ପ୍ରଚାର ମଇଦାନରେ ହେଭିଓ୍ବେଟ୍‌

ପାଟଣା,୧୩।୨(ସ୍ବ.ପ୍ର.) କେନ୍ଦୁଝର ଜିଲା ପାଟଣା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସାହାରପଡ଼ା ବ୍ଲକ ୨୯ନଂ. ଜିଲା ପରିଷଦ ଜୋନ୍‌କୁ ହାତେଇବା କ୍ଷମତାସୀନ ବିଜେଡି ଓ ବିରୋଧୀ ଭାଜପା ପାଇଁ ସମ୍ମାନର ପ୍ରଶ୍ନ ହୋଇଛି। ଭାଜପା ଜିଲା ସଭାପତି ଅଂଶୁମାନ ସବୁଜ ମହାନ୍ତ ବର୍ମା ଏଠାରୁ ଲଢ଼ୁଥିବା ବେଳେ ନବାଗତ ବୁଦ୍ଧଦେବ ମହାକୁଡ଼ଙ୍କୁ ବିଜେଡି ପ୍ରାର୍ଥୀ କରିଛି। ଉଭୟ ଦଳର ହେଭିଓ୍ବେଟ ନେତା ଦଳୀୟ ପ୍ରାର୍ଥୀଙ୍କ ପାଇଁ ଜୋରଦାର ପ୍ରଚାରରେ ଲାଗି ପଡ଼ିଛନ୍ତି।
ଆସନରୁ ସର୍ବାଧିକ ୫ଜଣ ପ୍ରାର୍ଥୀ ଦଳୀୟ ଟିକଟରେ ଲଢ଼ୁଥିବା ବେଳେ ଜଣେ ସ୍ବାଧୀନ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଗତ ପଞ୍ଚାୟତ ନିର୍ବାଚନରେ ଏହି ଆସନରୁ ବିଜେଡିର କୌଶଲ୍ୟା ନାଏକ ୪୯୬ ଭୋଟ ବ୍ୟବଧାନରେ ଭାଜପା ପ୍ରାର୍ଥୀଙ୍କୁ ହରାଇଥିଲେ। ୨୦୧୭ରେ ଅଂଶୁମାନ ୩୦ନଂ. ଜିଲା ପରିଷଦ ଜୋନ୍‌ରେ ଲଢ଼ି ୩ ହଜାରରୁ ଊର୍ଦ୍ଧ୍ୱ ଭୋଟରେ ବିଜୟୀ ହୋଇଥିଲେ। ଏହି ଆସନରେ ଜିଲା ଭାଜପା ସଭାପତି ପ୍ରାର୍ଥୀ ହୋଇଥିବାରୁ କଂଗ୍ରେସ, ଆମ୍‌ ଆଦମୀ ପାର୍ଟି ଓ ବହୁଜନ ସମାଜ ପାର୍ଟି ମଧ୍ୟ ପ୍ରାର୍ଥୀ ଦେଇଛନ୍ତି। ବିଜେଡି ପକ୍ଷରୁ ଏମ୍‌ପି ଚନ୍ଦ୍ରାଣୀ ମୁର୍ମୁ, ବିଧାୟକ ଜଗନ୍ନାଥ ନାଏକ ଓ ଜିଲା ବିଜେଡି ସଭାପତି ମାଧବ ସର୍ଦ୍ଦାର ପ୍ରଚାର ମଙ୍ଗ ଧରିଛନ୍ତି। ଶନିବାର ରାଜ୍ୟ ଭାଜପା ସାଧାରଣ ସମ୍ପାଦକ ଗୋଲେଖ ମହାପାତ୍ର ୨୯ନଂ.ଜୋନରେ ଅଂଶୁମାନଙ୍କ ସପକ୍ଷରେ ଭୋଟ ଭିକ୍ଷା କରିଥିଲେ। ସ୍ବାଧୀନ ପ୍ରାର୍ଥୀ ଖଗେଶ୍ୱର ସେଠୀଙ୍କ ଭୋଟ ବିଭାଜନ ଦ୍ୱାରା ଏହି ଆସନର ହାରଜିତ ନିର୍ଣ୍ଣୟ ହେବ ବୋଲି ସ୍ଥାନୀୟ ଅଞ୍ଚଳରେ ଆଲୋଚନା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବେପାରୀଙ୍କ କବ୍‌ଜାରେ ଚାଷୀଙ୍କ ହଳଦୀପତ୍ର

କେନ୍ଦୁଝର, ୧୯ା୧୧(ସ୍ବ.ପ୍ର.)-ଓଡିଆ ଘରେ ବାର ମାସରେ ତେର ପର୍ବ। ତେର ପର୍ବରେ ଘରେ ପିଠାପଣାରେ ମହକି ଉଠେ। ଓଡିଆଣୀ ଘରେ ବିଭିନ୍ନ ପ୍ରକାରର ପିଠା ମଧ୍ୟରୁ...

କରୋନାରେ ଆଖି ବୁଜିଲେ ସହକାରୀ ବ୍ରାଞ୍ଚ ପୋଷ୍ଟ ମାଷ୍ଟର

ପାଟଣା,୨୪ା୫(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ଯମୁନାପଶି ପଞ୍ଚାୟତ ଯମୁନା ଗାଁ ପୋଷ୍ଟ ଅଫିସରେ ସହକାରୀ ପୋଷ୍ଟ ମାଷ୍ଟର ଭାବେ କାର୍ଯ୍ୟ କରୁଥିବା ଗୁରୁ ଚରଣ...

ସୌରିବନ୍ଧୁ କରଙ୍କ ବିୟୋଗରେ ଶୋକ

କେନ୍ଦୁଝର,୧୫ା୪(ଡିଏନ୍‌ଏ): ବିଶିଷ୍ଟ ଶ୍ରମିକ ନେତା ତଥା ଏ.ଆଇ.ଟି.ୟୁ.ସିର ରାଜ୍ୟ ସାଧାରଣ ସମ୍ପାଦକ ସୌରିବନ୍ଧୁ କରଙ୍କ ସୋମବାର ରାତିରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ପରଲୋକ ହୋଇଯାଇଛି।...

ଏନ୍‌ଏଚ୍‌ଆର୍‌ସିରେ ପହଞ୍ଚିଲା ବଡ଼ବିଲ ବଳାତ୍କାର, ହତ୍ୟା ଘଟଣା

କେନ୍ଦୁଝର,୨୪ା୭(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅନ୍ତର୍ଗତ କାରାଖେଣ୍ଡରା ଜଙ୍ଗଲରେ ଜଣେ ମହିଳାଙ୍କୁ ବଳାତ୍କାର ପରେ ହତ୍ୟା କରାଯାଇଥିଲା। ଏହି ଘଟଣାକୁ ନେଇ ଜାତୀୟ ମାନବାଧିକାର...

ଘସିପୁରା ବ୍ଲକରେ ଆବାସ ଘୋଟାଲା ପ୍ରସଙ୍ଗ : ଦୁଇ ପିଇଓ ନିଲମ୍ବିତ

ଘସିପୁରା,୧୩।୧୦(ଡି.ଏନ୍‌.ଏ.) : କେନ୍ଦୁଝର ଜିଲା ଘସିପୁରା ବ୍ଲକରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଅନିୟମିତତା ଅଭିଯୋଗରେ ୨ ପିଓ (ପଞ୍ଚାୟତ ନିର୍ବାହୀ ଅଧିକାରୀ)ଙ୍କୁ ନିଲମ୍ବନ କରାଯାଇଛି।...

ବଜାରରେ ଦେଶୀ ଆମ୍ବର ପସରା

କେନ୍ଦୁଝର, ୧୨।୬ (ସ୍ବ.ପ୍ର) ଜଙ୍ଗଲ ମଣିଷକୁ ବଞ୍ଚିବା ପାଇଁ ସବୁ କିଛି ଦେଇଛି ା ଖାଦ୍ୟ ପାଇଁ ବିଭିନ୍ନ ଋତୁରେ ବିଭିନ୍ନ ପ୍ରକାରର ଫଳମୂଳ ଆଦି...

ସୀମାନ୍ତ ସ୍ଥିତି ଅନୁଧ୍ୟାନ କଲେ ବିଧାୟକ

ଚମ୍ପୁଆ,୯।୫(ଡି.ଏନ.ଏ.)- କେନ୍ଦୁଝର ସଦର ବିଧାୟକ ତଥା ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝି ସୀମାନ୍ତ ସ୍ଥିତି ସମୀକ୍ଷା କରିଥିବା ଜଣାଯାଇଛି। ସୂଚନା ଅନୁସାରେ...

ପଞ୍ଚଭୂତରେ ବିଲୀନ ହେଲେ ଅରିନ୍ଦମ ଦାସ

ପାଟଣା,୨୫।୯(ସ୍ବ.ପ୍ର.): ଯୁବ ସାମ୍ବାଦିକ ଅରିନ୍ଦମ ଦାସ (ସାମୀ) ଶନିବାର ପଞ୍ଚଭୂତରେ ବିଲୀନ ହୋଇଛନ୍ତି। ଜନ୍ମସ୍ଥାନ କେନ୍ଦୁଝର ଜିଲା ରାଜନଗର ପଞ୍ଚାୟତର ରାଇକଳା ନିକଟ ବୈତରଣୀ ନଦୀକୂଳରେ...

Advertisement
Archives

Model This Week