ଭାରିଯାନ ବଢ଼ାଉଛି ପ୍ରଦୂଷଣ

ଭୁବନ, ୧୧।୬(ଡି.ଏନ୍‌.ଏ) ଢେଙ୍କାନାଳ ଜିଲା ଭୁବନ ବ୍ଲକ କାନଖାଇ ଗ୍ରାମଦେଇ ଦୈନିକ ଶତାଧିକ କ୍ରୋମାଇଟ୍‌ ବୋଝେଇ ଭାରିଯାନ ଚଳାଚଳ କରୁଛି। ଫଳରେ ପ୍ରଦୂଷଣ ଏବଂ ଦୁର୍ଘଟଣା ବଢୁଛି। ଗ୍ରାମ୍ୟ ରାସ୍ତା ଶୋଚନୀୟ ହୋଇପଡ଼ିଲାଣି। ଏହାର ପ୍ରତିବାଦରେ ଦୀର୍ଘଦିନ ଧରି କୁହୁଳିଥିବା ପୁଞ୍ଜୀଭୂତ ଅସନ୍ତୋଷ ଉଗ୍ରରୂପ ନେଇଛି। ଗୁରୁବାର ରାତିରେ ଗ୍ରାମବାସୀ ୫୦ରୁ ଊର୍ଦ୍ଧ୍ୱ ଗାଡ଼ି ଅଟକ ରଖିବା ସହ ଏହାର ପ୍ରତିବାଦ କରିଛନ୍ତି। ଏହାକୁ ନେଇ ଟ୍ରକ୍‌ ଡ୍ରାଇଭର, କର୍ମଚାରୀଙ୍କ ସହ ସେମାନଙ୍କ ବଚସା ହୋଇଥିଲା। ପୋଲିସ ପହଞ୍ଚତ୍ ହସ୍ତକ୍ଷେପ କରିବା ପରେ ସ୍ଥିତି ନିୟନ୍ତ୍ରଣକୁ ଆସିଥିଲା।
ଅଭିଯୋଗ ଅନୁଯାୟୀ, ରାତିରେ ଭାରିଯାନଗୁଡ଼ିକ ୫୩ନଂ. ଜାତୀୟ ରାଜପଥ ପରିବର୍ତ୍ତେ ଗଁା ମଧ୍ୟ ଦେଇ ଯାଇଥିବା ପୂର୍ତ୍ତ ବିଭାଗ ରାସ୍ତାରେ ଚଳାଚଳ କରୁଛି। ଦ୍ରୁତ ଗାଡ଼ିଚାଳନା ଯୋଗୁ ଦୈନିକ ଛୋଟବଡ଼ ଦୁର୍ଘଟଣା ଘଟୁଛି। ଧୂଳିଧୂଅଁା ଅଣନିଃଶ୍ୱାସୀ କରୁଛି। ଏହାକୁ ନେଇ ୬ମାସ ହେଲା ଗ୍ରାମବାସୀ ବିରୋଧ କରି ଆସୁଥିଲେ ମଧ୍ୟ କେହି ଭ୍ରୂକ୍ଷେପ କରୁନାହାନ୍ତି। ସମସ୍ୟା ବଢ଼ିବା ପରେ ଗୁରୁବାର ରାତି ପ୍ରାୟ ୧୦ଟାରେ ଗ୍ରାମବାସୀ ୫୦ରୁ ଊର୍ଦ୍ଧ୍ୱ କ୍ରୋମାଇଟ୍‌ ବୋଝେଇ ଗାଡ଼ି ଅଟକ ରଖିଥିଲେ। ଭୁବନ ପୋଲିସ ପହଞ୍ଚତ୍ ବୁଝାଶୁଝା କରିଥିଲେ ମଧ୍ୟ ଆନ୍ଦୋଳନକାରୀମାନେ ଜିଦ୍‌ରେ ଅଟଳ ରହିଥିଲେ। ଗ୍ରାମବାସୀଙ୍କ ଦାବି ପୂରଣ କରାଯିବ ଏବଂ ଏଣିକି ୫୩ନଂ. ଜାତୀୟ ରାଜପଥ ଦେଇ ଟ୍ରକ୍‌ ଯାତାୟାତ କରିବ ବୋଲି ବୋଲି ପୋଲିସ ପ୍ରତିଶ୍ରୁତି ଦେଇଥିଲା। ଆଗାମୀ ଦିନରେ ଗ୍ରାମ ରାସ୍ତାଦେଇ ଭାରିଯାନ ଚଳାଚଳ କଲେ ଆନ୍ଦୋଳନ କରାଯିବ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାରବାଟୀରେ ଭାରତର ବିଜୟ ଉତ୍ସବ ମଧ୍ୟରେ ଲୁଟ୍; ଦର୍ଶକଙ୍କ ମୋବାଇଲ୍, ପର୍ସ ଚୋରି

କଟକ,୧୦।୧୨: ବାରବାଟୀ ଷ୍ଟାଡିୟମରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଅନୁଷ୍ଠିତ ଟି-୨୦ ମୁକାବିଲାରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଧୁଆଁଦାର ବ୍ୟାଟିଂ ଓ ବୋଲିଂ ବଳରେ ଭାରତ...

କଂଗ୍ରେସ ହାଇକମାଣ୍ଡଙ୍କ କାର୍ଯ୍ୟକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଲେ ମୋକିମ, କହିଲେ ୩ ବର୍ଷ ଅପେକ୍ଷା କରି ରାହୁଲଙ୍କୁ…

ଭୁବନେଶ୍ୱର,୧୦।୧୨: କଂଗ୍ରେସ ହାଇକମାଣ୍ଡଙ୍କ କାର୍ଯ୍ୟକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି ମହମ୍ମଦ ମୋକିମ। ମୋକିମ କହିଛନ୍ତି, କଂଗ୍ରେସକୁ ମଜଭୂତ ପାଇଁ କେନ୍ଦ୍ରୀୟ ନେତୃତ୍ୱ କାର୍ଯ୍ୟ କରୁ...

ଅଧ୍ୟାପିକାଙ୍କୁ ଅଧ୍ୟକ୍ଷଙ୍କ ପ୍ରେମ ନିବେଦନ: ମେସେଜ୍‌ କରି କହିଲେ ଯଦି ତୁମେ…

ବୋଲଗଡ଼,୧୦ା୧୨(ଦେବବ୍ରତ ହୋତା): ଖୋର୍ଦ୍ଧା ଜିଲା ବୋଲଗଡ଼ସ୍ଥିତ ପରମାନନ୍ଦ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଦୀପ୍ତ କୁମାର ଦାସ ଜଣେ ନବନିଯୁକ୍ତ ଅଧ୍ୟାପିକାଙ୍କ ମୋବାଇଲ ନମ୍ବରକୁ ମେସେଜରେ ପ୍ରେମ ନିବେଦନ...

୧୨ ଯାଏ ଥରିବ ଓଡ଼ିଶା: ୭ ଜିଲାକୁ କୋଲ୍ଡ ଓ୍ବେଭ୍‌ ପାଇଁ ୟେଲୋ ଓ୍ବାର୍ଣ୍ଣିଂ

ଭୁବନେଶ୍ୱର, ୧୦।୧୨ (ବନ୍ଦନା ସେଠୀ)- ହାଡ଼ଭଙ୍ଗା ଶୀତରେ ଥରୁଛି ସାରା ଓଡ଼ିଶା। ଶୀତର ଲହରୀ ଜାରି ରହିଥିବାବେଳେ ଆହୁରି ୩ଦିନ ଯାଏଁ ଶୀତ କଲବଲ କରିବ।...

କଂଗ୍ରେସ ଛାଡିବେ କି ମୋକିମ? ଭକ୍ତଙ୍କୁ କଲେ ଖୋଲା ଚ୍ୟାଲେଞ୍ଜ, ସୋନିଆଙ୍କୁ ଚିଠି ଲେଖି କହିଲେ…

ଭୁବନେଶ୍ୱର,୧୦।୧୨: ପିସିସି ସଭାପତି ଭକ୍ତ ଦାସଙ୍କ ନେତୃତ୍ୱକୁ ଖୋଲା ଚ୍ୟାଲେଞ୍ଜ କରିଛନ୍ତି ନେଇ ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା ମୋକିମ। ସୋନିଆଙ୍କୁ ଚିଠି ଲେଖି ଅସନ୍ତୋଷ...

ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ: ୭ ଦିନରେ ଦାବି…

ଭୁବନେଶ୍ୱର,୧୦।୧୨: ଗାନ୍ଧିମାର୍ଗରେ ଆନ୍ଦୋଳନରେ ବସିଥିବା ପ୍ରାଥମିକ ଶିକ୍ଷକ ଆନ୍ଦୋଳନରୁ ହଟିଛନ୍ତି। ଏକାମ୍ର ବିଧାୟକ ବାବୁ ସିଂ ଓ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡ଼ୁଙ୍କ ସହ...

ଶୀତରେ ଥରୁଛି ଦାରିଙ୍ଗବାଡି: ତୁଷାରପାତରେ… 

ଦାରିଙ୍ଗବାଡି, ୧୦।୧୨ (ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ଏବେ ଅସହ୍ୟ ଜାଡ଼ । ତାପମାତ୍ରା ଦିନକୁ ଦିନ ହ୍ରାସ ପାଉଥିବା ବେଳେ ଏବେ...

କୁକୁର, ଗାଈ ନେଇ ଡିଗ୍ରୀ କଲେଜ ଅଧ୍ୟକ୍ଷଙ୍କୁ ଚିଠି

ଭୁବନେଶ୍ୱର,୧୦।୧୨: ସବୁ ଡିଗ୍ରୀ କଲେଜ ଅଧ୍ୟକ୍ଷଙ୍କୁ ଉଚ୍ଚଶିକ୍ଷା ବିଭାଗର ଚିଠି। କୁକୁର, ଗାଈ କଲେଜରେ ପ୍ରବେଶ ରୋକିବା ପାଇଁ ପଦକ୍ଷେପ ନେବାକୁ ଚିଠି ହୋଇଛି। କଲେଜରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri