ଅହମଦାବାଦ,୨୪ା୭: ଗୁଜରାଟର ଦକ୍ଷିଣ ଭାଗ ଜିଲାଗୁଡ଼ିକରେ ପ୍ରବଳ ବର୍ଷା ଯୋଗୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବର୍ଷା ଯୋଗୁ ତଳିଆ ଅଞ୍ଚଳ ବୁଡ଼ିଯାଇଥିବା ବେଳେ ସାଧାରଣ ଜୀବନଯାତ୍ରା ବ୍ୟାହତ ହୋଇଛି। ପାଣି ଘେରରୁ ୨୨ ହଜାରରୁ ଅଧିକ ଲୋକଙ୍କୁ ନିରାପଦ ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରାଯାଇଛି। ସୁରତ, ନବସାରୀ ଓ ଭଲସାଡ଼ର ବିସ୍ତୀର୍ଣ୍ଣ ଅଞ୍ଚଳ ପାଣିଘେରରେ ରହିଛି। ଅହମ୍ମଦାବାଦର ଭେଜଲପୁରରେ ରାସ୍ତାଘାଟ ଜଳମଗ୍ନ ହୋଇପଡିଥିବା ବେଳେ ଜନଜୀବନ ବ୍ୟାହତ ହୋଇଛି। ସ୍ଥାନୀୟ ପ୍ରଶାସନ, NDRF, SDRF ଏବଂ କୋଷ୍ଟଗାର୍ଡର ମିଳିତ ଉଦ୍ୟମରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି।
ଭାଲସାଦ ଜିଲା ସର୍ବାଧିକ ପ୍ରଭାବିତ ହୋଇଛି। ଗତ ୧୬ ଘଣ୍ଟା ମଧ୍ୟରେ ଉମ୍ବରଗାଁଓ ତାଲୁକରେ ୧,୧୦୦ ମିଲିମିଟର ବର୍ଷା ହୋଇଛି। ଜିଲାର ଅନ୍ୟ ତାଲୁକଗୁଡ଼ିକରେ ସେହି ସମୟରେ ୬୦୦ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ତାପ୍ତି ଜିଲାରେ ବର୍ଷା ଜନିତ ଦୁର୍ଘଟଣାରେ ଜଣେ ପ୍ରାଣ ହରାଇଛନ୍ତି। ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲ ବର୍ଷା ସ୍ଥିତି ସମୀକ୍ଷା କରିବା ସହ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହାଙ୍କୁ ଅବଗତ କରାଇଛନ୍ତି।

