରନ୍ତି। ପୁରସ୍କାର ବାଣ୍ଟନ୍ତି। ଟଙ୍କା ଦେଇ କେଉଁଠି ମଞ୍ଚ ଚଳାନ୍ତି। ଏମିତି ରୀତିମତ ଉଚ୍ଚତା ତିଆରିବା ତରିକା ଆପଣେଇ ନିଜ ଉଚ୍ଚତା ବୃଦ୍ଧି ଅଭିଯାନରେ ଆଂଶିକ ସଫଳ ହୁଅନ୍ତି। ହେଉଛନ୍ତି ମଧ୍ୟ।
ସମୟ କ୍ରମେ ପୁଣି ଦେଖାଯାଏ,ଆପଣା ଉଚ୍ଚତା ପାଇବାକୁ ଯାଇ ଅନ୍ୟର ଅପନିନ୍ଦା କରିବା ଆରମ୍ଭ କରନ୍ତି ବେପାରୀ ସାହିତି୍ୟକଙ୍କ ଭିତରୁ କେତେକ। ଯିଏ ଅନ୍ୟକୁ ସମାଲୋଚନା କରି ନିଜେ ପ୍ରତିଷ୍ଠିତ ହେବାକୁ ଚାହେଁ, ସେ ଜାଣି ପାରି ନ ଥାଏ ଅନ୍ୟକୁ ସମାଲୋଚନା କରିବା ଭିତରେ ନିଜକୁ କେତେ ନୂ୍ୟନ କରି ଦେଇଥାଏ। ଅନ୍ୟକୁ ଗାଳି କରି କେହି କେବେ ଉଚ୍ଚ ହୁଏ ନାହିଁ। ନିଜେ ପୁରସ୍କାର କିଣି ପ୍ରଶଂସିତ ହୁଅ କି କେଉଁଠି ମଞ୍ଚ ଚଢ଼ି ପୁରସ୍କାର ବାଣ୍ଟ, ତାହା ତୁମ ପାଇଁ ହେଉ ଭଲ କଥା। ହେଲେ ତୁମେ ପ୍ରଶଂସିତ ହେବ ବୋଲି ଅପରର ଅପନିନ୍ଦା କରିବା କେଉଁ ଜ୍ଞାନୀଗୁଣୀର କାମ। ଏହା ତ ଭଲ କାମ ପଦବାଚ୍ୟ ନୁହଁ, ଅପକର୍ମ ନିଶ୍ଚୟ। ଆପଣା ଉଚ୍ଚତା ତିଆରିବ ବୋଲି ଅନ୍ୟକୁ ଗାଳି କରିବ, ଏହା କି କଥା ? ସାହିତ୍ୟରେ ଅସହିଷ୍ଣୁତା ଠିକ୍‌ ନୁହେଁ। ଆପଣା ମନ୍ଦ ଉଦ୍ଦେଶ୍ୟ (ପୁରସ୍କାର କିଣିବା, ପୁରସ୍କାର କିଣି ନାଁ କମେଇବା ମାନସିକତା ରଖିବା) ଚରିତାର୍ଥ କରିବା ପାଇଁ ସାହିତ୍ୟର ସବୁଜିମାକୁ ନଷ୍ଟ କରିବା ଅତ୍ୟନ୍ତ ନିନ୍ଦନୀୟ କାର୍ଯ୍ୟ। ଠିକ୍‌ ମାର୍ଗରେ ଯାଇ ଆପଣା ଉଚ୍ଚତା ପାଇବା ଭଲ କଥା। ତହିଁରେ କାହାର ଆପତ୍ତି ରହିବ ନାହିଁ। ସେମିତି କରାଗଲେ ତାହାକୁ ସଭିଏଁ ସ୍ବାଗତ କରିବେ। ଏବେ ଏବେ ଏଇଠି କେତେକ ବଡ଼ ପୁରସ୍କାର ହାତେଇବା ପାଇଁ ସାନ ସାନ ପୁରସ୍କାର ସଂଗ୍ରହ କାମରେ ନିଜକୁ ବେଶ୍‌ ନିୟମିତ ନିୟୋଜିତ ରଖୁଥିବାର ମନେହୁଅନ୍ତି। ବଡ଼ ପଦ୍ମ ପୁରସ୍କାର ନ ହେଲେ ନାହିଁ, ସାନ ପଦ୍ମ ପୁରସ୍କାର ତୋଳିବା ପାଇଁ କେତେକଙ୍କଠି ନାହିଁ ନ ଥିବା ବୈକଲ୍ୟ ଭାବ ଜାଗରୁକ ହେଲାଣି।
ତେବେ ଯାହା ପୁରସ୍କାର ପାଉଛ ପାଅ। କିନ୍ତୁ ଠିକ୍‌ ଧାରା ଧରି, ଠିକ୍‌ କର୍ମ କରି ଆପଣା ଉଚ୍ଚତା ବଢ଼ାଅ। ତାହା ନ କରି ଗଳାବାଟର ବାଟୋଇ ହୋଇ ପୁଣି ପ୍ରଶଂସା କାଙ୍ଗାଳ ସାଜି ଅନ୍ୟର ଅପନିନ୍ଦା କରିବା ବୁମେରାଂ ହେବ।
ବଉଦରାଜ, ଜି. ବୌଦ୍ଧ
ମୋ:୯୪୩୭୪୭୮୪୬୬


Enter your email to get our daily news in your inbox.

All Right Reserved By Dharitri.Com

ତିନି ଚିରଞ୍ଜୀବୀଙ୍କ ବିଚାର

ଶହୀଦ ଭଗତ ସିଂ, ସୁଖଦେବ ଓ ଶିବରାମ ରାଜଗୁରୁଙ୍କ ଅପରାଧଜନିତ ବିଚାରକୁ କଦାପି ବିଚାର କୁହାଯାଇ ପାରିବ ନାହିଁ। ତାହା ଅନ୍ୟାୟ, ଅବିବେକିତା ଓ ଅସଭ୍ୟତାର ଏକ…

ପରମାଣୁ ଅସ୍ତ୍ର ଛାୟାରୁ ମୁକ୍ତି

ବର୍ତ୍ତମାନର ବିଶ୍ୱରେ ଲାଗିରହିଛି ତିନୋଟି ମହାସମର। ତନ୍ମଧ୍ୟରୁ ରୁଷିଆ-ୟୁକ୍ରେନ୍‌ ଏବଂ ଇସ୍ରାଏଲ-ପାଲେଷ୍ଟାଇନ୍‌ ଯୁଦ୍ଧ ବର୍ଷ ବର୍ଷ ଧରି ଚାଲିଥିଲା ବେଳେ ନିକଟରେ ଆରମ୍ଭ ହୋଇଛି ଅତୀବ ଭୟଙ୍କର…

ଭାରତ ଦେବ ୟୁଆନ୍‌

ଇରାନ୍‌ ସହିତ ଆମେରିକା ଓ ଇସ୍ରାଏଲ ଯୁଦ୍ଧ ଚତୁର୍ଥ ସପ୍ତାହରେ ପହଞ୍ଚିଛି। ସଦ୍ୟ ଘଟଣା ଦେଖିଲେ ଗୋଟିଏ ପଟେ ନତାଞ୍ଜ ଆଣବିକ କେନ୍ଦ୍ର ଉପରେ ଆମେରିକା ଓ…

ଜଳ ନୋବେଲ ବିଜେତା

ବର୍ତ୍ତମାନର ଭୂରାଜନୈତିକ ଓ ଅର୍ଥନୈତିକ ସ୍ଥିତି ଇରାନ୍‌ ଓ ଆମେରିକା-ଇସ୍ରାଏଲ ଯୁଦ୍ଧ ଯୋଗୁ ଘୋର ପ୍ରଭାବିତ। ଏହାକୁ ନେଇ ପୃଥିବୀ ସନ୍ତ୍ରସ୍ତ। ଏଭଳି ସ୍ଥଳେ ୨୨ ମାର୍ଚ୍ଚରେ…

ପ୍ରକୃତ ଖଳନାୟକ

ଚାହେଁ ଇରାନ ବିଜୟୀ ହେଉ। ବିଜୟର ଅର୍ଥକୁ ଇରାନ ଏହିପରି ପରିଭାଷିତ କରେ: ଇରାନ ଉପରେ ଅନେକ ଦଶନ୍ଧି ଧରି ଆମେରିକା ଲାଗୁକରିଥିବା କଟକଣାକୁ ହଟାଇବା ଦରକାର;…

ପରୀକ୍ଷା ଋତୁ ଓ କୁତୁକୁତୁ

ମଣିଷ ଜୀବନଟା ଗୋଟେ ପରୀକ୍ଷା। ସେ ପରୀକ୍ଷାରେ କିଏ ବହୁତ ପଢିଲା ପରେ ବାରମ୍ବାର ଫେଲ୍‌ ହେଉଥାଏ ତ ଆଉ କିଏ ଆଦୌ ନ ପଢି କପିକୁପା…

ଆକାଶ ଛାତ

ଘର ତିଆରି କରିବାବେଳେ ଆମେ ଖରା, ବର୍ଷା, ଶୀତ ଓ ଅନ୍ୟାନ୍ୟ ଆପଦ ବିପଦରୁ ରକ୍ଷା ପାଇବା ପାଇଁ ଛାତଟିଏ ନିର୍ମାଣ କରୁ। ଘର ପାଇଁ ଛାତ…

ପ୍ରସ୍ତାବ ପ୍ରତ୍ୟାହାର

ବେଳେବେଳେ ସରକାରୀ ନୀତିର ରହସ୍ୟମୟ ତଥା ବାଧାସୃଷ୍ଟିକାରୀ ନିଷ୍ପତ୍ତି ସମ୍ପର୍କିତ ଖବର ଦେଖିବାକୁ ମିଳେ। ତିନି ମାସ ମଧ୍ୟରେ ଭାରତର ସଂଶୋଧିତ ଭୂମିକମ୍ପ ଅଞ୍ଚଳ ନିର୍ଦ୍ଧାରଣ ବ୍ୟବସ୍ଥା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri