ପୁଣି ଧରାପଡ଼ିଲା ଧଳାଜହର

ଢେଙ୍କାନାଳ ଅଫିସ, ୧୧।୬ ଢେଙ୍କାନାଳ ଜିଲାରେ ବ୍ରାଉନ୍‌ସୁଗାର ର଼୍ୟାକେଟ୍‌ ସକ୍ରିୟ ହୋଇଉଠିଛି। ସହରସ୍ଥିତ ରାମେଶ୍ୱରପୁର ରେଳଧାରଣା ପାର୍ଶ୍ୱରେ ଥିବା ଏକ ସିମେଣ୍ଟ ଗୋଦାମ ନିକଟରୁ ଶୁକ୍ରବାର ଟାଉନ ଥାନା ପୋଲିସ ୧୬ ଗ୍ରାମ ୭୦୦ ମିଲିଗ୍ରାମ ବ୍ରାଉନ୍‌ ସୁଗାର ଜବତ କରିଛି। ଏହି ଘଟଣାରେ ସ୍ଥାନୀୟ ବାଜିଚୌକ ଜୟଗୋପାଳ ସାହିର ରାହୁଲ କୁମାର ରାଉତ ଓରଫ ଜଗନ (୨୩), ରଗଡ଼ିସାହିର ଗଣେଶ ନାଥ (୨୫), ମୋଟଙ୍ଗା ଥାନା ବୁଢ଼ାପଙ୍କ ଗ୍ରାମର ସୌମ୍ୟରଞ୍ଜନ ଦାସ ଓରଫ ସମୀର (୨୭)ଙ୍କୁ ଗିରଫ କରାଯାଇଛି। ସେମାନଙ୍କ ନିକଟରୁ ଏକ କଳାରଙ୍ଗର କାର (ନଂ. ଓଡି ୦୨ ବିସି ୮୯୫୪), ନଗଦ ୪୦ ହଜାର ୮୦୦ ଟଙ୍କା, ଏକ ମନିପର୍ସରୁ ୧,୩୨୦ ଟଙ୍କା, ୫ ମୋବାଇଲ, ୨ ଭରି ଓଜନର ସୁନା ଚେନ୍‌, ବ୍ରେସଲେଟ୍‌, ସୁନା ମୁଦି ଜବତ ହୋଇଛି। ଜବତ ବ୍ରାଉନ୍‌ ସୁଗାରର ଆନୁମାନିକ ମୂଲ୍ୟ ୧ଲକ୍ଷ ୭୦ହଜାର ଟଙ୍କା ହେବ ବୋଲି ଆକଳନ କରାଯାଇଛି।
ଢେଙ୍କାନାଳରେ ବ୍ରାଉନ୍‌ସୁଗାର ଭଳି ନିଷିଦ୍ଧ ନିଶାର ଅବାଧ କାରବାର ବଢ଼ିବାରେ ଲାଗିଛି। ଏଥିରେ ସମ୍ପୃକ୍ତ ବ୍ୟବସାୟୀମାନେ ଯୁବପିଢ଼ିଙ୍କୁ ଟାର୍ଗେଟ କରୁଛନ୍ତି। ପୂର୍ବରୁ ଏକାଧିକ ଥର ଧଳାଜହର ଜବତ ହେବା ପରେ ପୋଲିସ ପ୍ରଶାସନର ମୁଣ୍ଡବ୍ୟଥା ବଢ଼ିଥିଲା। ରାମେଶ୍ୱରପୁର ରେଳଧାରଣା ନିକଟରେ ବ୍ରାଉନ୍‌ସୁଗାର ବିକ୍ରି ପାଇଁ ଯୋଜନା ଚାଲିଥିବା ସୂଚନା ମିଳିବା ପରେ ଏସ୍‌ପି ଏଲ୍‌. ଦିବ୍ୟା ଭି.ଙ୍କ ନିର୍ଦ୍ଦେଶରେ ସଦର ଏସ୍‌ଡିପିଓ ବିକାଶ ବେଉରାଙ୍କ ନେତୃତ୍ୱରେ ଥାନାଧିକାରୀ ରାଜେନ୍ଦ୍ର ମହାପାତ୍ର, ଏସ୍‌ଆଇ ଚନ୍ଦ୍ରକାନ୍ତ ସେଠୀ, ସୌଭାଗ୍ୟ ପାଣି ସଦଳବଳ ଚଢ଼ାଉ କରିଥିଲେ। ଏ ନେଇ ଟାଉନ ଥାନାରେ ନଂ. ୩୪୫/୨୨, ଦଫା ୨୧(ବି), ଏନ୍‌ଡିପିଏସ୍‌ ଆକ୍ଟରେ ଏକ ମାମଲା ରୁଜୁ କରାଯାଇଛି। ଧରାପଡ଼ିଥିବା ସମ୍ପୃକ୍ତ ୩ ଅଭିଯୁକ୍ତ ବ୍ରାଉନସୁଗାର ବ୍ୟବସାୟରେ ଲିପ୍ତ ଥିବା ଏସ୍‌ଡିପିଓ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ

ଭୁବନେଶ୍ୱର,୨୬ା୪: ଓଡ଼ିଶାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଶୁକ୍ରବାର ବିଜ୍ଞପ୍ତି ପ୍ରକାଶ ପାଇଛି। ମେ’ ୨୦ରେ ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ।

ଭାଜପା ରାଜ୍ୟ ସମ୍ପାଦକ ଦଳ ଛାଡ଼ିଲେ, ଆଜି ବିଜେଡିରେ ମିଶିବେ

ଭଞ୍ଜନଗର/ସୋରଡ଼ା,୨୬।୪(ବାବୁଲା ପ୍ରଧାନ/ଲମ୍ବୋଦର ପାଣିଗ୍ରାହୀ): ଗଞ୍ଜାମ ଜିଲା ସୋରଡ଼ା ନିର୍ବାଚନ ମଣ୍ଡଳୀର ପୂର୍ବତନ ଭାଜପା ବିଧାୟକ ପ୍ରାର୍ଥୀ ତଥା ବର୍ତ୍ତମାନର ଭାଜପା ରାଜ୍ୟ କୃଷକ ମୋର୍ଚ୍ଚା ସମ୍ପାଦକ...

୨୦୧୯ରେ ମିଳିଥିଲା ୩୪% ଭୋଟ୍, ୨୦୨୪ରେ ଗଠନ ହେବ ସରକାର: କାର୍ଯ୍ୟକର୍ତ୍ତାଙ୍କୁ ଶାହାଙ୍କ ଗୁରୁମନ୍ତ୍ର

ଭୁବନେଶ୍ୱର,୨୬ା୪: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାର ବରିଷ୍ଠ ନେତା ତଥା ସଦସ୍ୟମାନଙ୍କୁ ଆତ୍ମବିଶ୍ୱାସର ସହ କାର୍ଯ୍ୟ କରିବାକୁ ଉତ୍ସାହିତ କରିଛନ୍ତି। ଏହାସହ କହିଛନ୍ତି...

୩ ଜଣଙ୍କୁ ଚାପିଦେଲା ଟ୍ରକ୍‌

ସୁନ୍ଦରଗଡ଼,୨୬ା୪: ସୁନ୍ଦରଗଡ଼ ଜିଲା ଭସ୍ମା ଥାନା ଅନ୍ତର୍ଗତ ଦର୍ଲିପାଲି ଏନ୍‌ଟିପିସି ପାଓ୍ବାର ପ୍ଲାଣ୍ଟ ନିକଟରେ ଏକ ଟ୍ରକ୍‌ ୩ ବାଇକ୍‌ ଆରୋହୀଙ୍କ ଉପରେ ମାଡ଼ିଯିବାରୁ ଘଟଣାସ୍ଥଳରେ...

ଲଢ଼େଇରେ ନୂଆ ବନାମ ଅଭିଜ୍ଞ

ରାଜକନିକା,୨୬ା୪(ସଞ୍ଜୟ କୁମାର ଦାଶ): କେନ୍ଦ୍ରାପଡ଼ା ଜିଲାର ଶେଷ ସୀମା ହେଉଛି ଆଳି ନିର୍ବାଚନମଣ୍ଡଳୀ। ରାଜକନିକାର ୨୯ଟି ପଞ୍ଚାୟତ ଓ ଆଳିର ୩୪ଟି ପଞ୍ଚାୟତକୁ ମିଶାଇ ଆଳି...

‘ପାଣ୍ଡିଆନ୍‌ଙ୍କୁ ଜେଡ୍‌ କାଟେଗୋରି ସୁରକ୍ଷା କାହିଁକି ମିଳୁଛି’

ଭୁବନେଶ୍ୱର, ୨୬।୪(ସୁନିତ୍‌ ମିଶ୍ର):କୌଣସି ସାମ୍ବିଧାନିକ ପଦପଦବୀରେ ନାହାନ୍ତି। ସେ ଏମ୍‌ପି କି ବିଧାୟକ କିମ୍ବା କୌଣସି ଦଳୀୟ ନେତା ବି ନୁହନ୍ତି। ସେ ଜଣେ ବିଜେଡିର...

ସରକାରୀ ହସ୍ପିଟାଲ ପରିସରରେ ଥିବା ଘରୋଇ ଔଷଧ ଦୋକାନ ହେବ ବନ୍ଦ

ଭୁବନେଶ୍ୱର, ୨୬।୪(ବନ୍ଦନା ସେଠୀ):ରାଜ୍ୟର ସରକାରୀ ଡାକ୍ତରଖାନା ପରିସରରେ ରହିଥିବା ଘରୋଇ ଔଷଧ ଷ୍ଟୋର୍‌ ବନ୍ଦ ହେବ। ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଏପରି କଡ଼ା...

ଘରେ ପଶି ମା’- ଦେଢ଼ ବର୍ଷର ପୁଅଙ୍କୁ ବୀଭତ୍ସ ହତ୍ୟା

ସମ୍ବଲପୁର,୨୬ା୪: ସମ୍ବଲପୁର ଜିଲା ଗୋବିନ୍ଦପୁର ଥାନା ଦଲକିବାହାଲ ଗାଁରେ ଗୁରୁବାର ବିଳମ୍ବିତ ରାତିରେ ଏକ ଅଭାବନୀୟ କାଣ୍ଡ ଘଟିଛି। ଘରେ ପଶି ମା’-ପୁଅଙ୍କୁ ହତ୍ୟା କରିଛନ୍ତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri