ଦଳକୁ ବଳ ଯୋଗାଇବେ ହେଭିୱେଟ୍‌

ଅନୁଗୋଳ,୧୨।୫ (ଅମିତ କୁମାର ସାମଲ)ଅନୁଗୋଳ ଜିଲାର ୫ ବିଧାନସଭା ଆସନରେ ଆସନ୍ତା ୨୫ ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବ। ହାତରେ ଆଉ ମାତ୍ର ଦିନକେଇଟା ଥିବାରୁ ୩ ପ୍ରମୁଖ ଦଳ ବିଜେଡି, ଭାଜପା ଓ କଂଗ୍ରେସ ବିଧାୟକ ପ୍ରାର୍ଥୀମାନେ ପ୍ରଚାର କାର୍ଯ୍ୟରେ ଲାଗି ପଡ଼ିଛନ୍ତି। ସେହିପରି ଢେଙ୍କାନାଳ ଓ ସମ୍ବଲପୁର ଏମ୍‌ପି ପ୍ରାର୍ଥୀ ମଧ୍ୟ ଭୋଟ ଭିକ୍ଷା କରିବାକୁ ପଞ୍ଚାୟତ ଗସ୍ତ ଆରମ୍ଭ କରିଛନ୍ତି। ତେବେ ଦଳକୁ ବଳ ଯୋଗାଇବାକୁ ଏବଂ ଦଳୀୟ ପ୍ରାର୍ଥୀମାନଙ୍କ ପାଇଁ ପ୍ରଚାର କରିବାକୁ ଖୁବ୍‌ଶୀଘ୍ର ଷ୍ଟାର ପ୍ରଚାରକ ଓ ହେଭିଓ୍ବେଟ୍‌ମାନେ ଅନୁଗୋଳ ଗସ୍ତରେ ଆସିବେ। ଆସନ୍ତା ୧୩ ତାରିଖରେ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ଓ ୧୫ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁଗୋଳ ଜିଲା ଗସ୍ତରେ ଆସିବାର କାର୍ଯ୍ୟସୂଚୀ ରହିଛି। ସେହିଭଳି ୧୭ ତାରିଖରେ ମଧ୍ୟ ଅନୁଗୋଳରେ ମୁଖ୍ୟମନ୍ତ୍ରୀଙ୍କ ପ୍ରଚାର କାର୍ଯ୍ୟକ୍ରମ ରହିଛି। ଭାଜପା ପ୍ରାର୍ଥୀଙ୍କ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସିବାର ସମ୍ଭାବନା ରହିଛି। ଏଥିସହ ସ୍ମୃତି ଇରାନି, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରମୁଖଙ୍କ ଆସିବାର କାର୍ଯ୍ୟକ୍ରମ ରହିଛି। ସେହିପରି କଂଗ୍ରେସ ମଧ୍ୟ କେନ୍ଦ୍ରର ଷ୍ଟାର ପ୍ରଚାରକଙ୍କୁ ଅନୁଗୋଳ ଆସି ପ୍ରଚାର କରିବାକୁ ନିବେଦନ କରିଥିବା ସୂଚନା ମିଳିଛି।
ଅନୁଗୋଳର ୫ଟି ନିର୍ବାଚନମଣ୍ଡଳୀ ଅନୁଗୋଳ, ତାଳଚେର, ପାଲଲହଡ଼ା, ଆଠମଲ୍ଲିକ ଓ ଛେଣ୍ଡିପଦାରେ ପ୍ରଚାରପର୍ବ ସରଗରମ୍‌ ହେଲାଣି। ପ୍ରାର୍ଥୀମାନେ ଦିନ ରାତି ଏକ୍‌ କରି ପ୍ରଚାରରେ ଲାଗି ପଡ଼ିଛନ୍ତି। କର୍ମୀମାନଙ୍କ ମଧ୍ୟରେ ମଧ୍ୟ ନାହିଁ ନ ଥିବା ଉତ୍ସାହ ଦେଖିବାକୁ ମିଳୁଛି। ଆଉ ୨ ଦିନ ପରେ ଅର୍ଥାତ୍‌ ୧୩ ତାରିଖରେ ବିଜେଡିର ଷ୍ଟାର ପ୍ରଚାରକ କାର୍ତ୍ତିକ ପାଣ୍ଡିଆନ ଅନୁଗୋଳ ଜିଲା ଗ୍ରସ୍ତରେ ଆସୁଛନ୍ତି। ସେ ପ୍ରଥମେ ପାଲଲହଡ଼ା ନିର୍ବାଚନମଣ୍ଡଳୀର ରେଙ୍ଗାଳିରେ ରୋଡ୍‌ ଶୋ କରିବା ପରେ ତାଳଚେରରେ ରୋଡ୍‌ ଶୋ କରିବେ। ପରେ ଅପରାହ୍ନରେ ଅନୁଗୋଳ ଆସି ସନ୍ଧ୍ୟାରେ ରୋଡ ଶୋ କରିବାର କାର୍ଯ୍ୟକ୍ରମ ରହିଛି। ଏହାପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୫ ତାରିଖରେ ଛେଣ୍ଡିପଦା ନିର୍ବାଚନମଣ୍ଡଳୀରେ ସାଧାରଣ ସଭାରେ ଯୋଗଦେଇ ଭୋଟ ଭିକ୍ଷା କରିବେ। ଉକ୍ତ ଦିନ ଆଠମଲ୍ଲିକ ଯାଇ ସେଠାରେ ମଧ୍ୟ ସାଧାରଣ ସଭାରେ ଯୋଗଦେବେ। ଏହା ଜିଲାର ବିଜେଡି କର୍ମୀଙ୍କ ମଧ୍ୟରେ ଯୋସ ଭରିଦେବ। ପାଣ୍ଡିଆନ ଓ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ଚୂଡ଼ାନ୍ତ ହୋଇସାରିଥିବା ବିଜେଡି ଜିଲା ସଭାପତି ମହେନ୍ଦ୍ର ବସ୍ତିଆ ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ଭାଜପା ପ୍ରାର୍ଥୀଙ୍କ ପ୍ରଚାର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅନୁଗୋଳ ଗ୍ରସ୍ତରେ ଆସିପାରନ୍ତି ବୋଲି ଭାଜପା ସଭାପତି ଦିଲେଶ୍ୱର ପ୍ରଧାନ ସୂଚନା ଦେଇଛନ୍ତି। ଏଥିସହ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ସ୍ମୃତି ଇରାନିଙ୍କ ଭଳି କେନ୍ଦ୍ରର ଷ୍ଟାର କ୍ୟାମ୍ପେନର ଆଠମଲ୍ଲିକ, ଛେଣ୍ଡିପଦା, ତାଳଚେର ଓ ପାଲଲହଡ଼ା ଆଦି ଅଞ୍ଚଳକୁ ଆସିବାର କାର୍ଯ୍ୟକ୍ରମ ରହିଥିବା ସେ କହିଛନ୍ତି। ଅନ୍ୟପକ୍ଷରେ କଂଗ୍ରେସର କେଉଁ ନେତୃ ମଣ୍ଡଳୀ ନିର୍ବାଚନ ପ୍ରଚାରରେ ଆସିବେ ତାହା ସ୍ଥିର ହୋଇନାହିଁ। କଂଗ୍ରେସ ତାର ଷ୍ଟାର ପ୍ରଚାରକ ପଠାଇବାକୁ କେନ୍ଦ୍ର ନେତୃମଣ୍ଡଳୀକୁ କୁହାଯାଇଥିବା ଜିଲା ସଭାପତି ଅମ୍ବିକା ଭଟ୍ଟ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବହି ତ୍ରୁଟି ପଛରେ ରହିଛି ବଡ଼ ଷଡ଼ଯନ୍ତ୍ର, ନିଆଯିବ କଠୋର କାର୍ଯ୍ୟାନୁଷ୍ଠାନ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୬।୬: ଓଡ଼ିଆ ପାଠ୍ୟ ପୁସ୍ତକରେ ବ୍ୟାପକ ତ୍ରୁଟି ପ୍ରସଙ୍ଗକୁ ନେଇ ବଡ଼ ମନ୍ତବ୍ୟ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ସେ କହିଛନ୍ତି, ତ୍ରୁଟି ପଛରେ ବଡ଼ ଷଡ଼ଯନ୍ତ୍ର…

ଆମେରିକା- ଇରାନ ମଧ୍ୟରେ ପୁଣି ହେବ ଯୁଦ୍ଧ? ହର୍ମୁଜରେ ୧୦ ଲକ୍ଷ ସୈନ୍ୟ ମୁତୟନ କରିବାକୁ ପ୍ରସ୍ତୁତ ଇରାନ

ତେହରାନ,୨୬।୬: ଆମେରିକା ଏବଂ ଇରାନ ମଧ୍ୟରେ ଉତ୍ତେଜନା ପୁଣି ଥରେ ବୃଦ୍ଧି ପାଇଛି। ଶାନ୍ତି ଚୁକ୍ତିନାମା ବିଷୟରେ ଆଲୋଚନା ହେଉଥିଲେ ମଧ୍ୟ, ଉଭୟ ଦେଶ ପରସ୍ପର ଉପରେ…

ଭାରତକୁ ନେଇ ଏମିତି କହିଲେ ମେଲୋନି ସଭିଏଁ ଚକିତ, କହିଲେ ‘ଦିଲ୍ଲୀରେ ନିର୍ବାଚନ ଲଢିଥିଲେ…’

ରୋମ/ନୂଆଦିଲ୍ଲୀ,୨୬।୬: ଏକ ନୂତନ ପୁସ୍ତକରେ, ଇଟାଲୀ ପ୍ରଧାନମନ୍ତ୍ରୀ ଜିଓର୍ଜିଆ ମେଲୋନି ତାଙ୍କ 2023 ଭାରତ ଗସ୍ତର ଏକ ଆକର୍ଷଣୀୟ କାହାଣୀ ବାଣ୍ଟିଛନ୍ତି, ଯେଉଁଥିରେ ସେ ବର୍ଣ୍ଣନା କରିଛନ୍ତି…

ଅନିଶ୍ଚିତତାରେ ଆଖଡ଼ାଶାଳି ପ୍ରସ୍ତାବିତ ନଦୀଭିତ୍ତିକ ବନ୍ଦର, ଭାଜପା ସରକାର ଗଠନ ପରେ ବି ରାଜନେତାମାନେ ଚୁପ୍‌

କେନ୍ଦ୍ରାପଡ଼ା,୨୬ା୬(ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ୍‌ ଆଖଡ଼ାଶାଳି ଗ୍ରାମ ନିକଟ ମହାନଦୀରେ ରାଜ୍ୟର ପ୍ରଥମ ନଦୀଭିତ୍ତିକ ବନ୍ଦର ହେବ। ପିପିପି ମୋଡ୍‌ରେ ପାରାଦୀପ ପୋର୍ଟ ଏହାର…

ରାଶନ କାର୍ଡଧାରୀଙ୍କ ପାଇଁ ବଡ଼ ଖବର! ଏବେ ମିଳିବ ମୁଣ୍ଡପିଛା ମିଳିବ…

ନୂଆଦିଲ୍ଲୀ,୨୬।୬: କେନ୍ଦ୍ର ସରକାର ଅନ୍ତ୍ୟୋଦୟ ଅନ୍ନ ଯୋଜନା (AAY) ଅଧୀନରେ ମିଳୁଥିବା ପରିବାର ପିଛା ମାସିକ ୩୫ କିଲୋଗ୍ରାମର ଖାଦ୍ୟଶସ୍ୟ ଅଧିକାରକୁ ବଦଳାଇ, ଏହାକୁ ପ୍ରତି ବ୍ୟକ୍ତି…

ଧର୍ମେନ୍ଦ୍ର ପ୍ରଧାନଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇ ଏମିତି କହିଲେ ପ୍ରଧାନମନ୍ତ୍ରୀ ମୋଦି: ଚାରିଆଡ଼େ ହେଉଛି ଚର୍ଚ୍ଚା

ନୂଆଦିଲ୍ଲୀ,୨୬।୬:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇ ଜାତୀୟ ଶିକ୍ଷା ନୀତି (NEP) କାର୍ଯ୍ୟକାରୀ କରିବା ଦିଗରେ ତାଙ୍କର…

ନିଜ କାର୍ଯ୍ୟକୁ ଫେରିଲେ ସରପଞ୍ଚ ଚାମେଲୀ ଓଝା, ପଞ୍ଚାୟତର ଉନ୍ନୟନ କାର୍ଯ୍ୟର ସମୀକ୍ଷା କରି…

ମହାକାଳପଡ଼ା, ୨୬ା୬(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡା ବ୍ଲକ ତିଖିରୀ ପଞ୍ଚାୟତର ଉନ୍ନୟନମୂଳକ କାର୍ଯ୍ୟକୁ ରୋକାଯିବା ଓ କରାଯାଇଥିବା କାମର ବିଲ୍‌ ପ୍ରଦାନ କରାଯାଉ ନ…

ଡେବ୍ୟୁ କରିବା ମାତ୍ରେ ଭାରତୀୟ କ୍ରିକେଟ ଇତିହାସ ବଦଳାଇଦେବେ ବୈଭବ ସୂର୍ଯ୍ୟବଂଶୀ: ଭାଙ୍ଗିବେ ୫ ମହାରେକର୍ଡ

ନୂଆଦିଲ୍ଲୀ,୨୬।୬:ଭାରତୀୟ କ୍ରିକେଟ ଦଳର ୧୫ ବର୍ଷୀୟ ବ୍ୟାଟସମ୍ୟାନ ବୈଭବ ସୂର୍ଯ୍ୟବଂଶୀ ଚର୍ଚ୍ଚାର ବିଷୟ ପାଲଟିଛନ୍ତି। ସେ ଆୟରଲାଣ୍ଡ ବିପକ୍ଷରେ ଆଗାମୀ ଟି-୨୦ ସିରିଜ ପାଇଁ ବରିଷ୍ଠ ଭାରତୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri