ଚାଇନାରେ ପ୍ରବଳ ବର୍ଷା, ୧୫ ମୃତ, ୩ ନିଖୋଜ…

ବେଜିଂ, ୨୮।୫ : ଦକ୍ଷିଣ ଚାଇନା ପ୍ରବଳ ବର୍ଷା ଯୋଗୁ ୧୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ତିନି ଜଣ ନିଖୋଜ ଅଛନ୍ତି। ଚାଇନାର ସରକାରୀ ନ୍ୟୁଜ୍‌ ଏଜେନ୍ସି ଜିନହୁଆ ପକ୍ଷରୁ କୁହାଯାଇଛି ଯେ ୱୁପିଙ୍ଗ ଜିଲାର ସୂଚନା କାର୍ଯ୍ୟାଳୟର ସୂତ୍ର ଅନୁସାରେ ଫୁଜିଆନ ପ୍ରଦେଶରେ ଭୂସ୍ଖଳନ ହେତୁ ଦୁଇଟି ଅଟ୍ଟାଳିକା ଭାଙ୍ଗି ଯାଇଛି ଏବଂ ଏଥିରେ ୮ ଜଣଙ୍କର ମୃତ୍ୟୁ ଘଟିଛି।

ଜାତୀୟ ବ୍ରଡକାଷ୍ଟର ସିସିଟିଭି ଏହାର ରିପୋର୍ଟରେ କହିଛି ଯେ ୟୁନାନ ପ୍ରଦେଶରେ ଅନ୍ୟ ପାଞ୍ଚ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ତିନିଜଣ ନିଖୋଜ ଅଛନ୍ତି। ଅଧିକାରୀମାନେ କହିଛନ୍ତି ଯେ ଗୁଆଙ୍ଗସି ଅଞ୍ଚଳର ଜିଞ୍ଚେଙ୍ଗ ଜିଲାରେ ଶୁକ୍ରବାର ତିନିଜଣ ପିଲାଙ୍କୁ ବନ୍ୟା ଜଳ ଭସାଇ ନେଇ ଯାଇଛି। ସେମାନଙ୍କ ମଧ୍ୟରୁ ଦୁଇଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଉଦ୍ଧାର ହୋଇଛନ୍ତି।

ବନ୍ୟା ଜଳ ଯୋଗୁ ୟୁନାନ ପ୍ରଦେଶର କୁବେଇ କାଉଣ୍ଟିରେ ରାସ୍ତା, ବ୍ରିଜ, ଟେଲି ଯୋଗାଯୋଗ ଏବଂ ବିଦ୍ୟୁତ୍‌ ଉତ୍ପାଦନ କେନ୍ଦ୍ର ନଷ୍ଟ ହୋଇଯାଇଛି। ଭିଏତନାମ ସୀମାଠାରୁ ଏହି ସ୍ଥାନ ୧୩୦ କିଲୋମିଟର ଦୂରରେ ଅବସ୍ଥିତ। ବହୁ ଅଞ୍ଚଳରେ ବନ୍ୟା ଜଳ ରହିଥିବାରୁ ଲୋକମାନେ ଯାତାୟାତରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ପ୍ରଶାସନ ଦ୍ୱାରା ସହାୟତା ଯୋଗାଇ ଦିଆଯାଉଛି ।

ଜିନହୁଆ ଏହାର ରିପୋର୍ଟରେ କହିଛି ଯେ ଫୁଜିଆନ ସ୍ଥିତ ଏକ କାରଖାନାର ଅଳିଆ ଗଦାରୁ ପାଞ୍ଚଟି ଏବଂ ଆବାସିକ କୋଠାର ଅଳିଆ ଗଦାରୁ ତିନିଟି ମୃତଦେହ ଉଦ୍ଧାର କରାଯାଇଛି। ଗୁରୁବାର ସନ୍ଧ୍ୟା ଠାରୁ ୱୁପିଙ୍ଗ କାଉଣ୍ଟିରେ ଅବିଶ୍ରାନ୍ତ ବର୍ଷା ଜାରି ରହିଛି। ଫଳରେ ବହୁ ସହର ଜଳବନ୍ଦୀ ଅବସ୍ଥାରେ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନ ସହ ଡିଲ୍‌ରେ ପାକିସ୍ତାନର ଲଟେରୀ! ଟ୍ରମ୍ପ ଦେବେ ବଡ଼ ପ୍ୟାକେଜ୍‌, ଜାଣନ୍ତୁ କଣ

ଇସଲାମବାଦ,୧୫।୬: ଆମେରିକା ଏବଂ ଇରାନ ମଧ୍ୟରେ ଦୀର୍ଘ ଦିନ ଧରି ଚାଲିଥିବା ଉତ୍ତେଜନା ଏବେ କମିବା ପରି ମନେ ହେଉଛି । ଦୁଇ ରାଷ୍ଟ୍ର ମଧ୍ୟରେ ଏକ…

ପୋଡାମରାଇ-ଆଳକଣା ପୋଷ୍ଟ ଅଫିସରେ ମହାଘୋଟାଲା ଆଶଙ୍କା! ପୋଷ୍ଟମାଷ୍ଟର ନିଖୋଜ, ଡାକଘର ଆଗରେ ଜମାକାରୀ….

ଆଳି,୧୫।୬(ବନମାଳୀ ସେନାପତି ): କେନ୍ଦ୍ରାପଡ଼ା ଜିଲା ଆଳି ପୋଷ୍ଟଅଫିସ ଅଧୀନରେ ଥିବା ପୋଡାମରାଇ -ଆଳକଣା ଶାଖା ଡାକଘରେ ତାଲା ଝୁଲାଇ ଦେଇ ଫେରାର ହୋଇ ଯାଇଛନ୍ତି ପୋଷ୍ଟମାଷ୍ଟର…

ଅଶୋଧିତ ତୈଳ ମୂଲ୍ୟ ହ୍ରାସ:ଆମେରିକା-ଇରାନ ଚୁକ୍ତି ପରେ ପ୍ରଥମ ଜାହାଜ ଭାବେ ହର୍ମୁଜ ଛାଡ଼ିଲା ‘ଦିଶା’

ଓ୍ବାଶିଂଟନ,୧୫।୬: ପାକିସ୍ତାନ ଏବଂ କତାର ମଧ୍ୟସ୍ଥତା ମାଧ୍ୟମରେ ଶେଷରେ ଆମେରିକା ଏବଂ ଇରାନ ମଧ୍ୟରେ ଏକ ଶାନ୍ତି ଚୁକ୍ତିନାମା ହୋଇଛି। ବିବାଦ ଯୋଗୁ ମାସ ମାସ ଧରି…

ଆମେରିକା-ଇରାନ ମଧ୍ୟରେ ଶାନ୍ତି ଚୁକ୍ତିକୁ ଭାରତର ସ୍ବାଗତ: ପ୍ରଧାନମନ୍ତ୍ରୀ ମୋଦି କହିଲେ, ମୁଁ ଏହି ଚୁକ୍ତିକୁ…

ନୂଆଦିଲ୍ଲୀ,୧୫।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକା ଏବଂ ଇରାନ ମଧ୍ୟରେ ହୋଇଥିବା ଶାନ୍ତି ଚୁକ୍ତିକୁ ସ୍ବାଗତ କରିଛନ୍ତି। ଏହି ଚୁକ୍ତି ଏହି ଅଞ୍ଚଳରେ ଶାନ୍ତି ଏବଂ ସ୍ଥିରତା…

ପୋଖରୀର ଦୂଷିତ ପାଣି ପିଉଛନ୍ତି ଗ୍ରାମବାସୀ

ମହାକାଳପଡ଼ା,୧୫ା୬ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ପେଟ୍‌ଛେଲା ଗ୍ରାମରେ ପାନୀୟ ଜଳ ସଙ୍କଟ ଦେଖାଦେଇଛି। ମହିଳାମାନେ ପାନୀୟଜଳ ସମସ୍ୟା ଯୋଗୁ ଗଡ଼ିଆ, ପୋଖରୀର…

ଆମେରିକା-ଇରାନ ଚୁକ୍ତି ଭାରତର ବଲ୍ଲେ-ବଲ୍ଲେ: ପାଇବ ସର୍ବାଧିକ ଲାଭ

ନୂଆଦିଲ୍ଲୀ,୧୫।୬: ମାସ ମାସର ସଂଘର୍ଷ ପରେ, ଶେଷରେ ଆମେରିକା ଏବଂ ଇରାନ ମଧ୍ୟରେ ଏକ ଶାନ୍ତି ଚୁକ୍ତିନାମା ହୋଇଛି। ଡୋନାଲ୍ଡ ଟ୍ରମ୍ପ ଏବଂ ପାକିସ୍ତାନୀ ପ୍ରଧାନମନ୍ତ୍ରୀ ଶେହବାଜ…

ସର୍ଟସର୍କିଟ୍‌ରୁ ଅଗ୍ନିକାଣ୍ଡ: ୩ ବଖରା ଘର ଜଳିପୋଡ଼ି ଛାରଖାର

ତିହିଡି,୧୫।୬(କାଳନ୍ଦୀ ବେହେରା): ଭଦ୍ରକ ଜିଲା ଧାମନଗର ବ୍ଲକ ଅଧୀନସ୍ଥ କୋଠାର ପଞ୍ଚାୟତର ମହନ୍ତ ସାହିରେ ସୋମବାର ଏକ ଅଭାବନୀୟ ଅଗ୍ନିକାଣ୍ଡ ଘଟିଛି। ଗ୍ରାମର ସୁବାସ ଚନ୍ଦ୍ର ସେଠୀ…

ଘାସ କାଟିବାକୁ ଯାଇଥିଲେ ମହିଳା, ନିଶାଦେଇ ଗଣବଳାତ୍କାର କଲେ ୫ ଯୁବକ: ଆଉ ତା’ପରେ…

ମୁଜାଫରନଗର(ଉତ୍ତର ପ୍ରଦେଶ), ୧୫ା୬ (ପି.ଟି.):ଉତ୍ତର ପ୍ରଦେଶର ମୁଜାଫରନଗର ଜିଲାରେ ଜଣେ ୨୪ ବର୍ଷୀୟା ମହିଳାଙ୍କୁ ନିଶାଦ୍ରବ୍ୟ ପିଆଇ ୫ ଜଣ ଯୁବକ ଗଣବଳାତ୍କାର କରିଥିବା ରବିବାର ପୋଲିସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri