ଶେଷ ଦିନରେ ହେଭିଓ୍ବେଟ୍‌ଙ୍କ ଜୋରଦାର ପ୍ରଚାର

ପିପିଲି/ଡେଲାଙ୍ଗ,୨୮।୯(ଡି.ଏନ୍‌.ଏ./ସ୍ବ.ପ୍ର.): ପିପିଲି ଉପନିର୍ବାଚନ ପାଇଁ ୩୦ ତାରିଖରେ ମତଦାନ ହେବାକୁ ଥିବାବେଳେ ସୋମବାର ସନ୍ଧ୍ୟାରେ ପ୍ରଚାର ଶେଷ ହୋଇଛି। ଏହି ପରିପ୍ରେକ୍ଷୀରେ ଶାସକ ବିଜେଡି, ଭାଜପା ଓ କଂଗ୍ରେସର ଷ୍ଟାର ପ୍ରଚାରକମାନେ ବିଭିନ୍ନ ପଞ୍ଚାୟତ ବୁଲି ସଭା ଓ ପ୍ରଚାର କରି ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ୍‌ ମାଗିଥିଲେ। ପିପିଲି ବ୍ଲକର ତେଇଶିପୁର ମନ୍ଦିରଠାରୁ ମନ୍ତ୍ରୀ ସମୀର ରଞ୍ଜନ ଦାଶ, ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ, ରାଜ୍ୟ କ୍ଷୁଦ୍ର ନିଗମ ଅଧ୍ୟକ୍ଷ ଚିନ୍ମୟ ସାହୁ, କେନ୍ଦ୍ରାପଡା ଜିଲା ଯୁବ ବିଜେଡି ସଭାପତି ରାଜେଶ ଦାଶ, ଧରଣୀଧର ସାହୁ, ଗଦାଧର ଦାସ, ଈଶ୍ୱର ପ୍ରସାଦ ଦାଶ, ଶାନ୍ତିିଲତା ପ୍ରଧାନ, ଉମାମଣି ରଥ, ଶାନ୍ତିଲତା ପରିଡାଙ୍କ ନେତୃତ୍ୱରେ ଶତାଧିକ ବିଜେଡି କର୍ମୀ ବିଭିନ୍ନ ଗ୍ରାମକୁ ଯାଇ ଦଳୀୟ ପ୍ରାର୍ଥୀ ରୁଦ୍ର ମହାରଥୀଙ୍କ ପ୍ରଚାର କରିଥିଲେ। ଏହି ଅବସରରେ ତେଇଶିିପୁରଠାରେ ଜଗଦୀପ ପରିଡା, ମାନସ ନାୟକଙ୍କ ସମେତ ବହୁ କର୍ମୀ ଭାଜପା ଛାଡି ବିଜେଡିରେ ଯୋଗଦେଇଥିଲେ। ଯଶୁଆପୁର ପଞ୍ଚାୟତରେ ପୂର୍ବତନ ମନ୍ତ୍ରୀ ଅତୁନ ସବ୍ୟସାଚୀ ନାୟକ, ଆଶିଷ ବରାଳ, ପ୍ରଦ୍ୟୁମ୍ନ ସାମନ୍ତରାୟ, ବୁଦ୍ଧନାଥ ପ୍ରଧାନ, ରାଧୁଚରଣ ଜେନା, ଅନନ୍ତ ନାୟକ, ଶିବପ୍ରସାଦ ଜେନାଙ୍କ ସମେତ ଶତାଧିକ କର୍ମୀ ଦଳୀୟ ପ୍ରାର୍ଥୀ ରୁଦ୍ରଙ୍କ ପାଇଁ ପ୍ରଚାର କରିଥିଲେ। ଅନ୍ୟପଟେ ଅପରାହ୍ନରେ ଭୁବନେଶ୍ୱର ଏମ୍‌ପି ଅପରାଜିତା ଷଡ଼ଙ୍ଗୀ ବିରାଟ ପଦଯାତ୍ରାରେ ବାହାରି ପିପିଲି ବଜାରର ବିଭିନ୍ନ ଦୋକାନକୁ ଯାଇ ଭାଜପା ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କ ପାଇଁ ଭୋଟ୍‌ ମାଗିଥିଲେ। ଏହି ପଦଯାତ୍ରାରେ ରାଜ୍ୟ ଭାଜପା ଉପସଭାପତି ପ୍ରଭାତୀ ପରିଡା, ଅନିତା ଶୁଭଦର୍ଶନୀ, ରାଜ୍ୟ ମହିଳା ମୋର୍ଚ୍ଚା ସଭାନେତ୍ରୀ ସ୍ମୃତି ପଟ୍ଟନାୟକ, କସ୍ତୁରୀ ମିଶ୍ରଙ୍କ ସମେତ ସ୍ଥାନୀୟ ନେତୃବୃନ୍ଦମାନେ ସାମିଲ ହୋଇଥିଲେ। ପିପିଲି ବ୍ଲକ ଛକ ଠାରେ ପୋଲିସ ସମୟ ସୀମା ଅନୁଯାୟୀ ଏହି ପଦଯାତ୍ରାକୁ ଅଟକାଇ ବନ୍ଦ କରିଥିଲା। ପିପିଲିରେ ନିଶ୍ଚିତ ପରିବର୍ତ୍ତନ ହେବ। ଭାଜପା ପ୍ରାର୍ଥୀ ବିଜୟ ଲାଭ କରିବେ ବୋଲି ଏମ୍‌ପି ଷଡ଼ଙ୍ଗୀ କହିଛନ୍ତି। ସେହିପରି କଂଗ୍ରେସ ପକ୍ଷରୁ ଦଳୀୟ ପ୍ରାର୍ଥୀ ବିଶ୍ୱକେସନ ହରିଚନ୍ଦନ ମହାପାତ୍ରଙ୍କ ପାଇଁ ମୁନିନ୍ଦ, କଲ୍ୟାଣପୁର, ସାଉରିଆ, ସୁଜନପୁର, କୋଠବାଡ, ଚାଇଁପୁର, ରେଙ୍ଗଳ, ହରିରାଜପୁର, ଗୋଡିପୁଟ, ମାଟିଆପଡା ଆଦି ପଞ୍ଚାୟତରେ ଜୋରଦାର ପ୍ରଚାର କରାଯାଇଛି।ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ, କୋରାପୁଟ ଏମ୍‌ପି ସପ୍ତଗିରି ଶଙ୍କର ଉଲାକା, ମହିଳା କଂଗ୍ରେସ ସଭାପତି ବନ୍ଦିତା ପରିଡା, ପର୍ଯ୍ୟବେକ୍ଷକ ଉମାବଲଭ ରଥ, ପିସିସି ସାଧାରଣ ସମ୍ପାଦକ ନଳିନୀ ସ୍ବାଇଁ, ରବି ରାୟ, ପ୍ରଦୀପ ବେହେରା, ସୌମ୍ୟରଞ୍ଜନ ପଟ୍ଟନାୟକ, ନିରୁପମା ପାତ୍ର, ବିନୋଦ ସ୍ବାଇଁ, ବିଶ୍ୱରଞ୍ଜନ ବଳବନ୍ତରାୟ, ପ୍ରହ୍ଲାଦ ପ୍ରଧାନ, ନିର୍ମଳ ପରିଡ଼ା, ଲକ୍ଷ୍ମୀଧର ପ୍ରଧାନ, ସୁବାସ ନାୟକ, ସୁରେଶ ମହାପାତ୍ର, ବାଙ୍କନିଧି ବେହେରା, ଟିକନ ବିଶ୍ୱାଳ ପ୍ରମୁଖ ଡେଲାଙ୍ଗ ହାଟ ବଜାର, ଷ୍ଟେଶନ ବଜାର, ଘୋରଡିଆ ବଜାର, ବେରବୋଇ ବଜାରରେ ପ୍ରଥପ୍ରାନ୍ତ ସଭା କରିବା ସହ ଦଳୀୟ ପ୍ରାର୍ଥୀ ବିଶ୍ୱକେସନଙ୍କ ପାଇଁ ଭୋଟ୍‌ ମାଗିଥିଲେ। ଏଥିସହ ପୂର୍ବତନ ପିସିସି ସଭାପତି ଶରତ ପଟ୍ଟନାୟକ, ସୁରେଶ ମହାପାତ୍ର, ପୂର୍ବତନ ବିଧାୟକ ନିମେଇ ସରକାର, ଲଲାଟେନ୍ଦୁ ଦାଶ, ବିସ୍ମୟ ମହାପାତ୍ର, ରବିନ୍ଦ୍ର ଦାସ, ବିପିନ ବିହାରୀ ବଳବନ୍ତରାୟ, ଜ୍ଞାନରଞ୍ଜନ ପଟ୍ଟନାୟକ, ଚନ୍ଦ୍ରଶେଖର ପରିଡା, ବିଜୟ ପ୍ରଧାନ, ପ୍ରହ୍ଲାଦ ପ୍ରଧାନ, ମାନସ ସ୍ବାଇଁ ପ୍ରମୁଖ ଘର ଘର ବୁଲି ପ୍ରଚାର କରିବା ସହ ବିଶ୍ୱକେସନଙ୍କୁ ଭୋଟ୍‌ ଦେବାକୁ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗରିବ ହୋଇ ରହିବୁ

ଚଳିତ ସପ୍ତାହରେ ଏକ ବିଦେଶୀ ଗଣମାଧ୍ୟମ ମୋର ସାକ୍ଷାତ୍‌କାର ନେଇଥିଲା। ଏହା ଶେଷ ହେବା ପରେ ସାକ୍ଷାତ୍‌କାର ନେଇଥିବା ଖବରଦାତା କହିଥିଲେ, ଭାରତର ସ୍ଥିତି ଏଭଳି ହୋଇଛି…

ନେପାଳ ଫେରିଲେ ତିବ୍ବତରେ ଫସି ରହିଥିବା ଭାରତୀୟ ତୀର୍ଥଯାତ୍ରୀ

ବେଜିଂ,୨୯ା୮: ବନ୍ୟାରେ ଗିରୋଙ୍ଗ୍‌ ସୀମାନ୍ତ ପୋଷ୍ଟ ଧ୍ୱଂସ ହୋଇଯାଇଥିବା ବେଳେ ତିବ୍ବତରେ ଅଟକି ରହିଥିବା ବହୁସଂଖ୍ୟାରେ ଭାରତୀୟ ତୀର୍ଥଯାତ୍ରୀ ଶନିବାର ବିକଳ୍ପ ସୀମାନ୍ତ ରାସ୍ତା ଦେଇ ନେପାଳ…

ଉଜ୍‌ବେକିସ୍ତାନରେ ପ୍ରଧାନମନ୍ତ୍ରୀ ମୋଦି

ତାଶକେଣ୍ଟ,୨୯ା୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଜ୍‌ବେକିସ୍ତାନ ଏବଂ କିର୍‌ଗିଜସ୍ତାନକୁ ୪ ଦିନିଆ ଗସ୍ତରେ ଯାଇ ଶନିବାର ଉଜ୍‌ବେକିସ୍ତାନରେ ପହଞ୍ଚିଛନ୍ତି। ୨ ଦେଶ ମଧ୍ୟରେ ରଣନୈତିକ ସହଭାଗିତାକୁ ଆହୁରି…

ସୃଷ୍ଟି ହେଲା ଲଘୁଚାପ, ୫ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା, ୩ ଜିଲାକୁ ରେଡ୍‌ ଓ୍ବାର୍ନିଂ

ଭୁବନେଶ୍ୱର, ୨୯ା୮ (ବନ୍ଦନା ସେଠୀ) – ଉତ୍ତରପଶ୍ଚିମ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ-ଉତ୍ତରଓଡ଼ିଶା ଉପକୂଳରେ ଶନିବାର ସକାଳ ୫ଟା ୩୦ରେ ଆଉଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା…

ଖଡ଼ିଆଳରେ ନୂଆଖାଇ ପାଇଁ ଲଗ୍ନ ଧାର୍ଯ୍ୟ

ଖଡ଼ିଆଳ,୨୯ା୮(ସୁଜିତ କୁମାର ପ୍ରଧାନ): ଖଡ଼ିଆଳ ରାଜଦରବାର ହଲଠାରେ ପଣ୍ଡିତ ମଣ୍ଡଳୀ ନବାନ୍ନ ଲଗ୍ନ ଧାର୍ଯ୍ୟ କରିଛନ୍ତି। ପରମ୍ପରାନୁସାରେ ଆସନ୍ତା ୧୫ ତାରିଖ ମଙ୍ଗଳବାର ଘ.୯.୦୫ମି.ରୁ ଘ.୧୦. ୦୦…

ଖଟ ତଳକୁ ଓହ୍ଲାଇବା ବେଳେ ଚୋଟ ମାରିଲା ସାପ, ରାତିସାରା ଗୁଣିଆ ଡାକି ଝଡ଼ାଫୁଙ୍କା କଲେ, ମେଡିକାଲ ନେବାରେ ବିଳମ୍ବ ଯୋଗୁ…

ଡୁଙ୍ଗୁରିପାଲି,୨୯।୮(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଥାନା ଅନ୍ତର୍ଗତ ବଡ଼ଭାଲୁପାଲି ଗ୍ରାମରେ ଅନ୍ଧବିଶ୍ୱାସ ଯୋଗୁ ଜଣେ ବୃଦ୍ଧଙ୍କର ଅକାଳ ମୃତ୍ୟୁ ଘଟିଛି। ବିଷାକ୍ତ ସାପ…

ଘରେ ଏକାକୀ ଥିବାବେଳେ ମୂକ ଯୁବତୀଙ୍କୁ ବଳାତ୍କାର ଉଦ୍ୟମ! ଗୋଡ଼ାଇ ଗୋଡ଼ାଇ ନିର୍ଦ୍ଧୁମ ଛେଚିଲେ ଗ୍ରାମବାସୀ, ପୋଲିସକୁ…

ଦିଗପହଣ୍ଡି,୨୯।୮ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଧୀନ ଏକ ଗାଁରେ ଜଣେ ମାନସିକ ଅନଗ୍ରସର ଓ ମୂକ ଯୁବତୀଙ୍କୁ ଘରେ ପଶି ବଳାତ୍କାର…

ଦେଓମାଳି ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକ ଅସୁରକ୍ଷିତ: ମୁଖାପିନ୍ଧା ଯୁବକଙ୍କ ଅତର୍କିତ ଆକ୍ରମଣକୁ ନେଇ କୋଟିଆ ଥାନାରେ ମାମଲା ରୁଜୁ

ପଟ୍ଟାଙ୍ଗି,୨୯।୮(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ଅଧୀନ ପ୍ରସିଦ୍ଧ ଦେଓମାଳି ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଶୁକ୍ରବାର ସନ୍ଧ୍ୟାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri