Posted inଜାତୀୟ

କେରଳରେ ଲଗାଣ ବର୍ଷା: ତଳିଆ ଅଞ୍ଚଳ ଜଳମଗ୍ନ

ଥିରୁଭାନ୍ତପୁରମ,୧୫।୬: ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ କେରଳରେ ସକ୍ରିୟ ରହିଛି। ଏହାର ପ୍ରଭାବରେ ରବିବାର କେରଳର ବିଭିନ୍ନ ସ୍ଥାନରେ ନିରନ୍ତର ଏବଂ ପ୍ରବଳ ବର୍ଷା ଜାରି ରହିଛି। ପ୍ରବଳ ବର୍ଷା, ପବନ ଯୋଗୁ ବିଭିନ୍ନ ସ୍ଥାନରେ ଗଛଗୁଡିକ ଉପୁଡ଼ି ପଡ଼ିଥିବା ବେଳେ ଉଚ୍ଚ ଅଞ୍ଚଳରେ କାଦୁଅ ଧସି ପଡ଼ିଛି। ଏପରିକି ତଳିଆ ଅଞ୍ଚଳ ଜଳମଗ୍ନ ହୋଇଯାଇଛି। ଯଦିଓ କୌଣସି ସ୍ଥାନରେ ବଡ଼ ଧରଣର ମୃତାହତର ଖବର ମିଳିନାହିଁ, ହେଲେ ବିଭିନ୍ନ ଜିଲା ଘର ଏବଂ ଯାନବାହନ ବିକ୍ଷିପ୍ତ କ୍ଷତି ଘଟିଛି।

ଶନିବାର ସାରୁ ଲଗାଣ ବର୍ଷା ପରେ ମାଟି ଧସିବା ଯୋଗୁ ପାହାଡ଼ି ଅଞ୍ଚଳ ମଲାପ୍ପୁରମର କୋଟ୍ଟାକ୍କଲରେ ଏକ ଘର କ୍ଷତିଗ୍ରସ୍ତ ହୋଇଥିଲା। ହେଲେ ପରିବାର ଲୋକେ ଅଳ୍ପକେ ବଞ୍ଚି ଯାଇଛନ୍ତି।

ଉତ୍ତର ୱାୟାନାଡର ସୁଲତାନ ବାଥେରୀ ଏବଂ ଦକ୍ଷିଣ କୋଟ୍ଟାୟାମ ଜିଲାର ଚୁଙ୍ଗାମରେ ପ୍ରବଳ ବର୍ଷା ପବନ ଯୋଗୁ ବଡ଼ବଡ଼ ଗଛଗୁଡିକ ଉପୁଡ଼ି ପଡ଼ିଛି। ଫଳରେ ଯାତାୟାତ ପ୍ରଭାବିତ ହୋଇଛି। ଅଗ୍ନିଶମ ବାହିନୀ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଗଛକାଟି ସଫା କରିବା ପରେ ଗାଡିଚଳାଚନ ସ୍ବାଭାବିକ ହୋଇଥିଲା।

କେରଳର ୫ ଜିଲାରେ ପ୍ରବଳରୁ ଅତ୍ୟନ୍ତ ପ୍ରବଳ ବର୍ଷା ସମ୍ଭାବନା ରହିଥିବା ବେଳେ ଜୁନ ୧୪ରୁ ୧୭ ତାରିଖ ପର୍ଯ୍ୟନ୍ତ କେରଳର କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

ଅନ୍ୟପକ୍ଷେ ଭାରତୀୟ ପାଣିପାଗ ବିଭାଗ(IMD) କେରଳର କସରଗୋଡ, କନ୍ନୁର, କୋଝିକୋଡ, ୱାୟାନାଡ ଏବଂ ମାଲାପ୍ପୁରମ ଜିଲାରେ ଅତି ପ୍ରବଳ ବର୍ଷା ପାଇଁ ରେଡ୍‌ ଆଲର୍ଟ ଜାରି କରିଛି।

ଏପରିକି ପଲକ୍କଡ, ତ୍ରିସୁର, ଏର୍ନାକୁଲମ, ଇଡୁକ୍କି, କୋଟ୍ଟାୟମ ଏବଂ ପଠାଣମଥିଟ୍ଟା ପାଇଁ ଏକ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ସେହିପରି ଆଲାପୁଝା, କୋଲ୍ଲମ ଏବଂ ତିରୁଭାନନ୍ତପୁରମ ପାଇଁ ୟେଲୋ ଓ୍ବାର୍ନିଂ ଜାରି କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରାବଣ ମାସରେ KFC ବନ୍ଦ, ହିନ୍ଦୁ ସଂଗଠନର କଡା ଚେତାବନୀ

ଗାଜିଆବାଦ,୧୮।୭: ଉତ୍ତରପ୍ରଦେଶର ଗାଜିଆବାଦର ବସୁନ୍ଧରା ଅଞ୍ଚଳରେ ଶୁକ୍ରବାର ହିନ୍ଦୁ ରକ୍ଷା ଦଳର ସଦସ୍ୟମାନେ ଶ୍ରାବଣ ମାସ ଓ କାଉଡିଆ ଯାତ୍ରା ଚାଲିଥିବା ବେଳେ ଦୁଇଟି ଲୋକପ୍ରିୟ...

କ୍ଲାସ୍‌ ଚାଲିଥିବାବେଳେ ଇଞ୍ଜିନିୟରିଂ କଲେଜରେ ଲାଗିଲା ନିଆଁ: ୬୦ରୁ ଅଧିକ ଛାତ୍ରୀଛାତ୍ର…

ଭୁବନେଶ୍ୱର,୧୮ା୭: ରାଜଧାନୀର ଏକ ଘରୋଇ ଇଞ୍ଜିନିୟରିଂ କଲେଜରେ ଶୁକ୍ରବାର ପୂର୍ବାହ୍ନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ତେବେ ଅଗ୍ନିକାଣ୍ଡ ପରେ ୬୦ରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ରଙ୍କୁ ସୁରକ୍ଷିତ ଭାବେ...

FM କଲେଜ ଛାତ୍ର ମୃତ୍ୟୁ ଘଟଣା: ପୁଣି ଆନ୍ଦୋଳନ କରିବ ବିଜେଡି

ଭୁବନେଶ୍ୱର,୧୮।୭: ଆସନ୍ତା ୨୧ ତାରିଖରେ ବିଜେଡିର ଆରଡିସି ସ୍ତରୀୟ ବିକ୍ଷୋଭ। କଟକ, ସମ୍ବଲପୁର, ବ୍ରହ୍ମପୁର ଆରଡିସି ଜୋନରେ ବିକ୍ଷୋପ କରିବ ବୋଲି ବିଜେଡି ନିଷ୍ପତ୍ତି ନେଇଛି।...

ଗୋଟିଏ ଯୁବତୀଙ୍କୁ ବିବାହ କଲେ ୨ ଭାଇ: ଏହି ଜିଲାର ପରମ୍ପରା ବିଷୟରେ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ମହାଭାରତ ଯୁଗରେ ଦ୍ରୌପଦୀ ପାଞ୍ଚ ଭାଇଙ୍କୁ ବିବାହ କରିଥିଲେ ଏବଂ ସେ ପାଞ୍ଚ ଭାଇଙ୍କ ସହିତ ସମୟ ବିତାଉଥିଲେ। କିନ୍ତୁ ଆଜିର ସମୟରେ, ଯଦି କେହି...

କୋରମ ଅଭାବରୁ ଆରମ୍ଭ ହୋଇପାରୁନି ଜିଲାପରିଷଦ ବୈଠକ, ୧୯ ସଭ୍ୟ ଅନୁପସ୍ଥିତ

ନୟାଗଡ଼,୧୮ା୭(ଲୋକନାଥ ମିଶ୍ର): କୋରମ ଅଭାବରୁ ଆରମ୍ଭ ହୋଇପାରୁନି ନୟାଗଡ଼ ଦଶମ ଜିଲା ପରିଷଦ ବୈଠକ। ୨୨ ଜିଲା ପରିଷଦ ସଭ୍ୟ ମଧରୁ ୧୯ ସଭ୍ୟ ଅନୁପସ୍ଥିତ...

ଯୌତୁକ ନିର୍ଯାତନାରେ ମହିଳାଙ୍କ ଆତ୍ମହତ୍ୟା: ହାତ, ଗୋଡ଼, ପେଟରେ ଲେଖିଲେ ଦୁଃଖଦ ସୁଇସାଇଡ ନୋଟ

ନୂଆଦିଲ୍ଲୀ,୧୮।୭: ଉତ୍ତରପ୍ରଦେଶର ବାଘପତରେ ଯୌତୁକ ନିର୍ଯାତନାର ଶିକାର ହୋଇ ଜଣେ ୨୮ ବର୍ଷୀୟା ମହିଳା ଆତ୍ମହତ୍ୟା କରିଛନ୍ତି। ମଙ୍ଗଳବାର ରାତିରେ ମନୀଷା ନାମକ ଏହି ମହିଳା...

ବିହାରରେ ଚନ୍ଦ୍ର ଶେଖରଙ୍କ ଏଣ୍ଟ୍ରି, ବିଗାଡିବେ କି ଖେଳ

ପାଟଣା,୧୮।୭: ବିହାର ନିର୍ବାଚନ ଯେତିକି ପାଖେଇ ଆସୁଛି ରାଜ୍ୟରେ ନିର୍ବାଚନ ତାତି ବଢିବାରେ ଲାଗିଛି। ଇତି ମଧ୍ୟରେ ବିହାର ନିର୍ବାଚନରେ ଏଣ୍ଟ୍ରି କରିଛନ୍ତି ଚନ୍ଦ୍ର ଶେଖର...

ଟିକା ନେଇ ଅସୁସ୍ଥ ହୋଇପଡ଼ିଲେ ୬ ଛାତ୍ରୀଛାତ୍ର, ହସ୍ପିଟାଲରେ ଭର୍ତ୍ତି

ଦାରିଙ୍ଗବାଡ଼ି,୧୮ା୭(ଅରୁଣ ସାହୁ): ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ଓ ବିଭିନ୍ନ ରୋଗରୁ ସୁରକ୍ଷା ମିଳିବା ନେଇ ସରକାର ବିଭିନ୍ନ ବିଦ୍ୟାଳୟରେ ଟିକାକରଣ ବ୍ୟବସ୍ଥା କରିଛନ୍ତି। କିନ୍ତୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri