ଭାରିଯାନ ବଢ଼ାଉଛି ପ୍ରଦୂଷଣ

ଭୁବନ, ୧୧।୬(ଡି.ଏନ୍‌.ଏ) ଢେଙ୍କାନାଳ ଜିଲା ଭୁବନ ବ୍ଲକ କାନଖାଇ ଗ୍ରାମଦେଇ ଦୈନିକ ଶତାଧିକ କ୍ରୋମାଇଟ୍‌ ବୋଝେଇ ଭାରିଯାନ ଚଳାଚଳ କରୁଛି। ଫଳରେ ପ୍ରଦୂଷଣ ଏବଂ ଦୁର୍ଘଟଣା ବଢୁଛି। ଗ୍ରାମ୍ୟ ରାସ୍ତା ଶୋଚନୀୟ ହୋଇପଡ଼ିଲାଣି। ଏହାର ପ୍ରତିବାଦରେ ଦୀର୍ଘଦିନ ଧରି କୁହୁଳିଥିବା ପୁଞ୍ଜୀଭୂତ ଅସନ୍ତୋଷ ଉଗ୍ରରୂପ ନେଇଛି। ଗୁରୁବାର ରାତିରେ ଗ୍ରାମବାସୀ ୫୦ରୁ ଊର୍ଦ୍ଧ୍ୱ ଗାଡ଼ି ଅଟକ ରଖିବା ସହ ଏହାର ପ୍ରତିବାଦ କରିଛନ୍ତି। ଏହାକୁ ନେଇ ଟ୍ରକ୍‌ ଡ୍ରାଇଭର, କର୍ମଚାରୀଙ୍କ ସହ ସେମାନଙ୍କ ବଚସା ହୋଇଥିଲା। ପୋଲିସ ପହଞ୍ଚତ୍ ହସ୍ତକ୍ଷେପ କରିବା ପରେ ସ୍ଥିତି ନିୟନ୍ତ୍ରଣକୁ ଆସିଥିଲା।
ଅଭିଯୋଗ ଅନୁଯାୟୀ, ରାତିରେ ଭାରିଯାନଗୁଡ଼ିକ ୫୩ନଂ. ଜାତୀୟ ରାଜପଥ ପରିବର୍ତ୍ତେ ଗଁା ମଧ୍ୟ ଦେଇ ଯାଇଥିବା ପୂର୍ତ୍ତ ବିଭାଗ ରାସ୍ତାରେ ଚଳାଚଳ କରୁଛି। ଦ୍ରୁତ ଗାଡ଼ିଚାଳନା ଯୋଗୁ ଦୈନିକ ଛୋଟବଡ଼ ଦୁର୍ଘଟଣା ଘଟୁଛି। ଧୂଳିଧୂଅଁା ଅଣନିଃଶ୍ୱାସୀ କରୁଛି। ଏହାକୁ ନେଇ ୬ମାସ ହେଲା ଗ୍ରାମବାସୀ ବିରୋଧ କରି ଆସୁଥିଲେ ମଧ୍ୟ କେହି ଭ୍ରୂକ୍ଷେପ କରୁନାହାନ୍ତି। ସମସ୍ୟା ବଢ଼ିବା ପରେ ଗୁରୁବାର ରାତି ପ୍ରାୟ ୧୦ଟାରେ ଗ୍ରାମବାସୀ ୫୦ରୁ ଊର୍ଦ୍ଧ୍ୱ କ୍ରୋମାଇଟ୍‌ ବୋଝେଇ ଗାଡ଼ି ଅଟକ ରଖିଥିଲେ। ଭୁବନ ପୋଲିସ ପହଞ୍ଚତ୍ ବୁଝାଶୁଝା କରିଥିଲେ ମଧ୍ୟ ଆନ୍ଦୋଳନକାରୀମାନେ ଜିଦ୍‌ରେ ଅଟଳ ରହିଥିଲେ। ଗ୍ରାମବାସୀଙ୍କ ଦାବି ପୂରଣ କରାଯିବ ଏବଂ ଏଣିକି ୫୩ନଂ. ଜାତୀୟ ରାଜପଥ ଦେଇ ଟ୍ରକ୍‌ ଯାତାୟାତ କରିବ ବୋଲି ବୋଲି ପୋଲିସ ପ୍ରତିଶ୍ରୁତି ଦେଇଥିଲା। ଆଗାମୀ ଦିନରେ ଗ୍ରାମ ରାସ୍ତାଦେଇ ଭାରିଯାନ ଚଳାଚଳ କଲେ ଆନ୍ଦୋଳନ କରାଯିବ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨୦ ଫୁଟ୍‌ ତଳକୁ ଖସିଲା ଚକାଡ଼ୋଳା ବସ୍; ୪୦ ଯାତ୍ରୀ…..

ନୟାଗଡ,୧୮।୮(ଲୋକନାଥ ମିଶ୍ର): ୨୦ ଫୁଟ୍‌ ତଳକୁ ଖସିଲା ବସ୍‌ ।ବଲାଙ୍ଗୀର ଖୋର୍ଦ୍ଧା ୫୭ ନଂ ଜାତୀୟ ରାଜପଥ ଅନ୍ତର୍ଗତ ବାଇପାସ୍‌ର ସୁନାଲଟି ଛକ ନିକଟରେ ଏହି ଦୁର୍ଘଟଣା…

‘ସିଏଜି’ ହାତରେ ‘ନିପୁଣ’ ବିଫଳତା, ବିଦ୍ୟାର୍ଥୀ ଲେଖିପାରୁ ନାହାନ୍ତି ନାଁ

ଭୁବନେଶ୍ୱର,୧୮।୮(ରବିନାରାୟଣ ଜେନା): ଶିକ୍ଷାକୁ ସାର୍ବଜନୀନ କରିବାପାଇଁ କେନ୍ଦ୍ର ସରକାରଙ୍କଠାରୁ ଆରମ୍ଭ କରି ରାଜ୍ୟ ସରକାରଙ୍କ ପର୍ଯ୍ୟନ୍ତ ସମସ୍ତେ ଗୁରୁତ୍ୱ ଦେଉଛନ୍ତି । ଛାତ୍ରୀଛାତ୍ରଙ୍କୁ ଗୁଣବତ୍ତା ଶିକ୍ଷା ଯୋଗାଇବା…

ବନ୍ୟାଜଳରେ ବୁଲି ସ୍ଥିତି ଅନୁଧ୍ୟାନ କଲେ ମୁଖ୍ୟମନ୍ତ୍ରୀ, ଅଧିକାରୀମାନଙ୍କୁ ଦେଲେ ଏହି ନିର୍ଦ୍ଦେଶ

ଯାଜପୁର/ଦଶରଥପୁର,୧୮।୮(ହର୍ଷବର୍ଦ୍ଧନ ବେହେରା/ସୁଶାନ୍ତ ବେହୁରିଆ) : ବୈତରଣୀ ନଦୀର ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁ ଯାଜପୁର ଜିଲାର ଦଶରଥପୁର ବ୍ଲକ ଅଞ୍ଚଳରେ ବନ୍ୟା ସ୍ଥିତି ସଙ୍ଗିନ ହୋଇପଡିଛି ।…

ଆଜି ପ୍ରବଳ ବର୍ଷିବ: ୩ ଜିଲାକୁ ଅରେଞ୍ଜ ଓ୍ବାର୍ନିଂ

ଭୁବନେଶ୍ୱର,୧୮।୮(ବନ୍ଦନା ସେଠୀ): ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅବପାତର ରୂପ ନେବା ପରେ ଏହା ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ଗତି କରୁଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା…

ଭାଜପାର ନୂଆ ଟିମରେ ଓଡ଼ିଶାରୁ ୨: ସୋସିଆଲ ମିଡିଆରେ ଧର୍ମେନ୍ଦ୍ର ପ୍ରଧାନ କହିଲେ…

ନୂଆଦିଲ୍ଲୀ, ୧୭।୮: ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ନୂଆ ଟିମ ଘୋଷଣା କରିଛନ୍ତି। ସ୍ମୃତି ଇରାନୀଙ୍କୁ ସାଧାରଣ ସମ୍ପାଦକ ଏବଂ ବସୁନ୍ଧରା ରାଜେଙ୍କୁ ଉପାଧ୍ୟକ୍ଷ ଭାବେ ନିଯୁକ୍ତ…

ପଲିଥିନ୍ ତଳେ ଜୀବନ କଟୁଛି ଜୀବନ: ଜିଲା ପ୍ରଶାସନର ଦୃଷ୍ଟି ଦେବାକୁ ଦାବି

କେସିଙ୍ଗା, ୧୭।୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କନ୍ତେଶିର ଗ୍ରାମ ପଞ୍ଚାୟତ ଅଧୀନ କୁର୍ଲୁପଡ଼ା ଗ୍ରାମ ନିକଟରେ ଥିବା କଲେକ୍ଟରପଡ଼ାରେ ବସବାସ କରୁଥିବା ପରମେଶ୍ୱର…

ଝିଅର ଚିକିତ୍ସାକୁ ନେଇ ବଚସା, ସ୍ତ୍ରୀଙ୍କୁ ହତ୍ୟା

ପାରଳାଖେମୁଣ୍ଡି,୧୭ା୮(ଗିରିଧାରୀ ପରିଛା): ଝିଅର ଚିକିତ୍ସାକୁ ନେଇ ସ୍ତ୍ରୀଙ୍କ ସହ ବଚସା ପରେ ତାଙ୍କୁ ହତ୍ୟା କରିବା ମାମଲାରେ ସ୍ବାମୀଙ୍କୁ ଆଜୀବନ କାରାଦଣ୍ଡ ହୋଇଛି। ଗଜପତି ଜିଲା ସେସନ୍ସ…

ଚୋର-ପୋଲିସ୍‌ର ଖେଳ ସୋସିଆଲ୍‌ ମିଡିଆରେ ଭାଇରାଲ୍‌: ଚାରି ଥାନାର ପୋଲିସ୍‌କୁ ପାଣି ପିଆଇ…

ପୁରୁଷୋତ୍ତମପୁର, ୧୭।୮ (ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ଘଟିଥିବା ଚୋର-ପୋଲିସ୍‌ ଲଢ଼େଇ ଏବେ ସୋସିଆଲ୍‌ ମିଡିଆରେ ଖୁବ୍‌ ଭାଇରାଲ୍‌ ହେବାରେ ଲାଗିଛି। ଗତ ଶୁକ୍ରବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri