Posted inଜାତୀୟ

ହିମାଚଳପ୍ରଦେଶରେ ବର୍ଷା ବିତ୍ପାତ

ଧର୍ମଶାଳା(ହିମାଚଳ ପ୍ରଦେଶ), ୧୩ା୭: ଦକ୍ଷିଣ-ପଶ୍ଚିମ ମୌସୁମୀଜନିତ ବର୍ଷା ହିମାଚଳପ୍ରଦେଶରେ ବିପର୍ଯ୍ୟୟ ସୃଷ୍ଟି କରିଛି। ରାଜ୍ୟର ଅନେକ ସ୍ଥାନରେ ରବିବାର ରାତିରେ ବାଦଲଫଟା ବର୍ଷା ଯୋଗୁ ବନ୍ୟା ପରିସ୍ଥିତି ଉପୁଜିଛି। କାଙ୍ଗ୍ରା ଜିଲାରେ ଭୂସ୍ଖଳନ ଯୋଗୁ ବହୁ ଲୋକ ନିଖୋଜ ଥିବା ଜଣାପଡ଼ିଛି। ଜିଲାର ଅନେକ ଘର, ଗାଡ଼ି କାଗଜ ଭଳି ପାଣିରେ ଭାସୁଥିବା ଦେଖିବାକୁ ମିଳିଥିଲା। ଏଥିଯୋଗୁ ଧର୍ମଶାଳା ବିମାନବନ୍ଦରକୁ ବନ୍ଦ କରାଯିବା ସହ ପର୍ଯ୍ୟଟକ ସେଠାକୁ ନ ଯିବାକୁ ଜିଲା ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି। ଧର୍ମଶାଳାର ଭାଗ୍‌ସୁନାଗରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି। ମାଞ୍ଝି ନଦୀରେ ଜଳସ୍ତର ବୃଦ୍ଧି ହୋଇଛି। ମୌସୁମୀ ଆସିବା ପରେ କୁଲୁ ଜିଲାରେ ପ୍ରଥମ ଥର ପାଇଁ ମୂଷଳଧାରାରେ ବର୍ଷା ହୋଇଛି। ଏଥିଯୋଗୁ ୧୫ରୁ ଊର୍ଦ୍ଧ୍ୱ ରାସ୍ତାରେ ଭୂସ୍ଖଳନ ଯୋଗୁ ଯାତାୟାତ ବନ୍ଦ ହୋଇଯାଇଛି।
ବନ୍ୟାବେଳର ବହୁ ଭିଡିଓ ସୋସିଆଲ ମିଡିଆରେ ଅପ୍‌ଲୋଡ୍‌ କରାଯାଇଛି, ଯେଉଁଥିରେ ଅନେକ କାର୍‌, ବାଇକ୍‌ ସହ କେତେକ ଘର ପାଣିରେ ଭାସିଯାଉଥିବା ଦେଖିବାକୁ ମିଳିଛି। ବହୁ ସ୍କୁଲ ଘର, ହୋଟେଲ ଆଦି କ୍ଷତିଗ୍ରସ୍ତ ହୋଇଛି। ଧର୍ମଶାଳାର ୧୦ରୁ ଊର୍ଦ୍ଧ୍ୱ ଦୋକାନ ଘର ଭାଙ୍ଗିରୁଜି ଯାଇଛି। ମଣ୍ଡି-ପଠାନ୍‌କୋଟ ରାଜପଥକୁ ଯୋଡ଼ୁଥିବା ଏକ ବ୍ରିଜ୍‌ କ୍ଷତିଗ୍ରସ୍ତ ହୋଇଥିବାରୁ ସେଠାରେ ଯାତାୟାତ ବନ୍ଦ ରହିଛି। ଶିମ୍‌ଲାର ରାମପୁର ଅଞ୍ଚଳରେ ଝାକରି ଜାତୀୟ ରାଜପଥରେ ବନ୍ୟାପାଣି ପ୍ରବାହିତ ହେଉଥିବାରୁ ଯାତାୟାତ ବିଚ୍ଛିନ୍ନ ହୋଇଯାଇଛି। ହିମାଚଳ ପ୍ରଦେଶରେ ୧୩ ତାରିଖରେ ପ୍ରବଳ ବର୍ଷାର ସମ୍ଭାବନା ରହିଥିବା ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ ସୂଚନା ଦିଆଯାଇଛି। ପର୍ଯ୍ୟଟକ ଏବଂ ସ୍ଥାନୀୟ ଲୋକଙ୍କୁ ନଦୀ ପାଖ ବା ଭୂସ୍ଖଳନପ୍ରବଣ ଅଞ୍ଚଳକୁ ନ ଯିବାକୁ ସତର୍କ କରାଯାଇଛି।
ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ବର୍ଷା ଓ ବନ୍ୟା ପରିସ୍ଥିତି ସମ୍ପର୍କରେ ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁରଙ୍କ ସହ ସୋମବାର କଥା ହୋଇଛନ୍ତି। ଘଟଣା ଉପରେ ନଜର ରଖି ସବୁପ୍ରକାର ପଦକ୍ଷେପ ନେବାକୁ ଶାହା ପରାମର୍ଶ ଦେବା ସହ କେନ୍ଦ୍ର ପକ୍ଷରୁ ସମସ୍ତ ସହାୟତା ପ୍ରଦାନ କରାଯିବ ବୋଲି କହିଛନ୍ତି। ଅନେକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଛି। ଉଦ୍ଧାର କାର୍ଯ୍ୟ ତ୍ୱରିତ କରି ଲୋକଙ୍କୁ ରିଲିଫ୍‌ ବଣ୍ଟନ କରିବାକୁ ପ୍ରଶାସନକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଉତ୍ତରାଖଣ୍ଡ ସମେତ ଜମ୍ମୁ-କଶ୍ମୀରରେ ମଧ୍ୟ ମୂଷଳଧାରାରେ ବର୍ଷା ହୋଇଛି। ଭୂସ୍ଖଳନ ଯୋଗୁ ଚାମୋଲି ନିକଟ ଋଷିକେଶ-ବଦ୍ରିନାଥ ଜାତୀୟ ରାଜପଥରେ ଯାତାୟାତ ବନ୍ଦ ହୋଇଯାଇଛି। ଉତ୍ତରାଖଣ୍ଡର ଏକ ଗ୍ରାମରେ ଘର କାନ୍ଥ ପଡ଼ି ଜଣେ ୮ ବର୍ଷର ବାଳକଙ୍କ ସମେତ ୩ ଜଣଙ୍କ ମୃତ୍ୟୁ ଘଟିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିରାଟଙ୍କ ନୂଆ ଲୁକ: ଟାଟୁ କଳାକାରଙ୍କ ସହ ନଜର ଆସିଲେ…

ନୂଆଦିଲ୍ଲୀ,୩୦।୮: ଭାରତୀୟ କ୍ରିକେଟର ବିରାଟ କୋହଲିଙ୍କ ଟାଟୁ ପ୍ରତି ପ୍ରେମ କାହାକୁ ଅଛପା ନୁହେଁ; ବର୍ଷ ବର୍ଷ ଧରି ବିଭିନ୍ନ ଡିଜାଇନ ତାଙ୍କ ଶୈଳୀର ଏକ ଅବିଚ୍ଛେଦ୍ୟ…

ସମ୍ପର୍କରେ ସନ୍ଦେହ ହେଲା କାଳ, ବିଷ ମିଶା କୋଲ୍ଡ ଡ୍ରିଙ୍କ ପିଆଇ ପ୍ରେମିକାଙ୍କୁ ହତ୍ୟା

ମୁମ୍ବାଇ,୩୦ା୮: ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇର ଚେମ୍ବୁର ଅଞ୍ଚଳରୁ ୨୪ ବର୍ଷୀୟ ଜଣେ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା ସାମ୍ନାକୁ ଆସିଛି । ଏହି ମାମଲାରେ ପୋଲିସ ମହିଳାଙ୍କ…

ପୁଣିଥରେ ସେଲଫି ଭିଡ଼ିଓ ଶେୟାର କରି ଚର୍ଚ୍ଚାରେ ମୋଦି, ଏଥର କିନ୍ତୁ ଦେଶରୁ ନୁହେଁ…

ତାସକେଣ୍ଟ,୩୦।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇ ଦିନିଆ ଉଜବେକିସ୍ତାନ ଗସ୍ତରେ ଅଛନ୍ତି। ତାସକେଣ୍ଟରେ ପହଞ୍ଚିବା ପରେ, ସେ ଉଜବେକିସ୍ତାନ ଯୋଗ ଫେଡେରେଶନ ଦ୍ୱାରା ଆୟୋଜିତ ଏକ ସ୍ବତନ୍ତ୍ର…

ପେନଶନ ବନ୍ଦ ଚର୍ଚ୍ଚା ଭିତରେ ଆସିଲା ଅପଡେଟ୍‌; ରିଟାୟର୍ଡ କର୍ମଚାରୀଙ୍କ ପାଇଁ ବଡ଼ ଖବର

ନୂଆଦିଲ୍‌ୀ,୩୦।୮: ୮ମ ବେତନ ଆୟୋଗ (8th Pay Commission) କୁ ନେଇ ସୋସିଆଲ ମିଡିଆରେ ଚାଲିଥିବା ଏକ ଖବର କେନ୍ଦ୍ରୀୟ କର୍ମଚାରୀ ଏବଂ ପେନ୍ସନ୍ଭୋଗୀଙ୍କ ଚିନ୍ତା ବଢ଼ାଇ…

ମୁଖ୍ୟମନ୍ତ୍ରୀଙ୍କ କଡ଼ା ନିର୍ଦ୍ଦେଶ, ସ୍ତ୍ରୀଙ୍କୁ ଭରଣପୋଷଣ ଟଙ୍କା ନଦେଲେ କଟିବ ଦରମା

ଭୁବନେଶ୍ବର,୩୦ା୮: ସ୍ତ୍ରୀ କିମ୍ୱା ସନ୍ତାନସନ୍ତତିଙ୍କୁ ଭରଣପୋଷଣ ସହାୟତା କିମ୍ୱା ଛାଡ଼ପତ୍ର ସମ୍ପର୍କିତ ପୋଷଣ ଖର୍ଚ୍ଚ ଠିକ୍ ଭାବରେ ଦେଉ ନଥିବା ସରକାରୀ କର୍ମଚାରୀଙ୍କ ବିରୁଦ୍ଧରେ ମୁଖ୍ୟମନ୍ତ୍ରୀଙ୍କ କଡ଼ା…

ପାକିସ୍ତାନ ସହିତ ହାତ ମିଳାଇବା ପ୍ରଶ୍ନର ଉତ୍ତରରେ ଭାରତୀୟ ମୁଖ୍ୟ ପ୍ରଶିକ୍ଷକ ଦେଲେ ଏମିତି ବିବୃତ୍ତି…

ନୂଆଦିଲ୍ଲୀ,୩୦।୮: ମହିଳା ଏସିଆ କପ ୨୦୨୬ ଚାଲିଛି। UAE ଦ୍ୱାରା ଆୟୋଜିତ, ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟ ଦୁବାଇରେ ଖେଳାଯାଉଛି। ଭାରତୀୟ ଦଳ ଅଗଷ୍ଟ ୩୦ରେ ଦୁବାଇ ଆନ୍ତର୍ଜାତୀୟ କ୍ରିକେଟ…

ନେପାଳ ବନ୍ୟା: ବଢୁଛି ଜଳସ୍ତର, ସତର୍କ କରାଇଲେ ସରକାର

କାଠମାଣ୍ଡୁ,୩୦।୮: ବୁଧବାର ହୋଇଥିବା ଭୟଙ୍କର ବନ୍ୟା ପରେ ନେପାଳର ପରିସ୍ଥିତି ଗମ୍ଭୀର ରହିଛି। ମଧ୍ୟ ନେପାଳରେ ହଠାତ ବନ୍ୟାରେ ମୃତ୍ୟୁ ସଂଖ୍ୟା ୭୩୪ ରେ ପହଞ୍ଚିଛି, ଯେତେବେଳେ…

ଅଧରାତିରେ ଘର ଉପରକୁ ମାଡ଼ିଗଲା ଟ୍ରକ୍, ପରିବାର ଲୋକେ…

ପଦ୍ମପୁର,୩୦ା୮(ପ୍ରଦୀପ୍ତ ଦାଶ): ପଦ୍ମପୁର-ପାଟଣାଗଡ଼ ରାସ୍ତାର ରଜାପଡ଼ାଠାରେ ଏକ ବଡ଼ ଅଘଟଣ ଘଟିଯାଇଛି । ରବିବାର ରାତି ପ୍ରାୟ ୧ଟା ସମୟରେ ଏକ ମାଲବୋଝେଇ ଟ୍ରକ ଭାରସାମ୍ୟ ହରାଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri